ETV Bharat / technology

ଭାରତରେ ଲଞ୍ଚ ହେଲା 2026 Bajaj Avenger Street 220, ଜାଣନ୍ତୁ ଏହାର ଦମଦାର୍ ଫିଚର୍ସ ଓ ମୂଲ୍ୟ

ରାଇଡିଂକୁ ସୁରକ୍ଷିତ ରଖିବା ପାଇଁ ଏହି ବାଇକ ସାମ୍ନା ଚକରେ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍ ଅର୍ଥାତ୍ ABS ସହିତ 280mm ର ଡିସ୍କ ବ୍ରେକ୍ ଏବଂ ପଛ ଚକରେ 180mର ଡ୍ରମ୍ ବ୍ରେକ୍ ଦିଆଯାଇଛି।

New 2026 Bajaj Avenger Street 220 launched in India
ଭାରତରେ ଲଞ୍ଚ ହେଲା ନୂଆ 2026 Bajaj Avenger Street 220 (Image Credit: Bajaj Auto)
author img

By ETV Bharat Tech Team

Published : June 3, 2026 at 5:04 PM IST

2 Min Read
Choose ETV Bharat

2026 BAJAJ AVENGER STREET 220 , ହାଇଦ୍ରାବାଦ: ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ବାଜାଜ୍ ଅଟୋ(Bajaj Auto) ଭାରତୀୟ ଅଟୋମୋବାଇଲ ସେକ୍ଟରରେ ନିଜର କ୍ରୁଜର୍‌ ବାଇକ୍ ଲାଇନ୍ଅପ୍‌କୁ ଆହୁରି ମଜବୁତ୍ କରିଛି । କମ୍ପାନୀ ତାର ଆଧୁନିକ ମଡେଲ 2026 Bajaj Avenger Streetକୁ ଅଫିସିଆଲ ଭାବେ ଭାରତରେ ଲଞ୍ଚ କରାଇଛି । କମ୍ପାନୀର ପୁରୁଣା 'Avenger Cruise 220' ଓ Avenger Street 160 ମଡେଲ୍‌ (ଯାହାର ବିକ୍ରି ଏବେ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି) ଯାହା ଲଙ୍ଗ୍‌ ରେଞ୍ଜ ବା ହାଇୱେ ଟୁରିଂ ଉପରେ ଆଧାରିତ ଥିଲା, ଏହି ବାଇକ୍‌ ତାହାର ରିପ୍ଲେସମେଣ୍ଟ ହେବ । ଅପରପକ୍ଷେ ଏହି ନୂଆ ଷ୍ଚ୍ରିଟ୍ ସଂସ୍କରଣ ସ୍ୱତନ୍ତ୍ର ଭାବେ ସହରର ବ୍ଯସ୍ତବହୁଳ ରାସ୍ତାରେ ସହଜ ଏବଂ ଆରାମଦାୟକ ରାଇଡିଂ ପାଇଁ ଡିଜାଇନ୍ କରାଯାଇଛି । ତେବେ ଆସନ୍ତୁ ଏହି ବାଇକ୍‌ର ଫିଚର୍ସ ବିଷୟରେ ଅଧିକ ଅବଗତ ହେବା ।

ବାଇକ୍‌ର ମୂଲ୍ୟ ଏବଂ କଲର୍‌ ଅପସନ୍:

ବାଜାଜ୍ ଅଟୋ ଏହି ଶକ୍ତିଶାଳୀ ବାଇକ୍‌ର ମୂଲ୍ୟକୁ ମଧ୍ୟବିତ୍ତ ଗ୍ରାହକଙ୍କ ବଜେଟ୍ ଅନୁଯାୟୀ ଧାର୍ଯ୍ୟ କରାଯାଇଛି । ଭାରତୀୟ ବଜାରରେ ନୂଆ Bajaj Avenger Street 220ର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ମୂଲ୍ୟ 1,28,933 ଟଙ୍କା (ତେଲଙ୍ଗାନା) ରଖାଯାଇଛି ।

ମୂଲ୍ୟ (ଏକ୍ସ-ସୋରୁମ୍, ତେଲେଙ୍ଗାନା)ରଙ୍ଗ ବିକଳ୍ପଗୁଡ଼ିକକେଉଁଠାରୁ ବୁକ୍ କରିବେ
1,28,933 ଲକ୍ଷ ଟଙ୍କାଏବୋନି ବ୍ଲାକ୍/ କକଟେଲ୍ ୱାଇନ୍ ରେଡ୍ବଜାଜ୍ ଅଟୋର ଅଫିସିଆଲ୍ ୱେବସାଇଟ୍ | ବଜାଜ୍ ଅଟୋ ଡିଲରସିପ୍

କମ୍ପାନୀ ଏହି ଷ୍ଟାଇଲ୍ ବାଇକ୍‌କୁ ଦୁଇଟି ଅତି ପ୍ରିମିୟମ୍ କଲର୍ ଅପ୍ସନ ଯଥା- ଏବୋନି ବ୍ଲାକ୍(Ebony Black) ଏବଂ କକଟେଲ୍ ୱାଇନ୍ ରେଡ୍(Cocktail Wine Red) ରଙ୍ଗରେ ବଜାରକୁ ଆଣିଛି, ଯାହା ଗାଡ଼ିର କ୍ରୁଜର୍ ଲୁକ୍‌କୁ ଆହୁରି ଆକର୍ଷଣୀୟ କରୁଛି । ଗ୍ରାହକମାନେ ଏହି ବାଇକ୍‌କୁ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ (bajajauto.com) କିମ୍ବା ନିଜ ସହରର ନିକଟସ୍ଥ ବାଜାଜ୍ ଡିଲରସିପ୍‌କୁ ଯାଇ ଅତି ସହଜରେ ବୁକିଂ କରିପାରିବେ ।

Color Options for the New 2026 Bajaj Avenger Street 220
ନୂଆ 2026 ବାଜାଜ ଆଭେଞ୍ଜର ଷ୍ଟ୍ରିଟ୍ 220ର କଲର୍‌ ଅପସନ୍ (Image Credit: Bajaj Auto)

2026 Bajaj Avenger Street ବାଇକ୍‌ ଇଞ୍ଜନ କ୍ଷମତା:

ଯାନ୍ତ୍ରିକ ତଥା ପାୱାର୍ କ୍ଷମତା ଦୃଷ୍ଟିରୁ ଏହି ବାଇକ୍ ପୂର୍ବଭଳି ସମ୍ପୂର୍ଣ୍ଣ ଭରସାଯୋଗ୍ୟ ଏବଂ ଶକ୍ତିଶାଳୀ ରହିଛି । ନୂଆ Avenger Street 220ରେ ପୂର୍ବ କ୍ରୁଜର୍‌ ମଡେଲ୍‌ରେ ବ୍ୟବହାର ହେଉଥିବା ସମାନ 220ccର ସିଙ୍ଗଲ୍-ସିଲିଣ୍ଡର, ଅଏଲ୍-କୁଲ୍ଡ, Twin-Spark DTS-i ଇଞ୍ଜିନ୍ ଲଗାଯାଇଛି, ଯାହା ଅତ୍ୟାଧୁନିକ ଫ୍ୟୁଏଲ୍-ଇଞ୍ଜେକ୍ଟେଡ୍ (FI) ଟେକ୍ନୋଲୋଜି ସହ ଆସିଥାଏ । ଏହି 4-ଷ୍ଟ୍ରୋକ୍ SOHC ଇଞ୍ଜିନ୍ 8,500 rpm ରେ 18.76 bhpର ସର୍ବାଧିକ ଶକ୍ତି ଏବଂ 7,000 rpmରେ 17.55 Nmର ଦମଦାର୍ ଟର୍କ ସୃଷ୍ଟି କରିବାର କ୍ଷମତା ରଖିଥାଏ । ଗାଡ଼ିର ସ୍ମୁଥ୍ ସ୍ପିଡ୍ ପାଇଁ ଏହି ଇଞ୍ଜିନ୍‌କୁ ଏକ 5-ସ୍ପିଡ୍ ଗିୟରବକ୍ସ ସହିତ ଯୋଡ଼ାଯାଇଛି ।

2026 Bajaj Avenger Streetବାଇକ୍‌ର ଫିଚର୍ସ:

ଚାଳକଙ୍କ ସୁରକ୍ଷା ଓ ରାଇଡିଂକୁ ସୁରକ୍ଷିତ କରିବା ପାଇଁ ବାଜାଜ ଏହି ବାଇକ୍‌ର ହାର୍ଡୱେରରେ ଅନେକ ପ୍ରିମିୟମ୍ ଅପଗ୍ରେଡ୍ କରିଛି, ଯାହାର ସମ୍ପୂର୍ଣ୍ଣ ସ୍ପେସିଫିକେସନ୍ସ ନିମ୍ନରେ ଦିଆଗଲା:

ସସପେନ୍ସନ୍ ଆର୍କିଟେକ୍ଚର: ବାଇକ୍‌ର ସାମ୍ନା ଭାଗରେ ଡବଲ୍ ଆଣ୍ଟି-ଫ୍ରିକସନ୍ ବୁଶ୍ ସହିତ ଟେଲିସ୍କୋପିକ୍ ଫୋର୍କ ସସପେନ୍ସନ୍ ଏବଂ ପଛ ଭାଗରେ 5-ଷ୍ଟେପ୍ ଆଡଜଷ୍ଟେବଲ୍ ଟ୍ୱିନ୍-ଶକ୍ ଆବଜରଭର୍ ଲଗାଯାଇଛି ।

ବ୍ରେକିଂ ଓ ସୁରକ୍ଷା: ରାଇଡିଂକୁ ସୁରକ୍ଷିତ ରଖିବା ପାଇଁ ଗାଡ଼ିର ସାମ୍ନା ଚକରେ ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍ ଅର୍ଥାତ୍ ABS ସହିତ 280mm ର ଡିସ୍କ ବ୍ରେକ୍ ଏବଂ ପଛ ଚକରେ 180mର ଡ୍ରମ୍ ବ୍ରେକ୍ ଦିଆଯାଇଛି ।

ଟାୟାର ଓ ହ୍ୱିଲ୍ସ: ବାଇକ୍‌ରେ ଦୃଢ଼ ସନ୍ତୁଳନ ପାଇଁ ସାମ୍ନାରେ 17-ଇଞ୍ଚ ଏବଂ ପଛ ଭାଗରେ 15-ଇଞ୍ଚର ଟ୍ୟୁବ୍‌ଲେସ୍ ବ୍ଲାକ୍ ଆଲଏ ହ୍ୱିଲ୍ସ (Tubeless Black Alloy Wheels) ବ୍ୟବହାର କରାଯାଇଛି ।

ଆକାର ଓ ଓଜନ: ଏହି ବାଇକ୍‌ରେ 13 ଲିଟର କ୍ଷମତା ବିଶିଷ୍ଟ ଏକ ବଡ଼ ଫ୍ୟୁଏଲ୍ ଟ୍ୟାଙ୍କ୍ ମିଳିବ । ଏହାର ସମୁଦାୟ ଲମ୍ବ 2,210mm, ଓସାର 806mm, ଉଚ୍ଚତା 1,070mm ଏବଂ ୱ୍ହିଲବେସ୍ 1,490mm ରହିଛି । ଗ୍ରାହକଙ୍କ ଆରାମଦାୟକ ସିଟିଂ ପାଇଁ ଏହାର ସିଟ୍ ହାଇଟ୍ 737mm, ଗ୍ରାଉଣ୍ଡ୍ କ୍ଲିଅରେନ୍ସ 169mm ଏବଂ ସମୁଦାୟ ଓଜନ (Weight) 160 kg ରହିଛି ।

ଏହା ମଧ୍ୟ ପଢନ୍ତୁ:

  1. ଜୁନ 17ରେ ଭାରତରେ ଲଞ୍ଚ ହେବ ପ୍ରମିୟମ୍‌ କାର୍ 2026 Mini Countryman C, ଜାଣନ୍ତୁ ଏହାର ଫିଚର୍ସ ଏବଂ ଦାମ୍
  2. ଜୁନ୍ ମାସରେ ଭାରତରେ ଲଞ୍ଚ ହେବ 6ଟି ନୂଆ ଦମଦାର୍ କାର୍, ଲିଷ୍ଟରେ ରହିଛି Honda ZR-V ଓ Tata Sierra EV
  3. ଭାରତୀୟ ବଜାରରେ ଲଞ୍ଚ ହେଲା 2026 Tesla Model Y Premium RWD, ଜାଣନ୍ତୁ ଏହାର ଦମଦାର୍ ରେଞ୍ଜ୍ ଏବଂ ମୂଲ୍ୟ
  4. ଜୁନ୍ 3ରେ ଲଞ୍ଚ ହେବ ଭାରତର ପ୍ରଥମ 100% ଇଥାନଲ୍‌ ଚାଳିତ Hero ବାଇକ୍‌