ETV Bharat / technology

Perplexity AI ଲଞ୍ଚ କଲା Perplexity Computer, ସହଜ ହେବ ଗବେଷଣା

Perplexity Computer ଏକ ମଲ୍ଟି-ମୋଡାଲ୍ ଏଆଇ(AI) ବ୍ୟବସ୍ଥା, ଯାହା ବଡ଼ ପ୍ରଶ୍ନ ଏବଂ ଗବେଷଣା ସଂପର୍କିତ ଡକ୍ୟୁମେଣ୍ଟକୁ ସଠିକ୍ ପରୀକ୍ଷା ନିରୀକ୍ଷା କରି ସବିଶେଷ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରସ୍ତୁତ କରିପାରିବ ।

Perplexity  Computer ଏକ ମଲ୍ଟି-ମୋଡାଲ୍ ଏଆଇ
Perplexity AI launches Perplexity Computer (Image Credit : Perplexity)
author img

By ETV Bharat Tech Team

Published : February 27, 2026 at 12:14 PM IST

2 Min Read
Choose ETV Bharat

PERPLEXITY AI NEW LAUNCH ହାଇଦ୍ରାବାଦ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ସର୍ଚ୍ଚ ଏବଂ ରସିର୍ଚ ପ୍ଲାଟର୍ଫମ ପାଇଁ Perplexity AI ଏକ ପ୍ରମୁଖ କମ୍ପାନୀ । Perplexity AI ନିଜର ଏକ ନୂଆ ସିଷ୍ଟମ ଲଞ୍ଚ କରିଛି । ଯାହାର ନାମ ଦିଆଯାଇଛି Perplexity Computer । କମ୍ପାନୀ କହିଛି, ଏହା ଏକ ମଲ୍ଟି ମଡେଲ ସିଷ୍ଟମ ଅଟେ ଯାହା ମଲ୍ଟି-ସ୍ଟେପ୍ ଟାକ୍ସ ସହିତ କଠିନ ରିସର୍ଚ୍ଚ ଗୁଡ଼ିକୁ ଅଧିକ ସହଜ ଏବଂ ସରଳରେ ସମାଧାନ କରିପାରିବ । କମ୍ପାନୀ ଦାବି କରିଛି ଯେ, ଏବେ ପଯ୍ୟନ୍ତ ବହୁତ ୟୁର୍ଜସ ଏଆଇ ସହ ଚାଟ୍ କରନ୍ତି, ପ୍ରଶ୍ନ ପଚାରନ୍ତି ଏବଂ ଜବାବ୍ ମାଗନ୍ତି । କିନ୍ତୁ Perplexity Computerକୁ ବ୍ୟବହାର କରିବା ପରେ ଏଆଇ ବ୍ୟବହାର କରିବାର ପଦ୍ଧତି ବଦଳି ଯିବ ।

Perplexity Computer ଆବଶ୍ୟକତା ଅନୁସାରେ ବିଭିନ୍ନ ପ୍ରକାର ଏଆଇ ମଡେଲ ବ୍ୟବହାର କରିଥାଏ । ଅର୍ଥାତ କୋଣସି ୟୁଜର ଯଦି ମାର୍କେଟ ରିସର୍ଚ ଟେକ୍ନିକାଲ ଆନାଲିସିସ୍ ଅଥବା ଲମ୍ବା ଚାର୍ଟ ରିପୋର୍ଟ ତିଆରି କରିବାକୁ ଚାହୁଁଛି, ତେବେ ଏହି ପ୍ଲାଟର୍ଫମ ସେହି କାମକୁ ଛୋଟ ଛୋଟ ଅଶଂ ଗୁଡ଼ିକରେ ବାଣ୍ଟି ଦିଏ । ପରେ ସେହି ଛୋଟ ଅଶଂକୁ ଅଲଗା ମଡେଲକୁ ବାଣ୍ଟି ଦିଏ । ମଡେଲଗୁଡ଼ିକ ଏହାକୁ ଏକ ସୁସଂଗଠିତ ଏବଂ ବ୍ୟବସ୍ଥିତ ଆଉଟପୁଟରେ ତିଆରି କରି ଦିଅନ୍ତି ।

Perplexity Computerରେ ଖାସ୍ କଣ ଅଟେ ?

କମ୍ପାନୀର କହିବା ଅନୁସାରେ ଏହି ସିଷ୍ଚମ ୱେବ୍ ସର୍ଚ୍ଚ ଫିଚର ଉପରେ ଆଧାରିତ, ଯାହା ଇଣ୍ଟରନେଟରୁ ଖବର ସଂଗ୍ରହ କରି ରେଫରେନ୍ସ ସହିତ ପ୍ରେଜେଣ୍ଟ କରିଥାଏ । ମାତ୍ର ନୂଆ ଭର୍ସନରେ ଏହି ସର୍ଚ୍ଚ କ୍ଷମତାକୁ ବଢ଼ାଇ ଦିଆଯାଇ ଆହୁରି ମଜବୁତ କରାଯାଇଛି । ଯାହା ଏବେ କେବଳ ଛୋଟ ଛୋଟ ପ୍ରଶ୍ନକୁ ଛାଡ଼ି ଲମ୍ବା ରିସର୍ଚ୍ଚ, ଡକ୍ୟୁମେଣ୍ଟ ଆନାଲିସିସ୍ ଏବଂ ଡିଟେଲ୍ଡ ରିପୋର୍ଟ ତିଆରି କରିପାରିବ । Perplexity Computerର ଖାସ କଥା ହେଉଛି ଏହା ମଲ୍ଟି ମଡେଲର ସମନ୍ୱୟ ଅଟେ । ଏହି ସିଷ୍ଟମ କଠିନ ପ୍ରଶ୍ନ ଗୁଡ଼ିକୁ ବୁଝିବା ସହିତ ଅଲଗା ପର୍ଯ୍ୟାୟରେ ବାଣ୍ଟି ଦେଇଥାଏ । ଏହା କିଛି ଟାକ୍ସକୁ ଏକକାଳୀନ ଏବଂ କିଛି ଟାକ୍ସକୁ କ୍ରମାନୁସାରେ ସମାପ୍ତ କରିଥାଏ ।

ଏହା ସହିତ ୟୁର୍ଜସ ନିଜ ଡକ୍ୟୁମେଣ୍ଟ ଅପଲୋଡ୍ କଲେ Perplexity Computer ତାହାକୁ ବିଶ୍ଲେଷଣ କରି ତାର ସାରାଂଶ ତଥା ଜରୁରୀ ତଥ୍ୟ ବାହାର କରିଥାଏ । ଏହା ଛଡ଼ା ଏହାର ଏକ ଖାସ୍ ଫିଚର ହେଉଛି, ଯଦି ରିସର୍ଚ୍ଚ ବା ଗବେଷଣା ପାଇଁ ବହୁସ୍ତରୀୟ ଚିନ୍ତନ ଏବଂ ବିଶ୍ଳେଷଣ ଆବଶ୍ୟକ ହୁଏ, ତେବେ ଏହି ବ୍ୟବସ୍ଥା ସମଗ୍ର ପ୍ରକ୍ରିୟାକୁ ଏକତ୍ରିତ କରେ ଏବଂ ରିପୋର୍ଟ ପ୍ରସ୍ତୁତ କରେ ।

Perplexity Computerର ଦାମ ଏବଂ ଉପଲବ୍ଧତା:

Perplexity Computer ବର୍ତ୍ତମାନ Perplexity Max ସବସ୍କ୍ରାଇବରଙ୍କ ପାଇଁ ୱେବରେ ଉପଲବ୍ଧ ଅଛି । କମ୍ପାନୀ ଏହାକୁ କ୍ରେଡିଟ ବେସ୍ଡ ୟୁସେଜ ମଡେଲ ପାଇଁ ରଖିଛି । Max ୟୁଜରଙ୍କୁ ପ୍ରତି ମାସରେ 10,000 କ୍ରେଡିଟ ମିଳିବ ଏବଂ ଲଞ୍ଚ ଅଫର ଭାବେ 20,000 ବୋନସ୍ ମଧ୍ୟ କ୍ରେଡିଟ କରିଦିଆଯାଇଛି । କିନ୍ତୁ ଏହାର ଭାଲିଡିଟି ମାତ୍ର 30 ଦିନ ପାଇଁ ରଖାଯାଇଛି ।

କମ୍ପାନୀ କହିଛି ଯେ, ଏଣ୍ଟରପ୍ରାଇଜ୍ ପ୍ଲାନରେ ମଧ୍ୟ ଉପଲବ୍ଧ ହେବାକୁ ଯାଉଛି । ମୋଟ ଉପରେ କହିବାକୁ ଗଲେ Perplexity Computerକୁ ଏକ ଆଡଭାନ୍ସ ରସିର୍ଚ୍ଚ ରୂପରେ ପ୍ରେଜେଣ୍ଟ କରାଯାଇଛି, ଯାହା ସିଙ୍ଗଲ୍ ମଡେଲ୍ ଚାଟରୁ ମଲ୍ଟି ମଡେଲ ଜରିଆରେ ସଠିକ ଏବଂ ବ୍ୟବସ୍ଥିତ ଫଳାଫଳ ଦେବ ବୋଲି କମ୍ପାନୀ ଦାବି କରିଛି ।

ଅଧିକ ପଢ଼ନ୍ତୁ: ନୂଆ ରଙ୍ଗରେ ବଜାରକୁ ଆସିଲା KTMର Duke 200 ଓ Duke 250

ଅଧିକ ପଢ଼ନ୍ତୁ: ଭାରତରେ Nova ଲଞ୍ଚ୍ କଲା ଏକାଧିକ ନୂଆ ପ୍ରଡକ୍ଟ, ଜାଣନ୍ତୁ ଏହାର ନାମ ଓ ମୂଲ୍ୟ ?

ଅଧିକ ପଢ଼ନ୍ତୁ: ଏବେ ଆହୁରି ସୁବିଧାରେ ହେବ ଡ଼େଲିଭରି : Skye Air Mobilityର AI ପାୱାରଡ୍ ଡ଼୍ରୋନ ସାହାଯ୍ୟରେ ଗ୍ରାହକଙ୍କ ପାଖରେ ପହଞ୍ଚିବ ପ୍ୟାକେଜ୍