ମାତ୍ର 8,099ଟଙ୍କାରେ ଲଞ୍ଚ୍ ହେଲା Lava Bold N4 Lite: 5000mAh ବ୍ୟାଟେରୀ ସହ ଜାଣନ୍ତୁ ସମ୍ପୂର୍ଣ୍ଣ ଫିଚର୍ସ!
ପାୱାର ବ୍ୟାକଅପ୍ ପାଇଁ Lava Bold N4 Liteରେ 5000mAh ବ୍ୟାଟେରୀ ଏବଂ 10W ୱାୟାର୍ଡ ଚାର୍ଜିଂ ସପୋର୍ଟ ମିଳୁଛି ।

Published : August 27, 2026 at 9:06 PM IST
ହାଇଦ୍ରାବାଦ: ଭାରତୀୟ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଲାଭା (Lava) ନିଜର ଏକ ନୂଆ ବଜେଟ୍ ସ୍ମାର୍ଟଫୋନ୍ 'Lava Bold N4 Lite' ଭାରତୀୟ ବଜାରରେ ଉନ୍ମୋଚନ କରିଛି । ବର୍ତ୍ତମାନ ସମୟରେ ଅଧିକାଂଶ କମ୍ପାନୀ ନିଜ ଫୋନ୍ଗୁଡ଼ିକର ମୂଲ୍ୟ ବୃଦ୍ଧି କରୁଥିବା ବେଳେ, ଲାଭା ଗ୍ରାହକଙ୍କ ବଜେଟ୍କୁ ଧ୍ୟାନରେ ରଖି ଏହାକୁ 10,000ରୁ କମ୍ ମୂଲ୍ୟ ବର୍ଗରେ ଆଣିଛି । ଏହି ହ୍ୟାଣ୍ଡସେଟ୍ଟି 3 ସେପ୍ଟେମ୍ବର ଦିନ ମଧ୍ୟାହ୍ନ 12ଟାରୁ ଇ-କମର୍ସ ପ୍ଲାଟଫର୍ମ ଆମାଜନ (Amazon)ରେ ବିକ୍ରି ପାଇଁ ଉପଲବ୍ଧ ହେବ ।
ଡିସ୍ପ୍ଲେ ଏବଂ ହାର୍ଡୱେର୍ ପରଫରମାନ୍ସ:
ଏହି ସ୍ମାର୍ଟଫୋନ୍ରେ 6.56 ଇଞ୍ଚ୍ର ସ୍କ୍ରିନ୍ ଦିଆଯାଇଛି । ଭଲ ପ୍ରୋସେସିଂ ପାଇଁ ଏଥିରେ Unisoc 9863A ଚିପ୍ସେଟ୍ ଖଞ୍ଜାଯାଇଛି । ଏହି ଡିଭାଇସ୍ରେ 3GB ରାମ୍ (RAM) ସୁବିଧା ରହିଛି, ଯାହାକୁ ଭର୍ଚୁଆଲ୍ ରାମ୍ ସାହାଯ୍ୟରେ 6GB ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଷ୍ଟୋରେଜ୍ ଦୃଷ୍ଟିକୋଣରୁ ଏଥିରେ 32GB ଇଣ୍ଟରନାଲ୍ ଷ୍ଟୋରେଜ୍ ପ୍ରଦାନ କରାଯାଇଛି, ଯାହାକୁ ଆବଶ୍ୟକ ପଡ଼ିଲେ 64GB ପର୍ଯ୍ୟନ୍ତ ବଢ଼ାଇ ହେବ ।
ଅପରେଟିଂ ସିଷ୍ଟମ୍ ଏବଂ କ୍ୟାମେରା ସେଟଅପ୍:
ସଫ୍ଟୱେର୍ କ୍ଷେତ୍ରରେ ଫୋନ୍ଟି Android 16 Go Edition ଅପରେଟିଂ ସିଷ୍ଟମ୍ ସପୋର୍ଟ ସହିତ ଆସୁଛି । ଏଥିରେ କୌଣସି ଅନାବଶ୍ୟକ ଆପ୍ (Bloatware) ନାହିଁ ଏବଂ କମ୍ପାନୀ ଗ୍ରାହକମାନଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ସିକ୍ୟୁରିଟି ଅପଡେଟ୍ ପ୍ରଦାନ କରିବ ବୋଲି ସ୍ପଷ୍ଟ କରିଛି । ଫଟୋଗ୍ରାଫି ପାଇଁ ଫୋନ୍ର ପଛ ଭାଗରେ 8MP କ୍ୟାମେରା ଏବଂ ଆଗ ଭାଗରେ ସେଲ୍ଫି ତଥା ଭିଡିଓ କଲିଂ ପାଇଁ 5MP ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏଥିସହ ଫୋନ୍ରେ ଏକ ସ୍ପିକର୍ ମଧ୍ୟ ରହିଛି ।
ବ୍ୟାଟେରୀ ଏବଂ ମୂଲ୍ୟ:
ପାୱାର ବ୍ୟାକଅପ୍ ପାଇଁ Lava Bold N4 Liteରେ 5000mAh ବ୍ୟାଟେରୀ ଏବଂ 10W ୱାୟାର୍ଡ ଚାର୍ଜିଂ ସପୋର୍ଟ ମିଳୁଛି । ସୁରକ୍ଷା ପାଇଁ ଏଥିରେ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର୍ ଦିଆଯାଇଛି । କମ୍ପାନୀ ଅନୁସାରେ, ଏହି ଫୋନ୍ MIL-STD-810H ରେଟିଂ ସହିତ ଆସୁଛି, ଯାହା ଫଳରେ ଏହା କଠିନ ପରିସ୍ଥିତିରେ ମଧ୍ୟ ସୁରକ୍ଷିତ ରହି କାର୍ଯ୍ୟ କରିପାରିବ ।
ଭାରତରେ 3GB RAM ଏବଂ 32GB ଷ୍ଟୋରେଜ୍ ଭାରିଆଣ୍ଟ ପାଇଁ ଏହାର ମୂଲ୍ୟ 8,099ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ଦୁଇଟି ରଙ୍ଗ ବିକଳ୍ପ Empire Gold ଏବଂ Ghost Silver ରେ ଉପଲବ୍ଧ ହେବ । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଏପ୍ରିଲ୍ ମାସରେ ଲଞ୍ଚ୍ ହୋଇଥିବା Lava Bold N2 Liteର ପ୍ରାରମ୍ଭିକ ମୂଲ୍ୟ 7,399 ଟଙ୍କା ଥିଲା ।

