ସାଓମି 17 ସିରିଜ ଫୋନ୍ ଓ ସାଓମି ପ୍ୟାଡ୍ 8ର ଭାରତରେ ଲଞ୍ଚିଂ ତାରିଖ ଘୋଷଣା
ସାଓମି 17 ଅଲଟ୍ରା 90W ଏବଂ 50W ୱେୟାରଲେସ୍ ଶୀଘ୍ର ଚାର୍ଜିଂ ସହିତ 6000mAh ବ୍ୟାଟେରୀ ଏବଂ ଟାବଲେଟ୍ 11.2 ଇଞ୍ଚ 3.2K ଡିସପ୍ଲେ ସହିତ 9200 mAh ବ୍ୟାଟେରୀ ଉପଲବ୍ଧ ହେବ ।

Published : March 3, 2026 at 10:27 AM IST
XIAOMI 17 SERIES, ହାଇଦ୍ରାବାଦ: ସ୍ମାଟଫୋନ ନିର୍ମାତା କମ୍ପାନୀ ସାଓମି ନୂଆ ଫୋନ୍ ସାଓମି 17 ଅଲଟ୍ରା ଭାରତରେ ଲଞ୍ଚ କରିବାକୁ ନେଇ ତାରିଖ ଘୋଷଣା କରିଛି । ଏହି ଫୋନ ବିଶ୍ୱ ବଜାରରେ 28 ଫେବୃଆରୀ 2026ରେ ଲଞ୍ଚ କରିଥିଲା । ସାଓମି 17 ସିରିଜ୍ ସହିତ ସାଓମି ପ୍ୟାଡ 8କୁ ଚୀନ ଟେକ୍ କମ୍ପାନୀ ଗତ ମାସରେ ଲଞ୍ଚ କରିଥିଲା । ନିକଟରେ, ସ୍ମାଟଫୋନ ନିର୍ମାତା କମ୍ପାନୀ ନିଶ୍ଚିତ କରିଛନ୍ତି ଯେ ଖୁବ୍ ଶୀଘ୍ର ଭାରତରେ ଏହି ତିନୋଟି ଡିଭାଇସ୍ ଲଞ୍ଚ କରିବ ।
ସାଓମି 17 ଅଲଟ୍ରା ସ୍ପେସିଫିକେସନ୍ :
ଏହି ସ୍ମାଟଫୋନ 3 ଏନଏମ୍ ପ୍ରକ୍ରିୟାରେ ନିର୍ମିତ କ୍ୱାଲାକମର ଅକ୍ଚାକୋର ସ୍ନାପଡ୍ରାଗନ 8 ଏଲିଟ୍ ଜେନ୍ 5 ପ୍ରୋସେସରରେ ଉପଲବ୍ଧ । LPDDR5x ରାମ୍ ଏବଂ UPFS 4.1 ଅନବୋର୍ଡ ଷ୍ଟୋରେଜ ସହିତ ଆସିବ ଏହି ଫୋନ । ଫୋନଟି 8K ରିଜୋଲ୍ୟୁସନ୍ ପର୍ଯ୍ୟନ୍ତ ଭିଡିଓ ରେକର୍ଡିଂକୁ ସମର୍ଥନ କରେ ଏବଂ 50MP ଫ୍ରଣ୍ଟ କ୍ୟାମେରା ରହିଛି । ସାଓମି 17 ଅଲଟ୍ରା 90W ଏବଂ 50W ୱେୟାରଲେସ୍ ଦ୍ରୁତ ଚାର୍ଜିଂ ସହିତ 6000mAh ବ୍ୟାଟେରୀ ରହିଛି । ଏହା ଧୂଳି ଏବଂ ଜଳ ପ୍ରତିରୋଧ ପାଇଁ IP66 + IP68 + IP69 ରେଟିଂ ବହନ କରେ ଏବଂ Android 16 ଉପରେ ଆଧାରିତ HyperOS 3ରେ ଚାଳିତ ।

ସାଓମି ପ୍ୟାଡ୍ 8 ସିରିଜ୍ ସ୍ପେସିଫିକେସନ୍:
ସାଓମି ଏହି କାର୍ଯ୍ୟକ୍ରମରେ ସାଓମି ପ୍ୟାଡ 8 ସିରିଜ ଲଞ୍ଚ କରିଥିଲା ଯେଉଁଥିରେ ସାଓମି ପ୍ୟାଡ 8 ଏବଂ ସାଓମି ପ୍ୟାଡ 8 ପ୍ରୋ ସାମିଲ ଥିଲା । କମ୍ପାନୀ ଦାବି କରିଛି ଯେ ପ୍ୟାଡ 8 ସିରିଜ୍ ହେଉଛି ବିଶ୍ୱର ସବୁଠୁ ପତଳା ଫୋନ୍, ଯାହାର ଓଜନ ମାତ୍ର 5.75mmର ଏବଂ ଓଜନ 485 ଗ୍ରାମ୍ । ଉଭୟ ଟାବଲେଟ୍ 11.2 ଇଞ୍ଚର 3.2K ଡିସପ୍ଲେ ସହିତ 144Hz ରିଫ୍ରେଶ୍ ରେଟ୍ ଏବଂ 9200 mAh ବ୍ୟାଟେରୀ ସହିତ ଉପଲବ୍ଧ ହେବ । ପ୍ରୋସେସର କଥା କହିବାକୁ ଗଲେ ପ୍ୟାଡ୍ 8 ପ୍ରୋ ସ୍ନାପଡ୍ରାଗନ୍ 8 ଏଲିଟ୍ ପ୍ଲାଟଫର୍ମ ଦ୍ୱାରା ପରିଚାଳିତ, ଯେଉଁଥିରେ 50MP ପଛ କ୍ୟାମେରା ଏବଂ 32MP ସାମ୍ନା କ୍ୟାମେରା ରହିଛି, ଏବଂ ଷ୍ଟାଣ୍ଡାର୍ଡ ପ୍ୟାଡ୍ 8 ସ୍ନାପଡ୍ରାଗନ୍ 8s Gen 4 ଉପରେ ପରିଚାଳିତ ଯାହାର ପଛ କ୍ୟାମେରା 13mp ଏବଂ ସାମ୍ନା କ୍ୟାମେରା 8MP ଅଟେ ।
ସାଓମି 17 ସିରିଜ ଏବଂ ସାଓମି ପ୍ୟାଡ୍ 8 ଲଞ୍ଚ୍ ତାରିଖ:
ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟରେ ଚୀନ ସ୍ମାଟଫୋନ ନିର୍ମାତା ନିଶ୍ଚିତ କରିଛନ୍ତି ଯେ ନୂଆ ସାଓମି 17 ଅଲଟ୍ରା ଭାରତରେ ମାର୍ଚ୍ଚ 11 ତାରିଖରେ ସାଓମି 17 ଏବଂ ସାଓମି ପ୍ୟାଡ 8 ସହିତ ଲଞ୍ଚ ହେବ । ସାଓମି 17 ଅଲଟ୍ରା ଏବଂ ସାଓମି 17 ଆମାଜନ୍ ଏବଂ ସାଓମି ଇଣ୍ଡିଆର ଅନଲାଇନ୍ ଷ୍ଟୋରରେ ବିକ୍ରିୟ ପାଇଁ ଉପଲବ୍ଧ ହେବ ।
The global stage has been set, and now the masterpiece makes its way to India.
— Xiaomi India (@XiaomiIndia) February 28, 2026
Prepare to immerse yourself in a new era of photography with the #Xiaomi17Series and redefine your world of productivity on the #XiaomiPad8.
Launching in India on 11th March. Stay tuned! pic.twitter.com/rPaUiWcKTq
ଏହା ମଧ୍ୟ ପଢନ୍ତୁ: 110 ବଲିୟନ୍ ଫଣ୍ଡିଙ୍ଗ ସହ Open AI କମ୍ପାନୀ 730 Billion ଡଲାରରେ ପହଞ୍ଚିଲା ଏହା ମଧ୍ୟ ପଢନ୍ତୁ: ମାର୍ଚ୍ଚ 3ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁ ସମୟରେ ଓ କିପରି ଦେଖିବେ ? ଏହା ମଧ୍ୟ ପଢନ୍ତୁ: ଏବେ କାରରେ ଚଲାଇ ପାରିବେ Apple TV |

