ଭାରତରେ ଲଞ୍ଚ୍ ହେଲା Samsung Galaxy S26, Galaxy S26+ ଏବଂ Galaxy S26 Ultra, ଜାଣନ୍ତୁ ମୂଲ୍ୟ ଏବଂ ଫିଚର୍ସ
ସାମସଙ୍ଗ ଗାଲାକ୍ସି S26 ଅଲଟ୍ରା ସାଇଡରୁ ଭିଜିବିଲିଟି୍ କମ୍ କରିଦିଏ ଫଳରେ ପାଖରେ ଥିବା ଲୋକ ଅନ୍ ସ୍କ୍ରିନ କଣ୍ଟେଟ୍ ଦେଖି ପାରେ ନାହିଁ

Published : February 26, 2026 at 7:03 PM IST
ହାଇଦ୍ରାବାଦ: ଦକ୍ଷିଣ କୋରିଆର ସ୍ମାଟଫୋନ୍ ନିର୍ମାତା କମ୍ପାନୀ ସାମସଙ୍ଗ Galaxy Unpacked 2026 ଇଭେଣ୍ଟରେ ସାମସଙ୍ଗ ଫ୍ଲାଗସିପ ସିରିଜ୍ ଲଞ୍ଚ କରିଛି । ଏହି ଇଭେଣ୍ଟରେ ତିନୋଟି ସ୍ମାଟଫୋନ ଗାଲାକ୍ସି S26, ଗାଲାକ୍ସି S26 ପ୍ଲସ୍ ଏବଂ ଗାଲାକ୍ସି S26 ଅଲଟ୍ରା ସହ ସାମସଙ୍ଗ ଗାଲାକ୍ସି ବଡସ୍4 ସିରିଜ୍ ଲଞ୍ଚ କରିଛି । ବିଶେଷ କଥା ହେଉଛି ଯେ; ଏଥର କମ୍ପାନୀ ଏହାର ଫୋନ୍ ସିରିଜରେ ଏଆଇ ଫିଚର୍ସ ଅର୍ଥାତ୍ ଗାଲାକ୍ସି ଏଆଇ ଫିଚର୍ସକୁ ବୃଦ୍ଧି କରିଛ । ଆସନ୍ତୁ ଏହି ସମସ୍ତ ଡ଼ିଭାଇସର ଫିଚର ଗୁଡ଼ିକ ଉପରେ ନଜର ପକାଇବା ।
ଗାଲାକ୍ସି S26, ଗାଲାକ୍ସି S26 ପ୍ଲସ୍ ଏବଂ ଗାଲାକ୍ସି S26 ଅଲଟ୍ରାର ଫିଚର:
ସାମସଙ୍ଗର ଟପ୍ ମଡ଼େଲ ଗାଲାକ୍ସି S26 ଅଲଟ୍ରାରେ 200MP ର କ୍ୟାମେରା ସହିତ ସ୍ନାପଡ଼୍ରାଗନ8 ଇଲାଇଟ୍ ଜେନ 5 ପ୍ରୋସେସର୍ ଦିଆଯାଇଛି । ସେହିପରି ଷ୍ଟାଣ୍ଡର୍ଡ ଏବଂ ପ୍ଲସ ଭାରିଏଣ୍ଟରେ 2ଏନଏମ Exynos 2600 ଚିପସେଟ୍ ପ୍ରୋସେସର ସହିତ 50MPର ରିୟର କ୍ୟାମେରା ଦିଆଯାଇଛି । ସାମସଙ୍ଗର ଏହି ସିରିଜ୍ ୟୁଜର ଇଣ୍ଟରଫେସ 8.5 ସହିତ ଆଣ୍ଡ୍ରଏଡ଼ ଭର୍ସନ 16 ମିଳିଛି । ଏହି ସିରିଜର ସମସ୍ତ ଫୋନରେ 12MPର ସେଲଫି କ୍ୟାମେରା ଦିଆଯାଇଛି । ବ୍ୟାଟେରୀ କଥା ଦେଖିବାକୁ ଗଲେ ଗାଲାକ୍ସି S26ରେ 4300 mAH, ଗାଲାକ୍ସି S26 ପ୍ଲସରେ 4900 mAh ଏବଂ ଗାଲାକ୍ସି S26 ଅଲଟ୍ରାରେ 5000mAh ବ୍ୟାଟେରୀ ଦଆଯାଇଛି ।
ଗାଲାକ୍ସି S26 ସିରିଜରେ କଣ ନୂଆ ରହିଛି ?
ସାମସଙ୍ଗ ନିଜ ଗାଲାକ୍ସି S26 ଅଲଟ୍ରାକୁ ଏକ ନୂଆ ପ୍ରାଇଭେସି ଡ଼ିସପ୍ଲେ ସହ ଲଞ୍ଚ କରିଛି ଯାହା ସ୍କ୍ରିନ ପ୍ରୋକ୍ଟେଟର ବିନା ସାଇଡ଼୍ ଆଙ୍ଗେଲ ଭ୍ୟୁ କୁ ଲିମିଟ କରିଥାଏ । ଅର୍ଥାତ ସାଇଡ଼ରୁ ଭିଜିବିଲିଟି୍ କମ୍ କରିଦିଏ ଫଳରେ ପାଖରେ ଦେଖୁଥିବା ଲୋକ ଅନ୍ ସ୍କ୍ରିନ କଣ୍ଟେଟ୍ ଦେଖିବାରୁ ବଞ୍ଚିତ ହୁଏ । ଗାଲାକ୍ସି S26 ସିରିଜ ସମସ୍ତ ଫୋନରେ ହାଲକା୍ ସ୍ଲିକ୍ ଡ଼ିଜାଇନ୍ ସହିତ ଏହାର କର୍ଭେଚର ଗୋଲ୍ ରହିଛି । ସାମସଙ୍ଗ୍ ଗାଲାକ୍ସି S26 ଅଲଟ୍ରା ପୁରୁଣା ମଡେଲ୍ ଠାରୁ 0.3 ଏମଏମ ପତଳା ଏବଂ ଏହାର ଓଜନ 214 ଗ୍ରାମ ଅଛି ।
ଏହି ଲଞ୍ଚ ଇଭେଣ୍ଟରେ ସାମସଙ୍ଗ Perplexity AIକୁ ନିଜ ସହ ଯୋଡ଼ିଛି । ଏହା ପୂର୍ବରୁ କମ୍ପାନୀ ଜେମିନି AI ଏବଂ ବିକ୍ସିବିର୍ ଫିଚର୍ସକୁ ମଧ୍ୟ ନିଜ ସହ ଯୋଡ଼ି ରଖିଥିଲା । ଗାଲାକ୍ସି S26 ସିରିଜରରେ Now Nudge ନାମକ ଏକ ନୂତନ ଏଆଇ ଫିଚର ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି, ଯାହା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଖାଇ ଆପ୍ ସ୍ୱିଚିଂକୁ ହ୍ରାସ କରିବା ଲକ୍ଷ୍ୟ ରଖିଛି।
ଗାଲାକ୍ସି S26 ସିରିଜର ଦାମ୍:
ସାମସଙ୍ଗର ସବୁଠୁ ଟପ୍ ସରିଜି ସାମସଙ୍ଗ S26 ଅଲଟ୍ରାର 12GB ରାମ୍ + 256GB ଷ୍ଟୋରେଜ ପାଇଁ ପ୍ରାରମ୍ଭିକ ମୂଲ୍ୟ 1.40 ଲକ୍ଷ ଟଙ୍କା ରହିଛି । ସେହିପରି 12GB ରାମ୍ + 512GB ଷ୍ଟୋରେଜ ପାଇଁ 1.60 ଲକ୍ଷ ଏବଂ 16GB ରାମ୍ + 1TB ଷ୍ଟୋରେଜ ପାଇଁ 1.90 ଲକ୍ଷ ଟଙ୍କା ରହିଛି । ଅନ୍ୟପକ୍ଷରେ ସାମସଙ୍ଗ ଗାଲାକ୍ସି S26ର ପ୍ରାରମ୍ଭିକ ମୂଲ୍ୟ 87,999 ଟଙ୍କାରୁ(12GB ରାମ୍ + 256GB ଷ୍ଟୋରେଜ) ଆରମ୍ଭ ହୋଇ 1.08 ଲକ୍ଷ ଟଙ୍କା (12GB ରାମ୍ + 512GB ଷ୍ଟୋରେଜ) ପର୍ଯ୍ୟନ୍ତ ଯାଇଛି । ଏହା ସହିତ ସାମସଙ୍ଗ ଗାଲାକ୍ସି S26 ପ୍ଲସ 1.20 ଲକ୍ଷ (12GB ରାମ୍ + 256GB ଷ୍ଟୋରେଜ)ରୁ ଆରମ୍ଭ ହୋଇ 1.40 ଲକ୍ଷ (12GB ରାମ୍ + 512GB ଷ୍ଟୋରେଜ) ପର୍ଯ୍ୟନ୍ତ ମୂଲ୍ୟ ରହିଛି ।
ସାମସଙ୍ଗ ଗାଲାକ୍ସି ବଡସ୍4 ସିରିଜର ସ୍ପେସିଫିକେସନ ଓ ଫିଚ଼ର :
ସାମସଙ୍ଗ ଗାଲାକ୍ସି ବଡସ୍4 ବ୍ଲାକ୍ ଏବଂ ହ୍ୱାଇଟ୍ ରଙ୍ଗରେ ପ୍ରଦାନ କରାଯାଇଛି, ଯେତେବେଳେ ଗାଲାକ୍ସି ବଡସ୍4 ପ୍ରୋ ଏକ ପିଙ୍କ୍ ଗୋଲ୍ଡ଼ ରଙ୍ଗରେ ଉପଲବ୍ଧ ହେବ । ଗାଲାକ୍ସି ବଡସ୍4 ପ୍ରୋ ରେ ଏକ କେନାଲ-ଫିଟ୍ ଆର୍କିଟେକ୍ଚର, ଏକ ନୂଆ ଇଞ୍ଜିନିୟର୍ଡ ହୋଇଥିବା ଚଉଡା ବୁଫର ରହିଛି ଯାହା ସ୍ପିକର କ୍ଷେତ୍ରକୁ ପ୍ରାୟ 20 ପ୍ରତିଶତ ବୃଦ୍ଧି କରେ, ଏବଂ 24-ବିଟ୍/96kHz ହାଇ-ଫାଇ ଅଡିଓ ସମର୍ଥନ ସହିତ ବାସ୍ ଏବଂ ଡିଟେଲ ଟ୍ରେବଲ୍ ପାଇଁ ଏକ ଦୁଇ-ପାଖିଆ ସ୍ପିକର ସିଷ୍ଟମ୍ ରହିଛି ।
ଏଥିରେ ଉନ୍ନତ ଆଡାପ୍ଟିଭ୍ EQ ଏବଂ ଆଡାପ୍ଟିଭ୍ ANC ମଧ୍ୟ ରହିଛି, ଯାହା କାନର ଆକାର ଏବଂ ପିନ୍ଧିବା କଣ୍ଡିସନ୍ ଆଧାରରେ ଆଡଜଷ୍ଟ ହୁଏ, ଏହା ସହିତ ହେଡ୍ ଜେଶ୍ଚର ନିୟନ୍ତ୍ରଣ ଏବଂ Bixby, ଗୁଗୁଲ ଜେମିନି, ଏବଂ Perplexity ପରି ଏଆଇ ଆସିଷ୍ଟାଣ୍ଟ ପାଇଁ -ଫ୍ରି ଆକ୍ସେସ୍ । ଗାଲାକ୍ସି ବଡସ୍4 ରେ ସାରା ଦିନ ପିନ୍ଧିବା ପାଇଁ ଏକ ଖୋଲା-ଫିଟ୍ ଡିଜାଇନ୍, ଆକ୍ଚିଭ ନୟଜେ୍ କ୍ୟାନ୍ସେଲେସନ୍, ଆଡାପ୍ଟିଭ୍ EQ ଏବଂ ସୁପର କ୍ଲିୟର କଲ୍ ଭଳି ଫିଚର୍ ରହିଛି ।

