ଭାରତରେ ଲଞ୍ଚ ହେଲା MG Hector Tomahawk EV ଏବଂ PHEV: ମିଳିବ 1100 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ, ଜାଣନ୍ତୁ ଦାମ୍
JSW MG Motor India ନିଜର ବହୁ ପ୍ରତୀକ୍ଷିତ MG Hector Tomahawk EV ଏବଂ Hector Tomahawk PHEV ଏସୟୁଭି କୁ ଭାରତୀୟ ବଜାରରେ ଲଞ୍ଚ କରିଛି।

Published : August 26, 2026 at 1:22 PM IST
ହାଇଦ୍ରାବାଦ: କାର ନିର୍ମାତା କମ୍ପାନୀ JSW MG Motor India ନିଜର ନୂଆ ଏସୟୁଭି (SUV) MG Hector Tomahawk EV ଏବଂ Hector Tomahawk PHEVକୁ ଭାରତୀୟ ବଜାର ପାଇଁ ଆନୁଷ୍ଠାନିକ ଭାବେ ଲଞ୍ଚ କରିଛି । କମ୍ପାନୀ ନିଜର ଏହି ଦୁଇଟି ଯାକ ଏସୟୁଭିକୁ ନିଜର ନୂଆ ADAPT (Advance Drive Architecture Platform Technology) ପ୍ଲାଟଫର୍ମ ଉପରେ ନିର୍ମାଣ କରିଛି । ଏହି ପ୍ଲାଟଫର୍ମ ଉଭୟ ଇଲେକ୍ଟ୍ରିକ୍ ଏବଂ ପିଏଚଇଭି (PHEV) କାରଗୁଡ଼ିକୁ ସପୋର୍ଟ କରିଥାଏ ।
Hector Tomahawk EV ର ଦାମ୍ ଏବଂ ପାୱାରଟ୍ରେନ୍:

MG Motor India ପକ୍ଷରୁ ଏହି କାରର ବୁକିଂ ପୂର୍ବରୁ ଆରମ୍ଭ ହୋଇସାରିଥିଲା, ଆଉ ବର୍ତ୍ତମାନ ଏହାର ଦାମ୍ ମଧ୍ୟ ସାର୍ବଜନୀନ କରାଯାଇଛି । କମ୍ପାନୀ ନୂଆ Hector Tomahawk EVକୁ ବାସ୍ (BaaS) ସ୍କିମ୍ ଅଧୀନରେ 13.99 ଲକ୍ଷ ଟଙ୍କାର (ଏକ୍ସ-ସୋରୁମ୍) ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରିଛି । ଏହାର ବ୍ୟାଟେରୀ ପାଇଁ ଗ୍ରାହକମାନଙ୍କୁ ପ୍ରତି କିଲୋମିଟର ପିଛା 4.9 ଟଙ୍କା ରେଣ୍ଟ ବା ଭଡ଼ା ଦେବାକୁ ପଡିବ । ଅନ୍ୟପକ୍ଷରେ, ଯଦି ଗ୍ରାହକ ବ୍ୟାଟେରୀ ସହିତ ଏହି କାର କିଣିବାକୁ ଚାହାଁନ୍ତି, ତେବେ ଏହାର ପ୍ରାରମ୍ଭିକ ମୂଲ୍ୟ 19.49 ଲକ୍ଷ ଟଙ୍କା ରଖାଯାଇଛି (ଯାହାକି ଏକ ଇଣ୍ଟ୍ରୋଡକ୍ଟରୀ ପ୍ରାଇସ୍) ।
ଏହି ଇଲେକ୍ଟ୍ରିକ୍ କାରରେ ଏକ ବଡ଼ 69.2kWh LFP ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି, ଯାହା ଫୁଲ୍ ଚାର୍ଜରେ 517 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ପ୍ରଦାନ କରିବାରେ ସକ୍ଷମ । ଏହାର ବ୍ୟାଟେରୀ 90 kW DC ପର୍ଯ୍ୟନ୍ତ ଫାଷ୍ଟ ଚାର୍ଜିଂ ସପୋର୍ଟ କରେ ଏବଂ ଏହାକୁ 7.4 kW AC ହୋମ୍ ଚାର୍ଜରରେ ମଧ୍ୟ ଚାର୍ଜ କରାଯାଇପାରିବ । ଏହି କାରର ମୋଟର 150 kwର ପାୱାର ଏବଂ 310 Nmର ଟର୍କ ଜେନେରେଟ୍ କରେ । ସବୁଠାରୁ ଖାସ୍ କଥା ହେଉଛି ଏଥିରେ ସେଗମେଣ୍ଟ ଫାଷ୍ଟ 'Vehicle to Home' ଫିଚର୍ ମିଳୁଛି, ଯାହା ଦ୍ୱାରା କାର ବ୍ୟାଟେରୀରୁ ଘରର ଇଲେକ୍ଟ୍ରିକ୍ ଉପକରଣ ମଧ୍ୟ ଚାଲିପାରିବ ।

Hector Tomahawk PHEV ର ମୂଲ୍ୟ ଏବଂ ପାୱାରଟ୍ରେନ୍:
ସେହିପରି ନୂଆ MG Hector Tomahawk PHEV ବିଷୟରେ କହିବାକୁ ଗଲେ, ଏହାକୁ କମ୍ପାନୀ BaaS ସ୍କିମ୍ ସହିତ 21.79 ଲକ୍ଷ ଟଙ୍କାର (ଏକ୍ସ-ସୋରୁମ୍) ପ୍ରାରମ୍ଭିକ ଦାମ୍ରେ ଲଞ୍ଚ କରିଛି । ଏଥିପାଇଁ ଗ୍ରାହକଙ୍କୁ ବ୍ୟାଟେରୀ ରେଣ୍ଟ ବାବଦକୁ ପ୍ରତି କିଲୋମିଟର ପାଇଁ 3.20 ଟଙ୍କା ଦେବାକୁ ହେବ । ବ୍ୟାଟେରୀ ସହିତ ଏହି କାରର ସମ୍ପୂର୍ଣ୍ଣ ପ୍ରାରମ୍ଭିକ ମୂଲ୍ୟ 25.69 ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍) ରଖାଯାଇଛି । କମ୍ପାନୀ ଏହି ପିଏଚଇଭି (PHEV) ଭର୍ସନକୁ କେବଳ 7-ସିଟର କନଫିଗରେସନ ଏବଂ ଦୁଇଟି ଭାରିଆଣ୍ଟରେ ବଜାରକୁ ଆଣିଛି ।

ଏହି କାରରେ 1.5-ଲିଟର ପେଟ୍ରୋଲ ଇଞ୍ଜିନ୍ ସହିତ 29 kWର ବ୍ୟାଟେରୀ ଦିଆଯାଇଛି, ଯାହା ସହ 148 kw ଇଲେକ୍ଟ୍ରିକ୍ ମୋଟର ଯୋଡା ଯାଇଛି । କମ୍ପାନୀର ଦାବି ଅନୁସାରେ ଏହା ଫୁଲ୍ ଚାର୍ଜ ଏବଂ ଫୁଲ୍ ଟ୍ୟାଙ୍କରେ 1100 କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ଦେଇପାରିବ । ପିଓର୍ (Pure) ଇଲେକ୍ଟ୍ରିକ୍ ମୋଡରେ ଏହା 115 କିଲୋମିଟର ଯାଇପାରିବ ଏବଂ ପେଟ୍ରୋଲ/ଇଭି ମୋଡ୍ ସହିତ ଏହା 22 କିମି/ଲିଟର ମାଇଲେଜ୍ ଦେଇପାରିବ । ଏହି ଏସୟୁଭି 0 ରୁ 100 କିଲୋମିଟର ପ୍ରତି ଘଣ୍ଟା ବେଗ ଧରିବାକୁ କେବଳ 9 ସେକେଣ୍ଡ ସମୟ ନେବ ।

ଆକର୍ଷଣୀୟ ଡିଜାଇନ୍ ଏବଂ ଇଣ୍ଟେରିୟର ଫିଚର୍ସ:
ଡିଜାଇନ୍ ଦୃଷ୍ଟିକୋଣରୁ ନୂଆ Hector Tomahawkର ଆଗ ପାର୍ଶ୍ୱରେ ଇଲୁମିନେଟେଡ୍ MG ଲୋଗୋ ସହିତ ସମାନ୍ତରାଳ DRLs ଦିଆଯାଇଛି, ଯାହା ଏହାକୁ ଏକ ମସ୍କୁଲାର୍ (muscular) ଲୁକ୍ ଦେଉଛି । ଏଥିରେ ଲମ୍ବା ବୋନେଟ୍, 18-ଇଞ୍ଚର ଡାୟମଣ୍ଡ-କଟ୍ ଆଲୟ ହ୍ୱିଲ୍ସ, ଭାରୀ ବଡି କ୍ଲାଡିଂ, ରୁଫ୍ ରେଲ୍ସ ଏବଂ ଏକ ରିୟର ସ୍ପଏଲର୍ ସାମିଲ ଅଛି । ଏହାର ହ୍ୱିଲବେସ୍ 2810mm ରଖାଯାଇଛି ।

କାରର ଇଣ୍ଟେରିୟର ମଧ୍ୟ ବେଶ୍ ପ୍ରିମିୟମ୍ ଅଟେ । ଏଥିରେ 15-ଇଞ୍ଚର ବଡ଼ ଟଚସ୍କ୍ରିନ୍ ପ୍ୟାନେଲ୍ ସହିତ 9-ଇଞ୍ଚର ଡିଜିଟାଲ୍ ଡ୍ରାଇଭର୍ ଡିସପ୍ଲେ ଦିଆଯାଇଛି । ବିଶେଷ କଥା ହେଉଛି, ଏହାର ଟଚସ୍କ୍ରିନ୍ ପ୍ୟାନେଲରେ 'ETV Bharat' ର ଇନବିଲ୍ଟ ଆପ୍ (inbuilt app) ରହିଛି ଯାହା ମାଧ୍ୟମରେ ତାଜା ଖବର ପଢିହେବ । ଏହାକୁ 5-ସିଟର ଏବଂ 7-ସିଟର ଅପସନରେ ଉପଲବ୍ଧ କରାଯାଇଛି । ଫିଚର୍ସ କଥା କହିଲେ, ଏଥିରେ ପାନୋରାମିକ୍ ସନରୁଫ୍, ଭେଣ୍ଟିଲେଟେଡ୍ ଏବଂ ହିଟିଂ ସିଟ୍, ଆମ୍ବିଏଣ୍ଟ ଲାଇଟିଂ ଏବଂ ADAS ଲେଭଲ୍-2 ସୁରକ୍ଷା ଉପଲବ୍ଧ କରାଯାଇଛି ।

