Nubiaର ନୂଆ ଗେମିଙ୍ଗ ଫୋନ ଲଞ୍ଚ, ଜାଣନ୍ତୁ କଣ ରହିଛି ଫିଚର୍ସ
ଫୋନ 6,210ର ବ୍ୟାଟେରୀ 80W ଫାଷ୍ଟ ଚାର୍ଜିଂ ସହିତ ଆସିଥାଏ, ଯାହା 5% Extreme Modeରେ ବ୍ୟାଟେରୀ 23 ମିନିଟ୍ ପଯ୍ୟନ୍ତ ଗେମିଙ୍ଗ ଏବଂ 29 ଘଣ୍ଟା ପଯ୍ୟନ୍ତ ଷ୍ଟାଣ୍ଡବାଏ ଟାଇମ୍ ଦେଇପାରିବ ।

Published : March 4, 2026 at 2:32 PM IST
ହାଇଦ୍ରାବାଦ: ଚାଇନିଜ୍ ସ୍ମାର୍ଟଫୋନ କମ୍ପାନୀ Nubia ଏକ ଗେମିଙ୍ଗ ଫୋନ ଲଞ୍ଚ କରିଛି । ଏହି ଗେମିଙ୍ଗ ଫୋନର ନାମ Nubia Neo 5 GT । କମ୍ପାନୀ ଏହାକୁ MWC 2026ରେ ଉନ୍ମୋଚନ କରିଛି । କମ୍ପାନୀର କହିବା ଅନୁଯାୟୀ ଏହି ଫୋନ GenZ ୟୁଜର୍ସ ମାନଙ୍କୁ ଧ୍ୟାନରେ ରଖି ଲଞ୍ଚ କରାଯାଇଛି । ଏହା ମୁଖ୍ୟତ 8 ଗେମିଙ୍ଗ ଫିଚର୍ସକୁ ନେଇ ସ୍ମାର୍ଟଫୋନଟି ନିର୍ମିତ ହୋଇଛି । ଦମଦାର ଫିଚର୍ସ ଓ ପ୍ରୋସେସରକୁ ନେଇ ଲଞ୍ଚ ହୋଇଥିବା ଏହି ଫୋନ ବିଷୟରେ ଅଧିକ ଜାଣନ୍ତୁ ।
Join Demi TOMORROW as we unveil the all-new #nubiaNeo5 Series.📷#BorntoWin #nubia #gamingphone pic.twitter.com/bB28lfMtqx
— nubia Smartphone (@nubiasmartphone) March 3, 2026
Nubia Neo 5 GTର ସ୍ପେସିଫିକେସନ:
Nubia Neo 5 GTରେ 6.8 ଇଞ୍ଚର 1.5K ଆମୋଲେଡ ଡିସପ୍ଲେ ଦିଆଯାଇଛି । ଫୋନରେ 144Hzର ରିଫ୍ରେଶ ରେଟ୍, 4500 ନିଟସର ପିକ୍ ବ୍ରାଇଟନେସ୍ ରହିଛି । SGS ସାର୍ଟିଫାଏଡ୍ ଆଇ କେୟାର ଫିଚର ରହିଛି ଯାହା ଆଖି ଉପରେ ପଡୁଥିବା ପ୍ରେସରକୁ କମ କରିଥାଏ । ମିଡିଆଟେକ୍ D7400 ଚିପସେଟର ପ୍ରୋସେସର ରହିଛି ଯାହା 4nm ପ୍ରୋସେସରେ ତିଆରି ହୋଇଛି । ଏହା ସହିତ କମ୍ପାନୀ ଏକ ଆକ୍ଟିଭ କୁଲିଙ୍ଗ ଫ୍ୟାନ ଫୋନରେ ଦେଇଛି ଯେଉଁଥିରେ 29,508mm²ର କୁଲିଙ୍ଗ ଏରିଆ ରହିଛି, ଯାହାଫଳରେ ଫୋନରେ ଲମ୍ବା ସମୟ ଧରି ଗେମିଙ୍ଗ କରିହେବ । ଫୋନ ହିଟ ହେବ ନାହିଁ ଫ୍ରେମ ରେଟ ଷ୍ଟେବଲ ରହିବ ।
ଗେମିଂ ପାଇଁ, ଏଥିରେ 360° ଗେମ୍ ଆଣ୍ଟେନା ରୂପରେ ଏକ ସ୍ୱତନ୍ତ୍ର ଫିଚର ରହିଛି ଯାହା ଫୋନର କନକ୍ଟେଭିଟି ବଜାୟ ରଖେ । ଏହା Garena Free Fire ପରି ଖେଳ ପାଇଁ 120FPSରେ ସାର୍ଟିଫାଏଡ୍ ଅଟେ । ଫୋନଟି Delta Force ପାଇଁ 90FPS ସପୋର୍ଟ ସହିତ ଆସିଥାଏ ଯାହା 5.5msର ଲାଟେନ୍ସିକୁ ସମର୍ଥନ କରେ । ଏଥିରେ 3049Hz ଟଚ୍ ସାମ୍ପଲିଂ ରେଟ୍ ଅଛି । ଏଥିରେ ଏକ ସ୍ୱତନ୍ତ୍ର Magic Touch 3.0 ଫିଚର ଅଛି, ସ୍କ୍ରିନ୍ ଝାଳ କିମ୍ବା ଓଦା ହେଲେ ଏହା ଟଚ୍ ରେସପନ୍ସ ବଜାୟ ରଖେ ।
ଫୋନରେ 6,210ର ବଡ ବ୍ୟାଟେରୀ ଦିଆଯାଇଛି, ଯାହା 80W ଫାଷ୍ଟ ଚାର୍ଜିଂ ସହିତ ଆସିଥାଏ । 5% ଏକ୍ସଟ୍ରିମ ମୁଡରେ ବ୍ୟାଟେରୀ 23 ମିନିଟ୍ ପଯ୍ୟନ୍ତ ଗେମିଙ୍ଗ ଏବଂ 29 ଘଣ୍ଟା ପଯ୍ୟନ୍ତ ଷ୍ଟାଣ୍ଡବାଏ ଟାଇମ୍ ଦେଇପାରିବ । ଫୋନରେ ବାଇପାସ ଚାର୍ଜିଂର ଫିଚର ରହିଛି , ଅର୍ଥାତ ଗେମିଙ୍ଗ ସମୟରେ ବିନା ଗରମରେ ବ୍ୟାଟେରୀ ସିଧାସଳଖ ଚାର୍ଜ ହୋଇପାରିବ ।
| Nubia Neo 5 GT | ଫିଚର୍ସ |
| ରାମ୍ ଓ ଷ୍ଚୋରେଜ | 12GB, 256GB 12GB, 512GB |
| ଅପରେଟିଙ୍ଗ ସିଷ୍ଚମ | ଆଣ୍ଡ୍ରଏଡ 16 |
| ରିୟର କ୍ୟାମେରା | 50MP ଡୁଆଲ କ୍ୟାମେରା |
| ଫ୍ରଣ୍ଟ କ୍ୟାମେରା | 16MP |
| ପ୍ରୋସେସର | ଅକ୍ଟାକୋର (4x2.6 GHz Cortex-A78 & 4x2.0 GHz Cortex-A55) |
| ଡିସପ୍ଲେ | 6.8 ଇଞ୍ଚ (1224 x 2720 ପିକ୍ସେଲ) |
- ଏହା ମଧ୍ୟ ପଢନ୍ତୁ: 110 ବଲିୟନ୍ ଫଣ୍ଡିଙ୍ଗ ସହ Open AI କମ୍ପାନୀ 730 Billion ଡଲାରରେ ପହଞ୍ଚିଲା
- ଏହା ମଧ୍ୟ ପଢନ୍ତୁ: ମାର୍ଚ୍ଚ 3ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁ ସମୟରେ ଓ କିପରି ଦେଖିବେ ?
- ଏହା ମଧ୍ୟ ପଢନ୍ତୁ: ଏବେ କାରରେ ଚଲାଇ ପାରିବେ Apple TV

