ଭାରତୀୟ ବଜାରରେ ଲଞ୍ଚ ହେଲା MINI Countryman JCW; ଦାମ ଏତିକି
300 ବିଏଚପି ପାୱାର ସହିତ ଭାରତୀୟ ବଜାରକୁ ଆସିଲା MINI Countryman JCWକାର । ଦମଦାର ରହିଛି ଫିଚର, ଦାମ କେତେ ଜାଣନ୍ତୁ...

Published : October 14, 2025 at 8:46 PM IST
ହାଇଦ୍ରାବାଦ: ବିଳାସପୂର୍ଣ୍ଣ ହ୍ୟାଚବ୍ୟାକ୍ ନିର୍ମାତା କମ୍ପାନୀ MINI India ଭାରତରେ ଏକ ନୂଆ କାର କଣ୍ଟ୍ରିମ୍ୟାନ୍ ଜନ୍ କୁପର୍ ୱାର୍କ୍ସ (JCW)କୁ ଲଞ୍ଚ କରିଛି । ଏହି ମଡେଲ୍ ସ୍ବତନ୍ତ୍ର କାରଣ କଣ୍ଟ୍ରିମ୍ୟାନ୍ ବର୍ତ୍ତମାନ ଭାରତରେ କେବଳ ବୈଦ୍ୟୁତିକ ସଂସ୍କରଣରେ ଉପଲବ୍ଧ । ଲଞ୍ଚ ହେବା ପରେ ଏହା ଦେଶର ଏକମାତ୍ର ପେଟ୍ରୋଲ-ଚାଳିତ କଣ୍ଟ୍ରିମ୍ୟାନ୍ ମଡେଲ୍ ହୋଇଛି । କମ୍ପାନୀ ପ୍ରି-ବୁକିଂ ଆରମ୍ଭ କରିସାରିଥିବାବେଳେ କାର ପ୍ରେମୀମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ ।
MINI Countrymanର ଇଲେକଟ୍ରିକ୍ ଭର୍ସନ ଗତବର୍ଷ ଜୁଲାଇ ମାସରେ ଲଞ୍ଚ ହୋଇଥିଲା । ଏହି କାରରେ କଣ ଦମଦାର ଫିଚର ମିଳିବ ଓ ଦାମ କେତେ ନିମ୍ନରେ ବିସ୍ତୃତ ଭାବରେ ଜାଣନ୍ତୁ ।

Mini Countryman JCW All4: ଇଞ୍ଜିନ ଓ ପରଫର୍ମାନ୍ସ
ମିନି କଣ୍ଟ୍ରିମ୍ୟାନ୍ JCWରେ 2.0-ଲିଟର, 4-ସିଲିଣ୍ଡର ଟର୍ବୋଚାର୍ଜଡ୍ ପେଟ୍ରୋଲ୍ ଇଞ୍ଜିନ ରହିଛି, ଯାହା 300 ବିଏଚପି ଶକ୍ତି ଏବଂ 400 Nm ଟର୍କ ଉତ୍ପାଦନ କରେ । ଏହା 7-ସ୍ପିଡ୍ DCT ଗିଅରବକ୍ସ ସହିତ ଯୋଡ଼ା ହୋଇଛି, ଯାହା ସମସ୍ତ ଚାରି ଚକକୁ ପାୱାର ଟ୍ରାନ୍ସମିଟ୍ କରିଥାଏ । କମ୍ପାନୀ ଦାବି କରିଛି ଯେ ଏହି SUV ମାତ୍ର 5.4 ସେକେଣ୍ଡରେ ଘଣ୍ଟା ପ୍ରତି 0ରୁ 100 କିଲୋମିଟର ବେଗ ବୃଦ୍ଧି କରିପାରିବ ଏବଂ ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି 250 କିଲୋମିଟର ଅଛି । କାର୍ଯ୍ୟଦକ୍ଷତା ଦୃଷ୍ଟିରୁ, ଏହି କାର ବିଶେଷ ଭାବରେ ସେମାନଙ୍କ ପାଇଁ ଉପଯୁକ୍ତ ଯେଉଁମାନେ ଏକ ସ୍ପୋର୍ଟି ଡ୍ରାଇଭିଂ ଅଭିଜ୍ଞତା ଚାହାଁନ୍ତି ।

Mini Countryman JCW All4: ଡିଜାଇନ
ଡିଜାଇନ ବିଷୟରେ କହିବାକୁ ଗଲେ, କଣ୍ଟ୍ରିମ୍ୟାନ୍ JCW ଏକ ସ୍ବତନ୍ତ୍ର ସ୍ପୋର୍ଟି ଲୁକ୍ ସହ ଆସିଛି । ଏଥିରେ ଏକ କଳା ରଙ୍ଗର ଗ୍ରୀଲ୍, କମ୍ପାନୀର ସିଗ୍ନେଚର୍ ଚେକର ଫ୍ଲାଗ୍ ଡିଜାଇନ୍ ଏବଂ ଏକ ଜନ୍ କୁପର୍ ୱାର୍କ୍ସ ବ୍ୟାଜ୍ ରହିଛି । ବମ୍ପରର ଉଭୟ ପାର୍ଶ୍ବରେ ବଡ଼ ଏୟାର ଇନଟେକ୍ ଏବଂ ଲାଲ ଆକ୍ସେଣ୍ଟ ଏହାକୁ ଅଧିକ ଆଗ୍ରେସିଭ୍ ଲୁକ୍ ଦେଇଥାଏ । କାରର ସ୍ବତନ୍ତ୍ର JCW ଆଲଏ ଚକ, ଲାଲ ବ୍ରେକ୍ କ୍ୟାଲିପର୍ସ, JCW ବ୍ୟାଜ୍ ଏବଂ ଏକ ଲାଲ ଛାତ ସହ ଆସିଛି ।
କାରର ପଛ ପାର୍ଶ୍ବରେ ଟ୍ବିନ୍-ଟିପ୍ ଡୁଆଲ୍ ଏକଜଷ୍ଟ, ଏକ କଳା କଣ୍ଟ୍ରିମ୍ୟାନ୍ ଗ୍ରୀଲ୍, ଏକ ଛାତ-ମାଉଣ୍ଟେଡ୍ ସ୍ପଏଲର୍ ଏବଂ ଏକ JCW ବ୍ୟାଜ୍ ରହିଛି । ଟେଲଲାଇଟ୍ ମାନକ ମଡେଲ୍ ସହିତ ସମାନ ହୋଇଥିଲେ ମଧ୍ୟ ଏହି ସୂକ୍ଷ୍ମ ବିବରଣୀ ଏହାକୁ ଏକ ସ୍ବତନ୍ତ୍ର ଏବଂ ସ୍ପୋର୍ଟି ଲୁକ୍ ପ୍ରଦାନ କରେ ।

Mini Countryman JCW All4: ଭିତର ଡିଜାଇନ
ଏହି କାରର ଭିତର ଭାଗ ବିଷୟରେ କହିବାକୁ ଗଲେ, ଏହା ସ୍ବତନ୍ତ୍ର ରହିଛି । କ୍ୟାବିନ୍ରେ ଲାଲ ଆକ୍ସେଣ୍ଟ ସହିତ ଏକ ସମ୍ପୂର୍ଣ୍ଣ କଳା ଥିମ୍ ରହିଛି, ଯାହା ଏହାର ସ୍ପୋର୍ଟି ଅନୁଭବକୁ ବୃଦ୍ଧି କରୁଛି । ଡ୍ୟାସବୋର୍ଡରେ ଲାଲ ସିଲାଇ ଏବଂ ସିଟ୍ ଅପହୋଲଷ୍ଟ୍ରି, ଆମ୍ବିଏଣ୍ଟ ଲାଇଟିଂ ସହିତ କାରକୁ ଏକ ପ୍ରିମିୟମ୍ ଲୁକ୍ ପ୍ରଦାନ କରୁଛି । ଏହି ମଡେଲରେ କମ୍ପାନୀ ଆରାମ ଏବଂ ବିଳାସପୂର୍ଣ୍ଣ ଉଭୟ ଉପରେ ଧ୍ୟାନ ଦେଇଛି ।

Mini Countryman JCW All4: ଫିଚର୍ସ
କଣ୍ଟ୍ରିମ୍ୟାନ୍ JCWରେ ଏକ 9.4-ଇଞ୍ଚ ଗୋଲାକାର OLED ଇନଫୋଟେନମେଣ୍ଟ ସିଷ୍ଟମ୍ ରହିଛି, ଯାହା ଇଲେକଟ୍ରିକ୍ ଭର୍ସନରେ ମଧ୍ୟ ଉପଲବ୍ଧ, କିନ୍ତୁ ଏଥିରେ JCW-ନିର୍ଦ୍ଦିଷ୍ଟ ୟୁଜର ଇଣ୍ଟରଫେସ୍ ରହିଛି । ଏହା ସହିତ ହର୍ମାନ କାର୍ଡନ୍ ସାଉଣ୍ଡ ସିଷ୍ଟମ୍, ହେଡ୍-ଅପ୍ ଡିସପ୍ଲେ, ପାନୋରାମିକ୍ ଗ୍ଲାସ୍ ରୁଫ୍, ୱେୟାରଲେସ୍ ଫୋନ୍ ଚାର୍ଜର ଏବଂ ବୈଦ୍ୟୁତିକ ସିଟ୍ ଆଡଜଷ୍ଟମେଣ୍ଟ ଭଳି ଫିଚରଗୁଡ଼ିକ ମଧ୍ୟ ସାମିଲ । ଏହି SUV ଉଭୟ ଫିଚରରେ ପରିପୂର୍ଣ୍ଣ ଥିବାବେଳେ ପ୍ରିମିୟମ୍ ମଧ୍ୟ ।
Mini Countryman JCW All4: ଦାମ ଓ ପ୍ରତିଦ୍ବନ୍ଦ୍ବୀ
ମିନି କଣ୍ଟ୍ରିମ୍ୟାନ୍ ଜେଏସଡବ୍ଲୁର ପ୍ରାରମ୍ଭିକ ଏକ୍ସ-ଶୋରୁମ ମୂଲ୍ୟ 64.90 ଟଙ୍କା ରହିଛି । ଭାରତୀୟ ବଜାରରେ ଏହି କାରର ନିକଟତମ ପ୍ରତିଦ୍ବନ୍ଦ୍ବୀ Volkswagen Golf GTI ରହିବ । ଏଥିରେ 3ଟି କଲର ଅପସନ- ମିଡନାଇଟ୍ ବ୍ଲାକ୍, ଲେଜେଣ୍ଡ ଗ୍ରେ ଓ ରେସିଂ ଗ୍ରୀନରେ ଉପଲବ୍ଧ ।

