ଲଞ୍ଚ ହେଲା ସ୍ମାର୍ଟ ଫୋନ IQOO 15R, ଜାଣନ୍ତୁ ଦାମ୍ ଓ ଫିଚର୍ସ
7600 mAhର ସିଲିକନ୍ କାର୍ବନ ବ୍ୟାଟେରୀ, 100Wର ସୁପର ଫ୍ଲାସ୍ ଚାର୍ଜିଂ, ସେଲଫି କ୍ୟାମେରା 32 MP ଓ 4000 ଟଙ୍କାର ତୁରନ୍ତ ରିହାତି ।

Published : February 24, 2026 at 4:19 PM IST
ହାଇଦ୍ରାବାଦ: ଚାଇନିଜ ସ୍ମାର୍ଟଫୋନ୍ ବ୍ରାଣ୍ଡ iQOO ଆଜି ମଧ୍ୟାହ୍ନ 12ଟାରେ ଭାରତରେ ଏହାର iQOO 15Rକୁ ଲଞ୍ଚ କରିଛି । ଏହା IQOO 15 ଫ୍ଲାଗସିପ ମଡ଼େଲର ଲାଇନଅପ୍ ଅଟେ । ଅତ୍ୟାଧୁନିକ ଫିଚ଼ର ସହ ଲଞ୍ଚ କରିଛି ଏହି ଫୋନ । 1.5K ଆମୋଲେଡ଼ ଡ଼ିସପ୍ଲେ ସହିତ 100W ଫାଷ୍ଟ ଚାର୍ଜ ପର୍ଯ୍ୟନ୍ତ ରହିଛି ଅନେକ ସୁବିଧା । କମ୍ପାନୀ ନିଶ୍ଚିତ କରି କରିଛି ଯେ ଏହି ଫୋନ ସ୍ନାପଡ୍ରାଗନ 8 ଜେନ 5 ଚିପସେଟର ପ୍ରୋସେସର ସହିତ ଲଞ୍ଚ ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ଫୋନର ଫିଚରରେ ।
Smooth. Bright. Easy on the eyes.
— iQOO India (@IqooInd) February 24, 2026
iQOO 15R’s 1.5K 144Hz AMOLED Eyecare Display keeps every scroll, swipe, and stream vivid without straining your eyes.#iQOO15R #iQOO15RLaunch #OriginOS pic.twitter.com/db9nkPQ2zE
ଆଇକ୍ୟିୟୁ 15Rର ଡ଼ିସପ୍ଲେ ଓ ବ୍ୟାଟେରୀ
ଆଇକ୍ୟିୟୁ 15Rରେ 1.5K ଆମୋଲେଡ଼ ଡ଼ିସପ୍ଲେ ସହିତ 1260x2750ର ରି଼ଜ୍ୟୁଲେସନ ମିଳୁଛି । ଏହାର ସ୍କ୍ରିନ ସାଇଜ୍ 6.59 ଇଞ୍ଚ ଥିବାବେଳେ ପିକ୍ ବ୍ରାଇଟନେସ 5500 ନିଟସ୍ ରହିଛି । ଏହାର ପିକ୍ସେଲ ଡ଼େନସିଟି 466 ପିପିଆଇ ରହିଛି । ବ୍ୟାଟେରୀ କଥା ଦେଖିବାକୁ ଗଲେ 7600 mAhର ସିଲିକନ୍ କାର୍ବନ ବ୍ୟାଟେରୀ ସହ 100Wର ସୁପର ଫ୍ଲାସ୍ ଚାର୍ଜିଂ ଓ ୟୁଏସବି ଟାଇପ ସି ସପୋର୍ଟ ରହିଛି ।
It’s official. The power move is here.
— iQOO India (@IqooInd) February 24, 2026
iQOO 15R is now LIVE and ready to pre-book, bringing flagship-grade speed, relentless multitasking, and a cooling system engineered to stay composed under pressure.
Experience India's slimmest smartphone in 7600 mAh category*, built for… pic.twitter.com/6DmAlROcEu
ଆଇକ୍ୟିୟୁ 15Rର ପ୍ରୋସେସର ଓ କ୍ୟାମେରା
ଆଇକ୍ୟିୟୁ 15Rର ପ୍ରୋସେସର ଏକ ସର୍ବୋତ୍ତମ ପ୍ରୋସେସର ଭାବେ ଦେଖାଯାଉଛି । କ୍ୱାଲକମ୍ ସ୍ନାପଡ଼୍ରାଗନ 8 ଜେନ 5 SM8845ର ବୃହତ୍ତମ ପ୍ରୋସେସର ଏହି ଫୋନରେ ଦିଆଯାଇଛି । ଅକ୍ଟାକୋର ସିପିୟୁ (3.8 ଜିଗାହର୍ଜ, ଡ଼ୁଆଲ କୋର, ଓରିଅନ୍ + 3.32 ଜିଗାହର୍ଜ, ହେକ୍ସାକୋର ଓରିଅନ୍) ସହ ଆଡରେନୋ 829 ଜିପିୟୁ ରହିଛି । କ୍ୟାମେରା କଥା ଦେଖିବାକୁ ଗଲେ ଏହାର ପଛରେ ଦୁଇଟି କ୍ୟାମେରା ରହିଛି । ଏହାର ପ୍ରାଇମେରୀ କ୍ୟାମେରା 200 ମେଗାପିକ୍ସେଲ ଓ ସେକେଣ୍ଡାରୀ କ୍ୟାମେରା 8 ମେଗାପିକ୍ସେଲର ଅଲଟ୍ରା ୱାଇଡ଼୍ ଅଟେ । ଫ୍ରଣ୍ଟ କ୍ୟାମେରା ବା ସେଲଫି କ୍ୟାମେରା 32 ମେଗାପିକ୍ସେଲର ରଖାଯାଇଛି । ଏହା ସହିତ ଫ୍ରଣ୍ଟ କ୍ୟାମେରାରେ ୱାଇଡ଼ ଆଙ୍ଗେଲର ସୁବିଧା ମଧ୍ୟ ଦିଆଯାଇଛି ।
Everything at a glance.
— iQOO India (@IqooInd) February 24, 2026
iQOO 15R’s Origin Island brings your updates together.
Notifications, messages, and info, all in one place.
Quick to check, easier to manage.#iQOO15R #iQOO15RLaunch #OriginOS pic.twitter.com/aMl6EnINXq
ଆଇକ୍ୟିୟୁ 15Rର ଷ୍ଟୋରେଜ ଓ ଦାମ:
ଆଇକ୍ୟିୟୁ 15R ତିନୋଟି ଷ୍ଟୋରେଜରେ ଉପଲବ୍ଧ । ଦାମ ଏବଂ ଷ୍ଟୋରେଜର ସୂଚନା ନିମ୍ନରେ ଦିଆଗଲା ।
| ଷ୍ଟୋରେଜ | ଦାମ |
| 8GB,256GB | 44,999 |
| 12GB,256GB | 47,999 |
| 12GB,256GB | 52,999 |
ଏହି ଫୋନ୍ଟି HDFC ଏବଂ Axis ବ୍ୟାଙ୍କ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ EMI ସହିତ ₹4,000 ର ତୁରନ୍ତ ରିହାତି ସହିତ ଏହି ଫୋନ୍ଟି କିଣିବା ସମୟରେ ଉପଭୋକ୍ତା ₹1,899 ମୂଲ୍ୟର ଏକ ମାଗଣା iQOO କିମ୍ବା Vivo TWS ପ୍ୟାକ୍ ମଧ୍ୟ ପାଇବେ ।
ଅନ୍ଯାନ ଫିଚ଼ର ଓ ସ୍ପେସିଫିକେସନ
RAM: LPDDR5X
ସଫ୍ଟୱେୟାର: ଆଣ୍ଡ୍ରଏଡ୍ 16 ସହିତ ଅରିଜିନ ଓଏସ୍ 6
ରଙ୍ଗ: ଟ୍ରିୟୁଉଫ ସିଲଭର୍, ଡାର୍କ ନାଇଟ୍
ଷ୍ଟୋରେଜ ପ୍ରକାର: ୟୁଏଫ୍ଏସ 4.1
ଫେବ୍ରିକେସନ୍: 3 ଏନଏମ
ଅପରେଟିଙ୍ଗ ସିଷ୍ଟମ ଅପଗ୍ରେଡ଼: 4 ବର୍ଷ
ସିକ୍ୟୁରିଟି ଅପଗ୍ରେଡ଼: 6 ବର୍ଷ
ଅଧିକ ପଢ଼ନ୍ତୁ: ଭାରତ ବଜାରରେ ଖୁବ ଶୀଘ୍ର ଲଞ୍ଚ ହେବ ସାଓମିର ଏହି ମଡେଲ୍ ଅଧିକ ପଢ଼ନ୍ତୁ: ଭିଭୋ ଲଞ୍ଚ୍ କଲା V70 ସିରିଜ୍: ଏତିକି ଦାମ, ରହିଛି ଦମଦାର ଫିଚର୍ସ ଅଧିକ ପଢ଼ନ୍ତୁ: ଭାରତରେ ଲଞ୍ଚ ହେଲା Infinix Note Edge 5G ଫୋନ, ଜାଣନ୍ତୁ ଦାମ୍ |

