ମାର୍ଚ୍ଚ 3ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁ ସମୟରେ ଓ କିପରି ଦେଖିବେ ?
ଏହି ଦିନ 2026 ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ । ଭାରତର ଅଧିକାଂଶ ଅଞ୍ଚଳବାସୀ ଏହାର ଆଶିଂକ ଗ୍ରହଣ ଦେଖିପାରିବେ, କିନ୍ତୁ ଉତ୍ତର ଭାରତର କିଛି ଅଞ୍ଚଳ ପୂର୍ଣ୍ଣଗ୍ରହଣ ଦେଖିବାର ଆନନ୍ଦ ଉଠାଇ ପାରିବେ।

Published : February 28, 2026 at 4:31 PM IST
FIRST LUNAR ECLIPSE YEAR 2026, ହାଇଦ୍ରାବାଦ: ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ମାସରେ ଘଟିବାକୁ ଯାଉଛି । ମାର୍ଚ୍ଚ ମାସ 3 ତାରିଖରେ ହେବାକୁ ଯାଉଛି ଏ ବର୍ଷର ସବୁଠାରୁ ବଡ ଚନ୍ଦ୍ରଗ୍ରହଣ । ଏହା ଖାଲି ଆଖିରେ ଦୃଶ୍ୟମାନ ହେବ । ତଥାପି, ଏହାକୁ ଦେଖିବା ପାଇଁ ସ୍ୱଚ୍ଛ ଆକାଶ ଏବଂ ଏକ ଶାନ୍ତ ମୁହୂର୍ତ୍ତ ଆବଶ୍ୟକ । ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ କାହିଁକି ହୁଏ ଏବଂ ଭାରତୀୟ ସମୟ ଅନୁସାରେ ଚନ୍ଦ୍ରଗ୍ରହଣର କେଉଁ ସମୟରେ ଦେଖିହେବ ।
ଚନ୍ଦ୍ରଗ୍ରହଣ କାହିଁକି ହୁଏ?
ଯେତେବେଳେ ଚନ୍ଦ୍ର, ପୃଥିବୀ ଆଉ ସୂର୍ଯ୍ୟ ଏକ ସରଳ ରେଖାରେ ଅବସ୍ଥାନ କରନ୍ତି ଏବଂ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଅବସ୍ଥାନ କରେ ସେହି ଦିନ ସୂର୍ଯ୍ୟଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ପାରେନାହିଁ । ସେହି ସମୟରେ ପୃଥିବୀର ଛାଇ ଚନ୍ଦ୍ରଙ୍କ ଉପରେ ପଡ଼େ ଏବଂ ଚନ୍ଦ୍ର ଲାଲ୍ ଦେଖାଯାଆନ୍ତି, ଏହି ସମୟକୁ ଚନ୍ଦ୍ରଗ୍ରହଣ ବୋଲି କୁହାଯାଏ । ଏହି ସମୟ ମଧ୍ୟରେ, ଚନ୍ଦ୍ର ମଳିନ କିମ୍ବା ଲାଲ ଦେଖାଯାଇପାରେ ।
ଏହି ଲାଲ ରଙ୍ଗର ଚନ୍ଦ୍ରକୁ "ରକ୍ତ ଚନ୍ଦ୍ର" କୁହାଯାଏ । ଉଲ୍ଲେଖନୀୟ ଯେ, ପ୍ରତିବର୍ଷ ସାରା ବିଶ୍ୱରେ କିଛି ଥର ଚନ୍ଦ୍ରଗ୍ରହଣ ହୁଏ । ତଥାପି, ସମସ୍ତ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହୁଏ ନାହିଁ, ଯାହା ଏହି ବିଶେଷ ଘଟଣାକୁ ଅନନ୍ୟ କରିଥାଏ ।
ଭାରତୀୟ ସମୟ ଅନୁସାରେ ଚନ୍ଦ୍ରଗ୍ରହଣର ସମୟ
ସମୟ ଓ ତାରିଖକୁ ନେଇ ଉପଲବ୍ଧ ଥିବା ଡାଟା ବା ଇଣ୍ଡିଆନ ଷ୍ଟାଣ୍ଡର୍ଡ ଟାଇମ(IST) ଅନୁସାରେ ସମୟ କିଛି ଏହି ପ୍ରକାରର ଅଛି:
- ଖଣ୍ଡଛାୟା ଯୁକ୍ତ(Penumbral) ପର୍ଯ୍ୟାୟ ଆରମ୍ଭ: 4.58 PM IST
- ଚନ୍ଦ୍ରଗ୍ରହଣର ଆରମ୍ଭ ସମୟ: 4.58 PM IST
- ଚନ୍ଦ୍ରଗ୍ରହଣର ସମାପ୍ତ ସମୟ: 5.32 IST
- ଖଣ୍ଡଛାୟା ଯୁକ୍ତ(Penumbral) ପର୍ଯ୍ୟାୟ ସମାପ୍ତ: 7.53 IST
କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଖିବାକୁ ଗଲେ ଏହି ସମୟ ହେଉଛି ଚନ୍ଦ୍ର ଉଦୟ ହେବାର ସମୟ ତେଣୁ, ଭାରତର ପ୍ରାୟ ସମସ୍ତ ଅଞ୍ଚଳରେ ଦର୍ଶକ ମାନେ କେବଳ ଏହାର ଶେଷ ସମୟକୁ ହିଁ ଦେଖିପାରିବେ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସମୟ ସୂର୍ଯ୍ୟ ଅସ୍ତ ହେବାର ସମୟ, ତେଣୁ ଚନ୍ଦ୍ରଗ୍ରହଣକୁ ପାଖାପାଖି 20 ସମୟ ପର୍ଯ୍ୟନ୍ତ ଦେଖିହେବ । ଖୁସିର କଥା ହେଉଛି କି ଏହି ମହାଜାଗତିକ ଦୃଶ୍ୟକୁ ଦେଖିବା ପାଇଁ ଆପଣଙ୍କୁ ଅଧିକ ସମୟ ଧରି ଜାଗ୍ରତ ରହିବାର ଆବଶ୍ୟକତା ନାହିଁ । ସନ୍ଧ୍ୟାର କିଛି ସମୟ ଯଦି ଆପଣ ନିଜର ଛାତ କିମ୍ବା କୌଣସି ଏକ ଉଚ୍ଚ ସ୍ଥାନକୁ ଯାଆନ୍ତି, ତେବେ ଏହି ଅପୂର୍ବ ଦୃଶ୍ୟ ଦେଖିବାର ଆନନ୍ଦ ନେଇ ପାରିବେ ।
କେଉଁ କେଉଁ ସହରର ଲୋକମାନେ ଦେଖିପାରିବେ ?
ଦେଖିବାକୁ ଗଲେ ଭାରତର ଅଧିକାଂଶ ଅଞ୍ଚଳବାସୀ ଏହାର ଆଶିଂକ ଗ୍ରହଣ ଦେଖିପାରିବେ । କିନ୍ତୁ ଉତ୍ତର ଭାରତର କିଛି ଅଞ୍ଚଳ ପୂର୍ଣ୍ଣଗ୍ରହଣ ଦେଖିବାର ଆନନ୍ଦ ଉଠାଇ ପାରିବେ ଓ ଦେଖିପାରିବେ ଯେ ଗ୍ରହଣ ସମୟରେ କିପରି ଚନ୍ଦ୍ର ପୃଥିବୀର ଛାଇ ଦ୍ୱାରା ସମ୍ପୂର୍ଣ ଆଚ୍ଛାଦିତ ହୋଇଯାଉଛି ।
ଯେଉଁ ସହରଗୁଡ଼ିକରେ ଶତ ପ୍ରତିଶତ କୁହୁଡ଼ି ରହିବ ବୋଲି ଆଶା କରାଯାଉଛି, ସେଗୁଡ଼ିକ ହେଉଛି ଦିବ୍ରୁଗଡ଼ (ଆସାମ), ଦିସପୁର (ଆସାମ), ଗୌହାଟୀ (ଆସାମ), ଇଟାନଗର (ଅରୁଣାଚଳ ପ୍ରଦେଶ) ଏବଂ ଶିଲଂ (ମେଘାଳୟ)।
ରିପୋର୍ଟ ଅନୁସାରେ, ଏହି ଅଞ୍ଚଳଗୁଡ଼ିକରେ ଅପରାହ୍ନରେ ପ୍ରାୟତଃ ମେଘୁଆ ଆକାଶ ରହିବ ଏବଂ ସନ୍ଧ୍ୟା ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହିପାରେ, ସହର ହିସାବରେ ସବୁଠାରୁ ଅଧିକ ବାଦଲ ସନ୍ଧ୍ୟା ୫:୧୦ ରୁ ସନ୍ଧ୍ୟା ୫:୨୫ ମଧ୍ୟରେ ଶୀର୍ଷରେ ପହଞ୍ଚିବ ବୋଲି ଆଶା କରାଯାଉଛି ।
କିପରି ଦେଖିବେ ଏହି ଚନ୍ଦ୍ରଗ୍ରହଣ ?
ଏହି ଚନ୍ଦ୍ରଗ୍ରହଣ ଦେଖିବା ବହୁତ ସହଜ ହେବ ଏବଂ ଆପଣଙ୍କୁ କୌଣସି ବିଶେଷ ଉପକରଣର ଆବଶ୍ୟକତା ପଡ଼ିବ ନାହିଁ । ସୂର୍ଯ୍ୟଗ୍ରହଣ ପରି, ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ଆପଣଙ୍କୁ ବିଶେଷ ଚଷମାର ଆବଶ୍ୟକତା ନାହିଁ । ଯଦି ଆପଣଙ୍କ ପାଖରେ ଦୂରବୀକ୍ଷଣ ଯନ୍ତ୍ର ଅଛି, ତେବେ ଆପଣ ଏକ ଭଲ ଦୃଶ୍ୟ ଦେଖିପାରିବେ ।
ଏହି ଦୃଶ୍ୟ ଦେଖିବା ପାଇଁ ଆପଣଙ୍କୁ ଏପରି ଏକ ଜାଗା ଦେଖିବାକୁ ହେବ ଯେଉଁଠାରେ ଆପଣଙ୍କ ପୂର୍ବ ଦିଗ ସମ୍ପୂର୍ଣ୍ଣ ସ୍ପଷ୍ଟ ଥିବ । ଯଦି ଆକାଶ ନିର୍ମଳ ଥିବ, ତେବେ ଏହି ଛାଇ ଆଲୁଅର ଖେଳର ମଜା ନେଇପାରିବେ । ମାର୍ଚ୍ଚ 3, 2026 ର ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଭାରତରେ ଅନେକଙ୍କ ପାଇଁ ଏକ ଛୋଟ ଅଭିଜ୍ଞତା ହୋଇପାରେ ।
ଅଧିକ ପଢ଼ନ୍ତୁ : ଭାରତର ନୂଆ ଏଆଇ ନିୟମ ପରେ X ଆଣୁଛି 'Made With AI' ଅଧିକ ପଢ଼ନ୍ତୁ : ଏବେ କାରରେ ଚଲାଇ ପାରିବେ Apple TV ଅଧିକ ପଢ଼ନ୍ତୁ : ଟେକ୍ସଟ୍ ଓ ଫଟୋରୁ ହୋଇପାରିବ ମ୍ୟୁଜିକ୍, Gemini ଆପ୍ ଲଞ୍ଚ କଲା Lyria 3 AI |

