ETV Bharat / technology

ଏହି ଦିନ ବଜାରକୁ ଆସିବ VOLVOର ଇଲେକ୍ଟ୍ରିକ୍ SUV: ଜାଣନ୍ତୁ ଦାମ ଓ ସ୍ପେଶିଫିକେସନ୍

Volvo ଜାନୁଆରୀ 21ରେ ବିଶ୍ୱ ସ୍ତରରେ ଏହାର ମଧ୍ୟମ ଆକାରର ବୈଦ୍ୟୁତିକ SUV Volvo EX60 ଲଞ୍ଚ କରିବାକୁ ଯାଉଛି । ଜାଣନ୍ତୁ ଏହାର ଦାମ୍, ସ୍ପେସିଫିକେଶନ୍ ଓ ରେଞ୍ଜ ବିଷୟରେ ।

new volvo ex60 electric SUV to be launched globally know price and Specification
ଏହି ଦିନ ବଜାରକୁ ଆସିବ VOLVOର ଇଲେକ୍ଟ୍ରିକ୍ SUV, ଜାଣନ୍ତୁ ଦାମ୍ ଓ ସ୍ପେଶିଫିକେସନ୍ (Volvo)
author img

By ETV Bharat Odisha Team

Published : January 11, 2026 at 3:50 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ସ୍ବିଡିସ୍ କମ୍ପାନୀ Volvo ନିଜର ମିଡ ସାଇଜ ଇଲେକ୍ଟ୍ରିକ୍ SUVର ଖୁବ୍ ଶୀଘ୍ର ବଜାର ପ୍ରବେଶ କରାଇବାକୁ ଯାଉଛି । ଏନେଇ କମ୍ପାନୀ ଏହାର ଟେକ୍ନିକାଲ ସ୍ପେସିଫିକେଶନ ଜାରି କରିଛି । ଏହା କମ୍ପାନୀର Volvo XC60 ମଡେଲକୁ ରିପ୍ଲେସ କରିବାର ସମ୍ଭାବନା ରହିଛି । ସ୍ବତନ୍ତ୍ର ଆର୍କିଟେକ୍‌ଚର ଓ DC ଫାଷ୍ଟ ଚାର୍ଜିଂ ଫିଚର ସହିତ ଏହା ବଜାର ପ୍ରବେଶ କରିବାକୁ ଯାଉଛି ।

Volvo ନିଜର ଇଲେକ୍ଟ୍ରିକ୍ SUVକୁ 21 ଜାନୁଆରୀ, 2026ରେ ବିଶ୍ବସ୍ତରରେ ଗ୍ଲୋବାଲ ପ୍ରିମିୟର ଜରିଆରେ ଲଞ୍ଚ କରିବାକୁ ଯାଉଛି । ଏହି ଇଲେକ୍ଟ୍ରିକ୍ କାରରେ ଏକ ନୂଆ EV ଆର୍କିଟେକ୍ଚର ଏବଂ ଆଡଭାନ୍ସ ମାନ୍ୟୁଫାକ୍ଚରିଂ ଟେକ୍ନିକ୍ ଉପଲବ୍ଧ ହେବ । Volvo EX60 ଲଞ୍ଚ ହେବା ପରେ ବିଶ୍ବସ୍ତର ମାର୍କେଟରେ ତୁରନ୍ତ ଉପଲବ୍ଧ ହେବ । ଏହା Volvoକୁ ଏକ ଇଲେକ୍ଟ୍ରିକ୍ ବ୍ରାଣ୍ଡ ଭାବେ ଠିଆ ହେବା ପାଇଁ ସାହାଯ୍ୟ କରିବ ।

Volvo EX60ର ରେଞ୍ଜ:

କାର୍ଯ୍ୟକ୍ଷମତା (Efficiency) ଏବଂ ଦୀର୍ଘଯାତ୍ରା ପାଇଁ ଏକ ମାଇଲଖୁଣ୍ଟ ସ୍ଥାପନ କରିବା Volvo EX60ର ମୁଖ୍ୟ ଉଦ୍ଦେଶ୍ୟ ଅଟେ । କମ୍ପାନୀ ନିଜର ଅଲ୍ ହ୍ବିଲ ଡ୍ରାଇଭ କନଫିଗରେସନକୁ ବଜାରରେ ଉପଲବ୍ଧ କରାଇବାକୁ ଯାଉଛି । ଏହି SUV ୟୁରୋପିଅନ୍ WLTP ସାଇକଲର ମାନ ଅନୁଯାୟୀ 810km ପର୍ଯ୍ୟନ୍ତ ବେଷ୍ଟ ଇନ୍ କ୍ଲାସ ରେଞ୍ଜ ଦେବାରେ ସକ୍ଷମ ହେବ । ଉତ୍ତର ଆମେରିକାର ମାନ ଅନୁଯାୟୀ ଏହା 644km ରେଞ୍ଜ ପ୍ରଦାନ କରିବ ବୋଲି ଅନୁମାନ କରାଯାଉଛି ।

ନିର୍ମାତା କମ୍ପାନୀ Volvo EX60 ସହିତ 800 ବୋଲ୍ଟ ଇଲେକ୍ଟ୍ରିକଲ ସିଷ୍ଟମକୁ ମଧ୍ୟ ଲଞ୍ଚ କରିଛି । ଏହାକୁ ସାଧାରଣ ଭାବେ ବ୍ୟବହାର କରାଯାଉଥିବା 400 ବୋଲ୍ଟ ସିଷ୍ଟମ ପରିବର୍ତ୍ତେ ବ୍ୟବହାର କରାଯିବ । ଯାହା ଦ୍ବାରା ଗାଡିକୁ କମ୍ କରେଣ୍ଟ ପ୍ରବାହ ସହିତ ଇଲେକ୍ଟ୍ରିକ ପାୱାର ଲେବଲକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିବ । ଏହା ଦ୍ବାରା ତାପମାନ କମ୍ ଉତ୍ପାଦିତ ହୁଏ ଏବଂ ଏନର୍ଜି ଏଫିସିଏନ୍ସି ବୃଦ୍ଧି ପାଏ ।

Volvo EX60 ବ୍ୟାଟେରୀ ଓ ଚାର୍ଜିଂ:

Volvo EX60 ଇଲେକ୍ଟ୍ରିକ କାରକୁ 400kW DC ଫାଷ୍ଟ ଚାର୍ଜରରେ ସଂଯୋଗ କରିଲେ ଏହା 10 ମିନିଟରେ 340 କିମି ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିଥାଏ । Volvo ନିଜର ହାଇପରଫର୍ମାନ୍ସ ହାର୍ଡୱେରକୁ ଅଧିକ ସମୟ ପର୍ଯ୍ୟନ୍ତ ସପୋର୍ଟ ଦେବା ପାଇଁ ବ୍ୟାଟେରୀ ଉପରେ 10 ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ଦେଉଛି । କମ୍ପାନୀ ବ୍ରିଦ୍ ବ୍ୟାଟେରୀ ଟେକ୍ନୋଲୋଜି ସହିତ ପାର୍ଟନରସିପ୍ ଜରିଆରେ ଥର୍ମାଲ ମ୍ୟାନେଜମେଣ୍ଟ ଭଳି ସଫ୍ଟୱେର ନିର୍ମାଣ କରିଛି ।

Volvo EX60 ଏକ ସ୍ବତନ୍ତ୍ର ଆର୍କିଟେକ୍‌ଚର ସହିତ ଆସିବାକୁ ଯାଉଛି । ଏହା SUVକୁ ଏକ ଷ୍ଟ୍ରକଚରାଲ ମଜବୁତି ଦେଇଥାଏ । ଦୁର୍ଘଟଣା ହେବା ସମୟରେ ଏହା ଅଧିକ ସୁରକ୍ଷା ପ୍ରଦାନ କରିଥାଏ । ସଠିକ ନିୟନ୍ତ୍ରଣ ପାଇଁ ଏହାର ସେଣ୍ଟର ଅଫ୍ ଗ୍ରାଭିଟି ମଧ୍ୟ କମ୍ ହୋଇଥାଏ ।

Volvo EX60 ରେ ପ୍ରଥମ ଥର ପାଇଁ ମେଗା କାଷ୍ଟିଂର ବ୍ୟବହାର କରିବ । ଏଥିରେ ବଡ଼ ଡାଇକାଷ୍ଟିଂ ମସିନର ବ୍ୟବହାର କରାଯାଇ ଏକ ବଡ଼ ଆଲୁମିନିୟମ୍ କମ୍ପୋନେଣ୍ଟର ନିର୍ମାଣ କରାଯାଇଥାଏ । ଯାହା ବହୁ ଛୋଟ ଛୋଟ ପାର୍ଟ ବଦଳରେ ଏକତ୍ର ଏକ ବଡ଼ ପାର୍ଟର ନିର୍ମାଣ କରାଯାଇଥାଏ । ଏପରି ପାର୍ଟ ଗୁଡିକର ସଂଖ୍ୟା କମ୍ କରିବା ଦ୍ବାରା Volvo ଗାଡ଼ିର ଓଜନ କମ୍ ହେବ । ଏହା ସହିତ ଏ ଗୁଡିକ ଯୋଡିବା ବେଳେ ସହଜ ହେବ ।

ଏହା ମଧ୍ୟ ପଢନ୍ତୁ: ଲଞ୍ଚ ହେଲା Suzuki ଇଲେକ୍ଟ୍ରିକ ସ୍କୁଟର, ଜାଣନ୍ତୁ ଦାମ୍ ଓ ଫିଚର୍ସ