ETV Bharat / technology

10 ବର୍ଷ ପୂରିଲା UPI: ପୂରା ଦୁନିଆରେ ଭାରତର ଦବ୍‌ଦବା, ପ୍ରଧାନମନ୍ତ୍ରୀ ମୋଦୀ କହିଲେ ସର୍ବବୃହତ କ୍ରାନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI)ର 10 ବର୍ଷ ପୂର୍ତ୍ତି ଅବସରରେ ଦେଶର ଡିଜିଟାଲ୍ ପେମେଣ୍ଟ ବିପ୍ଳବକୁ ପ୍ରଶଂସା କରିଛନ୍ତି ।

Prime Minister Narendra Modi on Tuesday praised the country's digital payments revolution on the occasion of the 10th anniversary of the Unified Payments Interface (UPI).
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI)ର 10 ବର୍ଷ ପୂର୍ତ୍ତି ଅବସରରେ ଦେଶର ଡିଜିଟାଲ୍ ପେମେଣ୍ଟ ବିପ୍ଳବକୁ ପ୍ରଶଂସା କରିଛନ୍ତି । (ANI)
author img

By ETV Bharat Tech Team

Published : August 25, 2026 at 4:59 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଭାରତରେ ଡିଜିଟାଲ୍‌ କାରବାରର ଚେହେରା ବଦଳାଇ ଦେଇଥିବା ୟୁନିଫାଇଡ୍‌ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ଆଜି ତାର ସଫଳ 10 ବର୍ଷ ପୂର୍ତ୍ତି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ୟୁପିଆଇ ର ଏହି ଦଶନ୍ଧି ବ୍ୟାପୀ ଯାତ୍ରାକୁ ପ୍ରଶଂସା କରି କହିଛନ୍ତି ଯେ, ଏହାର ଅସାଧାରଣ ସ୍କେଲ ଏବଂ ଗ୍ରାଉଣ୍ଡ ରିଚ୍ ଏଭଳି ଏକ ସଫଳତା ଯାହାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବ କରିବା ଉଚିତ୍ । ସେ ସୋସିଆଲ୍ ମିଡିଆ ପ୍ଲାର୍ଟଫର୍ମ X ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ," ଏକ ଦଶନ୍ଧି ପୂର୍ବେ ଯେତେବେଳେ ୟୁପିଆଇ ଆରମ୍ଭ ହୋଇଥିଲା, ତାହା ଭାରତର ଡିଜିଟାଲ ପେମେଣ୍ଟ ଯାତ୍ରାରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା" । ଏହା ସହିତ ପ୍ରଧାନମନ୍ତ୍ରୀ ସାଧାରଣ ଜନତାଙ୍କୁ ୟୁପିଆଇ ବ୍ଯବହାରର ବ୍ୟକ୍ତିଗତ ଅଭିଜ୍ଞତା ଏବଂ ଏହା ଦ୍ୱାରା ଦୈନନ୍ଦିନ ଜୀବନରେ ଆସିଥିବା ପରିବର୍ତ୍ତନ ସେୟାର କରିବାକୁ ଆହ୍ୱାନ କହିଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ଏହି ପ୍ରୟାସକୁ ପ୍ରଶଂସା କରି କହିଛନ୍ତି ଯେ ଭାରତର ନିଜସ୍ୱ ଆଭ୍ୟନ୍ତରୀଣ ନେଟୱାର୍କ ସାହାଯ୍ୟରେ ଦେଶ ଆଜି ବିଶ୍ୱର ସର୍ବବୃହତ ରିୟଲ-ଟାଇମ୍ ପେମେଣ୍ଟ ସିଷ୍ଟମ ପ୍ରସ୍ତୁତ କରି ପ୍ରମାଣିତ କରିଛି ଯେ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ କଣ ସବୁ ସଫଳତା ହାସଲ କରାଯାଇପାରେ । ନ୍ୟାସନାଲ୍‌ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ବିକାଶ କରାଯାଇଥିବା ଯୁପିଆଇ ବର୍ତ୍ତମାନ ଭାରତର ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ମେରୁଦଣ୍ଡ ସାଜିଛି । ବିଶ୍ୱ ସ୍ତରରେ ୟୁପିଆଇ ର ଦବ୍‌ଦବା ବୃଦ୍ଧି ପାଇବାରେ ଲାଗିଛି ଏବଂ ବର୍ତ୍ତମାନ ଏହା ସାର ବିଶ୍ୱରେ 11ଟି ଦେଶରେ ଗ୍ରହଣୀୟ ହୋଇସାରିଛି, ଯେଉଁଥିରେ ଗ୍ରୀସ ଏବଂ ମାଳଦ୍ୱୀପ ସବୁଠାରୁ ନୂଆ ସଦସ୍ୟ ଭାବେ ସାମିଲ ହୋଇଛନ୍ତି । ଏହି ଦୁଇ ଦେଶ ବ୍ୟତୀତ ଭୁଟାନ, ନେପାଳ, ସିଙ୍ଗାପୁର, ୟୁଏଇ, ଫ୍ରାନ୍ସ, ଶ୍ରୀଲଙ୍କା,ମରସସ ଏବଂ କାତାର ଭଳି ଦେଶଗୁଡ଼ିକରେ ୟୁପିଆଇ କାର୍ଯ୍ୟକ୍ଷମ ରହିଛି ।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଆନୁଷ୍ଠାନିକ ବ୍ୟାନର ସୂଚନା ଅନୁଯାୟୀ, ବିଗତ ଏକ ଦଶନ୍ଧି ମଧ୍ୟରେ ୟୁପିଆଇ କାରବାର ସଂଖ୍ୟା ଏବଂ ମୋଟ ମୂଲ୍ୟରରେ ଏକ ଅସାଧାରଣ ବୃଦ୍ଧି ରେକର୍ଡ କରାଯାଇଛି ।

ମନ୍ତ୍ରାଣାଳୟର ସ୍ପେସଫିକେସନ୍ ରିପୋର୍ଟ ଅନୁସାରେ:

ଟ୍ରାଞ୍ଜାକସନ୍ ଭଲ୍ୟୁମ: ଆର୍ଥିକ ବର୍ଷ 2016-17 ରେ ବାର୍ଷିକ କାରବାର ସଂଖ୍ୟା ମାତ୍ର 1.78 କୋଟି ଥିବା ବେଳେ ଆର୍ଥିକ ବର୍ଷ 2025-26ରେ ଏହା ବୃଦ୍ଧି ପାଇ ପ୍ରାୟ 24,162 କୋଟିରୁ ଅଧିକ ହୋଇଛି, ଯାହା କାରବାର ସଂଖ୍ୟାରେ ପ୍ରାୟ 13,000 ଗୁଣର ବୃଦ୍ଧି ଦର୍ଶାଉଛି ।

ଟ୍ରାଞ୍ଜାକସନ୍ ଭାଲ୍ୟୁ: ସେହିପରି ମୋଟ୍ କାରବାରର ଆର୍ଥିକ ମୂଲ୍ୟ ବର୍ଷ 2016-17 ରେ ମାତ୍ର 0.07 ଲକ୍ଷ କୋଟି ଟଙ୍କା ଥିବା ବେଳେ ବର୍ଷ 2025-26ରେ ଏହା ପ୍ରାୟ 314 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ମୋଟ ମୂଲ୍ୟରେ 4000 ଗୁଣରୁ ଅଧିକ ବଡ଼ ବୃଦ୍ଧି ଅଟେ ।

ଲାଇଭ୍ ବ୍ୟାଙ୍କ ନେଟୱାର୍କ: ଜୁଲାଇ 2026 ସୁଦ୍ଧା ୟୁପିଆଇ ନେଟୱାର୍କ ସହିତ ମୋଟ୍ 741 ଟି ବ୍ୟାଙ୍କ ଲାଇଭ୍ ସଂଯୋଗ ହୋଇ ସାରିଛନ୍ତି । କେବଳ ଜୁଲାଇ ମାସ ମଧ୍ୟରେ ହିଁ ଏହି ସିଷ୍ଟମ୍ ମାଧ୍ୟମରେ 29.87 ଲକ୍ଷ କୋଟି ଟଙ୍କାର ପ୍ରାୟ 2365.8 କୋଟି ଟ୍ରାଞ୍ଜାକସନ୍ ପ୍ରୋସେସ୍ କରାଯାଇଛି ।

ଗ୍ଲୋବାଲ୍ ସେୟାର୍: ବର୍ଷ 2024ରେ ସାରା ବିଶ୍ୱରେ ହୋଇଥିବା ମୋଟ୍ ରିୟଲ-ଟାଇମ୍ ଡିଜିଟାଲ୍ କାରବାର ମଧ୍ୟରୁ ପ୍ରାୟ 49 ପ୍ରତିଶତ କେବଳ ଭାରତର ୟୁପିଆଇ ମାଧ୍ୟମରେ ହିଁ ହୋଇଛି, ଯାହାକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ମଧ୍ୟ ନିଜ ରିପୋର୍ଟରେ ବିଶେଷ ଭାବେ ପ୍ରଶଂସା କରିଛି ।

ଅନ-ଡିଭାଇସ୍ ଅଥେଣ୍ଟିକେସନ୍ ସହ ନୂଆ ଫିଚର୍ସ:

ୟୁପିଆଇ ବ୍ୟବହାରକୁ ଆହୁରି ସରଳ ଏବଂ ସୁରକ୍ଷିତ କରିବା ପାଇଁ ଏଥିରେ କ୍ରମାଗତ ଭାବେ ନୂଆ ନୂଆ ଟେକ୍ନୋଲୋଜି ଯୋଡ଼ା ଯାଉଛି । ବର୍ଷ 2025ରେ ଏଥିରେ ପ୍ରଥମ ଥର ପାଇଁ 'ଅନ-ଡିଭାଇସ୍ ଅଥେଣ୍ଟିକେସନ୍' ସୁବିଧା ଆରମ୍ଭ କରାଯାଇଥିଲା, ଯାହାଦ୍ୱାରା ୟୁଜର୍ସମାନେ ବିନା କୌଣସି ପିନ୍ (PIN) ଟାଇପ୍ ନକରି କେବଳ ନିଜ ସ୍ମାର୍ଟଫୋନ୍‌ର ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍ ଅନଲକ୍ ସାହାଯ୍ୟରେ ତୁରନ୍ତ ପେମେଣ୍ଟ ଅପ୍ରୁଭ୍ କରିପାରୁଛନ୍ତି ।

ଏହା ବ୍ୟତୀତ ଆଧାର-ଆଧାରିତ ଫେସ୍ ଅଥେଣ୍ଟିକେସନ୍ (Aadhaar-based face authentication) ସୁବିଧା ଯୋଗୁଁ ନୂଆ ୟୁପିଆଇ ପିନ୍ ପ୍ରସ୍ତୁତ କରିବା ବହୁତ ସହଜ ହୋଇଯାଇଛି । ଏହି ସ୍ମାର୍ଟ ଟେକ୍ନୋଲୋଜି ବିଶେଷ କରି ପ୍ରଥମ ଥର ପାଇଁ ଡିଜିଟାଲ୍ ପେମେଣ୍ଟ କରୁଥିବା ଗ୍ରାହକ, ବୟସ୍କ ନାଗରିକ ଏବଂ ଏଟିଏମ୍ ବା ଡେବିଟ୍ କାର୍ଡ ସୁବିଧା ନଥିବା ସାଧାରଣ ଲୋକଙ୍କ ପାଇଁ ବହୁତ ବଡ଼ ସହାୟକ ପ୍ରମାଣିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ:

ଆସିଲା ସାଓମିର ନିଜସ୍ୱ 'Xring O3' ଚିପ୍‌, ଭାଙ୍ଗିଲା ଆପଲ୍‌ ଓ ସାମସଙ୍ଗର ସବୁ ରେକର୍ଡ