Redmi ଲଞ୍ଚ କଲା ନୂଆ ସ୍ମାର୍ଟଫୋନ ଓ ଟାବଲେଟ୍; ଦାମ କେତେ ଓ କଣ ଖାସ ଜାଣନ୍ତୁ
Redmi Note 15 5G ସ୍ମାର୍ଟଫୋନ ସହିତ ନୂଆ ଟାବଲେଟ୍ Pad 2 Pro 5Gକୁ କମ୍ପାନୀ ଆଜି ଭାରତୀୟ ବଜାରରେ ଲଞ୍ଚ କରିଛି । ଅଧିକ ପଢନ୍ତୁ

Published : January 6, 2026 at 2:40 PM IST
ହାଇଦ୍ରାବାଦ: ଆଜି ଭାରତରେ Redmi Note 15 5G ଲଞ୍ଚ ହୋଇଛି ଏବଂ କମ୍ପାନୀ ଏହାର ନୂତନ ମିଡରେଞ୍ଜ ସ୍ମାର୍ଟଫୋନକୁ 108 MasterPixel Edition ବୋଲି କହୁଛି । ଏହି ହ୍ୟାଣ୍ଡସେଟ୍ 2024 ଡିସେମ୍ବରରେ ଦେଶରେ ଲଞ୍ଚ ହୋଇଥିବା Redmi Note 14 5Gର ସଫଳତା ପୂର୍ବକ ଲଞ୍ଚ କରାଯାଇଛି ।ଏହା କ୍ବାଲକମର Snapdragon 6 Gen 3 ଚିପସେଟ୍ ଦ୍ବାରା ଚାଳିତ ଏବଂ ପୂର୍ବ ପିଢ଼ି ତୁଳନାରେ 30 ପ୍ରତିଶତରୁ ଅଧିକ ଦ୍ରୁତ ମଲ୍ଟିଟାସ୍କିଂ କାର୍ଯ୍ୟଦକ୍ଷତା ପ୍ରଦାନ କରୁଥିବା ଦାବି କରାଯାଇଛି ।
Redmi Note 15 5G ଏକ 108-ମେଗାପିକ୍ସେଲ କ୍ୟାମେରା ସହିତ ସଜ୍ଜିତ ଏବଂ ଏଥିରେ 5,520mAh ବ୍ୟାଟେରୀ ରହିଛି । ଏହା 3ଟି ରଙ୍ଗ ବିକଳ୍ପ Black, Glacier Blue ଓ Mist Purpleରେ ଲଞ୍ଚ ହୋଇଛି । ଏହାସହିତ କମ୍ପାନୀ ବଜାରରେ ଏକ ନୂଆ ଟାବଲେଟ୍ Pad 2 Pro 5Gକୁ ମଧ୍ୟ ଲଞ୍ଚ କରିଛି ।
All-day power unlocked.
— Redmi India (@RedmiIndia) January 6, 2026
Guess the battery capacity of the REDMI Note 15 5G.
One right answer could win it all. Comment using #REDMINote15 #REDMIPad2Pro#Giveaway pic.twitter.com/Uiufa5NNKt
Redmi Note 15 5G: ଦାମ
ଏହି ସ୍ମାର୍ଟଫୋନଟି ବିଭିନ୍ନ ବଜେଟ୍ ପାଇଁ 2ଟି ଷ୍ଟୋରେଜ ବିକଳ୍ପ ସହିତ ଲଞ୍ଚ କରାଯାଇଛି । ସେଥିମଧ୍ୟରେ:
- 8GB RAM + 128GB ଷ୍ଟୋରେଜ: ₹22,999
- 8GB RAM + 256GB ଷ୍ଟୋରେଜ: ₹24,999
ପ୍ରାରମ୍ଭିକ ଅଫର ଭାବେ କମ୍ପାନୀ ଏହି ସ୍ମାର୍ଟଫୋନକୁ Axis, ICICI କିମ୍ବା SBI ବ୍ୟାଙ୍କ କାର୍ଡ ବ୍ୟବହାର କରୁଥିବା ଗ୍ରାହକଙ୍କୁ ତୁରନ୍ତ ₹3000 ରିହାତି ପାଇପାରିବେ, ଯାହା ପ୍ରଭାବୀ ପ୍ରାରମ୍ଭିକ ମୂଲ୍ୟକୁ ହ୍ରାସ କରିବ ।

Redmi Note 15 5G: ସ୍ପେଶିଫିକେସନ
- ପ୍ରୋସେସର: ଏହା କ୍ବାଲକମ୍ର Snapdragon 6 Gen 3 ଚିପସେଟ୍ ଦ୍ବାରା ପରିଚାଳିତ ଏବଂ ଏଥିରେ 8GB LPDDR4X RAM ଓ 256GB ପର୍ଯ୍ୟନ୍ତ UFS 2.2 ଅନବୋର୍ଡ ଷ୍ଟୋରେଜ୍ ରହିଛି । ଏହା ମାଇକ୍ରୋଏସ୍ଡି ଷ୍ଟୋରେଜ୍ ବିସ୍ତାରକୁ ମଧ୍ୟ ସମର୍ଥନ କରେ।
- ଡିସପ୍ଲେ: Redmi Note 15 5Gରେ 6.77-ଇଞ୍ଚ (1080 x 2392 ପିକ୍ସେଲ୍) AMOLED ସ୍କ୍ରିନ୍ ଅଛି ଯାହାର ରିଫ୍ରେସ୍ ରେଟ୍ 120Hz ଏବଂ 3200 nits ସର୍ବାଧିକ ବ୍ରାଇଟନେସ୍ ରହିଛି । ଏଥିରେ Corning Gorilla Glass 7i ସୁରକ୍ଷା ରହିଛି ।
- କ୍ୟାମେରା: ଏଥିରେ ଏକ ଡୁଆଲ୍ ପଛ କ୍ୟାମେରା ସିଷ୍ଟମ୍ ସହିତ ସଜ୍ଜିତ, ଯେଉଁଥିରେ 108-ମେଗାପିକ୍ସେଲ ମୁଖ୍ୟ କ୍ୟାମେରା ଏବଂ 8-ମେଗାପିକ୍ସେଲ ଅଲଟ୍ରା-ୱାଇଡ୍-ଆଙ୍ଗଲ୍ କ୍ୟାମେରା ଅଛି । ଏଥିରେ ସେଲଫି ଏବଂ ଭିଡିଓ କଲ୍ ପାଇଁ 20-ମେଗାପିକ୍ସେଲ ସମ୍ମୁଖ କ୍ୟାମେରା ମଧ୍ୟ ଅଛି । ପଛ କ୍ୟାମେରାଗୁଡ଼ିକ 4K 30 fps ପର୍ଯ୍ୟନ୍ତ ଭିଡିଓ ରେକର୍ଡିଂକୁ ସମର୍ଥନ କରେ, ଯେତେବେଳେ ସମ୍ମୁଖ କ୍ୟାମେରା 1080p 30 fpsରେ ସୀମିତ।
- ବ୍ୟାଟେରୀ ଏବଂ ଚାର୍ଜିଂ: ଏଥିରେ ଏକ ବିଶାଳ 5520mAh ବ୍ୟାଟେରୀ ପ୍ୟାକ୍ ହୋଇଛି ଯାହା 45W ଦ୍ରୁତ ଚାର୍ଜକୁ ସମର୍ଥନ କରେ, ଯାହା ଥରେ ଚାର୍ଜ କଲେ ଦେଢ ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । ଏହାର ବ୍ୟାଟେରୀ ଜୀବନୀ ମଧ୍ୟ 5 ବର୍ଷ ବୋଲି କମ୍ପାନୀ ଦାବି କରିଛି ।
- ସଫ୍ଟୱେର: ଏହି ଡିଭାଇସ୍ Android 16 ଉପରେ ଆଧାରିତ Xiaomi HyperOS 3ରେ ଚାଲିଥାଏ, ଯାହା ମଲ୍ଟିଟାସ୍କିଂ ପାଇଁ ଏକ କ୍ଲିନର UI ଏବଂ ସ୍ମାର୍ଟ AI ଫିଚର ପ୍ରଦାନ କରେ ।
- ସ୍ଥାୟିତ୍ବ: ଏହା ଧୂଳି ଏବଂ ପାଣି ପ୍ରତିରୋଧ ପାଇଁ IP65 ରେଟିଂ ସହିତ ଆସିଥାଏ।
- କନେକ୍ଟିଭିଟି ଓ ଅଡିଓ: Redmi Note 15 5Gରେ ସଂଯୋଗ ବିକଳ୍ପଗୁଡ଼ିକ ହେଉଛି 5G, 4G LTE, Wi-Fi, USB Type-C ପୋର୍ଟ, Bluetooth 5.1, GPS ଏବଂ NFC । ଏଥିରେ Dolby Atmos ଏବଂ Hi-Res Audio ସହିତ ଷ୍ଟେରିଓ ସ୍ପିକର ରହିଛି ।
- ଆକାର: ରେଡମି ହ୍ୟାଣ୍ଡସେଟର ମାପ 164 x 75.42 x 7.35 ମିମି ଏବଂ ଓଜନ 178 ଗ୍ରାମ ଅଟେ ।
Redmi Pad 2 Pro 5G
କମ୍ପାନୀର ନୂତନ ଟାବଲେଟ୍ ଲାଇନଅପ୍ରେ ନୂତନ ଯୋଡ଼ି ଭାବରେ ଭାରତରେ Redmi Pad 2 Pro 5G ଲଞ୍ଚ କରାଯାଇଛି । ଦୁଇଟି ରଙ୍ଗରେ ପ୍ରଦାନ କରାଯାଇଥିବା ନୂତନ Redmi Pad 2 Pro 5G କମ୍ପାନୀ ୱେବସାଇଟ୍ ମାଧ୍ୟମରେ ଚଳିତ ମାସ ଶେଷ ଭାଗରେ ଦେଶରେ କ୍ରୟ ପାଇଁ ଉପଲବ୍ଧ ହେବ। ଏଥିରେ 12,000mAh ବ୍ୟାଟେରୀ ରହିଛି । Xiaomi ସବ-ବ୍ରାଣ୍ଡ ଟାବଲେଟ୍କୁ 12.1-ଇଞ୍ଚ ଡିସପ୍ଲେ ସହିତ ସଜ୍ଜିତ କରିଛି । ଏହା ଦୁଇଟି ରଙ୍ଗ ବିକଳ୍ପ Graphite Grey ଓ Quick Silverରେ ଉପଲବ୍ଧ । ଏହାର ଆକାର 7.5 ମିମି ମୋଟଇ ଏବଂ ଓଜନ 610 ଗ୍ରାମ ।

Redmi Pad 2 Pro 5G: ଦାମ
କମ୍ପାନୀ ଏହାକୁ ଦୁଇଟି ରାମ୍ ଓ ଷ୍ଟୋରେଜ ବିକଳ୍ପରେ ଲଞ୍ଚ କରିଛି ।
- 8GB RAM + 128GB ଷ୍ଟୋରେଜ (Wi-Fi-Only)- ₹ 24,999
- 8GB RAM + 128GB ଷ୍ଟୋରେଜ (Wi-Fi + 5G)- ₹ 27,999
- 8GB RAM + 256GB ଷ୍ଟୋରେଜ (Wi-Fi + 5G)- ₹ 29,999
କମ୍ପାନୀ ଆକ୍ସିସ୍ ବ୍ୟାଙ୍କ, SBI ଏବଂ ICICI ବ୍ୟାଙ୍କର କ୍ରେଡିଟ୍ କାର୍ଡରେ 2000 ଟଙ୍କା ପର୍ଯ୍ୟନ୍ତ ତୁରନ୍ତ ରିହାତି ମଧ୍ୟ ପ୍ରଦାନ କରୁଛି । ସାଓମି ସବ୍-ବ୍ରାଣ୍ଡର ନୂତନ ଟାବଲେଟ୍ ଜାନୁଆରୀ 12ରେ Xiaomi ଅନଲାଇନ୍ ଷ୍ଟୋର ମାଧ୍ୟମରେ ଭାରତରେ ବିକ୍ରୟ ପାଇଁ ଉପଲବ୍ଧ ହେବ । Redmi Pad 2 Pro 5G ସିଲଭର୍ ଏବଂ ଗ୍ରେ ରଙ୍ଗରେ ପ୍ରଦାନ କରାଯାଇଛି ।

Redmi Pad 2 Pro 5G: ସ୍ପେଶିଫିକେସନ
- ଡିସପ୍ଲେ: ଏହି ଟାବଲେଟ୍ରେ 12.1-ଇଞ୍ଚ 2.5K (2,560x1,600 ପିକ୍ସେଲ୍) ଡିସପ୍ଲେ ସହିତ 120Hz ପର୍ଯ୍ୟନ୍ତ ରିଫ୍ରେସ୍ ରେଟ୍, 249 ppi ପିକ୍ସେଲ୍ ଘନତା, 360Hz ପର୍ଯ୍ୟନ୍ତ ଟଚ୍ ସାମ୍ପଲିଂ ରେଟ୍, 600 ନିଟ୍ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍, ଡଲବି ଭିଜନ, 16:10 ଆସ୍ପେକ୍ଟ ରେସିଓ ଏବଂ 1.07 ବିଲିୟନ ରଙ୍ଗ ରହିଛି ।
- ସଫ୍ଟୱେର: ଏହି ଟାବଲେଟ୍ଟି HyperOS 2ରେ ଚାଲିଥାଏ, ଯାହା Android 15 ଉପରେ ଆଧାରିତ । କମ୍ପାନୀ 5 ବର୍ଷର OS ଅପଗ୍ରେଡ୍ ଏବଂ 7 ବର୍ଷର ସୁରକ୍ଷା ଅପଡେଟ୍ ପ୍ରତିଶ୍ରୁତି ଦେଇଛି ।
- ପ୍ରୋସେସର: କ୍ବାଲକମ୍ର ଏକ ଅକ୍ଟା କୋର୍ 4nm Snapdragon 7s Gen 4 ଚିପସେଟ୍ Redmi Pad 2 Pro 5Gକୁ ଶକ୍ତି ପ୍ରଦାନ କରେ, ଯାହା 2.7GHzର ପିକ୍ କ୍ଲକ୍ ସ୍ପିଡ୍ ପ୍ରଦାନ କରେ ବୋଲି ଦାବି କରାଯାଇଛି । SoCରେ ଗୋଟିଏ ପ୍ରାଇମ୍ କୋର୍, 3ଟି ପରଫରମାନ୍ସ କୋର୍ ଏବଂ 4ଟି ଦକ୍ଷତା କୋର୍ ରହିଛି । ଏହି ଟାବଲେଟ୍ରେ ଏକ Adreno 810 GPU, 8GB LPDDR4x RAM ଏବଂ 256GB ପର୍ଯ୍ୟନ୍ତ UFS 2.2 ଆଭ୍ୟନ୍ତରୀଣ ଷ୍ଟୋରେଜ ମଧ୍ୟ ରହିଛି ।
- କ୍ୟାମେରା: ଏହା ପଛପଟେ f/2.2 ଆପେର୍ଚର ସହିତ ଏକ ସିଙ୍ଗଲ୍ 13-ମେଗାପିକ୍ସେଲ କ୍ୟାମେରା ବହନ କରେ । ଏଥିରେ ସେଲଫି ପାଇଁ 8-ମେଗାପିକ୍ସେଲ (f/2.28) ଫ୍ରଣ୍ଟ-ଫେସିଂ କ୍ୟାମେରା ମଧ୍ୟ ଅଛି । Redmi Pad 2 Pro 5G 60fps ପର୍ଯ୍ୟନ୍ତ 1080p ରିଜୋଲ୍ୟୁସନ୍ ଭିଡିଓ ସୁଟ୍ କରିବାକୁ ସକ୍ଷମ ।
- ବ୍ୟାଟେରୀ ଓ କନେକ୍ଟିଭିଟି: Redmi Pad 2 Pro 5G ରେ 12,000mAh ବ୍ୟାଟେରୀ ରହିଛି ଯାହା 33W ତାରଯୁକ୍ତ ଫାଷ୍ଟ ଚାର୍ଜିଂ ଏବଂ 27W ତାରଯୁକ୍ତ ରିଭର୍ସ ଚାର୍ଜିଂ ପାଇଁ ସମର୍ଥନ କରେ । ଏହା ସଂଯୋଗ ପାଇଁ 5G, 4G LTE, Wi-Fi 6 ଏବଂ ବ୍ଲୁଟୁଥ୍ 5.4କୁ ସମର୍ଥନ କରେ ।
Speed that matters. ⚡
— Redmi India (@RedmiIndia) January 6, 2026
Can you name the processor inside the REDMI Note 15 5G?
Comment below and stay in the race. Use #REDMINote15 #REDMIPad2Pro#Giveaway pic.twitter.com/wT5UO5wvOJ

