ETV Bharat / technology

ମାର୍କେଟରେ ଧମାକା କରିବ ନୂଆ Renault Kwid Facelift! ଜାଣନ୍ତୁ ଫିଚର୍ସ

ରେନାଲ୍ଟ କମ୍ପାନୀ ଭାରତୀୟ ବଜାରରେ ନିଜର ସବୁଠାରୁ ଜନପ୍ରିୟ ବଜେଟ୍ କାର୍ କ୍ୱିଡ୍‌ର ନୂଆ ଅପଡେଟେଡ୍ ଫେସଲିଫ୍ଟ ସଂସ୍କରଣ ଆସନ୍ତା 3 ଜୁଲାଇରେ ଲଞ୍ଚ୍ କରିବାକୁ ଯାଉଛି ।

Representative photo
Representative photo (Renault India)
author img

By ETV Bharat Tech Team

Published : June 29, 2026 at 8:08 AM IST

2 Min Read
Choose ETV Bharat

ହାଇଦ୍ରାବାଦ: ଭାରତୀୟ ଅଟୋମୋବାଇଲ୍ ବଜାରରେ ଏଣ୍ଟ୍ରି-ଲେଭଲ୍‌ ଗାଡି଼ ପସନ୍ଦ କରୁଥିବା ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଖୁସି ଖବର ସାମ୍ନାକୁ ଆସିଛି । ପ୍ରସିଦ୍ଧ କାର୍‌ ନିର୍ମାତା କମ୍ପାନୀ ରେନାଲ୍ଟ(Renault)ନିଜର ସବୁଠାରୁ ଜନପ୍ରିୟ ହ୍ୟାଚ଼ବ୍ୟାକ କାର୍ କ୍ୱିଡ୍‌ର ନୂଆ ଅପଡେଟ୍ ଫେସଲିଫ୍ଟ (Renault Kwid Facelift) ଭର୍ସନକୁ ଆସନ୍ତା ଜୁଲାଇ 3ରେ ଲଞ୍ଚ କରିବାକୁ ଯାଉଛି । ଭାରତୀୟ ବଜାରରେ ପ୍ରାୟତଃ ଏକ ଦଶନ୍ଧି ଧରି ଚାଲି ଆସୁଥିବା କ୍ୱିଡି, କମ୍ପାନୀ ପାଇଁ ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଗାଡି଼ ଭାବେ ସାବସ୍ତ୍ୟ ହୋଇଛି । ଏହାର ସ୍ୱଳ୍ପ ମୂଲ୍ୟ ଏବଂ ଏସ୍‌ୟୁଭି (SUV) ଭଳି ଆର୍କଷଣୀୟ ଡିଜାଇନ୍ ଯୋଗୁଁ ଏହା ମଧ୍ୟବିତ୍ତ ଗ୍ରାହକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ତେବେ ଆସନ୍ତୁ ଏହାର ସ୍ପେସିଫିକେସନ ଓ ଫିଚର୍ସ ବିଷୟରେ ଜାଣିବା ।

Renault Kwid Faceliftର ଏକ୍ସଟେରିୟର୍‌ ଡିଜାଇନ୍:

କମ୍ପାନୀ ତରଫରୁ ବର୍ତ୍ତମାନ ସୁଦ୍ଧା ଏହି ଗାଡ଼ିର ଅଫିସିଆଲ୍ ତଥ୍ୟ ପ୍ରକାଶ କରାଯାଇ ନାହିଁ । କିନ୍ତୁ ଟେଷ୍ଟିଂ ସମୟରେ ସାମ୍ନାକୁ ଆସିଥିବା ସ୍ପାଏ ସଟ୍ସ (Spy Shots)ରୁ ସ୍ପଷ୍ଟ ହୋଇଛି ଯେ ନୂଆ କାର୍‌ର ଆଗ ଭାଗ ବା ଫ୍ରଣ୍ଟ ଲୁକ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି । ଏହି ନୂଆ ମଡେଲ୍‌ରେ ଏକ ସଂଶୋଧିତ ଗ୍ରିଲ୍‌, ଆଧୁନିକ ବମ୍ପର ଏବଂ ନୂଆ ଡିଜାଇନ୍‌ର ଟେଲ୍ ଲ୍ୟାମ୍ପ୍ ଦେଖିବାକୁ ମିଳିବ । ରିପୋର୍ଟ ଅନୁଯାୟୀ, ଏହି ନୂଆ କାର୍‌ର ଡିଜାଇନ୍ ଗ୍ଲୋବାଲ୍ ମାର୍କେଟରେ ଥିବା ଡାସିଆ ସ୍ପ୍ରିଙ୍ଗ୍ ଇଭି (Dacia Spring EV) ଦ୍ୱାରା ଅନୁପ୍ରାଣିତ ହୋଇଛି, ଯାହା ଗାଡ଼ିକୁ ପୂର୍ବ ଅପେକ୍ଷା ଆହୁରି ଅଧିକ ପ୍ରିମିୟମ୍ ଏବଂ ଆକର୍ଷଣୀୟ ସ୍ପୋର୍ଟି ଲୁକ୍ ପ୍ରଦାନ କରୁଛି ।

Renault Kwid Faceliftର ଇଣ୍ଟିରିୟର ଏବଂ ନୂଆ ଆଡଭାନ୍ସଡ୍ ଫିଚର୍ସ:

କାର୍ ଭିତରର କ୍ୟାବିନ୍‌କୁ ଆହୁରି ଆରାମଦାୟକ ଏବଂ ହାଇ-ଟେକ୍ କରିବା ପାଇଁ କମ୍ପାନୀ ଏହାର ଇଣ୍ଟିରିୟର ମେକାନିଜିମ୍‌ରେ କେତେକ ଜରୁରୀ ପରିବର୍ତ୍ତନ କରିଛି । ଗ୍ରାହକମାନଙ୍କୁ ଏହି ନୂଆ ଫେସଲିଫ୍ଟ ଭେରିଏଣ୍ଟରେ ଏକ ବଡ଼ ଟଚ୍‌ସ୍କ୍ରିନ୍ ଇନଫୋଟେନମେଣ୍ଟ ସିଷ୍ଟମ୍ ସହିତ ସମ୍ପୂର୍ଣ୍ଣ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ମିଳିବାର ସମ୍ଭାବନା ରହିଛି । ଏହା ସହିତ ଡ୍ୟାଶ୍‌ବୋର୍ଡର ଲେଆଉଟ୍ ଏବଂ ସିଟ୍ ଗୁଡ଼ିକର କ୍ୱାଲିଟିକୁ ମଧ୍ୟ ଉନ୍ନତ କରାଯାଇଛି, ଯାହା ଗ୍ରାହକଙ୍କୁ ଡ୍ରାଇଭିଂ ସମୟରେ ଏକ ସର୍ବୋତ୍ତମ ଅନୁଭବ ପ୍ରଦାନ କରିବ । ବଜେଟ୍ କାର୍ ସେଗମେଣ୍ଟରେ ନିଜର ଦବଦବା ବଜାୟ ରଖିବା ପାଇଁ ଆପଲ୍ କାର୍‌ପ୍ଲେ ଏବଂ ଆଣ୍ଡ୍ରଏଡ୍ ଅଟୋର ସୁବିଧା ମଧ୍ୟ ଏଥିରେ ଦିଆଯାଇଛି ।

Renault Kwid Faceliftର ଇଞ୍ଜିନ୍:

ଟେକ୍ନିକାଲ୍ ସ୍ପେସିଫିକେସନ୍ସ ମାମଲାରେ କମ୍ପାନୀ ଏହାର ମେକାନିକାଲ୍ ସିଷ୍ଟମରେ କୌଣସି ପରିବର୍ତ୍ତନ କରିନାହିଁ । ଏହି ନୂଆ କାର୍‌ରେ ପୂର୍ବଭଳି 1.0 ଲିଟର, 3 ସିଲିଣ୍ଡର, ନ୍ୟାଚୁରାଲି ଆସ୍ପିରେଟେଡ୍ ପେଟ୍ରୋଲ ଇଞ୍ଜିନ୍ ବ୍ୟବହାର କରାଯାଇଛି । ଏହି ଇଞ୍ଜିନ୍ ପ୍ରାୟ 65 bhpର ସର୍ବାଧିକ ପାୱାର ଏବଂ 96 Nmର ପିକ୍ ଟର୍କ ଉତ୍ପନ୍ନ କରିଥାଏ । ଏଥିରେ 5 ସ୍ପିଡ୍ ମାନୁଆଲ୍ ଏବଂ 5 ସ୍ପିଡ୍ AMT (Automated Manual Transmission) ଗିୟରବକ୍ସର ବିକଳ୍ପ ମିଳିବ । ସହର ମଧ୍ୟରେ ଦୈନନ୍ଦିନ ଯାତାୟାତ ପାଇଁ ଏହି ଇଞ୍ଜିନ୍ ସର୍ବୋତ୍ତମ ଅଟେ ଏବଂ ଏହାର କମ୍ ମେଣ୍ଟେନାନ୍ସ ଖର୍ଚ୍ଚ ଗ୍ରାହକଙ୍କ ପାଇଁ ବହୁତ ଲାଭଦାୟକ ହେବ ।

Renault Kwid Faceliftର ଦାମ୍:

ଭାରତୀୟ ବଜାରରେ ଲଞ୍ଚ୍ ହେବା ପରେ ଏହି ଗାଡ଼ିର ପ୍ରାରମ୍ଭିକ ମୂଲ୍ୟ ବହୁତ କମ୍ ରଖାଯିବାର ସମ୍ଭାବନା ଅଛି, ଯାହାଫଳରେ ଏହା ସାଧାରଣ ଲୋକଙ୍କ ବଜେଟ୍ ମଧ୍ୟରେ ରହିବ । ମାର୍କେଟରେ ଏହାର ସିଧାସଳଖ ମୁକାବିଲା Maruti Suzuki Alto K10 ଏବଂ Maruti Suzuki Celerio ଭଳି ପୂର୍ବରୁ ସ୍ଥାପିତ ବଜେଟ୍ କାର୍ ଗୁଡ଼ିକ ସହିତ ହେବ । ଭାରତରେ ନିଜର ପୋର୍ଟଫୋଲିଓ ବିସ୍ତାର କରିବା ପାଇଁ ରେନୋଲ୍ଟ ଏହି ନୂଆ ମଡେଲକୁ ବଜାରକୁ ଆଣୁଛି ।

ଏହା ମଧ୍ୟ ପଢନ୍ତୁ:

ନୂଆ ରଙ୍ଗ ଏବଂ ଆଧୁନିକ ଫିଚର୍ସ ସହିତ ଲଞ୍ଚ୍ ହେଲା 2026 TVS Ntorq 125, ଜାଣନ୍ତୁ କେତେ ରହିଛି ଦାମ୍

ମାର୍କେଟକୁ ଆସିଲା ନୂଆ Hero Passion+ Disc, ଦମଦାର ବ୍ରେକିଂ ସହିତ ମିଳିବ 71 କିଲୋମିଟର ମାଇଲେଜ୍

10,000 ଟଙ୍କାରୁ କମ୍ ଦାମରେ ଲଞ୍ଚ୍ ହେଲା Lava Smart 4 Plus! ଜାଣନ୍ତୁ ଫିଚର୍ସ