ETV Bharat / technology

ଭାରତରେ ଲଞ୍ଚ୍ ହେଲା WhatsApp Meta Business Agent! ଏବେ AI ସମ୍ଭାଳିବ ଗ୍ରାହକ ସେବା, ଜାଣନ୍ତୁ କିପରି

ମେଟା କମ୍ପାନୀ ମୁମ୍ବାଇରେ ଆୟୋଜିତ ନିଜର ତୃତୀୟ ବାର୍ଷିକ ବିଜନେସ୍ ସମିଟ୍‌ରେ ଭାରତୀୟ ବ୍ୟବସାୟୀଙ୍କ ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସେବା ମେଟା ବିଜନେସ୍ ଏଜେଣ୍ଟ ଲଞ୍ଚ୍ କରିଛି ।

WhatsApp Meta BusinessAgent launched in India! Now AI will handle customer service
ଭାରତରେ ଲଞ୍ଚ୍ ହେଲା WhatsApp Meta Business Agent! ଏବେ AI ସମ୍ଭାଳିବ ଗ୍ରାହକ ସେବା (Image Credit: WhatsApp Blog)
author img

By ETV Bharat Tech Team

Published : July 8, 2026 at 5:36 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଭାରତୀୟ ବ୍ୟବସାୟୀ ଏବଂ ଗ୍ରାହକଙ୍କ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ପ୍ରସିଦ୍ଧ ଟେକ୍ କମ୍ପାନୀ ମେଟା (Meta) ଏକ ବଡ଼ ପଦକ୍ଷେପ ନେଇଛି । କମ୍ପାନୀ ବୁଧବାର ଅର୍ଥାତ୍ ଆଜି, 8 ଜୁଲାଇ 2026ରେ ମୁମ୍ବାଇରେ ଆୟୋଜିତ ନିଜର ତୃତୀୟ ବାର୍ଷିକ ବିଜନେସ୍ ସମିଟ୍‌ରେ ଭାରତ ପାଇଁ Meta Business Agent ଲଞ୍ଚ୍ କରିଛି । ଏହା ଏକ ଶକ୍ତିଶାଳୀ ଏଆଇ-ପାୱାର୍ଡ ସର୍ଭିସ୍, ଯାହାକୁ ବିଶେଷ ଭାବେ ବ୍ୟବସାୟ କରୁଥିବା ୟୁଜର୍ସମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହାର ସାହାଯ୍ୟରେ ବ୍ୟବସାୟୀମାନେ ଗ୍ରାହକଙ୍କ ସହ କଥାବାର୍ତ୍ତା, ସେଲ୍ସ ଏବଂ ପ୍ରତିଦିନର କାର୍ଯ୍ୟକୁ ସ୍ୱୟଂଚାଳିତ ବା ଅଟୋମେଟ୍ କରିପାରିବେ । ଏହାର ଅର୍ଥ ହେଉଛି ବ୍ୟବସାୟୀଙ୍କ ବଦଳରେ ଏବେ ଏଆଇ ହିଁ କଷ୍ଟମର ସପୋର୍ଟର ସମସ୍ତ କାମ ସମ୍ଭାଳିବ । ଏହା ସହିତ କମ୍ପାନୀ ବଡ଼ ଏଣ୍ଟରପ୍ରାଇଜେସ ପାଇଁ ମେଟା ବିଜନେସ୍ ଏଜେଣ୍ଟ ପ୍ଲାଟଫର୍ମ ମଧ୍ୟ ଲଞ୍ଚ୍ କରିଛି ।

କିପରି କାମ କରିବ Meta business Agent?

This AI assistant will help businesses provide 24-hour customer support.
ଏହି AI ସହାୟକ ବ୍ୟବସାୟଗୁଡ଼ିକୁ 24 ଘଣ୍ଟା ଗ୍ରାହକ ସହାୟତା ଯୋଗାଇବାରେ ସାହାଯ୍ୟ କରିବ। (Image Credit: WhatsApp Blog)

ମେଟା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଏଆଇ ଆସିଷ୍ଟାଣ୍ଟ ବ୍ୟବସାୟୀମାନଙ୍କୁ 24 ଘଣ୍ଟା ଗ୍ରାହକ ସେବା ଯୋଗାଇବାରେ ସାହାଯ୍ୟ କରିବ । ଏହା ଗ୍ରାହକଙ୍କ ପ୍ରଶ୍ନର ତୁରନ୍ତ ସଠିକ୍ ଉତ୍ତର ଦେଇପାରିବ । ଏହା ବ୍ୟତୀତ ମର୍ଚ୍ଚାଣ୍ଟଙ୍କ କାଟାଲଗ୍‌ରୁ ପ୍ରଡକ୍ଟ ସୁପାରିଶ କରିବା, ଆପଏଣ୍ଟମେଣ୍ଟ ବୁକ୍ କରିବା ଏବଂ ସେଲ୍ସ ବଢ଼ାଇବାରେ ସାହାଯ୍ୟ କରିବ । ଏହି ଏଆଇ ଏଜେଣ୍ଟ ଗ୍ରାହକଙ୍କ ସହ ହୋଇଥିବା କଥାବାର୍ତ୍ତାର ସମଗ୍ର ସାରାଂଶ କିମ୍ବା ରିପୋର୍ଟ ଏବଂ ମିସ୍ ହୋଇଥିବା ସୂଚନାର ଅପଡେଟ୍ ମଧ୍ୟ ବ୍ୟବସାୟ ମାଲିକଙ୍କୁ ପ୍ରଦାନ କରିବ । ଆବଶ୍ୟକ ପଡ଼ିଲେ ବ୍ୟବସାୟୀମାନେ ଏହି ଏଆଇ ଏଜେଣ୍ଟକୁ ଏଭଳି ଭାବେ ସେଟିଂ କରିପାରିବେ, ଯାହା ଦ୍ୱାରା ଜଟିଳ ସମସ୍ୟା ଗୁଡ଼ିକ ସିଧାସଳଖ ଜଣେ ହ୍ୟୁମାନ ପ୍ରତିନିଧିଙ୍କ ପାଖକୁ ଟ୍ରାନ୍ସଫର ହୋଇଯିବ । ଭାରତରେ ସ୍ୱିଗି, ମଧୁଲିକା ଏଣ୍ଟରପ୍ରାଇଜେସ ଏବଂ କୈଜନ ଆଡଭେଞ୍ଚର୍ସ ଭଳି କମ୍ପାନୀଗୁଡ଼ିକ ପୂର୍ବରୁ ଏହି ପ୍ଲାଟଫର୍ମର ସଫଳ ବ୍ୟବହାର କରୁଛନ୍ତି ।

ଏହି ଏଆଇ ଆସିଷ୍ଟାଣ୍ଟ ମର୍ଚ୍ଚାଣ୍ଟଙ୍କ କାଟାଲଗ୍‌ରୁ ପ୍ରଡକ୍ଟ ସୁପାରିଶ କରିବା, ଆପଏଣ୍ଟମେଣ୍ଟ ବୁକ୍ କରିବା ଏବଂ ସେଲ୍ସ ବଢ଼ାଇବାରେ ସାହାଯ୍ୟ କରିବ ।
Can recommend products from the merchant's catalog. (Image Credit: WhatsApp Blog)

ବିଜନେସ୍ ଡିସକଭରୀ ଏବଂ ନୂଆ ପ୍ରାଇସିଂ ମଡେଲ୍:

ଏହି ନୂଆ ଏଆଇ ସେବା ସହିତ ହ୍ୱାଟ୍ସଆପ୍ ନିଜ ପ୍ଲାଟଫର୍ମରେ ନୂଆ ବିଜନେସ୍ ଡିସକଭରୀ ଫିଚର୍ସ ମଧ୍ୟ ସାମିଲ କରିଛି । ଏହାର ସାହାଯ୍ୟରେ ସାଧାରଣ ୟୁଜର୍ସମାନେ ହ୍ୱାଟ୍ସଆପ୍ ସର୍ଚ୍ଚ ବାର୍‌ରେ ସିଧାସଳଖ ଯେକୌଣସି ବ୍ୟବସାୟର ନାମ ସର୍ଚ୍ଚ କରି ସେମାନଙ୍କୁ ଖୋଜିପାରିବେ । ଏହା ବ୍ୟତୀତ ବ୍ୟବସାୟୀମାନେ ନିଜର ବିଜନେସ୍ କଣ୍ଟାକ୍ଟକୁ ଗ୍ରାହକଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ସହ ସହଜରେ ଶେୟାର କରିପାରିବେ ।

WhatsApp has also introduced new discovery features.
ହ୍ୱାଟସଆପ୍ ନୂତନ ଡିସ୍କଭରୀ ଫିଚର ମଧ୍ୟ ପ୍ରଚଳନ କରିଛି । (Image Credit: WhatsApp Blog)

ମେଟାର କହିବା ଅନୁଯାୟୀ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାହକମାନେ ଯେମିତି ମେସେଜିଂ ଆପ୍ ନଛାଡ଼ି ସହଜରେ ମର୍ଚ୍ଚାଣ୍ଟମାନଙ୍କୁ ପାଇପାରିବେ । ଏହି ପ୍ଲାଟଫର୍ମ ବଡ଼ ସ୍ତରରେ କାମ କରିବା ପାଇଁ Shopify, Zendesk ଏବଂ Shopee ଭଳି ବିଜନେସ୍ ସିଷ୍ଟମ ସହିତ ମଧ୍ୟ ସଂଯୁକ୍ତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସ ଆରମ୍ଭରେ କମ୍ପାନୀ ହ୍ୱାଟ୍ସଆପ୍ ବିଜନେସ୍ ପ୍ଲାଟଫର୍ମ ପାଇଁ ଏକ ନୂଆ ଟୋକନ୍-ବେସଡ୍ ପ୍ରାଇସିଂ ମଡେଲ୍ ମଧ୍ୟ ଉପସ୍ଥାପନ କରିଥିଲା ।

ଏହା ମଧ୍ୟ ପଢନ୍ତୁ:

ଭାରତରେ ଲଞ୍ଚ୍ ହେଲା Yamahaର ସବୁଠାରୁ ଦମଦାର୍ ଇଲେକ୍ଟ୍ରିକ୍ ସ୍କୁଟର Aerox E! ଜାଣନ୍ତୁ ସୁପର ଫିଚର୍ସ

ମାତ୍ର 2.55 ଲକ୍ଷରେ 140 କିମି ରେଞ୍ଜ୍! ଲଞ୍ଚ୍ ହେଲା Piaggioର ନୂଆ ଇଲେକ୍ଟ୍ରିକ୍ ଅଟୋ, ଜାଣନ୍ତୁ ଫିଚର୍ସ

ଭାରତରେ ଏଣ୍ଟ୍ରି କଲା Nothing Phone 4b! ଜାଣନ୍ତୁ କଣ ରହିଛି ମୂଲ୍ୟ