ETV Bharat / technology

MWCରେ ଲଞ୍ଚ୍ ହେବ ନୂଆ ଫୋନ୍, ଲାପଟପ୍ ଏବଂ ଟାବଲେଟ୍

ବାର୍ସିଲୋନାରେ MWCରେ ଲଞ୍ଚ ହେବାକୁ ଯାଉଛି ଲେନେଭୋ, ସାଓମି 17 ଅଲଟ୍ରା ଏବଂ Honor ରୋବୋଟ୍ ଫୋନ୍ ପରି କିଛି ଆକର୍ଷଣୀୟ ସ୍ମାଟଫୋନ, ଲାପଟପ୍ ଏବଂ ଟାବଲେଟ୍ ।

Honor Robot Phone
Honor ରୋବୋଟ୍ ଫୋନ୍ (Screenshot via Honor's video)
author img

By ETV Bharat Tech Team

Published : March 2, 2026 at 5:03 PM IST

|

Updated : March 2, 2026 at 5:31 PM IST

2 Min Read
Choose ETV Bharat

MOBILE WORLD CONGRESS, ହାଇଦ୍ରାବାଦ : ସ୍ପେନର ବାର୍ସିଲୋନାରେ ବାର୍ଷିକ ଟେକ୍‌ ଇଭେଣ୍ଟ ମୋବାଇଲ ୱାର୍ଲ୍ଡ କଂଗ୍ରେସ (MWC 2026)ରେ ଆୟୋଜିତ ହେବାକୁ ଯାଉଛି । 200ରୁ ଅଧିକ ଦେଶ ସହ ପ୍ରାୟ 1,00,000 ବ୍ୟକ୍ତିମାନେ ଏଠାରେ ଉପସ୍ଥିତ ହେବେ । ମାର୍ଚ୍ଚ 2ରୁ 5 ପର୍ଯ୍ୟନ୍ତ ଏହି ଟେକ୍‌ ଇଭେଣ୍ଟ ଚାଲିବ । କିନ୍ତୁ ଏହାର ଉଦଘାଟନ ହେବା ପୂର୍ବରୁ ବହୁତ ସାରା ଘୋଷଣା ହେବାରେ ଲାଗିଛି । ଏହି ବାର୍ଷିକ ଟେକ୍‌ ଇଭେଣ୍ଟରେ ପ୍ରତିବର୍ଷ ନୂଆ ଫୋନ୍, ଲାପଟପ୍ , ଟ୍ୟାବଲେଟ୍ ଭଳି ନୂତନ ଆବିଷ୍କାର ମାନ ଦେଖିବାକୁ ମିଳେ । ତେବେ ଏହି ଇଭେଣ୍ଟର ଉଦଘାଟନ ହେବା ପୂର୍ବରୁ ପ୍ରଡକ୍ଟ ବିଷୟରେ ଆସନ୍ତୁ ଜାଣିବା ।

MWC 2026 କଣ?

MWC ହେଉଛି ମୋବାଇଲ ୱାର୍ଲ୍ଡ କଂଗ୍ରେସ( Mobile World Congress) । ଅର୍ଥାତ ବିଶ୍ୱର ସର୍ବବୃହତ ଏବଂ ପ୍ରଭାବଶାଳୀ ବାର୍ଷିକ ବାଣିଜ୍ୟ ପ୍ରଦର୍ଶନୀ । GSMA ଦ୍ୱାରା ସଂଗଠିତ ଏହି ଇଭେଣ୍ଟ 2006ରୁ ପ୍ରତି ବର୍ଷ ବାର୍ସିଲୋନାରେ ଆୟୋଜିତ ହୋଇ ଆସୁଛି । ଏହି ବାର୍ଷିକ ଟେକ୍‌ ଇଭେଣ୍ଟରେ ପ୍ରତିବର୍ଷ ବହୁତ ସାରା ନୂଆ ଫୋନ, ଲାପଟପ, ଟ୍ୟାବଲେଟ୍ ସହିତ ନୂଆ ଟେକନୋଲୋଜି ଦେଖିବାକୁ ମିଳେ । ଏବର୍ଷର ଥିମ୍ "The IQ Era" ରହିଛି । ଯାହାର ଅର୍ଥ ହେଉଛି ମୋବାଇଲ୍ ଶିଳ୍ପରେ ପରିବର୍ତ୍ତନର ସଙ୍କେତ, ଅର୍ଥାତ "ର ସ୍ପିଡ୍" ଏବଂ ବ୍ୟାଣ୍ଡୱିଡଥ୍ ଉପରେ ଧ୍ୟାନ ଦେବା ପରିବର୍ତ୍ତେ କୃତ୍ରିମ ବୁଦ୍ଧିମତ୍ତା(AI) ଉପରେ ଫୋକସ କରିବା ।

ଏହି ବାର୍ଷିକ ଟେକ୍ନୋଲୋଜି ଇଭେଣ୍ଟରେ ଆମେ ଅନେକ ନୂଆ ଫୋନ୍, ଲାପଟପ୍ ଏବଂ ଟାବଲେଟ୍ ଆସିବା ସହିତ, କିଛି ରୋବୋଟ୍ ଏବଂ ଅନ୍ୟାନ୍ୟ ଗ୍ୟାଜେଟ୍ ମଧ୍ୟ ଦେଖିବାକୁ ପାଇପାରୁ । MWCରେ ଲଞ୍ଚ ହେବାକୁ ଯାଉଛି ଲେନେଭୋ, ସାଓମି 17 ଅଲଟ୍ରା ଏବଂ Honor ର ରୋବୋଟ୍ ଫୋନ୍ ପରି କିଛି ଆକର୍ଷଣୀୟ ନୂତନ ଡିଭାଇସ୍ ।

LENOVO:

ଲେନେଭୋ ଏକ ୱାଇଲ୍ଡ ଫୋଲ୍ଡେୱଲ ଗେମିଙ୍ଗ ହେଡହେଲ୍ଡ ଡିଭାଇସ୍ ଲଞ୍ଚ କରିବ । ଯାହାର ଡିସପ୍ଲେ 11.6 ଇଞ୍ଚ ଅଟେ, ଏବଂ ଫୋଲ୍ଡ କଲେ 7.7 ଇଞ୍ଚର ଡିସପ୍ଲେ ବନିଯିବ । ଏହା ସହିତ ଏକ ଲାପଟପ (Lenovo Yoga 9i 2-in-1 Aura Edition Gen 11) ଯାହାର ଦୁଇଟି ଡିସପ୍ଲେ ଏବଂ ଏକ ଡିଟାଚ଼େବଲ୍ କି-ବୋର୍ଡ ଅଛି, ଏବଂ ଲେନେଭୋ Legion Tab gen5 8.8 ଇଞ୍ଚର ଗେମିଙ୍ଗ ଲାପଟପ ଆଣୁଛି ବୋଲି ଘୋଷଣା କରିଛି ।

HONOR:

Honor ଏକ ମଜାଦାର ରୋବଟ ଫୋନ ଉପସ୍ଥାପନ କରିବ । ଯେଉଁଥିରେ 200mpର ଜିମ୍ବଲ କ୍ୟାମେରା ରୋବଟର ହେଡ୍ ପରି ବାହାରକୁ ବାହାରି ଆସେ, ଏହା ମୁଣ୍ଡ ହଲାଏ ଏବଂ ଗୀତ ସହ ତାଳ ଦେଇ ଡ୍ୟାନସ୍ କରେ । ଏଆଇ ଟ୍ରାକିଙ୍ଗ୍ ଏବଂ ସୁପର ସ୍ଟେଡି ଭିଡିଓ ମଧ୍ୟ ପ୍ରସ୍ତୁତ କରିପାରେ । ଏହି ଫୋନ 2026ରେ ଲଞ୍ଚ ହେବାକୁ ଯାଉଛି । ଏହା ବ୍ୟତୀତ ବ୍ୟାକଫିଲ୍ପ କରୁଥିବା ହ୍ୟୁମାନାଇଡ୍ Honor ରୋବଟ, ସବୁଠୁ ପତଳା ଫୋଲ୍ଡିଂ Magic V6 ସ୍ମାଟଫୋନ୍ ଏବଂ ସବୁଠୁ ପତଳା ଆଣ୍ଡ୍ରଏଡ୍ ଟ୍ୟାବଲେଟ୍ MagicPad4 ପ୍ରଦଶିତ କରିବ।

ସାଓମି x Leica:

ଏହି ପ୍ରତିଯୋଗିତାରେ ସାଓମି କମ୍ପାନୀ ନିଜକୁ ରିପ୍ରେଜେଣ୍ଟ କରିଛି 17 ଅଲଟ୍ରା ସ୍ମାଟଫୋନ ସହିତ । 17 ଅଲଟ୍ରା ସ୍ମାଟଫୋନ ଭଳି ସାଓମି ଦ୍ୱାରା ନିର୍ମିତ Leicaର Leitzphoneରେ 1 ଇଞ୍ଚ କ୍ୟାମେରା ସେନ୍ସର ଦିଆଯାଇଛି । ଜୁମ୍ ଏବଂ ଅନ୍ୟ ସେଟିଙ୍ଗ ପାଇଁ କ୍ୟାମେରା ୟୁନିଟ୍ ଚାରିପାଖରେ ଏକ ମେକାନିକାଲ ରିଙ୍ଗ ବ୍ୟବହାର କରାଯାଇଛି । ଏହା ସହିତ ଦୁଇଟି ଟାବଲେଟ ଯଥା ସାଓମି ପ୍ୟାଡ 8 ଓ ସାଓମି ପ୍ୟାଡ 8ପ୍ରୋ ଏବଂ 5000mAhର ପାୱାର ବ୍ୟାଙ୍କ କମ୍ପାନୀ ଲଞ୍ଚ କରିଛି ।

ସାଓମି Leica
ସାଓମି Leica (Xiaomi)

ଏହା ମଧ୍ୟ ପଢନ୍ତୁ: ଲଞ୍ଚ ହେଲା ମହିନ୍ଦ୍ରା ନୂଆ ଇଲେଟ୍ରିକ କାର୍ XEV 9e Cineluxe Edition, ଜାଣନ୍ତୁ ମୂଲ୍ୟ ଓ ଫିଚର୍ସ

ଏହା ମଧ୍ୟ ପଢନ୍ତୁ: ମାର୍ଚ୍ଚ 3ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁ ସମୟରେ ଓ କିପରି ଦେଖିବେ ?

ଏହା ମଧ୍ୟ ପଢନ୍ତୁ: ଏବେ କାରରେ ଚଲାଇ ପାରିବେ Apple TV

Last Updated : March 2, 2026 at 5:31 PM IST