ETV Bharat / technology

ମାତ୍ର 2.55 ଲକ୍ଷରେ 140 କିମି ରେଞ୍ଜ୍! ଲଞ୍ଚ୍ ହେଲା Piaggioର ନୂଆ ଇଲେକ୍ଟ୍ରିକ୍ ଅଟୋ, ଜାଣନ୍ତୁ ଫିଚର୍ସ

ଏହାର ସର୍ବାଧିକ ଗତି ବେଗ ଘଣ୍ଟା ପ୍ରତି 40 କିଲୋମିଟର ରହିଛି ଏବଂ ଏହା 19 ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚା ଚଢ଼ାଣ ରାସ୍ତାରେ ମଧ୍ୟ ସହଜରେ ଗତି କରିପାରିବ ।

Piaggio's new electric auto
Piaggioର ନୂଆ ଇଲେକ୍ଟ୍ରିକ୍ ଅଟୋ (Image Credit: Piaggio Vehicles))
author img

By ETV Bharat Tech Team

Published : July 7, 2026 at 4:00 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଭାରତୀୟ ଅଟୋମୋବାଇଲ୍ ବଜାରରେ ଇଲେକ୍ଟ୍ରିକ୍‌ ଗାଡିର କ୍ରେଜ୍‌ ଦେଖି ପ୍ରସିଦ୍ଧ କମ୍ପାନୀ ପିଆଜଓ ଭେହିକିଲ୍ସ(Piaggio Vehicles) ଏକ ବଡ଼ ପଦକ୍ଷେପ ନେଇଛି । କମ୍ପାନୀ ଭାରତରେ ନିଜର ସବୁଠାରୁ ଆଧୁନିକ ଏବଂ ବଜେଟ୍-ଫ୍ରେଣ୍ଡଲୀ ଅଟୋ ରିକ୍ସା Piaggio Ape Wave ବଜାରକୁ ଆଣିଛି । ଏହାକୁ ସେହି ଗ୍ରାହାକ ମାନଙ୍କ ପାଇଁ ବଜାରକୁ ଅଣାଯାଇଛି, ଯେଉଁମାନେ କମ୍ ବଜେଟ୍ ମଧ୍ୟରେ ଏକ L3 କାଟେଗୋରୀର ଇଲେକ୍ଟ୍ରିକ୍‌ ଯାତ୍ରୀବାହୀ ଗାଡି କିଣିବାକୁ ଚାହୁଁଛନ୍ତି । କମ୍ପାନୀ ଏହାର ପ୍ରାରମ୍ଭିକ ମୂଲ୍ୟ ମାତ୍ର 2.55 ଲକ୍ଷ(ଏକ୍ସ ସୋରୁମ୍) ଟଙ୍କା ରଖିଛି । ସହର ଏବଂ ଆଖପାଖ ଅଞ୍ଚଳରେ ଯାତ୍ରୀ ପରିବହନ କରୁଥିବା ଡ୍ରାଇଭର, ସେୟାର୍ଡ ମୋବିଲିଟି ଅପରେଟର ଏବଂ ଫ୍ଲିଟ୍ ମାଲିକମାନଙ୍କ ପାଇଁ ଏହି ଅଟୋ ଏକ ଇଭି ଅଟୋ ଏକ ବହୁତ ବଢିଆ ବିକଳ୍ପ ସାବ୍ୟସ୍ତ ହେବ । କମ୍ପାନୀର ବ୍ୟାପକ ଡିଲରସିପ୍‌ ନେଟୱର୍କ ମାଧ୍ୟମରେ ଏହା ସାରା ଦେଶରେ ବିକ୍ରି ପାଇଁ ଉପଲବ୍ଧ ହେବ ।

Piaggio Ape Waveର ବ୍ୟାଟେରୀ, ଇଞ୍ଜିନ୍ ଏବଂ ମାଇଲେଜ୍‌:

ଜଣେ ସାଧାରଣ ଚାଳକଙ୍କ ପାଇଁ ଇଲେକ୍ଟ୍ରିକ୍ ଗାଡ଼ିର ମାଇଲେଜ୍ ଏବଂ ଚାର୍ଜିଂ ସମୟ ସବୁଠାରୁ ବଡ଼ ଚିନ୍ତା ଥାଏ । ଏହି Ape WavE ମଡେଲରେ ଏକ ଶକ୍ତିଶାଳୀ 5.4 kWhର ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି, ଯାହା ସହିତ ଏକ ଇଲେକ୍ଟ୍ରିକ୍ ମୋଟର ଯୋଡ଼ାଯାଇଛି । ଏହି ମୋଟର 3 kWର ପିକ୍ ପାୱାର ଏବଂ 25 Nmର ସର୍ବାଧିକ ଟର୍କ ସୃଷ୍ଟି କରିଥାଏ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ସୁଲଭ ଇଲେକ୍ଟ୍ରିକ୍ ଥ୍ରୀ-ୱିଲର୍‌ଟି ଏକଥର ସମ୍ପୂର୍ଣ୍ଣ ଚାର୍ଜ ହେଲେ 140 କିଲୋମିଟରର ସର୍ଟିଫାଏଡ୍ ରେଞ୍ଜ୍ ପ୍ରଦାନ କରିବ ବୋଲି କମ୍ପାନୀ ସୂଚନା ଦେଇଛି । ତେବେ ରାସ୍ତାର ବାସ୍ତବ ସ୍ଥିତିରେ ଏହାର ପ୍ରକୃତ ରେଞ୍ଜ୍ ପ୍ରାୟ 110 କିଲୋମିଟର ପର୍ଯ୍ୟନ୍ତ ମିଳିବ । ଏହାର ସର୍ବାଧିକ ଗତି ବେଗ ଘଣ୍ଟା ପ୍ରତି 40 କିଲୋମିଟର ରହିଛି ଏବଂ ଏହା 19 ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚା ଚଢ଼ାଣ ରାସ୍ତାରେ ମଧ୍ୟ ସହଜରେ ଗତି କରିପାରିବ । ଗାଡ଼ିର ବ୍ୟାଟେରୀକୁ ସମ୍ପୂର୍ଣ୍ଣ ଖାଲିରୁ ଚାର୍ଜ ହେବା ପାଇଁ ମାତ୍ର 3 ଘଣ୍ଟା 45 ମିନିଟ୍ ସମୟ ଲାଗିଥାଏ, ଯାହା ଚାଳକମାନଙ୍କର ସମୟ ବଞ୍ଚାଇବ ।

ଭାରତୀୟ ସଡ଼କ ପାଇଁ ମଜବୁତ ଡିଜାଇନ୍:

ସାଧାରଣତଃ ରାସ୍ତାର ଖାଲଖମା କାରଣରୁ ଗାଡ଼ିର ମରାମତି ଖର୍ଚ୍ଚ ବଢ଼ିଥାଏ । କିନ୍ତୁ ଭାରତୀୟ ସଡ଼କର ସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ ମୋନୋକକ୍ ଚେସିସ୍ ସହିତ ସମ୍ପୂର୍ଣ୍ଣ ମେଟାଲ୍ ବଡି ବ୍ୟବହାର କରାଯାଇଛି, ଯାହା ଗାଡ଼ିକୁ ଅଧିକ ମଜବୁତ ଓ ଦୀର୍ଘସ୍ଥାୟୀ କରିଥାଏ । ଯାତ୍ରୀ ଏବଂ ଡ୍ରାଇଭରଙ୍କ ଆରାମଦାୟକ ଯାତ୍ରା ପାଇଁ ଏଥିରେ ଉନ୍ନତ ସସପେନ୍ସନ୍ ସେଟଅପ୍ ରହିଛି, ଯାହା ଗାଡ଼ିର ଶବ୍ଦ, କମ୍ପନ ଏବଂ ରାସ୍ତାର ଝଟକାକୁ (NVH Level) ବହୁତ କମାଇ ଦେଇଥାଏ । ଏହା ସହିତ ଗାଡ଼ିରେ 180 mmର ଗ୍ରାଉଣ୍ଡ କ୍ଲିଅରାନ୍ସ ଏବଂ ଯାତ୍ରୀଙ୍କ ପାଇଁ ଏକ ବଡ଼ ଓ ମୁକ୍ତ କେବିନ୍ ସ୍ପେସ୍ ମିଳୁଛି । ଏହାର ମେଣ୍ଟେନାନ୍ସ ବା ରକ୍ଷଣାବେକ୍ଷଣ ଖର୍ଚ୍ଚ ବହୁତ କମ୍ ରହିଥିବାରୁ, ଏହା ପ୍ରତିଦିନର ବ୍ୟବସାୟିକ ବ୍ୟବହାର ପାଇଁ ଅତି ଲାଭଦାୟକ ସାବ୍ୟସ୍ତ ହେବ । ଏହି ଲଞ୍ଚ୍ ସହିତ ପିଆଜିଓ ଭାରତରେ ନିଜର ଇଭି ପୋର୍ଟଫୋଲିଓକୁ ଆହୁରି ସୁଦୃଢ଼ କରିଛି ।

ଏହା ମଧ୍ୟ ପଢନ୍ତୁ:

ଭୁଲ୍ ନମ୍ବରରେ ରିଚାର୍ଜ ହୋଇଯାଇଛି କି? Jio-Airtel ଏବଂ Vi ଗ୍ରାହକ ଏମିତି ଫେରସ୍ତ ପାଆନ୍ତୁ ଟଙ୍କା

ଲଞ୍ଚ୍ ପୂର୍ବରୁ ଲିକ୍ ହେଲା Samsung Galaxy Z Fold 8ର ଦାମ୍‌! ଜାଣନ୍ତୁ କେବେ ଆସୁଛି ଏହି ଫୋନ୍‌

ଭାରତରେ ଆସନ୍ତା 28 ଜୁଲାଇରେ ଲଞ୍ଚ୍ ହେବ ନୂଆ Toyota Hilux, ଜାଣନ୍ତୁ ଏହାର ଦାମ୍ ଏବଂ ଫିଚର୍ସ