ଭାରତରେ ଲଞ୍ଚ୍ ହେଲା iPhone 17e, ଜାଣନ୍ତୁ କେବେଠୁ ଅଫିସିଆଲ୍ ୱେବ୍ ସାଇଟରେ ହେବ ବିକ୍ରି ...
ଆଇଫୋନ କମ୍ପାନୀ ଏହି ଫୋନରେ Ceramic Shield 2 ପ୍ରୋଟେକସନ୍ ଯୋଡ଼ିଛି । ପୂର୍ବ ମଡେଲ ତୁଳନାରେ ଏହା ତିନିଗୁଣା ଅଧିକ ସ୍କ୍ରାଚ୍ ରେଜିଷ୍ଟାଣ୍ସ ବୋଲି ଦାବି କରିଛି କମ୍ପାନୀ ।

Published : March 3, 2026 at 4:02 PM IST
IPHONE 17 SERIES, ହାଇଦ୍ରାବାଦ: ଆମେରିକାର ଟେକ୍ ଜାଏଣ୍ଟ କମ୍ପାନୀ ଆପଲ୍ iPhone 17e କୁ ଭାରତ ସମେତ ଅନେକ ଦେଶରେ ଲଞ୍ଚ କରିଛି । ପୂର୍ବ ବର୍ଷ ଲଞ୍ଚ କରିଥିବା iPhone 16eର ଅପଗ୍ରେଡ୍ ଭର୍ସନ ହେଉଛି ଏହି ଫୋନ । ଆଇଫୋନ 17 ସିରିଜର ସବୁଠାରୁ ଶସ୍ତା ମଡେଲ ଏହି ଫୋନ । କମ୍ପାନୀ ନୂଆ ମଡେଲରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି, ଯେମିତିକି A19 ଚିପ୍, ମ୍ୟାଗସେଫ୍ ସପୋର୍ଟ ଏବଂ ସେରାମିକ୍ ସିଲ୍ଡ 2 ପ୍ରୋଟେକସନ୍ । ଏହା ସହିତ ଇଣ୍ଟରନାଲ ଷ୍ଟୋରେଜରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଲଞ୍ଚ ହୋଇଥିବା ଏହି ଆଇଫୋନ୍ ବିଷୟରେ ଆସନ୍ତୁ ଅଧିକ ଜାଣିବା ।
IPHONE 17 ଡିସପ୍ଲେ ଏବଂ ଡିଜାଇନ୍ :
ଆଇଫୋନ 17eରେ 6.1 ଇଞ୍ଚ Super Retina XDR OLED ଡିସପ୍ଲେ ଦିଆଯାଇଛି, ଯାହାର ରିଜୋଲ୍ୟୁସନ 1170x2532 ପିକ୍ସେଲ । ଏଥିରେ 60Hzର ରିଫ୍ରେସ୍ ରେଟ୍ ,ସ୍କ୍ରିନରେ True Zone ସପୋର୍ଟ ଏବଂ 800 ନିଟସ୍ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସ୍ ଦିଆଯାଇଛି । ଡିଜାଇନ୍ କଥା କହିବାକୁ ଗଲେ, ଏଥିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ ।ପୂର୍ବ ମଡେଲ ଆଇଫୋନ 16e ପରି ଅଛି । କମ୍ପାନୀ ଏଥର ଏହି ଫୋନରେ Ceramic Shield 2 ପ୍ରୋଟେକସନ୍ ଯୋଡ଼ିଛି ଏବଂ ଦାବି ରଖିଛି ଯେ, ପୂର୍ବ ତୁଳନାରେ ଏହା ତିନି ଗୁଣା ଅଧିକ ସ୍କ୍ରାଚ଼ ରେଜିଷ୍ଟାଣ୍ସ ଭାବେ କାମ କରିବ । ଫୋନ୍ IP68 ରେଟିଙ୍ଗ ସହ ମିଳୁଛି । ଅର୍ଥାତ ଏହା ପାଣି ଏବଂ ଧୂଳିଠାରୁ ସୁରକ୍ଷିତ ଅଟେ ।

ପରଫରମାନ୍ସ ଓ ସଫ୍ଟୱେୟାର :
ଏହି ସ୍ମାଟଫୋନରେ ଆପଲର ନୂଆ A19 ଚିପସେଟ୍ ଦିଆଯାଇଛି, ଯେଉଁଥିରେ 6-କୋର ସିପିୟୁ, 4-କୋର ଜିପିୟୁ ଏବଂ 16-କୋର ନିୟୁରାଲ ଇଞ୍ଜିନ୍ ରହିଛି । ଫୋନରେ 8GB ରାମ୍ ମିଳୁଛି । ଏହା iOS 26 ଓ ଆପଲ୍ ଇଣ୍ଟେଲିଜେନ୍ସ କୁ ସପୋର୍ଟ କରେ । ଷ୍ଟୋରେଜ କଥା କହିବାକୁ ଗଲେ, ୟୁଜରମାନଙ୍କୁ ଅଧିକ ସ୍ପେସ୍ ଓ ଷ୍ଟୋରଜ ପାଇଁ ଅଧିକ ଚିନ୍ତା କରିବାକୁ ପଡିବ ନାହିଁ । କାରଣ ଏହା ସିଧା 256GB ରୁ ଆରମ୍ଭ ହେଉଛି । ଏହା ଡୁଆଲ ସିମ୍ ସପୋର୍ଟ କରେ, ଯେଉଁଥିରେ ଉଭୟ ନାନୋ ସିମ୍ ଓ ଇସିମ୍ ବିକଳ୍ପ ସହିତ Action Button ମଧ୍ୟ ଉପଲବ୍ଧ ଅଛି ।

କ୍ୟାମେରା:
ଆଇଫୋନ୍ 17e ଫୋନର ପଛରେ 48MPର ସିଙ୍ଗଲ କ୍ୟାମେରା ଦିଆଯାଇଛି । ଯାହାର ଆପ୍ରେଚ f/1.6 ଅଟେ । ଏହା 24MP ଓ 48MP ଦୁଇଟି ରିଜୋଲ୍ୟୁସନରେ ଫଟୋ ନେଇପାରିବ । ଏଥିରେ ଅପ୍ଟିକାଲ ଇମେଜ ସ୍ଟେବିଲାଇଜେସନର ମଧ୍ୟ ସପୋର୍ଟ ମଳିପାରିବ । 2x ଅପ୍ଟିକାଲ କ୍ୱାଲିଟି ଜୁମ୍ ଫିଚ଼ର ଅଛି ଯାହା ଇନ୍-ସେନ୍ସର କ୍ରପିଂ ବ୍ୟବହାର କରି 12MP ଇମେଜ୍ ପ୍ରଦାନ କରେ । ଆଗ ଭାଗରେ f/1.9 ଆପେର୍ଚର ସହିତ 12MP TrueDepth କ୍ୟାମେରା ଅଛି। ତଥାପି, ଏଥିରେ ଆକ୍ସନ୍ ମୋଡ୍ ଏବଂ ସିନେମାଟିକ୍ ଭିଡିଓ ଭଳି କିଛି ବୈଶିଷ୍ଟ୍ୟର ଅଭାବ ଅଛି, ଯାହା ଅଧିକ ମହଙ୍ଗା iPhone 17 ମଡେଲରେ ଉପଲବ୍ଧ ।
କନେକ୍ଟିଭିଟି ଓ ଚାର୍ଜିଂ:
iPhone 17e ରେ MagSafe ସପୋର୍ଟ ଯୋଡ଼ା ଯାଇଛି, ଯାହା ପୂର୍ବ ମଡେଲରେ ଉପଲବ୍ଧ ନଥିଲା । ଏହାକୁ 20W ଚାର୍ଜର ସାହାଯ୍ୟରେ ଚାର୍ଜ କରାଯାଇପାରିବ । ଏହା 7.5W MagSafe ୱାୟାରଲେସ୍ ଚାର୍ଜିଂକୁ ମଧ୍ୟ ସପୋର୍ଟ କରେ । କନେକ୍ଟିଭିଟି ମଧ୍ୟରେ 5G, 4G,ଏଲଟିଇ , ୱାଇ-ଫାଇ 6, ବ୍ଲୁଟୁଥ୍ 5.3, ଏନଏଫସି, ଜିପିଏସ, ଗ୍ଲୋନାସ୍, ଗାଲିଲିଓ, BeiDou ଏବଂ NavIC ଅନ୍ତର୍ଭୁକ୍ତ ।

| କାଟାଗୋରୀ | ସ୍ପେସିଫିକେସନ୍ |
| ଡିସପ୍ଲେ | 6.1-ଇଞ୍ଚ ସୁପର ରେଟିନା XDR OLED, ସେରାମିକ୍ ସିଲ୍ଡ 2 |
| ପ୍ରୋସେସର୍ | A19 ଚିପସେଟ୍,6-କୋର ସିପିୟୁ, 4-କୋର ଜିପିୟୁ ଏବଂ 16-କୋର ନିୟୁରାଲ ଇଞ୍ଜିନ୍ |
| ମୋଡେମ୍ | C1X (Apple-ଡିଜାଇନ୍ କରାଯାଇଥିବା 5G ମୋଡେମ୍) |
| ପଛ କ୍ୟାମେରା | 48MP |
| ସାମ୍ନା କ୍ୟାମେରା | 12MP |
| କନେକ୍ଟିଭିଟି | 5G, 4G,ଏଲଟିଇ , ୱାଇ-ଫାଇ 6, ବ୍ଲୁଟୁଥ୍ 5.3, ଏନଏଫସି, ଜିପିଏସ, ଗ୍ଲୋନାସ୍, ଗାଲିଲିଓ, BeiDou ଏବଂ NavIC |
| ଷ୍ଟୋରେଜ୍ | 256GB, 512GB |
| ରଙ୍ଗ | Black, White, Soft Pink (ପ୍ରମିୟମ୍ ମ୍ୟାଟ୍ ଫିନିଶ) |
| ମୂଲ୍ୟ | 64,900 ଟଙ୍କା |
ଯେଉଁମାନେ ନୂଆ iPhone 17 ସିରିଜ୍ କିଣିବାକୁ ଚାହୁଁଛନ୍ତି କିନ୍ତୁ ନିଜର ବଜେଟ୍ କୁ ମନରେ ରଖିଛନ୍ତି, ସେମାନଙ୍କ ପାଇଁ iPhone 17e ଏକ ଭଲ ବିକଳ୍ପ ଭାବରେ ଉଭା ହୋଇଛି । ଏହାର ବିକ୍ରି ମାର୍ଚ୍ଚ 11ରେ ଆପଲ୍ ଅଫିସିଆଲ ୱେବସାଇଟରୁ ଆରମ୍ଭ ହେବ ।
ଏହା ମଧ୍ୟ ପଢନ୍ତୁ: 110 ବଲିୟନ୍ ଫଣ୍ଡିଙ୍ଗ ସହ Open AI କମ୍ପାନୀ 730 Billion ଡଲାରରେ ପହଞ୍ଚିଲା ଏହା ମଧ୍ୟ ପଢନ୍ତୁ: ମାର୍ଚ୍ଚ 3ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେଉଁ ସମୟରେ ଓ କିପରି ଦେଖିବେ ? ଏହା ମଧ୍ୟ ପଢନ୍ତୁ: ଏବେ କାରରେ ଚଲାଇ ପାରିବେ Apple TV |

