ETV Bharat / technology

Redmi ଆଣୁଛି ନୂଆ ଟ୍ୟାବଲେଟ୍‌ Pad 2 Pro 5G; ଲଞ୍ଚ ପୂର୍ବରୁ ସାମ୍ନାକୁ ଆସିଲା ତଥ୍ୟ

ନୂଆବର୍ଷରେ ରେଡମି ଭାରତୀୟ ବଜାରରେ ଲଞ୍ଚ କରିବ ନୂଆ ଟ୍ୟାବଲେଟ୍‌ Pad 2 Pro 5G । ଲଞ୍ଚ ପୂର୍ବରୁ କମ୍ପାନୀ ଏହାର ପ୍ରମୁଖ ତଥ୍ୟ ସ୍ପଷ୍ଟ କରିଛି । ଅଧିକ ପଢନ୍ତୁ

Redmi Pad 2 Pro 5G
Redmi Pad 2 Pro 5G (Image Credit: Redmi India)
author img

By ETV Bharat Tech Team

Published : December 31, 2025 at 4:21 PM IST

2 Min Read
Choose ETV Bharat

ହାଇଦ୍ରାବାଦ: Redmi ନୂଆବର୍ଷ 2026କୁ ଏକ ନୂଆ ଟ୍ୟାବଲେଟ୍‌ ଲଞ୍ଚ ସହିତ ଆରମ୍ଭ କରିବାକୁ ଯାଉଛି । ଏହି ଟ୍ୟାବଲେଟ୍‌ଟି ଆନୁଷ୍ଠାନିକ ଭାବରେ ଜାନୁଆରୀ 6, 2026ରେ ଲଞ୍ଚ ହେବ । ତେବେ ଲଞ୍ଚ ପୂର୍ବରୁ କମ୍ପାନୀ ଏହାର ଏକାଧିକ ପ୍ରମୁଖ ସ୍ପେଶିଫିକେସନକୁ ସ୍ପଷ୍ଟ କରିଛି । ଏହି ଟ୍ୟାବଲେଟ୍‌ଟି 12.1-ଇଞ୍ଚ କ୍ବାଡ୍‌ HD+ ଡିସପ୍ଲେ ସହିତ ଆସିବ ଓ ଏହାକୁ ଶକ୍ତି ପ୍ରଦାନ କରିବା ଲାଗି ଏଥିରେ ଏକ କ୍ବାଲକମର Snapdragon 7s Gen 4 ଚିପସେଟ୍‌ ପ୍ରଦାନ କରାଯାଇଛି ।

ଲାଟେଷ୍ଟ ଆଣ୍ଡ୍ରଏଡ ଭର୍ସନ ଆଣ୍ଡ୍ରଏଡ 16 ବର୍ତ୍ତମାନ ଉପଲବ୍ଧ । କିନ୍ତୁ ଏହି ଟ୍ୟାବଲେଟ୍‌ଟି ଆଣ୍ଡ୍ରଏଡ 15 ଦ୍ବାରା ଚାଲିବ ବୋଲି କମ୍ପାନୀ ପକ୍ଷରୁ ଦର୍ଶାଯାଇଛି । ଏଥିରେ ବଡ଼ ବ୍ୟାଟେରୀ ମଧ୍ୟ କମ୍ପାନୀ ପ୍ରଦାନ କରିଛି । ତେବେ ଏହାର ଦାମଠୁ ଆରମ୍ଭ କରି ଅନ୍ୟ ବିଶେଷତା ସମ୍ପର୍କରେ ନିମ୍ନରେ ଜାଣନ୍ତୁ ।

Redmi Pad 2 Pro 5G: ସ୍ପେଶିଫିକେସନ

ହାର୍ଡୱେର କଥା କହିଲେ, ଏହି ଟ୍ୟାବଲେଟ୍‌ଟି କ୍ବାଲକମର Snapdragon 7s Gen 4 ଚିପସେଟ୍‌ ସହ ଆସିବ ବୋଲି କମ୍ପାନୀ ସ୍ପଷ୍ଟ କରିଛି । ଏହାସହିତ ଟ୍ୟାବଲେଟ୍‌ଟି ମଧ୍ୟମ ଧରଣର ଟ୍ୟାବଲେଟ୍‌ଠାରୁ ଉପରେ ଅଛି । ଏହା ସେପରି ୟୁଜରଙ୍କ ଲାଗି ଉପଯୁକ୍ତ ଅପସନ ହେବ ଯେଉଁମାନେ ଅଧିକ ଟଙ୍କା ଖର୍ଚ୍ଚ ନ କରି ଏକ ଭଲ କାର୍ଯ୍ୟକ୍ଷମ ଟ୍ୟାବଲେଟ୍‌ କିଣିବାକୁ ଚାହୁଁଛନ୍ତି । ଏହା ଧାତୁ ୟୁନିବଡି ଡିଜାଇନ୍ ସହ ଆସିଛି ଯାହାର ମୋଟେଇ 7.5ମିମି ଏବଂ ଓଜନ 610 ଗ୍ରାମ ଅଛି ।

ଏହି ଟ୍ୟାବଲେଟ୍‌ଟି 12.1-ଇଞ୍ଚ Quad HD+ ଡିସପ୍ଲେ ସହିତ ଆସୁଛି ଏବଂ ଏହାର ରିଫ୍ରେସ୍‌ ରେଟ୍‌ 120Hz ଅଛି ଓ ଏଥିରେ ଡଲବି ଭିଜନ ସମର୍ଥନ ରହିଛି । ଅଡିଓ ଲାଗି ଏଥିରେ କ୍ବାଡ୍‌-ସ୍ପିକର ସେଟଅପ୍‌ ଅଛି, ଯେଉଁଥିରେ ୟୁଜରଙ୍କୁ ଭଲ୍ୟୁମ ବୁଷ୍ଟ ଫିଚର ମଧ୍ୟ ମିଳିବ । ରେଡମି ଏହି ଟ୍ୟାବଲେଟ୍‌କୁ 12,000mAh ବ୍ୟାଟେରୀ ପ୍ରଦାନ କରିଛି, ଯାହାକି 33 ୱାଟ୍‌ ଦ୍ରୁତ ଚାର୍ଜିଂକୁ ସମର୍ଥନ କରେ । ଯଦି ଆମେ କ୍ୟାମେରା କଥା କହିବା, ତେବେ ଟ୍ୟାବଲେଟ୍‌ର ଆଗ ଓ ପଛ ଭାଗରେ 8-ମେଗାପିକ୍ସେଲ ସେନ୍ସର ପ୍ରଦାନ କରାଯାଇଛି ।

Redmi Pad 2 Pro 5G: ଦାମ କେତେ ରହିପାରେ ?

ସାଓମି ସୂଚିତ କରିଛି ଯେ ରେଡମି ପ୍ୟାଡ୍‌ 2 ପ୍ରୋ 5ଜି ଟ୍ୟାବେଲଟ୍‌ଟି 20,000 ଟଙ୍କାରୁ 30,000 ଟଙ୍କା ମଧ୍ୟରେ ରହିବ । ଟିପଷ୍ଟର ଅଭିଷେକ ଯାଦବଙ୍କ ଦ୍ବାରା ଏକ୍ସରେ ସେୟାର କରାଯାଇଥିବା ଏକ ସ୍ବତନ୍ତ୍ର ପୋଷ୍ଟ ଅନୁସାରେ ଏହି ଟ୍ୟାବଲେଟ୍‌ର Wi-Fi ଭାରିଏଣ୍ଟ 6GB RAM ଓ 128GB ଷ୍ଟୋରେଜ୍‌ ଅପସନ ସହ ଆସିଛି, ଯାହାର ପ୍ରାରମ୍ଭିକ ମୂଲ୍ୟ 25,000 ଟଙ୍କାରୁ ଆରମ୍ଭ ହୋଇପାରେ ।

ସେହିପରି 5G ଭାରିଏଣ୍ଟଟି 8GB+128GB ଏବଂ 8GB+256GB ଅପସନ ସହିତ ଆସିବ, ଯାହାର ଦାମ ପ୍ରାୟ 28,000 ଟଙ୍କାରୁ 30,000 ଟଙ୍କା ମଧ୍ୟରେ ରହିବ । ଏହି ଟ୍ୟାବଲେଟ୍‌ଟି ଜାନୁଆରୀ 6 ତାରିଖରେ ଭାରତରେ ଲଞ୍ଚ ହେବା ପରେ ଏହାର ବିକ୍ରି ଆରମ୍ଭ ହେବ । ଆଶା କରାଯାଉଛି ଜାନୁଆରୀ ମଧ୍ୟ ସୁଦ୍ଧା କମ୍ପାନୀର ଏହାର ସେଲ୍‌ ଆରମ୍ଭ କରିବ । ଆଗ୍ରହୀ ଗ୍ରାହକ ଏହି ନୂଆ ଟାବଲେଟ୍‌କୁ ଲଞ୍ଚ ପରେ ସାଓମି ଇଣ୍ଡିଆ ଅନଲାଇନ ଷ୍ଟୋରରୁ କିଣିପାରିବେ ।

ଏହା ବି ପଢନ୍ତୁ: ଖୁବଶୀଘ୍ର ଲଞ୍ଚ ହେବ Oppoର ନୂଆ ଟାବଲେଟ୍‌ Pad 5, ମିଳିବ 10050 mAh ବ୍ୟାଟେରୀ