ETV Bharat / technology

ଲଞ୍ଚ ହେଲା ମହିନ୍ଦ୍ରା ନୂଆ ଇଲେଟ୍ରିକ କାର୍ XEV 9e Cineluxe Edition, ଜାଣନ୍ତୁ ମୂଲ୍ୟ ଓ ଫିଚର୍ସ

ମହିନ୍ଦ୍ରା XEV 9e Cineluxe Edition ଏସି୍ୟୁଭି ଏଚଡି ଡିସପ୍ଲେ ଯାହା ଡ୍ୟାସବୋର୍ଡକୁ ସମ୍ପୂର୍ଣ୍ଣ କଭର କରୁଛି, ଏଥିରେ ଡଲବି ଆଟମୋସ୍ ସହିତ 16 ସ୍ପିକର ହାରମାନ୍ କାର୍ଡନ୍ ଅଡିଓ ସିଷ୍ଟମ୍ ରହିଛି।

Mahindra XEV 9e New Cineluxe Edition Launched
ମହିନ୍ଦ୍ରା XEV 9e Cineluxe Edition (Mahindra & Mahindra)
author img

By ETV Bharat Tech Team

Published : March 2, 2026 at 12:56 PM IST

2 Min Read
Choose ETV Bharat

MAHINDRAS XEV 9E CINELUXE EDITION, ହାଇଦ୍ରାବାଦ: ସ୍ୱଦେଶୀ ଏସୟୁଭି ନିର୍ମାଣ କରୁଥିବା କମ୍ପାନୀ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ନିଜର ଏକ ଇଲେଟ୍ରିକ୍ କାର୍ ର ନୂଆ ଭର୍ସନ ଲଞ୍ଚ୍ କରିଛି । ଏସୟୁଭି ମହିନ୍ଦ୍ରା XEV 9eର ନୂଆ ଭର୍ସନ Cineluxe Edition ଏବେ ବଜାରକୁ ଆସିଛି । କମ୍ପାନୀ ଏହାକୁ ଏକ ସ୍ପେଶାଲ ଏଡିସନ ଭାବେ ଲଞ୍ଚ୍ କରିବା ସହ ନିଜର ଇଲେଟ୍ରିକ୍ ଏସୟୁଭି(SUV) ପୋର୍ଟଫୋଲିଓରେ ଆଉ ଏକ ପାଦ ଆଗକୁ ବଢ଼ାଇଛି । ଏହି ସ୍ପେଶାଲ ଏଡିସନ୍ ବୁକିଂ ଆଜି ଅର୍ଥାତ ମାର୍ଚ୍ଚ 2 ତାରିଖରୁ ଆରମ୍ଭ ହେଉଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତୁ ଏହି ଅତ୍ୟାଧୁନିକ ଇଲେଟ୍ରିକ ଏସୟୁଭିର ଫିଚର ସମ୍ପର୍କରେ ଜାଣିବା ।

ମହିନ୍ଦ୍ରା XEV 9e Cineluxe Editionର ଫିଚର୍ସ:

ଏହି ସ୍ପେଶାଲ ଏଡିସନ୍ ଷ୍ଚାଣ୍ଡାର୍ଡ ମଡେଲ ଟପ୍ ସ୍ପେସିଫିକେସନ୍ ପ୍ୟାକ୍ 3 ଭାରିଏଣ୍ଟ ଉପରେ ଆଧାରିତ, ଯେଉଁଥିରେ ଷ୍ଟେଟ୍ଆହେଡ୍ ଭିଜନX ଅଗମେଣ୍ଟେଡ ରିୟାଲିଟି ହେଡ୍-ଅପ୍ ଡିସପ୍ଲେ, ଆଡିଏଣ୍ଟି ଡ୍ରାଇଭର ଏବଂ ଆକ୍ୟୁପେଣ୍ଟ ମନିଟେରିଙ୍ଗ୍, ଅଟୋ ପାର୍କ ଆସିସ୍ଟ ସହ ହେଡସ୍ ଫ୍ରି ପାର୍କ ଏବଂ ସିକ୍ୟୁୟର 360 କ୍ୟାମେରା ଭଳି ସୁବିଧା ରହିଛି । ଏହାସହ କ୍ୟାମ୍ପ, କିପ୍ ଏବଂ ପପଲ୍ HVAC ମୋଡ୍, କଷ୍ଟମ୍ ଡ୍ରାଇଭ୍ ମୋଡ୍, ଡିଜିଟାଲ୍ ଆକ୍ସେସ୍, ସିକ୍ୟୁୟର 360 Pro ଏବଂ ପର୍ସନାଇଲ୍ ୟୁଜର ପ୍ରୋଫାଇଲ୍ ଭଳି ଅତ୍ୟାଧୁନିକ ଫିଚର୍ସ ଉପଲବ୍ଧ ।

Mahindra XEV 9v Cineluxe Edition side profile
ମହିନ୍ଦ୍ରା XEV 9eର Cineluxe Editionର ସାଇଡ଼ ପ୍ରୋଫାଇଲ (Mahindra & Mahindra)

ମହିନ୍ଦ୍ରା XEV 9e Cineluxe Editionର ଏକ୍ସଟେରିୟର ଡିଜାଇନ୍:

ସ୍ପେଶାଲ ଏଡିସନ ଡିଜାଇନ୍ ବିଷୟରେ କହିବାକୁ ଗଲେ, ଏହା ଦୁଇଟି ସ୍ୱତନ୍ତ୍ର ବାହ୍ୟ ଫିନିସ୍, ସାଟିନ୍ ବ୍ଲାକ୍ ଏବଂ ସାଟିନ୍ ହ୍ୱାଇଟ୍ ପେଣ୍ଟ୍ ସେଡ୍‌ରେ ପ୍ରଦାନ କରାଯାଇଛି । ଏହି ସେଡ୍‌ଗୁଡ଼ିକୁ ଚେଷ୍ଟନଟ୍ ବ୍ରାଉନ୍ ଏବଂ ନକ୍ଟର୍ନ ବ୍ଲାକ୍ ସ୍ମୁଥ୍ ଗ୍ରେନ୍ ଲେଦରେଟ୍‌ରେ ନୂତନ ଭାବରେ ପ୍ରଚଳିତ ହୋଇଥିବା ଇଣ୍ଟେରିଅର ଥିମ୍ ସହିତ ଯୋଡା ଯାଇଛି ।

ମହିନ୍ଦ୍ରା XEV 9e Cineluxe Editionର ଇଣ୍ଟେରିୟର ଡିଜାଇନ୍:

ଇଣ୍ଟେରିୟର କଥା କହିବାକୁ ଗଲେ କାର୍ ଡ୍ୟାସବୋର୍ଡ, ସିଟ୍, ଡୋର ପ୍ୟାନେଲ ଏବଂ ଫିନସିଂକୁ ଧ୍ୟାନରେ ରଖି ଇଣ୍ଟେରିୟରକୁ ଏକ ଶାନ୍ତ ଓ ଅଧିକ ଲାଉଞ୍ଜ ଭଳି ମାହୋଲରେ ତିଆରି କରାଯାଇଛି । ସବୁଠୁ ଖାସ୍ କଥା ହେଉଛି, ଏସି୍ୟୁଭିର କାଷ୍ଟ ଟୁ କାଷ୍ଟ ଏଚ଼ଡି ଡିସପ୍ଲେ ଯାହା ଡ୍ୟାସବୋର୍ଡକୁ ସମ୍ପୂଣ ରୂପେ କଭର କରୁଛି । ଏଥିରେ ଡଲବି ଆଟମୋସ୍ ସହିତ ଏକ 16-ସ୍ପିକର ହାରମାନ କାର୍ଡନ୍ ଅଡିଓ ସିଷ୍ଟମ୍ ଅଛି । କାର୍ ରେ ଏକ ଇନଫିନିଟି ରୁଫ୍ ଏବଂ 16 ମିଲିୟନରୁ ଅଧିକ ରଙ୍ଗର କମ୍ବିନେସନ୍ ସହିତ ଏକ ଆମ୍ବିଏଣ୍ଟ ଲାଇଟିଂ ସିଷ୍ଟମ୍ ମଧ୍ୟ ରହିଛି । ଯାତ୍ରୀମାନେ ବିଭିନ୍ନ ମୁଡ୍ ଏବଂ ଡ୍ରାଇଭିଂ ପରିସ୍ଥିତିକୁ ସୁହାଇବା ଭଳି କ୍ୟାବିନ ଆମ୍ବିଆନ୍ସକୁ କଷ୍ଟମାଇଜ୍ କରିପାରିବେ ।

Interior of Mahindra XEV 9e Cineluxe Edition
ମହିନ୍ଦ୍ରା XEV 9e Cineluxe Editionର ଇଣ୍ଟେରିୟର (Mahindra & Mahindra)

ମହିନ୍ଦ୍ରା XEV 9e Cineluxe Editionର ପାୱରଟ୍ରେନ:

ସ୍ପେଶାଲ ଏଡିସନରେ ମିଳୁଥିବା ପାୱର ଟ୍ରେନ୍ କଥା କହିଲେ ଏଥିରେ 79kWhର ବ୍ୟାଟେରୀ ପ୍ୟାକ୍ ମିଳିଛି, ଯାହାକୁ ନେଇ କମ୍ପାନୀ ଦାବି କରିଛି ଯେ ଏହା ଥରେ ଫୁଲ ଚାର୍ଜ ହେଲେ 500kmରୁ ଅଧିକ ମାଇଲେଜ୍ ପ୍ରଦାନ କରିବ । ଏହାର ପାୱାର ଆଉଟ୍ ପୁଟ୍ 210kw ଅଟେ ଏବଂ ପିକ୍ ଟର୍କ 380 Nm ଅଟେ । ଏହା କେବଳ ରିୟର-ହ୍ୱିଲ ଡ୍ରାଇଭ ଭର୍ସନରେ ବଜାରକୁ ଆସିଛି ଓ ଏହାର ଆଲୟ ହ୍ୱିଲ ଭର୍ସନ ଉପଲବ୍ଧ ନାହିଁ ।

ଏହି ସ୍ପେଶାଲ ଏଡିସନର ବୁକିଂ ଆଜିଠାରୁ (ମାର୍ଚ୍ଚ 2) ଆରମ୍ଭ ହୋଇଥିବା ବେଳେ , ଡେଲିଭରି ମାର୍ଚ୍ଚ 10ରୁ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ମୂଲ୍ୟ 29.35 ଲକ୍ଷ (ଏକ୍ସ ସୋ-ରୁମ) ପ୍ରାଇସ ସହ ଲଞ୍ଚ ହୋଇଛି ।

ଏହା ମଧ୍ୟ ପଢନ୍ତୁ: 110 ବଲିୟନ୍ ଫଣ୍ଡିଙ୍ଗ ସହ Open AI କମ୍ପାନୀ 730 Billion ଡଲାରରେ ପହଞ୍ଚିଲା

ଏହା ମଧ୍ୟ ପଢନ୍ତୁ: ମାର୍ଚ୍ଚ 3ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁ ସମୟରେ ଓ କିପରି ଦେଖିବେ ?

ଏହା ମଧ୍ୟ ପଢନ୍ତୁ: ଏବେ କାରରେ ଚଲାଇ ପାରିବେ Apple TV