ଗ୍ଲୋବାଲ୍ ବଜାରରେ ଆସିଲା Samsung Galaxy S26 FE: 50MP କ୍ୟାମେରା ସହ ଏହି ଦିନଠାରୁ ମିଳିବ!
ସାମସଙ୍ଗ ନିଜର ପ୍ରିମିୟମ୍ S26 ସିରିଜ୍ର ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍ Galaxy S26 FE ଗ୍ଲୋବାଲି ଲଞ୍ଚ୍ କରିଛି, ଯାହା Android 17 ସପୋର୍ଟ ସହ ଆସୁଛି ।

Published : August 28, 2026 at 3:30 PM IST
ହାଇଦ୍ରାବାଦ: ସାମସଙ୍ଗ କମ୍ପାନୀ ନିଜର ଫ୍ଲାଗସିପ୍ ଗାଲାକ୍ସି S26 ସିରିଜ୍ର ସବୁଠାରୁ ବଜେଟ୍-ଫ୍ରେଣ୍ଡଲି ମଡେଲ୍ 'Samsung Galaxy S26 FE' ବିଶ୍ୱ ବଜାରରେ ଉନ୍ମୋଚନ କରିଛି । ଏହି ସ୍ମାର୍ଟଫୋନ୍ଟି ପୂରା ଲାଇନଅପ୍ ଭଳି ସମାନ ପ୍ରିମିୟମ୍ ଲୁକ୍ ସହ ଆସୁଛି ଏବଂ ଏହା କମ୍ପାନୀର ପ୍ରଥମ ଡିଭାଇସ୍ ଯାହା ଆଉଟ୍-ଅଫ୍-ଦି-ବକ୍ସ Android 17 ଆଧାରିତ One UI 9 ସଫ୍ଟୱେର୍ ସହିତ ଲଞ୍ଚ୍ ହୋଇଛି । ସାମସଙ୍ଗର ମୋବାଇଲ୍ ଏକ୍ସପିରିଏନ୍ସ (MX) ବ୍ୟବସାୟର ମୁଖ୍ୟ ଜେ କିମ୍ କହିଛନ୍ତି ଯେ, ଗ୍ରାହକମାନଙ୍କୁ ସର୍ବଶ୍ରେଷ୍ଠ କ୍ୟାମେରା ଓ ଗାଲାକ୍ସି ଏଆଇ (AI)ର ମଜା ଦେବା ପାଇଁ ଏହି ଫ୍ୟାନ୍ ଏଡିସନ୍ (FE) ଫୋନ୍ଟିକୁ ସ୍ୱେଚ୍ଛାକୃତ ଭାବେ ଡିଜାଇନ୍ କରାଯାଇଛି ।
ଦମଦାର୍ ଡିସ୍ପ୍ଲେ ଓ ଶକ୍ତିଶାଳୀ ପ୍ରୋସେସର୍:
ଏହି ନୂଆ ସ୍ମାର୍ଟଫୋନ୍ରେ 6.7 ଇଞ୍ଚ୍ର Full HD+ Dynamic ଆମୋଲେଡ୍ 2X ସ୍କ୍ରିନ୍ ରହିଛି, ଯାହା 120Hz ରିଫ୍ରେଶ୍ ରେଟ୍ ଏବଂ 1,900 ନିଟ୍ସ ପର୍ଯ୍ୟନ୍ତ ସର୍ବାଧିକ ବ୍ରାଇଟ୍ନେସ୍ ସପୋର୍ଟ କରେ । କାର୍ଯ୍ୟଦକ୍ଷତାକୁ ଆହୁରି ଦ୍ରୁତ କରିବା ପାଇଁ ଏଥିରେ ସାମସଙ୍ଗର ନିଜସ୍ୱ 3nm ପ୍ରୋସେସ୍ ଆଧାରିତ Exynos 2500 ଚିପ୍ସେଟ୍ ବ୍ୟବହାର କରାଯାଇଛି । ଏହି ଡିଭାଇସ୍ 8GB RAM ସହିତ 3ଟି ଭିନ୍ନ ଷ୍ଟୋରେଜ୍ ବିକଳ୍ପ ଯଥା 128GB, 256GB ଏବଂ 512GBରେ ଆସୁଛି ।
ଟ୍ରିପଲ୍ ରିୟର୍ କ୍ୟାମେରା ସେଟଅପ୍ ଓ ଆଡଭାନ୍ସଡ୍ ଫିଚର୍ସ:
ଫଟୋଗ୍ରାଫି ପାଇଁ ଫୋନ୍ର ପଛ ପାର୍ଶ୍ୱରେ ତିନୋଟି କ୍ୟାମେରା ଦିଆଯାଇଛି । ଏଥିରେ 50MPର ମୁଖ୍ୟ ୱାଇଡ୍ କ୍ୟାମେରା, 12MPର ଅଲ୍ଟ୍ରାୱାଇଡ୍ କ୍ୟାମେରା ଏବଂ 3x ଅପ୍ଟିକାଲ୍ ଜୁମ୍ ସପୋର୍ଟ କରୁଥିବା ଏକ 8MPର ଟେଲିଫଟୋ କ୍ୟାମେରା ସାମିଲ ଅଛି । ସେହିପରି ସାମ୍ନାରେ 12MPର ସେଲ୍ଫି କ୍ୟାମେରା ରହିଛି, ଯେଉଁଥିରେ ପୂର୍ବ ଫୋନ୍ ତୁଳନାରେ 85-ଡିଗ୍ରୀର ଅଧିକ ଫିଲ୍ଡ ଅଫ୍ ଭିୟୁ (FOV) ମିଳୁଛି ।
ଏହାର କ୍ୟାମେରା ସିଷ୍ଟମ୍ରେ 'My FanCam' ଭଳି ସ୍ୱତନ୍ତ୍ର ଫିଚର୍ ଦିଆଯାଇଛି, ଯାହା ଭିଡିଓ ରେକର୍ଡିଂ ବେଳେ ବ୍ୟକ୍ତିଙ୍କୁ ସ୍ୱୟଂଚାଳିତ ଭାବେ ଟ୍ରାକ୍ କରି ଫ୍ରେମ୍ ମଝିରେ ରଖିଥାଏ। ଏହା ସହିତ ଭିଡିଓକୁ ସ୍ଥିର ରଖିବା ପାଇଁ 'Super Steady with Horizontal Lock', କମ୍ ଆଲୋକରେ ଭଲ ଫଟୋ ପାଇଁ 'Nightography' ଏବଂ ପ୍ରମ୍ପ୍ଟ ସାହାଯ୍ୟରେ ଫଟୋ ଏଡିଟ୍ କରିବା ପାଇଁ 'Photo Assist' ଭଳି ଫିଚର୍ସ ମଧ୍ୟ ରହିଛି ।
ଗାଲାକ୍ସି ଏଆଇ ଓ ବ୍ୟାଟେରୀ କ୍ଷମତା:
ଏହି ହ୍ୟାଣ୍ଡସେଟ୍ରେ ଉନ୍ନତ 'Galaxy AI' ସୁବିଧା ମିଳୁଛି । ଏହାର 'Now Brief' ଫିଚର୍ ଦ୍ୱାରା ୟୁଜର୍ସ ପାଣିପାଗ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଷ୍ଟମାଇଜ୍ଡ୍ ସୂଚନା ପାଇପାରିବେ ଏବଂ 'Now Nudge' ବର୍ତ୍ତମାନ ତୃତୀୟ-ପକ୍ଷ ଆପ୍ଲିକେସନ୍ ଗୁଡ଼ିକୁ ମଧ୍ୟ ସପୋର୍ଟ କରୁଛି । ଏଥିସହ 'Circle to Search' ମାଧ୍ୟମରେ ଗୋଟିଏ ଫଟୋରୁ ଏକାଧିକ ଜିନିଷକୁ ଏକାସଙ୍ଗେ ସର୍ଚ୍ଚ କରାଯାଇପାରିବ । ୟୁଜର୍ସଙ୍କୁ ଏହା ସହିତ 6 ମାସ ପାଇଁ 'Google AI Pro' ର ମାଗଣା ଟ୍ରାଏଲ୍ ମିଳିବ, ଯେଉଁଥିରେ 5 TBର କ୍ଲାଉଡ୍ ଷ୍ଟୋରେଜ୍ ଅନ୍ତର୍ଭୁକ୍ତ ।
ପାୱାର ବ୍ୟାକଅପ୍ ପାଇଁ ଏଥିରେ 4,900 mAhର ବ୍ୟାଟେରୀ ରହିଛି, ଯାହା 45W ୱାୟାର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ କରେ । ଏହା ଦ୍ୱାରା ମାତ୍ର 30 ମିନିଟରେ ଫୋନ୍ 69 ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇପାରିବ, କିନ୍ତୁ ଚାର୍ଜର ବାକ୍ସରେ ମିଳିବ ନାହିଁ । ଏହାଛଡ଼ା ଫୋନ୍ରେ 15W ୱାୟରଲେସ୍ ଚାର୍ଜିଂ ଏବଂ ୱାୟରଲେସ୍ ପାୱାରସେୟାର୍ ସୁବିଧା ମଧ୍ୟ ଦିଆଯାଇଛି ।
| Samsung Galaxy S26 FE ସ୍ପେସିଫିକେସନ୍ | |
|---|---|
| ଡ଼ିସପ୍ଲେ | 6.7-ଇଞ୍ଚ Full HD+ ଡାଇନାମିକ୍ 2X, 120Hz ରିଫ୍ରେଶ ରେଟ୍, 1,900 ନିଟସ୍ ପର୍ଯ୍ୟନ୍ତ ବ୍ରାଇଟ୍ନେସ୍ |
| ପ୍ରୋସେସର ଏବଂ ମେମାରୀ | 3nm Exynos 2500 | 8GB ରାମ୍/ 128GB / 256GB / 512GB ଷ୍ଟରୋଜ୍ |
| ରିୟର କ୍ୟାମେରା | 50MP ୱାଇଡ୍ + 12MP ଅଲଟ୍ରାୱାଇଡ୍ + 8MP ଟେଲିଫୋଟ ସହିତ 3x ଅପ୍ଟିକାଲ ଜୁମ୍ |
| ଫ୍ରଣ୍ଟ କ୍ୟାମେରା | 12MP ସେଲଫି କ୍ୟାମେରା ସହିତ 85° ଫିଲ୍ଡ ଅଫ୍ ଭ୍ୟିଉ |
| କ୍ୟାମେରା ଫିଚର୍ସ | Nightography, My FanCam, Super Steady with Horizontal Lock |
| ସଫ୍ଟୱେର ଏବଂ AI | ଆଣ୍ଡ୍ରଏଡ୍ 17 ସହିତ One UI 9 |
| Other AI Features | ଗାଲାକ୍ସି AI, Now Brief, Now Nudge, ସର୍କଲ ଟୁ ସର୍ଚ, ଫଟୋ ଆସିଷ୍ଟ, ଜେମିନି ଓମିନି |
| ବ୍ୟାଟେରୀ | 4,900mAh |
| ଚାର୍ଜିଂ | 45W ୱାୟାର୍ଡ ଚାର୍ଜିଂ, 15W ୱୟାରଲେସ୍ ଚାର୍ଜିଂ, Wireless PowerShare |
| କଲର୍ସ | Blueberry, Graphite, Pistachio |
ଉପଲବ୍ଧତା ଓ ମୂଲ୍ୟ ବିବରଣୀ:
ଗ୍ଲୋବାଲ୍ ବଜାରରେ ଏହି ସ୍ମାର୍ଟଫୋନ୍ ଆସନ୍ତା ସେପ୍ଟେମ୍ବର 4 ତାରିଖରୁ ବିକ୍ରି ପାଇଁ ଉପଲବ୍ଧ ହେବ । ଏହା ତିନୋଟି ରଙ୍ଗ ବିକଳ୍ପ Blueberry, Graphite ଏବଂ Pistachioରେ ଆସୁଛି । ମୂଲ୍ୟ କଥା କହିଲେ, ଏହାର 8GB RAM ସହ 128GB ବେସ୍ ଷ୍ଟୋରେଜ୍ ମଡେଲ୍ର ଦାମ୍ EUR 799 (ପ୍ରାୟ 89,000 ଟଙ୍କା) ରଖାଯାଇଛି । ସେହିପରି ଏହାର ଅନ୍ୟ ଭାରିଆଣ୍ଟଗୁଡ଼ିକର ମୂଲ୍ୟ EUR 899 (ପ୍ରାୟ 1 ଲକ୍ଷ ଟଙ୍କା) ଏବଂ 512GB ମଡେଲ୍ର ମୂଲ୍ୟ EUR 1,099 (ପ୍ରାୟ 1.22 ଲକ୍ଷ ଟଙ୍କା) ରହିଛି । ଭାରତରେ ଏହାର ମୂଲ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ, ତେବେ ଏହା ଗ୍ଲୋବାଲ୍ ପ୍ରାଇସ୍ ତୁଳନାରେ ଯଥେଷ୍ଟ କମ୍ ରହିବ ବୋଲି ଆଶା କରାଯାଉଛି ।

