ETV Bharat / technology

ଭାରତରେ ଲଞ୍ଚ ହେଲା 6,000mAh ବ୍ୟାଟେରୀ ଓ Android 16 ଥିବା ନୂଆ Lava Bold N2 5G ସ୍ମାର୍ଟଫୋନ୍, ଜାଣନ୍ତୁ କଣ ରହିଛି ମୂଲ୍ୟ

ଫୋନ୍‌ରେ ଏକ ଶକ୍ତିଶାଳୀ 6,000mAhର ବ୍ୟାଟେରୀ ଲଗାଯାଇଛି, ଯାହା ଥରେ ଚାର୍ଜ କଲେ ଲଗାତାର 815 ମିନିଟ୍ ପର୍ଯ୍ୟନ୍ତ YouTube ଭିଡିଓ ଚଲାଇପାରିବ ଏବଂ 743 ମିନିଟ୍‌ର ସ୍କ୍ରିନ୍-ଅନ୍ ଟାଇମ୍ ପ୍ରଦାନ କରିବ।

Lava Bold N2 5G smartphone with 6,000mAh battery and Android 16 launched in India
ଭାରତରେ ଲଞ୍ଚ ହେଲା 6,000mAh ବ୍ୟାଟେରୀ ଓ Android 16 ଥିବା ନୂଆ Lava Bold N2 5G ସ୍ମାର୍ଟଫୋନ୍ (Image Credit: Lava Mobiles)
author img

By ETV Bharat Tech Team

Published : June 4, 2026 at 2:03 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ସ୍ୱଦେଶୀ ମୋବାଇଲ୍ ନିର୍ମାତା କମ୍ପାନୀ ଲାଭା (Lava) ଭାରତୀୟ ବଜେଟ୍ ବଜାରରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ଏକ ବଡ଼ ଧମାକା କରିଛି । କମ୍ପାନୀ ପକ୍ଷରୁ ତାର ସବୁଠାରୁ ପ୍ରତିକ୍ଷିତ ବଜେଟ୍-ଫ୍ରେଣ୍ଡଲି 5G ମୋବାଇଲ୍ Lava Bold N2 5Gକୁ ଭାରତୀୟ ଗ୍ରାହକଙ୍କ ପାଇଁ ଅଫିସିଆଲି ଲଞ୍ଚ କରାଯାଇଛି । ଏହି ସ୍ମାର୍ଟଫୋନ୍‌ଟି ବିଶେଷ ଭାବେ ସେହି ଗ୍ରାହକମାନଙ୍କ ପାଇଁ ଏକ ଚମତ୍କାର ବିକଳ୍ପ ସାଜିବ, ଯେଉଁମାନେ ଖୁବ୍ କମ୍ ଖର୍ଚ୍ଚରେ ଉଚ୍ଚ ଗତି ସମ୍ପନ୍ନ 5G ଇଣ୍ଟରନେଟ୍ ବ୍ୟବହାର କରିବାକୁ ଚାହୁଁଛନ୍ତି । କମ୍ପାନୀ ଏହି ନୂଆ ମଡେଲ୍‌କୁ କୌଣସି ଅଦରକାରୀ ଆପ୍ଲିକେସନ୍ ବା ବ୍ଲୋଟ୍‌ୱେର୍ ବିନା (Clean Android Experience) ବଜାରକୁ ଆଣିଛି, ଯାହା ଗ୍ରାହକଙ୍କୁ ଏକ ସ୍ମୁଥ୍ ପରଫରମାନ୍ସ ପ୍ରଦାନ କରିବ । ତେବେ ଆସନ୍ତୁ ଏହି ସ୍ମାର୍ଟୋଫୋନ ବିଷୟରେ ବିସ୍ତୃତ ଭାବରେ ଆଲୋଚ଼ନା କରିବା ।

Lava Bold N2 5Gର ଫିଚର୍ସ:

କମ୍ପାନୀ ନିଜର ଏହି ନୂଆ ବଜେଟ୍ ଫୋନ୍ ଭିତରେ କେତେକ ଅତି ଆଧୁନିକ ଏବଂ ପ୍ରିମିୟମ୍ ଆଡଭାନ୍ସଡ୍ ଫିଚର୍ସ ପ୍ରଦାନ କରିଛି, ଯାହାର ସମ୍ପୂର୍ଣ୍ଣ ସଠିକ୍ ବିବରଣୀ ନିମ୍ନରେ ଦିଆଗଲା:

ବୃହତ ବ୍ୟାଟେରୀ ବ୍ୟାକଅପ୍: ଫୋନ୍‌ରେ ଏକ ଶକ୍ତିଶାଳୀ 6,000mAhର ବ୍ୟାଟେରୀ ଲଗାଯାଇଛି, ଯାହା ଥରେ ଚାର୍ଜ କଲେ ଲଗାତାର 815 ମିନିଟ୍ ପର୍ଯ୍ୟନ୍ତ YouTube ଭିଡିଓ ଚଲାଇପାରିବ ଏବଂ 743 ମିନିଟ୍ ର ସ୍କ୍ରିନ୍-ଅନ୍ ଟାଇମ୍ ପ୍ରଦାନ କରିବ।

ଆଧୁନିକ ସଫ୍ଟୱେର୍: ଏହି ବଜେଟ୍ ପ୍ରାଇସ୍ ମଧ୍ୟରେ ଫୋନ୍‌ଟି ସଦ୍ୟତମ Android 16 ଅପରେଟିଂ ସିଷ୍ଟମ୍ ଉପରେ କାର୍ଯ୍ୟ କରେ, ଯାହା ଏହି ସେଗମେଣ୍ଟରେ ଏକ ବଡ଼ ଏବଂ ସ୍ୱତନ୍ତ୍ର ବିଶେଷତ୍ୱ ଅଟେ।

ପ୍ରୋସେସର୍ କ୍ଷମତା: ମଲ୍ଟିଟାସ୍କିଂ ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ଏଥିରେ 6nm ଆର୍କିଟେକ୍ଚର ଉପରେ ଆଧାରିତ Unisoc T8200 ଅକ୍ଟାକୋର୍ ପ୍ରୋସେସର୍ ବ୍ୟବହାର କରାଯାଇଛି ।

Lava Bold N2 5Gର ଡିସପ୍ଲେ ଏବଂ କ୍ୟାମେରା:

ଭିଜୁଆଲ୍ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ Lava Bold N2 5Gରେ 6.75-ଇଞ୍ଚର HD+ ଡିସପ୍ଲେ ଦିଆଯାଇଛି, ଯାହା 120Hz ରିଫ୍ରେଶ୍ ରେଟ୍ ସପୋର୍ଟ କରିଥାଏ । ଏହି ଉଚ୍ଚ ରିଫ୍ରେଶ୍ ରେଟ୍ କାରଣରୁ ଗ୍ରାହକଙ୍କ ସ୍କ୍ରୋଲିଂ ଏବଂ ଗେମିଂ ଏକ୍ସପିରିୟନ୍ସ ଖୁବ୍ ସ୍ମୁଥ୍ ହୋଇଥାଏ । ସ୍କ୍ରିନ୍ ଉପରେ ଏକ ସ୍ମାର୍ଟ ୱାଟର ଡ୍ରପ୍ ନଚ୍ ରହିଛି, ଯେଉଁଥିରେ 5MPର ଫ୍ରଣ୍ଟ କ୍ୟାମେରା ଲଗାଯାଇଛି । ଫୋନ୍‌ର ପଛ ଭାଗରେ ଏକ AI-ଆଧାରିତ ଡୁଆଲ୍ କ୍ୟାମେରା ସେଟ୍‌ଅପ୍ ରହିଛି, ଯେଉଁଥିରେ 13MPର ପ୍ରାଇମେରୀ ସେନ୍ସର ଦିଆଯାଇଛି । ଏହା ବ୍ୟତୀତ ବାହାର ପରିବେଶରେ କଠିନ କାମ କରୁଥିବା ଲୋକଙ୍କ ପାଇଁ ଫୋନ୍‌କୁ ଧୂଳି ଓ ପାଣିରୁ ସୁରକ୍ଷିତ ରଖିବା ପାଇଁ IP64ର ସୁରକ୍ଷା ରେଟିଂ ମଧ୍ୟ ମିଳିଛି ।

Lava Bold N2 5Gର ମୂଲ୍ୟ ଏବଂ ଉପଲବ୍ଧତା:

ଭାରତୀୟ ବଜାରରେ Lava Bold N2 5Gର ପ୍ରକୃତ ମୂଲ୍ୟ 12,999 ଟଙ୍କା ସ୍ଥିର କରାଯାଇଛି, ଯେଉଁଥିରେ ଗ୍ରାହକଙ୍କୁ 4GB RAM ଏବଂ 64GB ଷ୍ଟୋରେଜର ସୁବିଧା ମିଳିବ । କିନ୍ତୁ ଲଞ୍ଚ ଅଫର୍ ଅଧୀନରେ ପ୍ରଥମ ଦିନ ଗ୍ରାହକମାନେ ଏହି ଫୋନ୍‌କୁ ମାତ୍ର 11,999 ଟଙ୍କାରେ କିଣିପାରିବେ । ଏହି ଫୋନ୍‌କୁ ଦୁଇଟି ଆକର୍ଷଣୀୟ ରଙ୍ଗ ଯଥା- ବିଲିୟନେୟାର୍ ବ୍ଲୁ (Billionaire Blue) ଏବଂ ରେଗାଲ୍ ଗୋଲ୍ଡ (Regal Gold)ରେ ଲଞ୍ଚ କରାଯାଇଛି । ଗ୍ରାହକମାନେ ଆସନ୍ତା ଜୁନ୍ 9, 2026 ମଧ୍ୟାହ୍ନ 12:00 PMରୁ ପ୍ରମୁଖ ଇ-କମର୍ସ ସାଇଟ୍ Amazon India (ଆମାଜନ) ମାଧ୍ୟମରେ ସିଧାସଳଖ ଏହି ଫୋନ୍ କିଣିପାରିବେ ।

ଏହା ମଧ୍ୟ ପଢନ୍ତୁ :

  1. ଲଞ୍ଚ ହେଲା Xiaomi 17T: ଜାଣି ନିଅନ୍ତୁ ଦମଦାର 5x କ୍ୟାମେରା ଓ ସ୍ପେସିଫିକେସନ୍ ବିଷୟରେ
  2. ଜୁନ୍ ମାସରେ ଭାରତରେ ଲଞ୍ଚ ହେବ 6ଟି ନୂଆ ଦମଦାର୍ କାର୍, ଲିଷ୍ଟରେ ରହିଛି Honda ZR-V ଓ Tata Sierra EV
  3. ଭାରତରେ ଲଞ୍ଚ ହେଲା 2026 Bajaj Avenger Street 220, ଜାଣନ୍ତୁ ଏହାର ଦମଦାର୍ ଫିଚର୍ସ ଓ ମୂଲ୍ୟ
  4. ଜୁନ 17ରେ ଭାରତରେ ଲଞ୍ଚ ହେବ ପ୍ରମିୟମ୍‌ କାର୍ 2026 Mini Countryman C, ଜାଣନ୍ତୁ ଏହାର ଫିଚର୍ସ ଏବଂ ଦାମ୍