ETV Bharat / technology

WhatsAppରେ ଆସିଲା ନୂଆ ଫିଚର୍ସ, ଗ୍ରୁପ ଚାର୍ଟ ହେବ ଆହୁରି ମଜାଦାର

ଗ୍ରୁପ୍ ଚାଟ୍ ମଧ୍ୟରେ ଉପଭୋକ୍ତା ପରସ୍ପର ସହିତ ଚାଟ୍ କରିବା ଅନୁଭବକୁ ଉନ୍ନତ କରିବା ପାଇଁ WhatsApp ମେମ୍ବର ଟ୍ୟାଗ୍, ଟେକ୍ସଟ୍ ଷ୍ଟିକର ଏବଂ ଇଭେଣ୍ଟ ରିମାଇଣ୍ଡ ଫିଚର୍ସର ଲଞ୍ଚ କରିଛି ।

Meta enhances WhatsApp Group Chats with new tools
ମେଟା ନୂଆ ଫିଚର୍ସ ସହିତ ହ୍ୱାଟସଆପ ଗ୍ରୁପ୍ ଚାଟକୁ ଉନ୍ନତ କରୁଛି (Image Credits: WhatsApp Blog)
author img

By ETV Bharat Odisha Team

Published : January 8, 2026 at 3:41 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍ ଆପ୍(WhatsApp)ଗ୍ରୁପ ଚାଟ୍ସକୁ ନେଇ କିଛି ନୂଆ ଫିଚର୍ସ ଲଞ୍ଚ କରିଛି । ଏହା ମଧ୍ୟରେ ମେମ୍ବର ଟ୍ୟାଗ୍(Member Tag), ଟେକ୍ସଟ ଷ୍ଟିକରସ୍ (Text Stickers) ଏବଂ ଇଭେଣ୍ଟ ରିମାଇଣ୍ଡର (Event Reminder) ଭଳି ଫିଚର ରହିଛି । ଏହି ନୂଆ ଫିଚର୍ସ ୟୁଜର୍ସଙ୍କ ଗ୍ରୁପ୍ ଚାଟର ଅନୁଭବକୁ ବଢାଇବାରେ ସାହାଯ୍ୟ କରିବ ବୋଲି ମେଟା ଦ୍ବାରା ଅଧିକୃତ ଏହି କମ୍ପାନୀ କହିଛି । ଏହା ଦ୍ବାରା ବ୍ୟକ୍ତି ନିଜକୁ ଗ୍ରୁପରେ ଅତି ସହଜରେ ଓ ଭିନ୍ନ ଉପାୟରେ ଉପସ୍ଥାପିତ କରିପାରିବେ ।

ଏହି ଅପ୍‌ଡେଟ ମଧ୍ୟରେ ଆପଣ ଗ୍ରୁପ୍‌ରେ 2 GB ପର୍ଯ୍ୟନ୍ତ HD କ୍ବାଲିଟିର ମିଡିଆ ଆଦାନପ୍ରଦାନ କରିପାରିବେ । ସ୍କ୍ରିନ ସେୟାର, ଭଏସ୍ ଚାଟ ସହିତ ଆହୁରି ଅନେକ ନୂଆ ଫିଚର ଏହି ଗ୍ରୁପ୍ ଚାଟ୍ସରେ ଆପଣ ବ୍ୟବହାର କରିପାରିବେ । ଏହା ୟୁଜର୍ସଙ୍କୁ ଗ୍ରୁପ୍ ଚାଟର ଅନୁଭବକୁ ଆହୁରି ଉନ୍ନତ କରିବ ବୋଲି କୁହାଯାଇଛି । ଚାଲନ୍ତୁ ଦେଖିବା ଏହି ଅପ୍‌ଡେଟ ସହିତ କେଉଁ ନୂଆ ଫିଚର୍ସ ସବୁ ଆସିଛି ।

ମେମ୍ବର ଟ୍ୟାଗ (Member Tag):

ବେଳେ ବେଳେ କୌଣସି ଗ୍ରୁପରେ ଆପଣ କିଛି ସଦସ୍ୟଙ୍କୁ ଜାଣିନଥାନ୍ତି । ଏହା ଫଳରେ କିଛି ମାତ୍ରାରେ ଦ୍ବନ୍ଦ୍ବ ମଧ୍ୟ ସୃଷ୍ଟି ହୋଇଥାଏ । ଏହାର ସମାଧାନ ପାଇଁ ହ୍ବାଟସ୍ ଆପ୍ ମେମ୍ବର ଟ୍ୟାଗ ଭଳି ଫିଚର ଲଞ୍ଚ କରିଛି । ଏହା ଦ୍ବାରା ୟୁଜର୍ସ ନିଜକୁ ଏକ ଟ୍ୟାଗ ଦେଇପାରିବେ, ଯାହା ଗ୍ରୁପ୍ ସଦସ୍ୟଙ୍କୁ ପରସ୍ପରକୁ ଚିହ୍ନିବାରେ ସାହାଯ୍ୟ କରିବ । ଏହି ଟ୍ୟାଗକୁ ଆପଣ ନିଜ ମୁତାବକ ମଜାଦାର ମଧ୍ୟ ବନାଇପାରିବେ । ଉଦାହରଣ ସ୍ବରୁପ: 'ଦ ପ୍ଲାନର' କିମ୍ବା 'ଦାୟିତ୍ବବାନ ସଦସ୍ୟ' ଭଳି ଟ୍ୟାଗ ନିଜ ପାଇଁ ରଖିପାରିବେ ।

ଆପଣ ବିଭିନ୍ନ ଗ୍ରୁପ୍‌ରେ ନିଜର ଭିନ୍ନ ଭିନ୍ନ ଟ୍ୟାଗ୍ ଚୟନ କରିପାରିବେ । ଉଦାହରଣ ସ୍ବରୁପ ଆପଣ ନିଜ ସାଙ୍ଗ ଗ୍ରୁପ୍‌ରେ ନିଜର ଟ୍ୟାଗ୍ 'ଦ ପ୍ଲାନର' ରଖିବା ସହିତ ଆପଣଙ୍କ ଖେଳୁଥିବା ଖେଳସାଥୀଙ୍କ ଗ୍ରୁପ୍‌ରେ ନିଜର ଟ୍ୟାଗ୍ 'ଗୋଲକିପର' ରଖିପାରିବେ ।

ହ୍ବାଟସ୍ ଆପ୍ ଗ୍ରୁପ୍‌ରେ ଟେକ୍ସଟ ଷ୍ଟିକର(Text Stickers):

ଆମର ଦୈନନ୍ଦିନ ଜୀବନରେ ମେସେଜ କରିବା ସମୟରେ ଷ୍ଟିକର ଏକ ବହୁ ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇପଡିଛି । ଯେଉଁଥିପାଇଁ ହ୍ବାଟସ୍ ଆପ୍ ଟେକ୍ସଟ ମେସେଜକୁ ଷ୍ଟିକରରେ ପରିବର୍ତ୍ତନ କରିବାର ଫିଚର ଆଣିଛି । ଯାହା ଦ୍ବାରା ଆପଣଙ୍କ ମେସେଜ ଗ୍ରୁପ୍‌ରେ ସମସ୍ତଙ୍କ ଠାରୁ ଟିକେ ନିଆରା ଲାଗିବ । ୟୁଜର୍ସମାନେ ସହଜରେ ନିଜର ଟେକ୍ସଟ ଲେଖି ନିଜ ପସନ୍ଦ ହିସାବରେ ଷ୍ଟିକର ବିକଳ୍ପ ବାଛି ଗ୍ରୁପ୍ ଚାଟ୍‌ରେ ପଠାଇପାରିବେ ।

ଇଭେଣ୍ଟ ରିମାଇଣ୍ଡର:

ହ୍ବାଟସ୍ ଆପ୍ ପ୍ରଥମ ଥର ପାଇଁ ଗ୍ରୁପ୍ ଚାଟ୍‌ରେ ଇଭେଣ୍ଟ ରିମାଇଣ୍ଡର ଭଳି ଫିଚର ଆଣିବାକୁ ଯାଉଛି । ଯାହା ଆପଣଙ୍କ କୌଣସି ଇଭେଣ୍ଟ ପ୍ଲାନିଂର ଅନୁଭବକୁ ଆହୁରି ମଧୁର କରିବ । ୟୁଜର୍ସ ନିଜ ମୁତାବକ ଆଗୁଆ ରିମାଇଣ୍ଡର ସେଟ୍ କରିପାରିବେ । ଆପଣଙ୍କ ପାର୍ଟିରେ ଯେଉଁ ସଦସ୍ୟଙ୍କୁ ଆମନ୍ତ୍ରଣ କରିବାକୁ ଚାହୁଁଛନ୍ତି ତାଙ୍କୁ ମଧ୍ୟ ଇଭେଣ୍ଟ ରିମାଇଣ୍ଡର ମାଧ୍ୟମରେ ନିମନ୍ତ୍ରଣ କରିପାରିବେ । ଏହା ସହିତ ସଦସ୍ୟଙ୍କୁ ଇଭେଣ୍ଟର ସମୟ, ତାରିଖ ଓ ସ୍ଥାନ ବିଷୟରେ ମଧ୍ୟ ସୂଚନା ଦେଇପାରିବେ ।

ଏହା ମଧ୍ୟ ପଢନ୍ତୁ: