ETV Bharat / technology

ଆଜି ଲଞ୍ଚ୍ ହେବ Samsung Galaxy S26 ସିରିଜ୍: ଜାଣନ୍ତୁ ଲାଇଭ୍ ଷ୍ଟ୍ରିମ୍ ବିବରଣୀ ଏବଂ ପ୍ରି-ରିଜର୍ଭ ଅଫର୍

କମ୍ପାନୀ ଏହି ଇଭେଣ୍ଟରେ ନିଜ ଫ୍ଲାଗସିପ ସିରିଜର ଗାଲାକ୍ସି ଏସ୍26 ସିରିଜ ଲଞ୍ଚ କରିବାକୁ ଯାଉଛି । 25 ଫେବୃଆରୀ 2026 ରାତି 11:30ରେ ଆରମ୍ଭ ହେବ ଏହି ଇଭେଣ୍ଟ ।

ଗାଲାକ୍ସି ଅନପ୍ୟାକଡ 2026
Galaxy Unpacked 2026 (Image Credit: Samsung)
author img

By ETV Bharat Odisha Team

Published : February 25, 2026 at 7:28 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ସାମସଙ୍ଗ୍ ଆଜି ନିଜର ବାର୍ଷିକ ଲଞ୍ଚ୍ ଇଭେଣ୍ଟ୍ ଆୟୋଜିତ କରିବାକୁ ଯାଉଛି । ଯାହାର ନାମ Galaxy Unpacked 2026 । ରିପୋର୍ଟ ଓ ପୂର୍ବରୁ ରିଲିଜ୍ କରିଥିବା ଟିଜର୍ ଅନୁସାରେ ସାମସଙ୍ଗ୍ ଆଜିର ଏହି ଇଭେଣ୍ଟରେ ତିନୋଟି ଫୋନ୍ ଲଞ୍ଚ୍ କରିବ । କମ୍ପାନୀ ଏହି ଇଭେଣ୍ଟରେ ନିଜ ଫ୍ଲାଗସିପ୍ ସିରିଜର ଗାଲାକ୍ସି ଏସ୍26 ସିରିଜ ଲଞ୍ଚ୍ କରିବାକୁ ଯାଉଛି । ଭାରତୀୟ ସମୟ ଅନୂସାରେ ଏହି ଇଭେଣ୍ଟ ଆଜି ଅର୍ଥାତ 25 ଫେବୃଆରୀ 2026 ରାତି 11:30ରେ ଆରମ୍ଭ ହେବ । ଆସନ୍ତୁ ଏହି ଇଭେଣ୍ଟ ବିଷୟରେ କିଛି ଅଧିକ ଜାଣିବା ।

ସାମସଙ୍ଗ ଆଜି ନିଜର ବାର୍ଷିକ ଲଞ୍ଚ ଇଭେଣ୍ଟ ଆମେରିକାର ସାନ ଫ୍ରାନ୍ସିସ୍କୋଠାରେ ଆୟୋଜିତ କରିବାକୁ ଯାଉଛି । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ସାମସଙ୍ଗ ନିଜ ଫ୍ଲାଗସିପ ସ୍ମାଟଫୋନ୍ ସହିତ କିଛି ନୂଆ ଉଦ୍ଭାବନ ଆଣିପାରେ । S26 ସିରିଜର ଗାଲାକ୍ସି S26, ଗାଲାକ୍ସି S26 ପ୍ଲସ, ଗାଲାକ୍ସି S26 ଅଲଟ୍ରା ଭଳି ଫୋନ ସାମିଲ ହୋଇପାରେ । ଏଥିରେ ବିଶେଷ କଥା ହେଉଛି ଯେ ଏଥର କମ୍ପାନୀ ଏହାର ଫୋନ୍ ସିରିଜର ଏଆଇ ଫିଚର୍ସ ଅର୍ଥାତ୍ ଗାଲାକ୍ସି ଏଆଇ ଫିଚର୍ସକୁ ବୃଦ୍ଧି କରିବ । ତେବେ ଆସନ୍ତୁ ଜାଣିବା କେମିତି ଦେଖିବା ଏ ଇଭେଣ୍ଟ୍ ।

କିପରି ଦେଖିବା ଏ ଇଭେଣ୍ଟ ?

ଯଦି ଆପଣ ସାମସଙ୍ଗର ଏହି Galaxy Unpacked 2026 ଇଭେଣ୍ଟ ଘରି ବସି ଦେଖିବାକୁ ଚାହୁଁଛନ୍ତି ତେବେ ସାମସଙ୍ଗର ଅଫିସିଆଲ ୟୁଟୁବ ଚ୍ୟାନେଲ୍ କିମ୍ବା କମ୍ପାନୀର ୱେବସାଇଟ୍ କିମ୍ବା ସାମସଙ୍ଗର ନ୍ୟୁଜରୁମକୁ ଯାଇ ଲାଇଭ୍ ଦେଖିପାରିବେ । ଯେଉଁମାନେ ନୂଆ ଡିଭାଇସ୍ ନେବା ପାଇଁ ଅପେକ୍ଷା କରିଛନ୍ତି କମ୍ପାନୀ ତାଙ୍କ ପାଇଁ ପ୍ରି-ରିଜର୍ବେଶନ ଆରମ୍ଭ କରିଦେଇଛି, ଗ୍ରାହକମାନେ 999 ଟଙ୍କା ପୈଠ କରି ଏହାର ଗାଲାକ୍ସି ପ୍ରି-ରିଜର୍ଭ ଭିଆପି ପାସ୍ ନେଇ ପାରିବେ । ଏହି ପାସ୍ ସହିତ 2,699 ଟଙ୍କାର ଇ-ଷ୍ଟୋର ଭାଉଚର ମିଳିବ, ଯାହାକୁ ଆପଣ ଗାଲାକ୍ସି S ସିରିଜ୍ ଫୋନ କିଣିବା ସମୟରେ ବ୍ୟବହାର କରିପାରିବେ । ଏହାକୁ ଛାଡି କମ୍ପାନୀ ଫ୍ରୀ ଷ୍ଚୋରେଜ ଅପଗ୍ରେଡ଼ର ମଧ୍ୟ ସୁବିଧା ରଖିଛି । ଗାଲାକ୍ସି ବଡସ୍ 4 ଓ ଗାଲାକ୍ସି ବଡସ୍ 4 ପ୍ରୋ ମଧ୍ୟ ଲଞ୍ଚ ହେବାର ସମ୍ଭାବନା ଅଛି ।

ଅଧିକ ଏଆଇ ଫିଚର୍ସ ମିଳିବାର ସମ୍ଭାବନା:

ଏହି ଲଞ୍ଚ ଇଭେଣ୍ଟରେ ସାମସଙ୍ଗ Perplexity AIକୁ ନିଜ ସହ ଯୋଡ଼ିବାକୁ ଯାଉଛି । ଏହା ପୂର୍ବରୁ କମ୍ପାନୀ ଜେମିନି AI ଏବଂ ବିକ୍ସିବିର୍ ଫିଚର୍ସକୁ ମଧ୍ୟ ନିଜ ସହ ଯୋଡ଼ି ରଖିଛି । ଏଥିରୁ ଯାହା ପରିଲିକ୍ଷିତ ହେଉଛି କମ୍ପାନୀ ବ୍ୟବହାରକରୀଙ୍କୁ AIର ନୂଆ ଫିଚ଼ର୍ସ ସହ ଯୋଡ଼ି ରଖିବା ପାଇଁ ଚାହୁଁଛି, ଫଳରେ ଲୋକଙ୍କ ଦୈନଦୀନ ଜୀବନ ସହଜ ହୋଇପାରିବ ।

ଅଧିକ ପଢ଼ନ୍ତୁ:

ଅଧିକ ପଢ଼ନ୍ତୁ: ନୂଆ ଅପଡେଟ୍ ସହ ଲଞ୍ଚ ହେଲା 2026 Isuzu D-Max V-Cross ପିକ୍ ଅପ୍ , ଜାଣନ୍ତୁ କେତେ ରହିଛି ମୂଲ୍ୟ ?

ଅଧିକ ପଢ଼ନ୍ତୁ: ଭାରତରେ Nova ଲଞ୍ଚ୍ କଲା ଏକାଧିକ ନୂଆ ପ୍ରଡକ୍ଟ, ଜାଣନ୍ତୁ ଏହାର ନାମ ଓ ମୂଲ୍ୟ ?

ଅଧିକ ପଢ଼ନ୍ତୁ: ଲଞ୍ଚ ହେଲା ସ୍ମାର୍ଟ ଫୋନ IQOO 15R, ଜାଣନ୍ତୁ ଦାମ୍‌ ଓ ଫିଚର୍ସ