ETV Bharat / technology

ଲଞ୍ଚ ହେଲା Suzuki ଇଲେକ୍ଟ୍ରିକ ସ୍କୁଟର, ଜାଣନ୍ତୁ ଦାମ୍ ଓ ଫିଚର୍ସ

ଭାରତୀୟ ବଜାରରେ ସୁଜୁକି E-Access ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ ହୋଇଛି । ଜାଣନ୍ତୁ ଏହାର ଏକ୍ସ ଶୋରୁମ୍ ଦାମ୍ , ରଙ୍ଗ ବିକଳ୍ପ ଓ ସ୍ପେଶିଫିକେସନ ବିଷୟରେ ।

New Suzuki e-Access electric scooter launched
ନୂତନ ସୁଜୁକି ଇ-ଆକ୍ସେସ୍ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ ହୋଇଛି (Suzuki Motorcycle India)
author img

By ETV Bharat Odisha Team

Published : January 10, 2026 at 7:41 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଭାରତୀୟ ବଜାରରେ Suzuki Motorcycle India କମ୍ପାନୀ ନିଜର ଇଲେକ୍ଟ୍ରିକ ସ୍କୁଟରକୁ ଲଞ୍ଚ କରିଛି । ଯାହାର ଏକ୍ସ ଶୋରୁମ୍ ଦାମ୍ 1.88 ଲକ୍ଷ ଟଙ୍କା ରହିଛି । ଏଥିରେ ଦିଆଯାଇଥିବା ସ୍ପେଶିଫିକେସନ ଅନୁଯାୟୀ ଏହାର ଦାମ ସୁଲଭ ରହିଥିବା କୁହାଯାଉଛି । ଏହା ଗତ ବର୍ଷ ଜୁନ ମାସରେ ବଜାର ପ୍ରବେଶ କରିବାର ଯୋଜନା ଥିଲା । ହେଲେ ଏହି ସ୍କୁଟରକୁ ଲଞ୍ଚ କରିବା ପାଇଁ ଅଧା ବର୍ଷରୁ ଅଧିକ ସମୟ ଲାଗିଯାଇଛି । ଏହାକୁ ପ୍ରଥମେ ଦିଲ୍ଲୀରେ ଆୟୋଜିତ Auto Expoରେ ଜାନୁଆରୀ 2025 ମସିହାରେ ପ୍ରଦର୍ଶିତ କରାଯାଇଥିଲା ।

Suzuki Motorcycle ନିଜର ସମସ୍ତ ଡିଲରସିପରେ ନୂଆ ଇଲେକ୍ଚ୍ରିକ ସ୍କୁଟର E-Accessର ବୁକିଂ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏହି ସ୍କୁଟର 4ଟି ଡୁଆଲ ଟୋନରେ ଉପଲବ୍ଧ ହେବାକୁ ଯାଉଛି । ଯଥା: ବ୍ଲାକ/ରେଡ଼, ହ୍ବାଇଟ/ଗ୍ରେ, ଗ୍ରୀନ/ଗ୍ରେ, ବ୍ଲୁ/ଗ୍ରେ ଆଦି ରଙ୍ଗରେ ଏହି ସ୍କୁଟର ଉପଲବ୍ଧ ହେବାକୁ ଯାଉଛି ।

Suzuki E-Access ଡିଜାଇନ:

Suzuki E-Access ନିଜର ପେଟ୍ରୋଲ ଗାଡିର ଡିଜାଇନ ଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ । ପେଟ୍ରୋଲ ସ୍କୁଟରର ଡିଜାଇନ ସହିତ ଏହାର ବିଶେଷ ସାମଞ୍ଜସ୍ୟ ନାହିଁ । ଏହା ଦେଖିବାକୁ ସମ୍ପୂର୍ଣ୍ଣ ଅଲଗା ଅଟେ । ଏହାର ଫ୍ରଣ୍ଟ-ଏଣ୍ଡ ତଳିଆ ଓ ସାର୍ପ ଅଟେ । ଏଥିରେ ସମ୍ପୂର୍ଣ୍ଣ ଭାବେ ଏଲଇଡି ଲାଇଟିଂର ସେଟଅପ୍ ଦିଆଯାଇଛି । ଏହାର ଦୈର୍ଘ୍ୟ 1,860 mm ଅଟେ । ଏହାର ହ୍ବୀଲ ବେସ୍ 1,305 mm ଓ ଗ୍ରାଉଣ୍ଡ କ୍ଲିଅରାନ୍ସ 160 mm ରହିଛି । ଏହାର ସିଟର ଉଚ୍ଚତା 765 mm ରଖାଯାଇଛି । ଏହା 122 kg ଓଜନ ବିଶିଷ୍ଟ ସ୍କୁଟର ଅଟେ ।

ବ୍ୟାଟେରୀ, ପରଫର୍ମାନ୍ସ ଓ ରେଞ୍ଜ:

Suzuki Motorcycle India ନିଜ ଇଲେକ୍ଟ୍ରିକ ସ୍କୁଟରରେ ଲିଥିୟମ୍ ଫେରୋ ଫସ୍ଫେଟ୍ (LFP) ସେଲର ବ୍ୟବହାର କରିଛି । ଯାହାକି ବହୁ କମ୍ ନିର୍ମାତା ବ୍ୟବହାର କରିଥାନ୍ତି । କମ୍ପାନୀର Suzuki E-Access ସ୍କୁଟରରେ 3.07 kWh କ୍ଷମତା ବିଶିଷ୍ଟ LFP ବ୍ୟାଟେରୀର ବ୍ୟବହାର କରାଯାଇଛି । ତେବେ ଏହି ବ୍ୟାଟେରୀ NMC ବ୍ଯାଟେରୀ ତୁଳନାରେ LFP ବ୍ୟାଟେରୀର ଏନର୍ଜି ଡେନ୍‌ସିଟି କମ୍ ରହୁଥିବା କାରଣରୁ ଏହି ସ୍କୁଟରର ରେଞ୍ଜ ମଧ୍ୟ ସୀମିତ ରହିଛି । କମ୍ପାନୀ ଅନୁଯାୟୀ ଏହି ସ୍କୁଟି 95 କିମି ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିବ । ତେବେ ଯଦି ରିୟଲ ଟାଇମ୍ ରେଞ୍ଜ କଥା କହିବା ଏହା 65ରୁ 75 କିମି ପର୍ଯ୍ୟନ୍ତ ସୀମିତ ରହିବ । କମ୍ପାନୀ ବ୍ୟାଟେରୀ ୱାରେଣ୍ଟି ଉପରେ କୌଣସି ତଥ୍ୟ ଦେଇନାହିଁ । Suzuki Motorcycle ଏନେଇ ଖୁବ ଶୀଘ୍ର ତଥ୍ୟ ଦେବ ।

ବ୍ୟାଟେରୀ ଚାର୍ଜିଂ:

Suzuki E-Access ସ୍କୁଟରରେ ଏକ ପର୍ମାନେଣ୍ଟ ମ୍ୟାଗ୍ନେଟର ବ୍ୟବହାର କରାଯାଇଛି । ଯାହାର ଆଉଟପୁଟ 5.5 bhp ରହିବ ଏବଂ 15 Nmର ଟର୍କ ମିଳିବ । ଏହାର ଟପ୍ ସ୍ପିଡ୍ 71 କିମି ପ୍ରତି ଘଣ୍ଟା ରହିବ । ଏଥିରେ ଏହ ପୋର୍ଟେବଲ ଚାର୍ଜରର ବିକଳ୍ପ ରହିଛି । 40 ମିନିଟ ମଧ୍ୟରେ ଏହା ଗାଡିକୁ 6 ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ କରିପାରିବ ।

ଏହା ମଧ୍ୟ ପଢନ୍ତୁ: ଭାରତରେ ଲଞ୍ଚ ହେଲା ସ୍ପୋର୍ଟ୍ସ ବାଇକ୍‌ Ducati XDiavel V4; ଦାମ ଏତିକି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ