ETV Bharat / technology

ନାସାର ବଡ଼ ସଫଳତା: ଲଞ୍ଚ୍ ହେଲା Nancy Grace Roman ଟେଲିସ୍କୋପ୍, Hubble ଠାରୁ 100 ଗୁଣ ବଡ଼ ଭିୟୁ!

ନାସା ରବିବାର ସକାଳେ କେନେଡି ସ୍ପେସ୍ ସେଣ୍ଟରରୁ ନାନ୍ସି ଗ୍ରେସ୍ ରୋମାନ୍ ସ୍ପେସ୍ ଟେଲିସ୍କୋପ୍ ସଫଳତାର ସହ ଉନ୍ମୋଚନ କରି ମହାକାଶ ବିଜ୍ଞାନ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ।

This telescope will survey the sky a thousand times faster than Hubble to discover exoplanets and billions of galaxies.
ଏହି ଟେଲିସ୍କୋପ ହବଲ ଅପେକ୍ଷା ହଜାର ଗୁଣ ଦ୍ରୁତ ଗତିରେ ଆକାଶ ସର୍ଭେ କରି ଏକ୍ସୋପ୍ଲାନେଟ୍ ଏବଂ କୋଟି କୋଟି ଗ୍ୟାଲାକ୍ସି ଆବିଷ୍କାର କରିବ। (Image Credit: NASA)
author img

By ETV Bharat Tech Team

Published : August 31, 2026 at 11:35 AM IST

2 Min Read
Choose ETV Bharat

ହାଇଦ୍ରାବାଦ: ଆମେରିକାର ମହାକାଶ ସଂସ୍ଥା NASA ଫ୍ଲୋରିଡ଼ା କେନିଡି ସ୍ପେସ୍ ସେଣ୍ଟରରୁ ନିଜର ଆଗାମୀ ପିଢିର ମହାକାଶ ମିଶନ୍ 'Nancy Grace Romab Space Telescope' ସଫଳତାର ସହ ଲଞ୍ଚ କରିଛି । ରବିବାର ସକାଳ 7:30 ମିନିଟ୍ ପର୍ବରୁ ଏହି ଟେଲିସ୍କୋପ୍‌ ମହାକାଶକୁ ଉନ୍ମୋଚନ କରାଯାଇଛି । ଏହି ସ୍ପେସ ଟେଲିସ୍କୋପ୍‌ ମହାକାଶ ମିଲ୍କି ୱେ (ଛାୟାପଥ)ର ମାନଚିତ୍ର ପ୍ରସ୍ତୁତ କରିବା ସହ କୋଟି କୋଟି ଗାଲାକ୍ସି ଉପରେ ଗବେଷଣା କରିବ । ମହାକାଶ ବିଜ୍ଞାନ ଏବଂ ଆଷ୍ଟ୍ରୋନୋମି ସେଗମେଣ୍ଟର ଜଟିଳ ପ୍ରଶ୍ନଗୁଡିକର ସଠିକ୍ ସନ୍ଧାନ କରିବା ଏହି ମିଶନ୍ ପ୍ରାଥମିକ ଲକ୍ଷ୍ୟ ।

2010 ରୁ ଜାରି ରହିଥିଲା ପ୍ରୋଜେକ୍ଟ ଡେଭଲପମେଣ୍ଟ:

ରୋମାନ୍ ଇଣ୍ଟିଗ୍ରେସନ୍ ଏବଂ ଟେଷ୍ଟ ଲିଡ୍‌ ଜ୍ୟାକ୍ ମାର୍ଶଲ୍‌ଙ୍କ ଟେକ୍ନିକାଲ ବିବରଣୀ ଅନୁଯାୟୀ, ଏହି ପ୍ରକଳ୍ପ ଇନିସିଆଲ୍ ଡ଼େଭଲପମେଣ୍ଟ 2010 ମସିହାରୁ ଆରମ୍ଭ ହୋଇଥିଲା । ଏହାର କନସେପ୍ଟ ଏବଂ ଟେକ୍ନୋଲୋଜି ରିସର୍ଚ୍ଚ ପରେ 2020 ରୁ 2022 ମସିହା ମଧ୍ୟରେ ଏହାର ଫାଇନାଲ୍ ଡ଼ିଜାଇନ୍ ପ୍ରସ୍ତୁତ କରାଯାଇଥିଲା । ଏହାପରେ ଏହାର କମ୍ପୋନେଣ୍ଟ ଆସମ୍ବେଲି ଠାରୁ ଆରମ୍ଭ କରି ହାଇ ଲେଭଲ ଇଣ୍ଟିଗ୍ରେସନ୍‌ ପ୍ରକ୍ରିୟା ଶେଷ ହୋଇଥିଲା । ଏହି ପକଳ୍ପର ହାର୍ଡୱେର ଏବଂ ସଫ୍ଟୱେର ମଡ୍ୟୁଲ ଉପରେ ହଜାର ହଜାର ସାଇଣ୍ଟିଷ୍ଟ ଓ ଇଞ୍ଜିନିୟର କାର୍ଯ୍ୟ କରିଛନ୍ତି, ଯେଉଁଥିରେ ପ୍ରାୟ ଦୁଇ ଦଶନ୍ଧି ଧରି ଲକ୍ଷ ଲକ୍ଷ ଲକ୍ଷ ଘଣ୍ଟାର ମ୍ୟାନ୍-ପାୱାର ବ୍ୟବହୃତ ହୋଇଛି ।

ଡ଼ାର୍କ ମ୍ୟାଟର ଏବଂ ପକ୍ରିୟା ଅନୁଧ୍ୟାନ:

ଏହି ନୂତନ ହାର୍ଡୱେର ପୃଥବୀ ଠାରୁ ପ୍ରାୟ 10 ଲକ୍ଷ ମାଇଲ୍ ଦୂରରେ ଅବସ୍ଥିତ ଏକ ନିର୍ଦ୍ଦିଷ୍ଟ ମହାକାଶ କକ୍ଷପଥରେ ସ୍ଥାପିତ ହେବ । ଏହି କକ୍ଷପଥରେ ରହି ଏହା ବୈଜ୍ଞାନିକମାନଙ୍କୁ ଡାର୍କ ମ୍ୟାଟର, ଡାର୍କ ଏନର୍ଜି ଏବଂ ୟୁନିଭର୍ସର ଇଭୋଲ୍ୟୁସନ ପକ୍ରିୟା ଭଲ ଭାବେ ଟ୍ରାକ୍ କରିବାରେ ସାହାଯ୍ୟ କରିବ ।

ବ୍ରହ୍ମାଣ୍ଡର ସମ୍ପ୍ରସାରଣ ଏବଂ ଏହାର ଗତିଶୀଳତା କିପରି କାର୍ଯ୍ୟ କରୁଛି, ତାହା ଚିହ୍ନଟ କରିବା ଦ୍ୱାରା ମିଲ୍କି ୱେ ଗାଲାକ୍ସି ମଧ୍ୟରେ ପୃଥିବୀର ପ୍ରକୃତ ଅବସ୍ଥିତ ବିଷଯରେ ଅଧିକ ସଠିକ୍ ପାରାମିଟର ମିଳିପାରିବ ।

ନାନ୍ସି ଗ୍ରେସ୍ ରୋମାନ୍‌ ଟେଲିସ୍କୋପ ମହାକାଶର ବ୍ୟାପକ ଏବଂ ହାଇ-ରେଜୋଲ୍ୟୁସନ୍‌ ଇମେଜ୍‌ କ୍ୟାପ୍ଚର କରିବା ପାଇଁ ସ୍ଲତନ୍ତ୍ର ଅପ୍ଟିକାଲ୍‌ କ୍ଷମତା ସହ ପ୍ରସ୍ତୁତ ହୋଇଛି । ଟେକ୍ନିକାଲ୍‌ ସ୍ପେସିଫିକେସନ୍ ଅନୁଯାୟୀ ଏହାର ଫିଲ୍ଡ ଅଫ୍ ଭିୟୁ ନାସାର ପୁରୁଣା Hubble Space Telescope ତୁଳନାରେ ପ୍ରାୟ 100 ଗୁଣ ଅଧିକ ବୃହତ ।

ପ୍ରତିନିଧି ମାଇକ୍ ହାରିଡୋପୋଲସ୍ କହିଛନ୍ତି ଯେ, ଏହି ମିଶନ୍ 1969 ମସିହାର ଏୈତିହାସିକ ଚନ୍ଦ୍ର ଅଭିଯାନ ପରେ ପୁଣି ଥରେ ମହାକାଶ ଗବେଷଣା କ୍ଷେତ୍ରରେ ସବୁଠାରୁ ବଡ଼ ବୈଷୟିକ ସଫଳତା ସାବ୍ୟସ୍ତ ହେବ । ଏହି ଟେଲିସ୍କୋପ ଦ୍ୱାରା ସଂଗୃହିତ ଡ଼ାଟା ଫ୍ଲୋ ଏବଂ ଜଟିଳ ଆଲଗୋରିଦନକୁ ବିଶ୍ଲେଷଣ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:

ଟିମ୍ କୁକ୍‌ଙ୍କ ସର୍ବବୃହତ ଅଧ୍ୟାୟର ଅନ୍ତ: 350 ବିଲିୟନରୁ 4 ଟ୍ରିଲିୟନ ଡଲାରର ସଫଳ ଯାତ୍ରା, ଜାଣନ୍ତୁ କିପରି ଥିଲା