ନିଆଳିରେ ଭୁଶୁଡ଼ିଲା କଂଗ୍ରେସ ଓ ବିଜେଡି ଗଡ଼ ! 700ରୁ ଅଧିକ କର୍ମୀ ବିଜେପିରେ ସାମିଲ - NIALI BJD CONGRESS WORKERS JOIN BJP
🎬 Watch Now: Feature Video

Published : May 9, 2026 at 12:50 PM IST
NIALI BJD CONGRESS WORKERS JOIN BJP , ନିଆଳି: ୨୨ ମୌଜାରେ ଭାଙ୍ଗିଲା ବିଜେଡି ଗଡ଼ । କଂଗ୍ରେସ ଓ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହେଲେ 700ରୁ ଅଧିକ ଲୋକ । ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଓ ନିଆଳୀ ବିଧାୟକ ଛବି ମଲ୍ଲିକଙ୍କ ଉପସ୍ଥିତିରେ ପହଙ୍ଗାଠାରେ ବିଜେପି ପକ୍ଷରୁ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦ୍ବାରା ବିଜେପି, ମଜବୁତ ହେବ ବୋଲି ଦୁଇ ନେତା ଆଶାବାଦୀ ଅଛନ୍ତି । ସାଂସଦ ବିଭୁପ୍ରସାଦ ତରାଇ କହିଛନ୍ତି, 7ଟି ପଞ୍ଚାୟତରୁ ବହୁ କର୍ମୀ ବିଜେଡି ଓ କଂଗ୍ରେସ ପରିତ୍ୟାଗ କରି ବିଜେପି ଦଳରେ ସାମିଲ ହୋଇଛନ୍ତି । ବିଧାୟକ ଛବି ମଲ୍ଲିକଙ୍କ ନେତୃତ୍ବରେ ପହଙ୍ଗାଠାରେ ବିଜେପି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଧାୟକ କହିଛନ୍ତି 'ଆମେ ସମସ୍ତଙ୍କୁ ସ୍ବାଗତ କରୁଛୁ । ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛୁ ।' ବିଧାୟକଙ୍କ ସହିତ ବିକାଶର ପରିଛବିରେ ସାମିଲ ହେବା ପାଇଁ ସଭିଏଁ ଏକତ୍ରିତ ହେବା ଆବଶ୍ୟକ । ଏହାଦ୍ବାରା ନିଆଳି ଏକ ବିକଶିତ ବିଧାନସଭା କ୍ଷେତ୍ର ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏହା ମଧ୍ୟ ପଢନ୍ତୁ: |
ଇଟିଭି ଭାରତ, ନିଆଳି