ସିଙ୍ଗଲ ଚାର୍ଜରେ ଚାଲିବ 640 କିମି! ଗ୍ଲୋବାଲ ମାର୍କେଟରେ ଏଣ୍ଟ୍ରି କଲା Skodaର ଦମଦାର 7-Seater EV
ଜର୍ମାନ କାର୍ ନିର୍ମାଣ କମ୍ପାନୀ ସ୍କୋଡା ଆଧୁନିକ ଟେକ୍ନୋଲୋଜି ଏବଂ 640 କିଲୋମିଟରରୁ ଅଧିକ ରେଞ୍ଜ ସହ ନୂଆ Skoda Peaq ଇଲେକ୍ଟ୍ରିକ SUVକୁ ଗ୍ଲୋବାଲ ମାର୍କେଟରେ ପେଶ୍ କରିଛି ।

Published : June 24, 2026 at 5:43 PM IST
ହାଇଦ୍ରାବାଦ: ଜର୍ମାନ କାର୍ ନିର୍ମାଣ କମ୍ପାନୀ ସ୍କୋଡା ଅଟୋ (Skoda Auto) ବଜାରକୁ ଏକ ନୂଆ ଗାଡ଼ି ଆଣିଛି । କମ୍ପାନୀ ତାର ସବୁଠାରୁ ବଡ଼ ଏବଂ ଅଧିକ ସ୍ପେସ୍ ଥିବା ଫ୍ଲାଗସିପ୍ ଇଲେକ୍ଟ୍ରିକ SUV 'Skoda Peaq'କୁ ଗ୍ଲୋବାଲ ମାର୍କେଟରେ ପ୍ରଦର୍ଶିତ କରିଛି । ଏହି କାର୍କୁ 7-ସିଟର ଇଲେକ୍ଟ୍ରିକ SUV ସେଗମେଣ୍ଟରେ ଉତାରା ଯାଇଛି, ଯାହାର ଡ୍ରାଇଭିଂ ରେଞ୍ଚ 640 କିଲୋମିଟରରୁ ଅଧିକ ରହିଛି ବୋଲି କମ୍ପାନୀ ଦାବି କରିଛି । ଏହି ନୂଆ ମଡେଲରେ ମଡର୍ନ ସଲିଡ୍ ଡିଜାଇନ୍ ଫିଲୋସୋଫି ବ୍ୟବହାର ହୋଇଛି, ଯାହା Vision 7S କନସେପ୍ଟ କାର୍ ଉପରେ ଆଧାରିତ ଅଟେ । ବାହ୍ୟ ଡିଜାଇନରେ ଫ୍ଲଶ୍ ଡୋର ହ୍ୟାଣ୍ଡେଲ ଏବେ ପ୍ରଥମ ଥର ପାଇଁ ସ୍କୋଡା କାର୍ରେ ଦିଆଯାଇଛି, ଯାହା ଗାଡ଼ି ଲକ୍ ହେଲେ କିମ୍ବା ଚାଲିଲେ ବଡି ଭିତରକୁ ଚାଲିଯାଏ । ଏହା ବ୍ୟତୀତ ଏଥିରେ 2.1 ସ୍କୋୟାର ମିଟରର ଏକ ବଡ଼ ପାନୋରମିକ୍ ରୁଫ୍ ମଧ୍ୟ ମିଳୁଛି ।
ପାୱାରଫୁଲ୍ ବ୍ୟାଟେରୀ ଏବଂ 3ଟି ପାୱାରଟ୍ରେନ୍ ଭେରିଏଣ୍ଟ:

ଏହି ନୂଆ Skoda Peaq କାର୍କୁ କମ୍ପାନୀ 2ଟି ବ୍ୟାଟେରୀ ଅପ୍ସନ ଏବଂ 3ଟି ପାୱାରଟ୍ରେନ୍ ଭେରିଏଣ୍ଟ ସହିତ ପେଶ୍ କରିଛି । ଏହାର ପ୍ରଥମ ଭେରିଏଣ୍ଟ Skoda Peaq 60ରେ ରିୟର-ହ୍ୱିଲ୍ ଡ୍ରାଇଭ୍ ସହିତ 63 kWh ର ବ୍ୟାଟେରୀ ମିଳୁଛି, ଯାହା 201 bhpର ପାୱାର ଏବଂ 350 Nmର ଟର୍କ ପ୍ରଦାନ କରିଥାଏ । ଏହି ବେସ୍ ଭେରିଏଣ୍ଟରେ 450 କିଲୋମିଟରରୁ ଅଧିକ ରେଞ୍ଚ ମିଳିଥାଏ । ଦ୍ୱିତୀୟ ଭେରିଏଣ୍ଟ Skoda Peaq 90 ଏବେ 91 kWhର ଏକ ବଡ଼ ବ୍ୟାଟେରୀ ପ୍ୟାକ୍ ସହିତ ଆସୁଛି, ଯାହା 282 bhpର ପାୱାର ଏବଂ 545 Nmର ଟର୍କ ସୃଷ୍ଟି କରେ ଏବଂ ଏଥିରେ 640 କିଲୋମିଟରରୁ ଅଧିକ ରେଞ୍ଚ ମିଳିଥାଏ । ଏହାର ଟପ୍ ଅଲ୍-ହ୍ୱିଲ୍-ଡ୍ରାଇଭ୍ ମଡେଲ Peaq 90x ପ୍ରାୟ 295 bhpର ମ୍ୟାକ୍ସ ପାୱାର ସହିତ 610 କିଲୋମିଟରରୁ ଅଧିକ ଡ୍ରାଇଭିଂ ରେଞ୍ଚ ଦେଇଥାଏ ।
ଫିଚର୍ସ:

କ୍ୟାବିନ୍ ଇଣ୍ଟିରିୟର ବିଷୟରେ କହିବାକୁ ଗଲେ, Skoda Peaq ରେ ଏକ ବଡ଼ 13.6 ଇଞ୍ଚର Android ଆଧାରିତ ଇନଫୋଟେନମେଣ୍ଟ ସିଷ୍ଟମ ଲଗାଯାଇଛି, ଯେଉଁଥିରେ Spotify ଏବଂ YouTube ଭଳି ଆପ୍ସ ଚାଲିପାରିବ । ଏହା ସହିତ ଏଥିରେ 25W ସ୍ପିଡ୍ ଥିବା Qi2 ୱାୟରଲେସ୍ ଚାର୍ଜିଂ ସୁବିଧା ମଧ୍ୟ ରହିଛି, ଯାହା ଏକାସାଙ୍ଗରେ 2ଟି ସ୍ମାର୍ଟଫୋନ୍ ଚାର୍ଜ କରିପାରେ । ଗ୍ରାହକଙ୍କ ଆରାମ ପାଇଁ କମ୍ପାନୀ ଏଥିରେ ଅପ୍ସନାଲ 'ରିଲାକ୍ସ ପ୍ୟାକେଜ୍' ଦେଉଛି, ଯେଉଁଥିରେ ମସାଜ୍ ଏବଂ ଭେଣ୍ଟିଲେଟେଡ୍ ସିଟ୍, ଲେଗ୍ରେଷ୍ଟ ଏବଂ 16ଟି ସ୍ପିକର ବିଶିଷ୍ଟ ସୋନୋସ୍ ଅଡିଓ ସିଷ୍ଟମ ସାମିଲ ରହିଛି । ସେଫ୍ଟି ପାଇଁ ଗାଡ଼ିରେ 10ଟି ଏୟାରବ୍ୟାଗ୍ ସହିତ ଲେନ୍ ଆସିଷ୍ଟ, କ୍ରସରୋଡ ଆସିଷ୍ଟ ଏବଂ ପ୍ରେଡିକ୍ଟିଭ କ୍ରୁଜ୍ କଣ୍ଟ୍ରୋଲ ଭଳି ଆଡଭାନ୍ସଡ ଆସିଷ୍ଟାନ୍ସ ଫିଚର୍ସ ପ୍ରଦାନ କରାଯାଇଛି । ଗ୍ଲୋବାଲ ମାର୍କେଟରେ ଡେବ୍ୟୁ କରିବା ପରେ କମ୍ପାନୀ ଖୁବଶୀଘ୍ର ଏହାର ମୂଲ୍ୟ ବା ଦାମ୍ ଘୋଷଣା କରିବ ।

