ଭାରତରେ ଲଞ୍ଚ୍ ହେଲା 2026 QJ Motor SRV 300 ବାଇକ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ
କମ୍ପାନୀ ଏହି ବାଇକର ମୂଲ୍ୟ 3.29 ଲକ୍ଷ (ଏକ୍ସ-ସୋରୁମ) ଟଙ୍କା ରଖିଛି ।


Published : May 6, 2026 at 3:29 PM IST
ଭୁବନେଶ୍ବର: ଦୁଇ ଚକିଆ ବାହାନ କମ୍ପାନୀ QJ Motor India ଭାରତରେ ଅପଡେଟେଡ୍ QJ SRV 300 ଲଞ୍ଚ୍ କରିଛି । କମ୍ପାନୀ ଏହି ବାଇକର ମୂଲ୍ୟ 3.29 ଲକ୍ଷ (ଏକ୍ସ-ସୋରୁମ) ଟଙ୍କା ରଖିଛି । ନୂଆ SRV 300ର ଇଞ୍ଜିନ ପାର୍ଟରେ କମ୍ପାନୀ କୌଣସି ପରବର୍ତ୍ତନ କରିନାହିଁ । ଏଥିରେ 300 ସିସି ସେଗମେଣ୍ଟରେ ଏକ ଭିନ୍ନ ଭି ଟ୍ବିନ ଇଞ୍ଜିନର ବ୍ୟବହାର କରାଯାଇଛି । ଯାହାକି ଏହି ବାଇକର ସବୁଠାରୁ ଗୁରୁତ୍ବପୂର୍ଣ୍ଣ (USP) କଥା ।
ନୂଆ QJ SRV 300ର ଇଞ୍ଜିନ
2026 ପାଇଁ ନୂଆ SRV 300ରେ ପୂର୍ବଭଳି 296 ସିସି, ଭି ଟ୍ବିନ ଇଞ୍ଜିନର ବ୍ୟବହାର କରାଯାଇଛି । ଯାହାକି 9 ହଜାର rpm ରେ 29.9 bhp ପାୱାର ଓ 5 ହଜାର rpm ରେ 26 Nmର ଅଧିକ ଟର୍କ ପ୍ରଦାନ କରିଥାଏ ।
ନୂଆ QJ SRV 300ର ରଙ୍ଗ
2026 SRV 300 ରେ QJ Motor ଅଳ୍ପ ବହୁତ କସମେଟିକ ପରିବର୍ତ୍ତନ କରିଛି । ଏଥିରେ ନୂଆ ଡୁଆଲ ଏକଜାଷ୍ଟ ଡିଜାଇନ, ଅପଡେଟେଡ ଡେକ୍ଲସ, ନୂଆ ରଙ୍ଗ ଅପସନ ଉପଲବ୍ଧ ଅଛି । ଏହା ଛଡା ନୂଆ QJ SRV 300 ଦୁଇଟି କଲର ଅପସନ୍ରେ ଏଥର ମିଳିବ । ଗୋଟିଏ ମ୍ୟାଟ ବ୍ଲାକ (କଳା) ଓ ଅନ୍ୟଟି ଗ୍ଲସି ରେଡ୍ (ଲାଲ)ରଙ୍ଗରେ ଉପଲବ୍ଧ ହେବ ।

ନୂଆ QJ SRV 300 ର ଆକାର
ଏହାର ଆକାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହାର ଓଜନ 164 କିଲୋଗ୍ରାମ କର୍ଭ, 160 ଏମଏମ ଗ୍ରାଉଣ୍ଡ କ୍ଲିଅରାନ୍ସ, 700 ଏମଏମ ସିଟ ଓ 14 ଲିଟରର ତେଲ ଟାଙ୍କି ଦିଆଯାଇଛି । ଏହି ବାଇକ 1 ଇଞ୍ଚ ଆଗକୁ ଓ 15 ଇଞ୍ଚ ରେୟାର ହ୍ୱିଲ୍ରେ ଚାଲିଥାଏ । ବ୍ରେକ ପାଇଁ ବାଇକ ଆଗରେ 280 ଏମଏମର ସିଙ୍ଗଲ ଡିସ୍କ ଓ ପଛପଟେ 240 ଏମଏମର ସିଙ୍ଗଲ ଡିସ୍କ ଲଗାଯାଇଛି ।
ଏହା ସହ ଏଥିରେ ଡୁଆଲ ଚ୍ୟାନେଲ ABSର ସପର୍ଟ ରହିଛି । ସସ୍ପେଂଶନର ଆଗକୁ ଅପସାଇଡ ଡାଉନ ଫର୍କ ଓ ପଛପଟେ ଟ୍ବିନ କଏଲ ସ୍ପ୍ରିଙ୍ଗ ଅଏଲ ସାମିଲ ରହିଛି । 2026 ପାଇଁ SRV 300ର ମୂଲ୍ୟ ବି ଅପଡେଟ୍ କରାଯାଇଛି ।
ନୂଆ QJ SRV 300ର ମୂଲ୍ୟ
ଏହା ପୂର୍ବରୁ SRV 300ର ମୂଲ୍ୟ 3.19 ଲକ୍ଷ ଟଙ୍କା (ଏକ୍ସ ସୋରୁମ) ରହିଥିଲା । କିନ୍ତୁ ଅଦିଶ୍ବର ଅଟୋ ରାଇଡ ଇଣ୍ଡିଆ ଗ୍ରାହକଙ୍କ ନିକଟରେ GST ଫାଇଦା ପହଞ୍ଚାଇଛନ୍ତି । ଏଣୁ ଏହାର ମୂଲ୍ୟ ଏବେ 1.97 ଲକ୍ଷ ଟଙ୍କା ରହିଛି । ଏବେ ଏହି ବାଇକକୁ 3.29 ଲକ୍ଷ ଟଙ୍କା (ଏକ୍ସ ସୋରୁମ)ଅପଡେଟେଡ ମୂଲ୍ୟରେ କିଣାଯିବ । ଯାହା ଫଳରେ QJ Motor SRV 300 ପ୍ରକୃତରେ ମହଙ୍ଗା ହୋଇଛି ।
ଏହା ମଧ୍ୟ ପଢନ୍ତୁ Pulsar ପ୍ରେମୀଙ୍କ ପାଇଁ ଖୁସି ଖବର: NS400Z ଦାମରେ 14,000 ଟଙ୍କାର ବଡ଼ ହ୍ରାସ !
ଏହା ମଧ୍ୟ ପଢନ୍ତୁ ମାତ୍ର 2 ଘଣ୍ଟାରେ ଚାର୍ଜ, 187 KM ମାଇଲେଜ୍ ! ଓବେନ୍ ଆଣିଲା ଶକ୍ତିଶାଳୀ ଇଲେକ୍ଟ୍ରିକ୍ ବାଇକ୍ Rorr Evo

