ବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ଉଦ୍ଧାର ହେଲା ୫ ଫୁଟର ମଗର
🎬 Watch Now: Feature Video

Published : August 25, 2026 at 7:24 PM IST
|Updated : August 25, 2026 at 10:29 PM IST
ମାଲକାନଗିରି: ଘାଟି ରାସ୍ତାରୁ ୫ ଫୁଟର ମଗର କୁମ୍ଭୀର ଉଦ୍ଧାର । ମାଲକାନଗିରି ଜିଲ୍ଲା ବାଲିମେଳା-ଚିତ୍ରକୋଣ୍ଡା ଘାଟି ରାସ୍ତାରେ ଦେଖିବାକୁ ମିଳିଛି ଏକ ୫ ଫୁଟର ମଗର କୁମ୍ଭୀର । ଗତକାଲି (ସୋମବାର) ରାତିରେ କୁମ୍ଭୀରଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ତାକୁ ଉଦ୍ଧାର କରିଥିଲେ ।
ମାଲକାନଗିରି ଡିଏଫଓ ଡି.ସାଇ କିରନଙ୍କ ସୂଚନା ମୁତାବକ," ଗତକାଲି ବାଲିମେଳା-ଚିତ୍ରକୋଣ୍ଡା ଘାଟି ରାସ୍ତାରେ ଏକ ୫ ଫୁଟ୍ ଲମ୍ବର ମଗର କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।ଏହାପରେ ସେମାନେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର ସ୍ପେଶାଲ ଫିଲ୍ଡ ଷ୍ଟାଫ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅନେକ ପରିଶ୍ରମ ପରେ କୁମ୍ଭୀରଟିକୁ କୌଣସି କ୍ଷତି ନ ପହଞ୍ଚାଇ ସୁରକ୍ଷିତ ଭାବେ କାବୁ କରାଯାଇଛି । ତାକୁ ବର୍ତ୍ତମାନ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି । ସରକାରୀ ନିୟମ ଅନୁଯାୟୀ, ସ୍ୱାସ୍ଥ୍ୟ ପରୀକ୍ଷା ପରେ କୁମ୍ଭୀରଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସ୍ପଷ୍ଟ ହେଲେ ତାକୁ ପୁଣି ଥରେ ତାର ପ୍ରାକୃତିକ ପରିବେଶକୁ ଛାଡ଼ି ଦିଆଯିବ ।"
ଏହା ମଧ୍ୟ ପଢନ୍ତୁ...କେନ୍ଦ୍ରାପଡ଼ାରେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ ଟିମ୍ ଏହା ମଧ୍ୟ ପଢନ୍ତୁ... ପଛକୁ ପଛ ଲଘୁଚାପ: ୩୦ ତାରିଖ ବେଳକୁ ପୁଣି ଏକ ଲଘୁଚାପ ସୃଷ୍ଟି ସମ୍ଭାବନା |
ଇଟିଭି ଭାରତ, ମାଲକାନଗିରି