ETV Bharat / technology

ଭାରତରେ ଲଞ୍ଚ ହେଲା Tata Sierra EV କାର୍: ଥରେ ଚାର୍ଜ ହେଲେ ଚାଲିବ 500 କିଲୋମିଟର, ମାତ୍ର 5.8 ସେକେଣ୍ଡରେ 0 ରୁ 100 ସ୍ପିଡ୍

Tata Motorsର ପୁରସ୍କାରପ୍ରାପ୍ତ SUV Tata Sierra ଭାରତରେ ଇଭି (EV) ଭର୍ସନ ଲଞ୍ଚ କରିଛି ।କମ୍ପାନୀ 665 କିଲୋମିଟର ରେଞ୍ଜ ଧାର୍ଯ୍ୟ କରିଥିବା ବେଳେ ଏଥିରେ ଅଛି ଡୁଆଲ୍ ମୋଟର ପରଫରମାନ୍ସ ବ୍ୟବସ୍ଥା।

TATA SIERRA EV 2026
ଭାରତରେ ଲଞ୍ଚ ହେଲା Tata Sierra EV କାର୍ (Tata Motors)
author img

By ETV Bharat Odisha Team

Published : July 1, 2026 at 1:10 PM IST

3 Min Read
Choose ETV Bharat

Tata Sierra EV , ହାଇଦ୍ରାବାଦ: ଟାଟା ମୋଟର୍ସ ଭାରତରେ ଲଞ୍ଚ କଲା ଟାଟା ସିଏରା ଇଭି (Tata Sierra EV)। ପ୍ରଥମେ ଟାଟା ସିଏରା ଲଞ୍ଚ୍ କରିବା ପରେ ଏବେ ଇଭି ଭର୍ସନ ବଜାରକୁ ଆଣିଛି ଟାଟା ମୋଟର୍ସ କମ୍ପାନୀ । ଟାଟା ସିଏରା ଇଭି କାର୍ ଏକ୍ସ ସୋ ରୁମ୍ ମୂଲ୍ୟ 18.79 ଲକ୍ଷ ଟଙ୍କାରୁ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଟାଟା ସିଏରା ଇଭି ମୂଲ୍ୟ:

ଟାଟା ସିଏରା ବେସ୍ ମଡେଲ ମୂଲ୍ୟ 18.79 ଲକ୍ଷ ଟଙ୍କା ରଖାଯାଇଥିବା ବେଳେ, ଟପ୍ ଭାରିଆଣ୍ଟ ମୂଲ୍ୟ Rs 24.79 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିବ । ଟାଟା ସିଏରା ଇଭି କାର୍ 7ଟି ରଙ୍ଗରେ ରହିବ। ସେଗୁଡ଼ିକ ହେଲା ରିଷିକେଶ ରାପିଡ୍ସ (Rishikesh Rapids) , ନୈନତାଲ ନକଚର୍ଣ୍ଣ (Nainital Nocturne) , ପ୍ରିଷ୍ଟାଇନ ହ୍ବାଇଟ୍ (Pristine White) , କ୍ରୁଗ କ୍ଲାଉଡ (Coorg Cloud), ଆଣ୍ଡାମାନ ଆଡଭେନଚର୍ (Andaman Adventure), (ବେଙ୍ଗଲ ରଗ୍) Bengal Rouge ଏବଂ ପିଓର୍ ଗ୍ରେ (Pure Grey) ।

ଟାଟା ସିଏରା ଇଭି 63kWh and 75kWhରେ ଉପଲବ୍ଧ ହେବ । ଏଥିରେ କ୍ବାଡ୍ ହ୍ବିଲ୍ ଡ୍ରାଇଭ(QWD) ବ୍ୟାଟେରୀ ପ୍ୟାକ ରହିବ। ଏହାସହ ଗ୍ରାହକ କ୍ବାଡ୍ ହ୍ବିଲ୍ ଡ୍ରାଇଭ କିମ୍ବା ଅଲ୍ ହ୍ୱିଲ୍ ଡ୍ରାଇଭ୍ (AWD) । ସେହିପରି A 75 ଭାରିଆଣ୍ଟ ପାଇଁ ଅତିରିକ୍ତ 1.2 ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଏହାସହ 7.2 କିଲୋୱାଟ୍ AC ଫାଷ୍ଟ ଚାର୍ଜର ପାଇଁ ଅତିରିକ୍ତ 49,000 ଟଙ୍କା ପଡ଼ିବ।

ଟାଟା ସିଏରା ଇଭି ବୁକିଂ ଆରମ୍ଭ, ଜୁଲାଇ 15ରୁ ଡେଲିଭରି:

Tata Sierra EV କାର୍ ପାଇଁ ଜୁଲାଇ 1ରୁ (ଗତକାଲିଠାରୁ) ବୁକିଂ ଆରମ୍ଭ ହୋଇଛି। 2026 ଜୁଲାଇ 15ରୁ ଡେଲିଭରି ଦିଆଯିବ ବୋଲି ଟାଟା ମୋଟର୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଟାଟା ସିଏରା ଇଭି ଭାରିଆଣ୍ଟ, ଫିଚର୍ସ, ଦାମ୍ :

ପର୍ସୋନା ପିଓରପିଓର ଏସ୍ ଆଡଭେନଚର୍ ଏମ୍ପାୱାର୍ଡଏମ୍ପାୱାର୍ଡ ଏ
63kWh RWDRs 18.79 lakh Rs 19.99 lakhRs 20.99 lakhRs 22.79 lakh
75kWh RWD--------Rs 22.19 lakhRs 23.79 lakhRs 24.79 lakh
TATA SIERRA EV INDIA LAUNCH
ଟାଟା ସିଏରା ଇଭି (Tata Motors)

Tata Sierra EV ଡିଜାଇନ୍ :

ଟାଟା ସିଏରା ଇଭି (Tata Sierra EV)ର ଡିଜାଇନ, ଏହାର ଇଣ୍ଟରନାଲ କମ୍ବସଷ୍ଟନ ଇଞ୍ଜିନ (ICE) ଭର୍ସନ ସହ ପାଖାପାଖି ସମାନ ଅଟେ । ଏଥିରେ ସମାନ ସିଲୁଏଟ୍‌, ହ୍ୱିଲ୍‌ ଡିଜାଇନ୍‌, କ୍ଲାମ୍‌ସେଲ୍‌ ବୋନେଟ୍ ଏବଂ ଟେଲ୍‌ଗେଟ୍‌ ରହିଛି । ତେବେ ICE ମଡେଲ୍‌ର କଳା ଗ୍ରିଲ୍‌ ପରିବର୍ତ୍ତେ ଏଥିରେ ଏକ ଆକର୍ଷଣୀୟ କ୍ଲୋଜ୍ଡ୍‌ ଅଫ୍‌ ଫ୍ରଣ୍ଟ ଗ୍ରିଲ୍‌ ରହିବ। ଏହାଛଡ଼ା ଏରୋଡାଇନାମିକ୍‌ ଆଲୋୟ ହ୍ୱିଲ୍‌ ଇନସର୍ଟ, ସାମ୍ନାରେ LED ଡେ ଟାଇମ୍‌ ରନିଂ ଲାଇଟ୍‌ (DRL) ଏବଂ ପଛରେ ସଂଯୁକ୍ତ LED ଟେଲ୍‌ ଲାଇଟ୍‌ ମଧ୍ୟ ରଖାଯାଇଛି ।

ଟାଟା ସିଏରା ଇଭି (Tata Sierra EV)ର ଆଉଟର୍ ବା ବାହାର ପଟରେ ଫ୍ଲସ୍‌ ଡୋର୍‌ ହ୍ୟାଣ୍ଡେଲ୍‌, 19 ଇଞ୍ ଆଲୋୟ ହ୍ୱିଲ୍‌ , 540 ଡିଗ୍ରୀ କ୍ୟାମେରା ସହ ଟ୍ରାନ୍ସପାରେଣ୍ଟ ଅଣ୍ଡରବଡି ଭ୍ୟୁ, ଜେଶ୍ଚର କଣ୍ଟ୍ରୋଲ୍‌ ସହ ପାୱାର୍ଡ ଟେଲ୍‌ଗେଟ୍‌, ଡିଜିଟାଲ୍‌ କି,2730 ମି.ମି. ହ୍ୱିଲ୍‌ବେସ୍‌, 622 ଲିଟର ବୁଟ୍‌ ସ୍ପେଶ ଏବଂ 1525 × 925 ମି.ମି. ଆକାରର ପାନୋରମିକ୍‌ ସନରୁଫ୍‌ ରହିବ ।

Tata Sierra EV ଇଣ୍ଟେରିୟର ଓ ଫିଚର୍ସ :

ଟାଟା ସିଏରା ଇଭି କ୍ୟାବିନ୍‌ ICE ଭର୍ସନର ଇଣ୍ଟେରିୟର ସହ ପ୍ରାୟ ସମାନ ରହିବ । ଏଥିରେ ‘ହରାଇଜନ୍‌ ଭ୍ୟୁ’ ଟ୍ରିପଲ୍‌ ସ୍କ୍ରିନ୍‌ ସେଟଅପ୍‌ ବ୍ୟବସ୍ଥା ଥିବାବେଳେ, ଦୁଇଟି 12.3 ଇଞ୍ଚ ଟଚ୍‌ ସ୍କ୍ରିନ୍‌ ଏବଂ 10,25 ଇଞ୍ଚର ଡିଜିଟାଲ୍‌ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ରହିଛି । ସେହିପରି ୱାୟାରଲେସ୍‌ ଆଣ୍ଡ୍ରଏଡ୍‌ ଅଟୋ ଓ ଆପଲ୍‌ କାର୍ପ୍ଲେ, 12-ସ୍ପିକର JBL ସାଉଣ୍ଡ ସିଷ୍ଟମ୍‌ ସହ ଡଲ୍‌ବି ଆଟମସ୍‌, ‘ଡ୍ରାଇଭ୍‌ପେ’ ନାମକ ଇନ୍‌-କାର୍‌ UPI ପେମେଣ୍ଟ ସିଷ୍ଟମ୍‌, AirConsole ଗେମିଂ ସୁବିଧା, ପାୱାର୍ଡ ଓ ଭେଣ୍ଟିଲେଟେଡ୍‌ ସିଟ୍‌, ଅଟୋମେଟିକ୍‌ କ୍ଲାଇମେଟ୍‌ କଣ୍ଟ୍ରୋଲ୍‌ ଏବଂ iRA.ev ମାଧ୍ୟମରେ 5ଜି ସଂଯୁକ୍ତ କନେକ୍ଟେଡ୍‌ କାର୍‌ ସେବା ମଧ୍ୟ ଉପଲବ୍ଧ ହେବ ।

ବ୍ୟାଟେରୀ ଏବଂ ପରଫରମାନ୍ସ:

ଟାଟା ସିଏରା ଇଭି 63kWh ଓ 75 kWh ବ୍ୟାଟେରୀ ବିକଳ୍ପରେ ଉପଲବ୍ଧ । କମ୍ପାନୀ ଦାବି ଅନୁସାରେ, ବାସ୍ତବ ଡ୍ରାଇଭିଂ ପରିସ୍ଥିତିରେ ଏହା 500 କିଲୋମିଟରରୁ ଅଧିକ ରେଞ୍ଜ୍‌ ଦେଇପାରିବ । MIDC ସାର୍ଟିଫାଏଡ୍‌ ରେଞ୍ଜ୍‌ 63 kWh ଭର୍ସନ ପାଇଁ 565 କିଲୋମିଟର ଏବଂ 75 kWh ଭର୍ସନ‌ ପାଇଁ 665 କିଲୋମିଟର ରହିବ।

75 kWh ଭର୍ସନ‌ରେ ଡୁଆଲ‌ ମୋଟର QWD (Quad Wheel Drive) ବ୍ୟବସ୍ଥା ରହିଛି । ଏଥିରେ 234 bhp କ୍ଷମତାର ରିୟର ମୋଟର ଏବଂ 138 bhp କ୍ଷମତାର ଫ୍ରଣ୍ଟ ମୋଟର ରହିଛି ।

ଟାାଟ ମୋଟର୍ସ କମ୍ପାନୀ ଦାବି କରିଛି ଯେ, ବୁଷ୍ଟ ମୋଡ୍‌ରେ ସିଏରା ଇଭି ମାତ୍ର 5.8 ସେକେଣ୍ଡରେ 0 ରୁ 100 କିଲୋମିଟର/ଘଣ୍ଟା ପ୍ରତି ବେଗ ଯାଏ ପହଞ୍ ଚିପାରିବ, ଯାହା ହ୍ୟାରିୟର୍‌ ଇଭିଠାରୁ ପ୍ରାୟ ଅଧ ସେକେଣ୍ଡ ଦ୍ରୁତ। ଏହା Acti.ev ପ୍ଲାଟଫର୍ମ ଉପରେ ନିର୍ମିତ ହୋଇଥିବା ବେଳେ, ଫ୍ରିକ୍ୱେନ୍ସି-ଡିପେଣ୍ଡେଣ୍ଟ ଡ୍ୟାମ୍ପର ଓ ମଲ୍ଟି-ଲିଙ୍କ ସସସ୍ପେନସନ୍ ଦିଆଯାଇଛି । TiDAL 2.0 ସଫ୍ଟୱେର୍‌ ଆର୍କିଟେକ୍ଚର‌ ମାଧ୍ୟମରେ ଓଭର ଦି ଏୟାର (OTA) ଅପଡେଟ୍‌ ସୁବିଧା ମଧ୍ୟ ମିଳିବ।

ଫାଷ୍ଟ ଚାର୍ଜିଂ ଓ ଅଫ୍‌ ରୋଡ୍‌ କ୍ଷମତା:

ଟାଟା ମୋଟର୍ସର ଦାବି, ଟାଟା ସିଏରା ଇଭି 1.6C ଫାଷ୍ଟ ଚାର୍କୁ ସପୋର୍ଟ କରିବ । ଉପଯୁକ୍ତ ଫାଷ୍ଟ ଚାର୍ଜର‌ ବ୍ୟବହାର କଲେ ମାତ୍ 15 ମିନିଟରେ 263 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ‌ ବୃଦ୍ଧି କରାଯାଇ ପାରିବ । ଏହାର ବ୍ୟାଟେରୀ ଉପରେ ଗାଡ଼ିର 15 ବର୍ଷର ରେଜିଷ୍ଟ୍ରେସନ୍‌ ଅବଧି ପର୍ଯ୍ୟନ୍ତ ଲାଇଫ୍‌ଟାଇମ୍‌ ୱାରେଣ୍ଟି ଦିଆଯାଉଛି । ଏଥିରେ 6ଟି ଟେରେନ୍‌ ମୋଡ୍‌, ଅଫ୍‌ ରୋଡ୍‌ କ୍ରଲ କଣ୍ଟ୍ରୋଲ, ସେଲଫ ପାର୍କିଂ ସୁବିଧା ରହିଛି।

ସୁରକ୍ଷା ପାଇଁ ଏଥିରେ L2+ ADAS ସୁଇଟ୍‌, ଭେହିକଲ୍‌ ଟୁ ଲୋଡ୍‌ (V2L) ଏବଂ ଭେହିକଲ୍‌ ଟୁ ଭେହିକଲ୍‌ (V2V) ପାୱାର ‌ସେୟାରିଂ ସୁବିଧା ମଧ୍ୟ ଉପଲବ୍ଧ ଅଛି।

ଏହା ମଧ୍ୟ ପଢ଼ନ୍ତୁ...

ଆସନ୍ତାକାଲି ହେବ ବଡ଼ ଖୁଲାସା! ଭାରତୀୟ ବଜାରରେ ଏଣ୍ଟ୍ରି କରିବ Tata Sierra EV, ଜାଣନ୍ତୁ ଏହାର ଦାମ୍ ଏବଂ ରେଞ୍ଜ୍

ଜୁଲାଇରେ ଲଞ୍ଚ୍ ହେବ Maruti Brezza ନୂଆ ଫେସଲିପ୍ଟ , ଅଧିକ ଫିଚର୍ସ ସହିତ ନୂଆ ଇଞ୍ଜିନ ବିକଳ୍ପ ବ୍ୟବସ୍ଥା

ଭାରତରେ ଲଞ୍ଚ ହେବାକୁ ଯାଉଛି ସେଲ୍ଫ-ବାଲାନ୍ସିଂ ଇଲେକ୍ଟ୍ରିକ୍ ଟ୍ରାଇକ୍ Vida NEX 2

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ