ETV Bharat / technology

ୱିଣ୍ଡୋଜ୍ 11ରେ ଆସିଲା 'ଏକ୍ସବକ୍ସ ମୋଡ୍': ଗେମିଂ ଦୁନିଆରେ ବଡ଼ ପରିବର୍ତ୍ତନ ଆଣିଲା ମାଇକ୍ରୋସଫ୍ଟ

ଏହି ଏକ୍ସବକ୍ସ ମୋଡ୍ ମଧ୍ୟରେ ଷ୍ଟିମ୍ (Steam), ଏପିକ୍ ଗେମ୍ସ (Epic Games) ଏବଂ ଅନ୍ୟାନ୍ୟ ପ୍ରମୁଖ ଗେମିଂ ପ୍ଲାଟଫର୍ମର ସମସ୍ତ ଗେମ୍ ଏକାଠି ଉପଲବ୍ଧ ହେବ ।

Microsoft brings big changes to the gaming world with 'Xbox Mode' in Windows 11
ୱିଣ୍ଡୋଜ୍ 11ରେ ଆସିଲା 'ଏକ୍ସବକ୍ସ ମୋଡ୍': ଗେମିଂ ଦୁନିଆରେ ବଡ଼ ପରିବର୍ତ୍ତନ ଆଣିଲା ମାଇକ୍ରୋସଫ୍ଟ (Image Credit: Microsoft)
author img

By ETV Bharat Tech Team

Published : May 2, 2026 at 1:26 PM IST

1 Min Read
Choose ETV Bharat

ହାଇଦ୍ରାବାଦ: ବିଶ୍ୱର ଅଗ୍ରଣୀ ସଫ୍ଟୱେର୍, ସେବା, ଡିଭାଇସ୍ ଏବଂ ସମାଧାନ ପ୍ରଦାନକାରୀ କମ୍ପାନୀ, ଯାହା ୱିଣ୍ଡୋଜ୍ ଏବଂ ଅଫିସ୍ (Office) ପାଇଁ ଜଣାଶୁଣା ତାହା ହେଉଛି ମାଇକ୍ରୋସଫ୍ଟ(Microsoft) । ତେବେ ଏହି ଟେକ୍ନୋଲୋଜି କ୍ଷେତ୍ରରେ ପୁଣି ଏକ ବଡ ପଦକ୍ଷେପ ନେଇଛି । ତାହା ହେଉଛି ବର୍ତ୍ତମାନ ୱିଣ୍ଡୋଜ 11 ପିସି ବ୍ୟବହାରକରୀ ପାଇଁ ସ୍ୱତନ୍ତ୍ର 'ଏକ୍ସବକ୍ସ ମୋଡ'(Xbox Mode) ରୋଲଆଉଟ୍ କରାଯାଉଛି । ଏହି ନୂତନ ଫିତର ଦ୍ୱାରା ଆପଣଙ୍କର ସାଧାରଣ କମ୍ପ୍ୟୁଟର ଏକ ଶକ୍ତିଶାଳୀ ଗେମିଂ କନ୍‌ସୋଲ ଭଳି କାମ କରିବ । ବିଶେଷ କରି ଯେଉଁମାନେ ନିଜ ପିସିରେ ଗେମ୍ ଖେଳିବାକୁ ଭଲ ପାଆନ୍ତି, ସେମାନଙ୍କ ପାଇଁ ଏହା ଏକ ଉପହାର ସଦୃଶ ।

ଏହି ନୂତନ ଅପଡେଟ୍‌ର ସବୁଠାରୁ ବଡ ବିଶେଷତ୍ୱ ହେଉଛି । ଏହା 'କନ୍‌ସୋଲ ଲାଇକ୍‌ ଇଣ୍ଟରଫେସ୍‌' । ପୂର୍ବରୁ ପିସିରେ ଗେମ୍ ଖେଳିବା ସମୟରେ ମାଉସ୍ ଏବଂ କିବୋର୍ଡର ବହୁଳ ବ୍ୟବହାର ହେଉଥିଲା, କିନ୍ତୁ ଏହି ନୂଆ ମୋଡ୍‌ ସାହାଯ୍ୟରେ ବ୍ୟବହାରକାରୀମାନେ କଣ୍ଟ୍ରୋଲର୍ (Controller) ମାଧ୍ୟମରେ ସହଜରେ ସମସ୍ତ ଗେମ୍‌କୁ ଅପରେଟ୍ କରିପାରିବେ । ଏହା ବ୍ୟବହାରକାରୀଙ୍କୁ ଏକ ଏକ୍ସବକ୍ସ କନସୋଲ୍ ବ୍ୟବହାର କରିବାର ଅନୁଭୂତି ପ୍ରଦାନ କରିବ ।

ଏହି ମୋଡ୍‌ରେ 'ଗେମ୍ ଲଞ୍ଚର'କୁ ଅଧିକ ସରଳ କରାଯାଇଛି । ବର୍ତ୍ତମାନ ବ୍ୟବହାରକାରୀଙ୍କୁ ବିଭିନ୍ନ ଗେମ୍ ଖୋଲିବା ପାଇଁ ଅଲଗା ଅଲଗା ଆପ୍ଲିକେସନ୍ ବ୍ୟବହାର କରିବାକୁ ପଡ଼ିବ ନାହିଁ । ଏହି ଏକ୍ସବକ୍ସ ମୋଡ୍ ମଧ୍ୟରେ ଷ୍ଟିମ୍ (Steam), ଏପିକ୍ ଗେମ୍ସ (Epic Games) ଏବଂ ଅନ୍ୟାନ୍ୟ ପ୍ରମୁଖ ଗେମିଂ ପ୍ଲାଟଫର୍ମର ସମସ୍ତ ଗେମ୍ ଏକାଠି ଉପଲବ୍ଧ ହେବ । ଏହା ଦ୍ୱାରା ଗେମର୍ ମାନେ ଗୋଟିଏ ସ୍ଥାନରୁ ନିଜର ସମସ୍ତ ପସନ୍ଦର ଗେମ୍‌କୁ ଆକ୍ସେସ୍ କରିପାରିବେ ।

ଏହି ସୁବିଧା ପ୍ରଥମେ ହ୍ୟାଣ୍ଡହେଲ୍ଡ ଗେମିଂ ଡିଭାଇସ୍ ଗୁଡ଼ିକରେ ପରୀକ୍ଷା କରାଯାଇଥିଲା । ଏହାର ସଫଳତା ପରେ ମାଇକ୍ରୋସଫ୍ଟ ଏହାକୁ ସାଧାରଣ ଡେସ୍କଟପ୍ ଏବଂ ଲାପଟପ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ କରାଇଛି । ଏହି ମୋଡ୍ ଅନେକ ନୂତନ ଗେମିଂ ସେଟିଂସ ସହିତ ଆସୁଛି, ଯାହା ପିସିର କାର୍ଯ୍ୟଦକ୍ଷତା ବା ପରଫର୍ମାନ୍ସକୁ ବଢ଼ାଇବାରେ ସାହାଯ୍ୟ କରିବ ।

ଗେମିଂ ବିଶେଷଜ୍ଞଙ୍କ ମତରେ, ମାଇକ୍ରୋସଫ୍ଟର ଏହି ପଦକ୍ଷେପ ପିସି ଗେମିଂ ବଜାରରେ ଏକ ନୂଆ ବିପ୍ଳବ ଆଣିବ । ବର୍ତ୍ତମାନର ଯୁବପିଢ଼ି କନସୋଲ୍ ଗେମିଂକୁ ଅଧିକ ପସନ୍ଦ କରୁଥିବାରୁ, ପିସିରେ ଏହି ସୁବିଧା ମିଳିବା ଦ୍ୱାରା ୱିଣ୍ଡୋଜ୍ ୧୧ର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇବ । ଯଦି ଆପଣ ଜଣେ ଗେମ୍ ପ୍ରେମୀ, ତେବେ ତୁରନ୍ତ ନିଜର ୱିଣ୍ଡୋଜ୍ ପିସିକୁ ଅପଡେଟ୍ କରି ଏହି ନୂତନ ଏକ୍ସବକ୍ସ ମୋଡ୍‌ର ଆନନ୍ଦ ନେଇପାରିବେ ।

ଏହା ମଧ୍ୟ ପଢନ୍ତୁ :

Digital Wardrobe: ଆଲମିରାରୁ ଡ୍ରେସ ଖୋଜିବା ଚିନ୍ତା ଆଉ ରହିବନି ! ଫଟୋରୁ ପୋଷାକ ବାଛି ସ୍ମାର୍ଟ କ୍ୟାଟଲଗ୍ କରିବ ଗୁଗଲ୍‌

ଆସିଲା Volkswagen ପୋଲୋର ଇଲେକ୍ଟ୍ରିକ୍ ଅବତାର, ଥରେ ଚାର୍ଜ କଲେ ଚାଲିବ 454 କିଲୋମିଟର !