ଭାରତରେ ଲଞ୍ଚ ହେଲା ୟେଜଡି ରୋଡଷ୍ଟାର ରେଡ୍ ୱଲଫ୍ ଏଡିସନ୍, ଜାଣନ୍ତୁ ଦାମ୍
Yezdi Roadster Red Wolf Editionକୁ ଦମଦାର 334cc ଆଲଫା 2 ଲିକ୍ୱିଡ୍-କୁଲ୍ଡ ଇଞ୍ଜିନ୍ ଏବଂ 6-ସ୍ପିଡ୍ ଗିଅରବକ୍ସ ସହ ଲଞ୍ଚ କରାଯାଇଛି ।

Published : March 4, 2026 at 2:38 PM IST
ହାଇଦ୍ରାବାଦ: ଯଦି ଆପଣ ରେଟ୍ରୋ ଷ୍ଟାଇଲ ବାଇକ୍ ଚଳାଇବାକୁ ପସନ୍ଦ କରନ୍ତ, ତେବେ ଆପଣଙ୍କ ପାଇଁ ଖୁସି ଖବର । ଭାରତୀୟ ବଜାରରେ ୟେଜଡି ଆପଣଙ୍କ ପାଇଁ ଏକ ନୂଆ ବାଇକ୍ ଲଞ୍ଚ କରିଛି । ୟେଜଡି ରୋଡଷ୍ଟାର ରେଡ୍ ୱଲଫ୍ ଏଡିସନ୍ । ଏହା ୟେଜଡି ରୋଡଷ୍ଟାରର ଏକ ସ୍ପେଶାଲ ଏଡିସନ୍ ଅଟେ । କମ୍ପାନୀ ଏହାର ପ୍ରଥମ ଝଲକ୍ ନିଜ ଅଫିସିଆଲ ସାଇଟରେ ପ୍ରକାଶ କରିବା ପରେ ଗ୍ରାହାକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।
ୟେଜଡି ରୋଡଷ୍ଟାରର ସ୍ପେସାଲ ଏଡିସନର ମୂଲ୍ୟ 2.10 ଲକ୍ଷ (ଏକ୍ସ-ସୋରୁମ୍, ଦିଲ୍ଲୀ) ଅଟେ । ଆପଣ ଏହାକୁ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ କିମ୍ବା ଆପଣଙ୍କର ନିକଟସ୍ଥ ଜାୱା-ୟେଜଡି ଡିଲରସିପ୍ ପରିଦର୍ଶନ କରି ବୁକ୍ କରିପାରିବେ । ଏହି ମଡେଲ୍ କମ୍ପାନୀର ଜାୱା 42, ଜାୱା ପେରାକ୍, ୟେଜଦି ରୋଡଷ୍ଟର, ୟେଜଦି ଆଡଭେଞ୍ଚର ଏବଂ BSA ଗୋଲ୍ଡ ଷ୍ଟାର 650 ମଡେଲ ଗୁଡ଼ିକର ଲାଇନଅପ୍ ସହିତ ଯୋଗ ଦେଇଛି ।
ଡିଜାଇନ୍, ବୈଶିଷ୍ଟ୍ୟ ଏବଂ ବିବରଣୀ
ଡିଜାଇନ୍ ଅନୁସାରେ, ଏହି ଏଡିସନରେ ଫ୍ୟୁଲ ଟ୍ୟାଙ୍କ, ଆଗ ଏବଂ ପଛ ଫେଣ୍ଡର ଏବଂ ଟୁଲବକ୍ସରେ ଆକର୍ଷଣୀୟ ଲାଲ ଆକ୍ସେଣ୍ଟ ରହିଛି । ଇଞ୍ଜିନ୍ କଭର ଏବଂ ଏକ୍ଜଷ୍ଟରେ କ୍ରୋମ୍ ଫିନିସ୍ ବାଇକ୍କୁ ଏକ ପ୍ରିମିୟମ୍ ଲୁକ୍ ଦେଉଛି । ମାଟିଆ ସିଟ୍ ଏକ କ୍ଲାସିକ୍ ଅନୁଭବ ପ୍ରଦାନ କରିଥାଏ । ଦୀର୍ଘ ଦୂରତା ଯାତ୍ରା ପାଇଁ, ଏଥିରେ ଏକ ୱିଣ୍ଡ ଡିଫ୍ଲେକ୍ଟର ମଧ୍ୟ ରହିଛି, ଯାହା ଯାତ୍ରାକୁ ଅଧିକ ଆରାମଦାୟକ କରିଥାଏ ।
ଯଦିଓ ବାଇକ୍ର ଲୁକରେ ପରିବର୍ତ୍ତନ କରାଯାଇଛି, ମେକାନିକାଲ ଭାବରେ ଏହା ଷ୍ଟାଣ୍ଡାର୍ଡ ରୋଡଷ୍ଟର ପରି ସମାନ ରହିଛି । ଏଥିରେ ଏକ 334cc ଆଲଫା 2 ଲିକ୍ୱିଡ୍-କୁଲ୍ଡ ଇଞ୍ଜିନ୍ ଅଛି ଯାହା 28.70 bhp ଏବଂ 29.63 Nm ଟର୍କ ଉତ୍ପାଦନ କରେ । ଇଞ୍ଜିନ୍ଟି 6-ସ୍ପିଡ୍ ଗିଅରବକ୍ସ ସହିତ ଯୋଡା ହୋଇଛି । ସୁରକ୍ଷା ବୈଶିଷ୍ଟ୍ୟ ଗୁଡ଼ିକ ମଧ୍ୟରେ ଆଗ ଭାଗରେ 20mm ଡିସ୍କ ବ୍ରେକ୍ ଏବଂ ପଛ ଭାଗରେ 240mm ଡିସ୍କ ବ୍ରେକ୍, ଡୁଆଲ୍-ଚ୍ୟାନେଲ୍ ABS ସହ ଅନ୍ତର୍ଭୁକ୍ତ ।
ଫିଚର୍ସ ଦୃଷ୍ଟିରୁ, ଏଥିରେ ଏକ ଗୋଲ ଡିଜିଟାଲ୍ ସ୍ପିଡୋମିଟର ଅଛି ଯାହା ବ୍ଲୁଟୁଥକୁ ସପୋର୍ଟ କରେ । ଏହା ମାଧ୍ୟମରେ, ଆରୋହୀମାନେ ନାଭିଗେସନ୍, କଲ୍ ଏବଂ ମେସେଜ୍ ଆଲର୍ଟ ଭଳି ସୂଚନା ପାଇପାରିବେ । LED ହେଡଲାଇଟ୍, ସସପେନସନ୍ ଏବଂ ଅନ୍ୟାନ୍ୟ ଡିଜାଇନ୍ ଗୁଡ଼ିକ ପୂର୍ବ ପରି ରଖାଯାଇଛି । ସାମଗ୍ରିକ ଭାବରେ, ଏହି ସଂସ୍କରଣ ସେମାନଙ୍କ ପାଇଁ ଯେଉଁମାନେ ଏକ ଦମଦାର ଲୁକ୍ ସହିତ ରେଟ୍ରୋ ଶୈଳୀରେ କିଛି ଅଲଗା ଚାହାଁନ୍ତି ।

