110 ବଲିୟନ୍ ଫଣ୍ଡିଙ୍ଗ ସହ Open AI କମ୍ପାନୀ 730 Billion ଡଲାରରେ ପହଞ୍ଚିଲା
ଏହି ନିବେଶ Open AI କମ୍ପାନୀକୁ ବିଶ୍ୱ ସ୍ତରରେ ମଜଭୁତ କରିବା ସହିତ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବ ଏବଂ "ଫ୍ରଣ୍ଟିୟର ଏଆଇ" ଭାବେ ସାରା ଦୁନିଆରେ କ୍ଷ୍ୟାତି ଅର୍ଜନ କରିବ ।

Published : February 28, 2026 at 4:48 PM IST
OPEN AI ହାଇଦ୍ରାବାଦ: ସାରା ବିଶ୍ୱରେ ଚାଲିଥିବା କୃତ୍ରିମ ବୁଦ୍ଧିମତା-ଏଆଇ ପ୍ରତିଯୋଗିତାରେ Open AI କମ୍ପାନୀ ଏକ ବଡ ରେକର୍ଡର ଅନ୍ତର୍ଭୁକ୍ତ ହୋଇଛି । 110 ବିଲିୟନ୍ ଡଲାର ଅର୍ଥର ଫଣ୍ଡି ଯୋଗାଡ କରିଛି ଓପନ ଏଆଇ କମ୍ପାନୀ । 110 ବଲିୟନ୍ ଫଣ୍ଡିଙ୍ଗ ସହ କମ୍ପାନୀର ଭାଲ୍ୟୁସନ୍ 730 ବିଲିୟନ୍ ଡଲାରରେ ପହଞ୍ଚିଛି । ଏହି ଫଣ୍ଡିଙ୍ଗ ଏପରି ଏକ ସମୟରେ ଆସିଛି ଯେତେବେଳେ ଏଆଇ ମଡେଲଗୁଡ଼ିକ ନିଜକୁ ବିକଶିତ କରିବା ତଥା ସେଗୁଡ଼ିକୁ ବ୍ୟାପକ ସ୍ତରରେ ନିୟୋଜିତ କରିବା ପାଇଁ ପ୍ରତିଯୋଗିତା ଜୋରଦାର କରୁଛନ୍ତି । ତେବେ ଏହି ସବୁ ଫଣ୍ଡିଙ୍ଗ କମ୍ପାନୀ କେଉଁଠୁ କେଉଁଠୁ ଯୋଗାଡ କରିଛି ଆସନ୍ତୁ ଜାଣିବା ?
କେଉଁ ବଡ଼ କମ୍ପାନୀ ନିବେଶ କରିଛନ୍ତି ?
ଏହି ବଡ଼ ଫଣ୍ଡିଙ୍ଗ ରାଉଣ୍ଡରେ ବିଶ୍ୱର ନାମୀ ଦାମୀ କମ୍ପାନୀ ନିବେଶ କରିଛନ୍ତି । ସେସବୁ କମ୍ପାନୀ ମଧ୍ୟରେ ଅଛନ୍ତି :-
- ଆମାଜନ- 50 ବିଲିୟନ୍ ଡଲାର
- ସଫ୍ଟବ୍ୟାଙ୍କ-30 ବିଲିୟନ୍ ଡଲାର
- ଏନଭିଡିଆ- 30 ବିଲିୟନ୍ ଡଲାର
We have raised a $110 billion round of funding from Amazon, NVIDIA, and SoftBank.
— Sam Altman (@sama) February 27, 2026
We are grateful for the support from our partners, and have a lot of work to do to bring you the tools you deserve.
ପୂର୍ବରୁ 13 ବିଲିୟନ୍ ଡଲାର ନିବେଶ କରିଥିବା ମାଇକ୍ରୋସଫ୍ଟ କମ୍ପାନୀ 27% ପାଟର୍ନର ଭାବେ ଓପନ ଏଆଇର ଅଶଂ ହୋଇ ରହିଛି । କମ୍ପାନୀ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହି ନିବେଶକୁ ବିଶ୍ୱ ସ୍ତରରେ ମଜଭୁତ କରିବା ସହିତ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବ । ଯାହା ଫଳରେ ସେ "ଫ୍ରଣ୍ଟୟିର ଏଆଇ" ଭାବେ ସାରା ଦୁନିଆରେ ବ୍ୟବସାୟ ତଥା ଲୋକମାନଙ୍କ ପାଖରେ ପହଛି ପାରିବ ।
ଚାର୍ଟ ଜିପିଟି ଦ୍ରୁତ ଗତିରେ ଅଭିବୃଦ୍ଧି :
ଓପନ ଏଆଇ ନିଜର ପ୍ରମୁଖ ପଡକ୍ଟ ଚାର୍ଟ ଜିପିଟି ତଥା ଅନ୍ୟ ଟୁଲ୍ସ ଗୁଡିକରେ ଦ୍ରୁତ ଅଭିବୃଦ୍ଧି କରିଛି । ଚାର୍ଟ ଜିପିଟିରେ 90 କୋଟିରୁ ଅଧିକ ସକ୍ରିୟ ସବସ୍କ୍ରାଇବର୍ ଏବଂ 50 କୋଟିରୁ ଅଧିକ ପେଡ୍ ସବସ୍କ୍ରାଇବର୍ ଅଛନ୍ତି । 90 ଲକ୍ଷରୁ ଅଧିକ ପେଡ୍ ବିଜନେସ୍ ସବସ୍କ୍ରାଇବର୍ ଅଫିସରେ ଏହାକୁ ବ୍ୟବହାର କରୁଛନ୍ତି ।
କମ୍ପାନୀ କହିବା ଅନୁଯାୟୀ ଜାନୁଆରୀ ଓ ଫେବୃଆରୀ, ଏହି ଦୁଇ ମାସରେ ସବୁଠୁ ଅଧିକ ସବସ୍କ୍ରାଇବର୍ ଯୋ଼ଡି ହୋଇଛନ୍ତି । ଏହା ବ୍ୟତୀତ, କୋଡେକ୍ସ ଭଳି ଟୁଲ୍ସ୍ ଗୁଡ଼ିକର ବ୍ୟବହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । କମ୍ପାନୀ କହିଛି ଯେ, କୋଡେକ୍ସର ସାପ୍ତାହିକ ଉପଭୋକ୍ତାଙ୍କ ସଂଖ୍ୟା 16 ଲକ୍ଷରେ ପହଞ୍ଚିଛି, ଯାହା ବର୍ଷ ଆରମ୍ଭରେ ତିନିଗୁଣରୁ ଅଧିକ ବୃଦ୍ଧି ହୋଇଛି ।
ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି ଯେ, ଏଆଇ ଷ୍ଟାର୍ଟଅପ୍ ଏବଂ ଚିପ୍ ନିର୍ମାତା କିମ୍ବା କ୍ଲାଉଡ୍ କମ୍ପାନୀଗୁଡ଼ିକ ମଧ୍ୟରେ ଏପରି ସହଭାଗୀତା ଇନିଫ୍ରାସ୍ଟକ୍ଚର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବ । ବର୍ତ୍ତମାନ, ଓପନ ଏଆଇ ଅନୁଯାୟୀ, ଏଆଇ ଆଉ କେବଳ ଗବେଷଣାର ବିଷୟ ନୁହେଁ, ବରଂ ଦୈନନ୍ଦିନ ବ୍ୟବହାର ଏବଂ ବିଶ୍ୱ ପ୍ରସାର ପାଇଁ ଏକ ନୂତନ ଦୌଡ଼ରେ ପ୍ରବେଶ କରିଛି ।

