ଲଞ୍ଚ୍ ହେଲା Metaର ପ୍ରଥମ ଫଟୋ ଜେନେରେଟର Muse Image! ଜାଣନ୍ତୁ ଏହାର ଖାସିୟତ୍
ମେଟା କମ୍ପାନୀ ନିଜର ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଇମେଜ୍ ଜେନେରେସନ୍ ମଡେଲ୍ Muse Image ଲଞ୍ଚ୍ କରିଛି, ଯାହାକୁ ମେଟା ସୁପରଇଣ୍ଟେଲିଜେନ୍ସ ଲ୍ୟାବ୍ସ ପ୍ରସ୍ତୁତ କରିଛି ।

Published : July 8, 2026 at 7:51 PM IST
ହାଇଦ୍ରାବାଦ: ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ର ପ୍ୟାରେଣ୍ଟ କମ୍ପାନୀ ମେଟା ନିଜର ୟୁଜର୍ସମାନଙ୍କ ପାଇଁ ଏକ ବଡ଼ ଏଆଇ ଫିଚର୍ ଲଞ୍ଚ୍ କରିଛି । କମ୍ପାନୀ ନିଜର ପ୍ରଥମ ଇମେଜ୍ ଜେନେରେସନ୍ ଏଆଇ ମଡେଲ୍ 'Muse Image' ବଜାରକୁ ଆଣିଛି। ଏହି ଆଧୁନିକ ମଡେଲ୍କୁ ମେଟା ସୁପରଇଣ୍ଟେଲିଜେନ୍ସ ଲ୍ୟାବ୍ସ ଦ୍ୱାରା ଡେଭଲପ୍ କରାଯାଇଛି । ଏହା ବର୍ତ୍ତମାନ ମେଟା ଏଆଇରେ ସାଧାରଣ ବ୍ୟବହାର ପାଇଁ ଉପଲବ୍ଧ ହୋଇଛି । ଏହି ମଡେଲ୍ ଗତ ଅପ୍ରେଲ ମାସରେ ଲଞ୍ଚ୍ ହୋଇଥିବା ମ୍ୟୁଜ୍ ସ୍ପାର୍କ ଉପରେ ଆଧାରିତ ଅଟେ, ଯାହା ମେଟା ଏଆଇକୁ ଏକ ସ୍ମାର୍ଟ ଆସିଷ୍ଟାଣ୍ଟ ଭାବେ ଗଠନ କରିଥିଲା । ଏହି ନୂଆ Muse Image ଏକ କ୍ରିଏଟିଭ୍ ଟୁଲ୍ ଭଳି କାମ କରିଥାଏ, ଯାହା ସାଧାରଣ ଆଇଡିଆ କିମ୍ବା ଶବ୍ଦକୁ ଅତି ସହଜରେ ହାଇ-କ୍ୱାଲିଟି ଭିଜୁଆଲ୍ସରେ ବଦଳାଇ ଦେଇପାରିବ । ଏହାପରେ ଗ୍ରାହକମାନେ ଏହି ଜେନେରେଟ୍ ହୋଇଥିବା ଫଟୋକୁ ଡାଉନଲୋଡ୍ କରିପାରିବେ ଏବଂ ଫେସବୁକ୍, ଇନଷ୍ଟାଗ୍ରାମ କିମ୍ବା ହ୍ୱାଟ୍ସଆପ୍ର ଷ୍ଟୋରୀ, ଫିଡ୍ କିମ୍ବା ଚାଟ୍ ମଧ୍ୟରେ ସିଧାସଳଖ ଶେୟାର କରିପାରିବେ ।
ମ୍ୟୁଜ୍ ଇମେଜ୍ର ଫିଚର୍ସ:
ମେଟା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମ୍ୟୁଜ୍ ଇମେଜ୍ ମଡେଲ୍ରେ ଆଡଭାନ୍ସ ରୀଜନିଂ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ଏହା ଦ୍ୱାରା ଏହା ଜଟିଳ ବା କଠିନ ପ୍ରୋମ୍ପ୍ଟକୁ ସହଜରେ ବୁଝିପାରେ ଏବଂ ଅନେକ ଫଟୋକୁ ଏକାଠି ମିଶାଇ ଏକ ଉତ୍କୃଷ୍ଟ ହାଇ-କ୍ୱାଲିଟି କ୍ରିଏସନ୍ ପ୍ରସ୍ତୁତ କରିପାରେ । ଏଥିପାଇଁ ୟୁଜର୍ସମାନେ ଏକଦମ ସରଳ ଭାଷା, ଶବ୍ଦ କିମ୍ବା ସାଧାରଣ କଥାବାର୍ତ୍ତା ଶୈଳୀରେ ଇନଷ୍ଟ୍ରୁକସନ୍ ଟାଇପ୍ କରିପାରିବେ ।
Today, we’re introducing Muse Image: our first image generation model from Meta’s Superintelligence Labs. It uses advanced reasoning to understand prompts and lets you turn your ideas into high-quality, relevant visuals that you can share directly to your chat, story, or feed.…
— Meta Newsroom (@MetaNewsroom) July 7, 2026
ଏହି ଟୁଲ୍ ମାଧ୍ୟମରେ ଆପଣ ଏକ ନୂଆ ଫଟୋ ତିଆରି କରିପାରିବେ ଏବଂ ପୂର୍ବରୁ ପ୍ରସ୍ତୁତ ହୋଇସାରିଥିବା ଫଟୋକୁ ଏଡିଟ୍ ମଧ୍ୟ କରାଇପାରିବେ । ଏହି ଟୁଲ୍ ସାହାଯ୍ୟରେ କୌଣସି ପ୍ରସିଦ୍ଧ ସ୍ଥାନ ବା ଲ୍ୟାଣ୍ଡମାର୍କ ସାମ୍ନାରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ ଫଟୋ ପ୍ରସ୍ତୁତ କରାଯାଇପାରିବ। ଏହା ବ୍ୟତୀତ ଆପଣ ଫଟୋରୁ ଯେକୌଣସି ଅନାବଶ୍ୟକ ଉପାଦାନ ବା ଫଟୋବମ୍ବର ହଟାଇ ପାରିବେ କିମ୍ବା କଷ୍ଟମ୍ ପ୍ରୋମ୍ପ୍ଟ ବ୍ୟବହାର କରି ଏକ କାର୍ଯ୍ୟକ୍ଷମ QR କୋଡ୍ ମଧ୍ୟ ଜେନେରେଟ୍ କରିପାରିବେ। ଏଥିରେ ଫଟୋ ଭିତରେ ଥିବା ଟେକ୍ସଟ୍କୁ ଏକଦମ ସଫା ଓ ସ୍ପଷ୍ଟ ଭାବେ ରେଣ୍ଡର କରିବାର ସୁବିଧା ମିଳୁଛି, ଯାହାଦ୍ୱାରା ୟୁଜର୍ସମାନେ ସହଜରେ ପଢ଼ିହେଉଥିବା ଅକ୍ଷର ସହିତ ହାଉ-ଟୁ ଗାଇଡ୍ସ କିମ୍ବା ଇନଫୋଗ୍ରାଫିକ୍ସ ପ୍ରସ୍ତୁତ କରିପାରିବେ ।
ପ୍ରିସେଟ୍ ଏବଂ @mention ଫିଚର୍:
ଏହି ଫଟୋ ଜେନେରେସନ୍ ଏଆଇ ମଡେଲ୍ରେ ଟୁଲ୍ ନିଜ ପକ୍ଷରୁ ସଜେଷ୍ଟେଡ୍ ପ୍ରୋମ୍ପ୍ଟ ବା 'ପ୍ରୀସେଟ୍ସ'ର ପରାମର୍ଶ ଦେଇଥାଏ । ଏହା ସହିତ ଏଥିରେ @ ମେନସନ୍ କରିବାର ଫିଚର୍ ମଧ୍ୟ ମିଳୁଛି, ଯାହା ମାଧ୍ୟମରେ ଫଟୋକୁ ଟ୍ୟାଗ୍ କିମ୍ବା ଆଡ୍ କରିବାର ସୁବିଧା ମିଳିଥାଏ । ୟୁଜର୍ସମାନେ ନିଜ ଫଟୋ ଉପରେ ସିଧାସଳଖ ସ୍କେଚ୍ କରି ମଧ୍ୟ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇପାରିବେ । ବର୍ତ୍ତମାନ ଏହି ମ୍ୟୁଜ୍ ଇମେଜ୍ ମଡେଲ୍ ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍ ଉପରେ ନୂଆ କ୍ରିଏଟିଭ୍ ଫିଚର୍ସ ପ୍ରଦାନ କରୁଛି । ଇନଷ୍ଟାଗ୍ରାମରେ ୟୁଜର୍ସମାନଙ୍କୁ ଷ୍ଟୋରୀ ପାଇଁ 30ରୁ ଅଧିକ ନୂଆ ଏଆଇ-ପାୱାର୍ଡ ଇଫେକ୍ଟ ମିଳିବ, ଯେଉଁଠାରେ ହ୍ୱାଟ୍ସଆପ୍ରେ ଏହି ମଡେଲ୍ ମେଟା ଏଆଇ ସହିତ ଚାଟ୍ ମଧ୍ୟରେ ସିଧାସଳଖ ଇମେଜ୍ ଜେନେରେସନ୍ କରିବାର ସୁବିଧା ଦେଉଛି । ଏହା ବର୍ତ୍ତମାନ ବିଶ୍ୱର କିଛି ସୀମିତ ଦେଶରେ ଉପଲବ୍ଧ କରାଯାଇଛି ।
ଉପଲବ୍ଧତା ଏବଂ ଫ୍ୟୁଚ଼ର ପ୍ଲାନ୍:
ମେଟା ସ୍ପଷ୍ଟ କରିଛି ଯେ, ମ୍ୟୁଜ୍ ଇମେଜ୍ ଖୁବ୍ ଶୀଘ୍ର ଫେସବୁକ୍ ଏବଂ ମେସେଞ୍ଜର ସମେତ ଅନ୍ୟାନ୍ୟ ପ୍ଲାଟଫର୍ମ ଓ ଦେଶଗୁଡ଼ିକରେ ମଧ୍ୟ ଲଞ୍ଚ୍ କରାଯିବ । ଆଗାମୀ ସପ୍ତାହଗୁଡ଼ିକରେ ଆଡଭର୍ଟାଇଜର୍ସ ଏବଂ ଏଜେନ୍ସିମାନେ ମଧ୍ୟ ମେଟାର Advantage+ କ୍ରିଏଟିଭ୍ ଟୁଲ୍ସ ମାଧ୍ୟମରେ Muse Image ବ୍ୟବହାର କରିବାର ସୁବିଧା ପାଇପାରିବେ । ଦୈନନ୍ଦିନ ବ୍ୟବହାର ପାଇଁ ମ୍ୟୁଜ୍ ଇମେଜ୍ର ଏହି ସୁବିଧା ମେଟା ଏଆଇରେ ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି । କିନ୍ତୁ ଅଧିକ ସଂଖ୍ୟାରେ ଫଟୋ ଜେନେରେଟ୍ କରିବା ପାଇଁ ୟୁଜର୍ସମାନଙ୍କୁ ମେଟାର ପେଡ୍ ସବସ୍କ୍ରିପସନ୍ ପ୍ଲାନ କିଣିବାକୁ ପଡ଼ିପାରେ । ଏହା ସହିତ ମେଟା ଏକ ବଡ଼ ଖୁଲାସା କରିଛି ଯେ, କମ୍ପାନୀ ପକ୍ଷରୁ ଏକ ନୂଆ ଭିଡିଓ ଜେନେରେସନ୍ ମଡେଲ୍ 'Muse Video' ମଧ୍ୟ ପୂର୍ବରୁ ପ୍ରସ୍ତୁତ କରାଯାଉଛି, ଯାହା ଆଗାମୀ ଦିନରେ ବଜାରକୁ ଆସିବ ।

