ETV Bharat / technology

Vivo T5 5G: ଭାରତରେ ଲଞ୍ଚ ହେଲା ଭିଭୋର ଅଲ୍ଟ୍ରା-ସ୍ଲିମ୍ ଫୋନ୍, ମିଳିବ 7050mAh ର ଶକ୍ତିଶାଳୀ ବ୍ୟାଟେରୀ, ଜାଣନ୍ତୁ ଫିଚର୍ସ

ଭିଭୋ ଭାରତୀୟ ବଜାରରେ ତାର ନୂଆ ସ୍ମାର୍ଟଫୋନ୍ Vivo T5 ଲଞ୍ଚ କରିଛି, ଯେଉଁଥିରେ ଗ୍ରାହକଙ୍କୁ 7,050mAhର ବ୍ୟାଟେରୀ ସହ ଅତ୍ୟାଧୁନିକ AI ପ୍ରୋସେସର ମିଳିବ ।

The starting price of the Vivo T5 smartphone has been kept at Rs 34,999, in which customers will get 6GB RAM and 128GB storage variants.
Vivo T5 ସ୍ମାର୍ଟଫୋନର ପ୍ରାରମ୍ଭିକ ମୂଲ୍ୟ 34,999 ଟଙ୍କା ରଖାଯାଇଛି, ଯେଉଁଥିରେ ଗ୍ରାହକଙ୍କୁ 6GB ରାମ୍ ଏବଂ 128GB ଷ୍ଟୋରେଜ୍‌ ଭେରିଏଣ୍ଟ ମିଳିବ । (Image Credit: Vivo)
author img

By ETV Bharat Tech Team

Published : September 2, 2026 at 6:03 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଭିଭୋ (Vivo) ଭାରତରେ ତାର ନୂଆ ସରିଜ୍‌-ଟି ଲାଇନ୍ ଅପ୍‌ରେ ଏକ ନୂଆ ଫୋନ ଲଞ୍ଚ କରିଛି । ଏହି ଫୋନର ନାମ Vivo T5 । ତେବେ ଏହି ଫୋନରେ ମୁଖ୍ୟତଃ ଏକ ଦ୍ରୁତ ପ୍ରୋସେସର, ଅନ୍-ଡିଭାଇସ୍ AI, ଦମ୍‌ଦାର ବ୍ୟାଟେରୀ ଏବଂ ଏକ ଉନ୍ନତ ଡିସପ୍ଲେ ଦିଆଯାଇଛି । ଏହାକୁ ଦୁଇଟି ରଙ୍ଗର ବିକଳ୍ପରେ ଲଞ୍ଚ କରାଯାଇଛି ଏବଂ ସବୁଠୁ ବଡ଼ କଥା ହେଉଛି ଏହାର ସିଲଭର୍‌ ଗ୍ରୀନ୍ ଭେରିଏଣ୍ଟରେ ଏକ ସ୍ୱତନ୍ତ୍ର କ୍ରିଷ୍ଟଲ ପ୍ରୋସେସ୍ ଟେକ୍ନୋଲୋଜି ବ୍ୟବହାର ହୋଇଛି, ଯାହା ଦ୍ୱାରା ଫୋନର ରଙ୍ଗ ବଦଳୁଥିବା ପରି ଦେଖାଯାଏ । ତେବେ ଆସନ୍ତୁ ଏହି ଫୋନ୍‌ର ସ୍ପେସିଫିକେସନ୍ ଓ ଫିଚର୍ସ ସମ୍ପର୍କରେ ଜାଣିବା ।

Vivo T5ର ମୂଲ୍ୟ, ଅଫର୍‌ ଏବଂ ବିକ୍ରି ତାରିଖ:

ଭାରତରେVivo T5 ସ୍ମାର୍ଟଫୋନ ପ୍ରାରମ୍ଭିକ ମୂଲ୍ୟ 34,999 ଟଙ୍କା ରଖାଯାଇଛି, ଯେଉଁଥିରେ ଗ୍ରାହକଙ୍କୁ 6GB ରାମ୍ ଏବଂ 128GB ଷ୍ଟୋରେଜ୍‌ ଭେରିଏଣ୍ଟ ମିଳିବ । ବ୍ୟାଙ୍କ ଅଫର୍ ବିଷୟରେ କହିବାକୁ ଗଲେ, HDFC, SBI ଏବଂ Axis ବ୍ୟାଙ୍କ କାର୍ଡ ମାଧ୍ୟମରେ ପେମେଣ୍ଟ କଲେ ବେସ୍ ମଡେଲ ଉପରେ 3,500 ଟଙ୍କା ଏବଂ ଅନ୍ୟ ସମସ୍ତ ମଡେଲ ଉପରେ ସିଧାସଳଖ 4,000 ଟଙ୍କାର ରିହାତି ବା ଡିସକାଉଣ୍ଟ ମିଳିବ । ଆସନ୍ତା 9 ସେପ୍ଟେମ୍ବର 2026ରୁ ଏହି ଫୋନର ବିକ୍ରି ଫ୍ଲିପକାର୍ଟ (Flipkart), ଭିଭୋ ଇ-ଷ୍ଟୋର ଏବଂ ଅଫଲାଇନ୍ ରିଟେଲର୍ସଙ୍କ ନିକଟରେ ଆରମ୍ଭ ହେବ । ଏହା ସହିତ ଗ୍ରାହକଙ୍କ ପାଇଁ 6 ମାସର ନୋ-କଷ୍ଟ EMIର ସୁବିଧା ମଧ୍ୟ ଉପଲବ୍ଧ ରହିଛି ।

ଭେରିଏଣ୍ଟରିଟେଲ୍ ମୂଲ୍ୟଲଞ୍ଚ ଅଫର ମୂଲ୍ୟ
6GB+128GB34,99931,499
8GB+128GB39,99935,999
8GB+256GB44,99940,999
12GB + 256GB49,99945,999

ପ୍ରୋସେସର ଏବଂ ଡିସପ୍ଲେ:

Vivo T5ରେ 6.83 ଇଞ୍ଚର 1.5K 3D କର୍ଭଡ୍ ଆମୋଲେଡ୍ ସ୍କ୍ରିନ୍ ଦିଆଯାଇଛି, ଯାହା 144Hzର ସୁପର ସ୍ମୁଥ୍ ରିଫ୍ରେସ୍ ରେଟ୍‌କୁ ସପୋର୍ଟ କରେ । ଏହାର ବ୍ରାଇଟନେସ୍ 2000 ନିଟ୍ସ ପର୍ଯ୍ୟନ୍ତ ରହିଛି । ଆଖିର ସୁରକ୍ଷା ପାଇଁ ଏଥିରେ ଆଣ୍ଟି-ଫାଟିଗ୍ ବ୍ରାଇଟନେସ୍ ଆଡଜଷ୍ଟମେଣ୍ଟ ଏବଂ ସ୍ଲିପ୍ କମ୍ଫର୍ଟ ମୋଡ୍ ଭଳି ସୁବିଧା ରହିଛି । ଫୋନର ସ୍ପିଡ୍ ବଢ଼ାଇବା ପାଇଁ ଏଥିରେ ମିଡିଆଟେକ୍ ଡାଇମେନସିଟି 7500 ଟର୍ବୋ ପ୍ରୋସେସର ବ୍ୟବହାର କରାଯାଇଛି, ଯାହା 4nm ପ୍ରକ୍ରିୟାରେ ନିର୍ମିତ ।

ଏହି ଚିପ୍‌ସେଟ୍ ଅନ-ଡିଭାଇସ୍ AI କାର୍ଯ୍ୟକୁ ବହୁତ ସହଜରେ ପରିଚାଳନା କରିପାରେ । ଗେମିଂ ସମୟରେ ଫୋନ୍ ଯେପରି ଗରମ ନହେବ, ସେଥିପାଇଁ ଏଥିରେ 3,800 mm² ର ଏକ ବଡ଼ ଭେପର ଚାମ୍ବର କୂଲିଂ ୟୁନିଟ୍ ସହିତ 10ଟି ତାପମାତ୍ରା ସେନ୍ସର ଲଗାଯାଇଛି । ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ 16 ଆଧାରିତ OriginOS 6.0 ରେ ଚାଲିବ, ଯେଉଁଥିରେ 3ଟି ବଡ଼ ଆଣ୍ଡ୍ରଏଡ୍ ଅପଗ୍ରେଡ୍ ଏବଂ 5 ବର୍ଷର ସିକ୍ୟୁରିଟି ଅପଡେଟ୍ ମିଳିବ ।

ବ୍ୟାଟେରୀ ଏବଂ କ୍ୟାମେରା ସେଟ୍‌ଅପ୍:

ଫଟୋଗ୍ରାଫି ପାଇଁ ଫୋନର ପଛ ପଟେ 50 ମେଗାପିକ୍ସେଲର Sony IMX882 ମୁଖ୍ୟ କ୍ୟାମେରା ରହିଛି, ଯେଉଁଥିରେ 4-axis OIS ଏବଂ ସୋନି ଅଉରା ଲାଇଟ୍ ଦିଆଯାଇଛି । ଏହା ସହିତ 8 ମେଗାପିକ୍ସେଲର ଅଲ୍ଟ୍ରା-ୱାଇଡ୍ କ୍ୟାମେରା ଏବଂ ଫ୍ରଣ୍ଟରେ 32 ମେଗାପିକ୍ସେଲର ସେଲଫି କ୍ୟାମେରା ରହିଛି । ଏହି ଫୋନର ଦୁଇଟି ଯାକ କ୍ୟାମେରା ମାଧ୍ୟମରେ ଆପଣ 4K ଭିଡିଓ ରେକର୍ଡିଂ କରିପାରିବେ । ଏଥିରେ AI Erase 2.0 ଏବଂ ବୋକେ ଫ୍ଲେୟାର ଭଳି ଫିଚର୍ସ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏତେ ପତଳା ଡିଜାଇନ୍ ସତ୍ତ୍ୱେ ଏଥିରେ 7,050mAh ର ଏକ ଦମ୍‌ଦାର ବ୍ୟାଟେରୀ ଦିଆଯାଇଛି । ଏହି ବ୍ୟାଟେରୀ 1,600 ଚାର୍ଜ ସାଇକଲ୍ ପରେ ମଧ୍ୟ 80 ପ୍ରତିଶତ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ ବୋଲି କମ୍ପାନୀ ଦାବି କରିଛି । ଏହାକୁ ଚାର୍ଜ କରିବା ପାଇଁ 44Wର ଫ୍ଲାସ୍‌ଚାର୍ଜ ସପୋର୍ଟ ମିଳୁଛି, ଯାହା ମାତ୍ର 30 ମିନିଟ୍‌ରେ ଫୋନକୁ 44 ପ୍ରତିଶତ ଚାର୍ଜ କରିଦିଏ । ଫୋନକୁ ପାଣି ଓ ଧୂଳିରୁ ସୁରକ୍ଷିତ ରଖିବା ପାଇଁ ଏହାକୁ IP68 ଏବଂ IP69ର ରେଟିଂ ମଧ୍ୟ ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:

Philips New Phone: ଫିଲିପ୍ସ ଆଣିଲା ଦମଦାର 5G ସ୍ମାର୍ଟଫୋନ୍, ମାତ୍ର ଏତିକି ଟଙ୍କାରେ ମିଳିବ 5700mAh ବ୍ୟାଟେରୀ

ISRO Mission: 4 ସେପ୍ଟେମ୍ବରରେ ଇସ୍ରୋର ବଡ଼ ମିଶନ, ରକେଟ୍ ଲଞ୍ଚ ଦେଖିବା ପାଇଁ ମିଳୁଛି ମାଗଣା ପଞ୍ଜୀକରଣର ସୁବିଧା !

Cyber Alert: ସାବଧାନ! ଫେସବୁକ୍-ଇନଷ୍ଟାଗ୍ରାମରେ ଅଶ୍ଳୀଳ ଆପ୍ ବିଜ୍ଞାପନ ଜରିଆରେ ଲୁଟୁଛନ୍ତି ସାଇବର ଅପରାଧୀ