ଟେକ୍ସଟ୍ ଓ ଫଟୋରୁ ହୋଇପାରିବ ମ୍ୟୁଜିକ୍, Gemini ଆପ୍ ଲଞ୍ଚ କଲା Lyria 3 AI
Google DeepMind ଏକ ବଡ଼ ସଫଳତା ହାସଲ କରିଛି । କମ୍ପାନୀ ନିଜର ନୂଆ AI ମ୍ୟୁଜିକ ଜୋନେରେସନ ଟୁଲ Lyria 3 ମାଧ୍ୟମରେ 30-ସେକେଣ୍ଡର ମ୍ୟୁଜିକ୍ ଟ୍ରାକ୍ ତିଆରି କରିପାରୁଛି ।

Published : February 20, 2026 at 1:35 PM IST
GOOGLE GEMINI, ହାଇଦ୍ରାବାଦ: ବିଶ୍ୱରେ ଏବେ କୃତିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନସ (AI) ପ୍ରଭାବ ବେଶ ଅଧିକ ଦେଖିବାକୁ ମିଳୁଛି । ଏବେଠୁ ଏଆଇ (AI)କୁ ଆଗାମୀ ଭବିଷ୍ୟତ ବୋଲି ଗ୍ରହଣ କରିବାକୁ ଲାଗିଲେଣି ଲୋକେ । ଏହାରି ଭିତରେ Google DeepMind ଏକ ବଡ଼ ସଫଳତା ହାସଲ କରିଛି । କମ୍ପାନୀ ନିଜର ନୂଆ AI ମ୍ୟୁଜିକ ଜେନେରେସନ ଟୁଲ୍ ଲଞ୍ଚ କରିଛି । ଏହାର ନାମ Lyria 3 ରଖାଯାଇଛି । ଗୁଗୁଲ ଜେମିନ ଆପରେ ଏହି Lyria 3କୁ ରୋଲ ଆଉଟ୍ କରି ଦିଆଯାଇଛି । ଯାହାଦ୍ୱାରା ଆପଣ କୋଣସି ଟେକ୍ସଟ୍ କିମ୍ବା ଫଟୋ ଅପଲୋଡ୍ କରି ଏକ ମ୍ୟୁଜିକ୍ ତିଆରି କରିପାରିବେ ।
ଯଦିଓ Lyria 3 ଏବେ ବିଟା ଷ୍ଟେଜରେ ଅଛି, ତେବେ ଏହାକୁ 18 ବର୍ଷରୁ ଅଧିକ ବୟସ ବର୍ଗର ବ୍ୟକ୍ତିମାନଙ୍କ ସହିତ ଡେକ୍ସଟପ ଭର୍ସନରେ ଅପଲୋଡ୍ କରାଯାଇଛି । ମୋବାଇଲ ଭର୍ସନରେ ଖୁବ ଶୀଘ୍ର ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହା ସହିତ ଇଂରାଜୀ, ହିନ୍ଦୀ, ସ୍ପେନିସ, ଫ୍ରେଞ୍ଚ, ଜର୍ମାନୀ, ଜାପାନୀ, କୋରିଆ ଓ ପର୍ତ୍ତୁଗାଲ ଭଳି ଆଠଟି ଭାଷାରେ Lyria 3କୁ ଉପଲବ୍ଧ କରାଯାଇଛି । Google AI Plus, Pro ଏବଂ Ultra ୟୁଜରର୍ସ ମାନଙ୍କୁ ଅଧିକ ବ୍ୟବହାର ପାଇଁ ସୁବିଧା ମିଳିବ ।
Lyria 3କୁ ବ୍ୟବହାର କରିବା ବହୁତ ସହଜ ଅଟେ । ବ୍ୟବହାରକାରୀମାନେ ଟେକ୍ସଟ୍ ମାଧ୍ୟମରେ ପସନ୍ଦିତ ମୁଡ୍, ଧାରା କିମ୍ବା ବ୍ୟକ୍ତିଗତ ସମ୍ମତ୍ତି ପ୍ରବେଶ କରିପାରିବେ । ଉଦାହରଣ ସ୍ୱରୂପ ଏକ ମଜାଦାର R&B ଟ୍ରାକ୍, ଏକ ସ୍ୱତନ୍ତ୍ର ବ୍ୟକ୍ତିଙ୍କ ପାଇଁ ଭାବପ୍ରବଣ ସଙ୍ଗୀତ, କିମ୍ବା ଏକ ପାଳିତ ପଶୁଙ୍କ ସ୍ମୃତି ଉପରେ ଆଧାରିତ ଏକ ସ୍ୱର ସୃଷ୍ଟି କରାଯାଇ ପାରିବ । ଏକ ଫଟୋ ଅପଲୋଡ୍ କରିବା ଦ୍ୱାରା ସେହି ଚିତ୍ର ସହିତ ଜଡ଼ିତ ସଙ୍ଗୀତ ମଧ୍ୟ ତିଆରି ହୋଇପାରିବ ।
30-ସେକେଣ୍ଡର ମ୍ୟୁଜିକ୍ ଟ୍ରାକ୍ :
ଥରେ କମାଣ୍ଡ ଦେଲେ ପାଖାପାଖି 30 ସେକେଣ୍ଡର ମ୍ୟୁଜିକ୍ ଟ୍ରାକ୍ ତିଆରି କରିପାରେ Lyria 3 । ଏହା ଜେମିନି ନାନୋ ବାନାନା ଟୁଲ୍ ଦ୍ୱାରା ସ୍ୱୟଂଚାଳିତ ଭାବେ ନିଜ କଭର ମ୍ୟୁଜିକ୍ ମଧ୍ୟ ତିଆରି କରିଥାଏ । ବ୍ୟବହାରକାରୀମାନେ ସୃଷ୍ଟି ହୋଇଥିବା ଟ୍ରାକ୍ ଡାଉନଲୋଡ୍ କରିପାରିବେ କିମ୍ବା ସେୟାର ଲିଙ୍କ୍ ମାଧ୍ୟମରେ ସିଧାସଳଖ ବନ୍ଧୁମାନଙ୍କୁ ପଠାଇପାରିବେ । ଗୁଗୁଲ୍ କହିଛି ଯେ ଏହାର ଲକ୍ଷ୍ୟ ହେଉଛି ବ୍ୟବହାରକାରୀମାନଙ୍କୁ ନିଜକୁ ପ୍ରକାଶ କରିବା ପାଇଁ ଏକ ମଜାଦାର ଏବଂ ସୃଜନଶୀଳ ଉପାୟ ପ୍ରଦାନ କରିବା, ବୃତ୍ତିଗତ ସ୍ତରର ସଙ୍ଗୀତ ସୃଷ୍ଟି କରିବା ନୁହେଁ ।
କୌଣସି ଗାୟକ ବା ସିଙ୍ଗରଙ୍କୁ ନକଲ କରି ମ୍ୟୁଜିକ ତିଆରି କରିବା ଏହି ଇଣ୍ଟେଲିଜେନସର କାମ ନୁହେଁ । ଯଦି ବ୍ୟବହାରକାରୀ କୋଣସି ସଙ୍ଗୀତ କଳାକାରଙ୍କ ନାମ ଲେଖନ୍ତି, ତେବେ ସିଷ୍ଟମ କେବଳ ସେହି ଷ୍ଟାଇଲରେ ନୂଆ ଏବଂ ଅରଜିନାଲ ମ୍ୟୁଜିକ ତିଆରି କରି ଦେବ । ଏଥିପାଇଁ ସ୍ୱତନ୍ତ୍ର ଫିଲ୍ଟର ଲଗାଯାଇଛି ଯାହାଦ୍ୱାରା ପୂର୍ବରୁ ଥିବା ମ୍ୟୁଜିକ କପି ହୋଇପାରିବ ନାହିଁ ।
ଗୁଗୁଲ ସ୍ପଷ୍ଟ କରିଛି ଯେ, କ୍ରିଏଟର୍ ମାନେ YouTube Dreamରୁ ମଧ୍ୟ Lyria 3 ଏକ୍ସପ୍ଲୋର କରିପାରିବେ । ଏହି ସୁବିଧା ଆମେରିକାରେ ଉପଲବ୍ଧ ହୋଇସାରିଛି । ଖୁବ ଶୀଘ୍ର ଅନ୍ୟ ଦେଶମାନଙ୍କରେ ଉପଲବ୍ଧ କରାଯିବ ବୋଲି ଗୁଗୁଲ କହିଛି । Dream Track ଜରିଆରେ YouTube Shorts ପାଇଁ ଅଧିକ ସମୃଦ୍ଧ ସାଉଣ୍ଡଟ୍ରାକ୍ ସୃଷ୍ଟି କରିବାକୁ ଅନୁମତି ଦେବ । Lyria 3 ରମଜାନ ପାଇଁ ଆରବି ଭାଷାରେ ଯୋଡ଼ାଯିବା ସହିତ ଉପଭୋକ୍ତାମାନେ Nano Banana ବ୍ୟବହାର କରି ବ୍ୟକ୍ତିଗତ ରମଜାନ ଶୁଭେଚ୍ଛା କାର୍ଡ ମଧ୍ୟ ତିଆରି ଏବଂ ଡାଉନଲୋଡ୍ କରିପାରିବେ ।
ଏହା ମଧ୍ୟ ପଢ଼ନ୍ତୁ : ଭାରତରେ Kia Seltosର ବଡ଼ ସଫଳତା କହିଲେ ସେଲ୍ସ ମ୍ୟାନେଜର
ଏହା ମଧ୍ୟ ପଢ଼ନ୍ତୁ : Meta ଚଷମାକୁ ଟକ୍କର ଦେବ କି Sarvam AI ସ୍ମାଟ ଗ୍ଲାସ୍
ଏହା ମଧ୍ୟ ପଢ଼ନ୍ତୁ : ବେଙ୍ଗାଲୁରୁ ହେବ ବିଶ୍ୱର ପ୍ରଥମ AI ସହର

