Instagram, Facebook ଓ Whatsappର ପେଡ୍ ପ୍ଲାନ ଲଞ୍ଚ, ଜାଣନ୍ତୁ କଣ ମିଳିବ ଫିଚର୍ସ
ସପ୍ତାହରେ ଗୋଟିଏ ଦିନ ନିଜ Storyକୁ ସ୍ପଟ୍ଲାଇଟ୍ (Spotlight) କରି ଅଧିକ ଭ୍ୟୁଜ୍ ପାଇପାରିବେ ଏବଂ Storyର ସମୟ ସୀମାକୁ 24 ଘଣ୍ଟାରୁ ଅଧିକ ବଢ଼ାଇ ପାରିବେ ।

Published : May 28, 2026 at 5:37 PM IST
ହାଇଦ୍ରାବାଦ: ଯଦି ଆପଣ ହ୍ୱାଟ୍ସଆପ୍, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ମାର୍କ ଜୁକରବର୍ଗଙ୍କ କମ୍ପାନୀ ମେଟା (Meta) ଏକ ବଡ଼ ଘୋଷଣା କରି ନିଜର ଏହି ତିନୋଟିଯାକ ମୁଖ୍ୟ ଆପ୍ ପାଇଁ ପେଡ୍ ସବ୍ସ୍କ୍ରିପସନ୍ ପ୍ଲାନ୍ (Paid Subscription Plans) ଅନ୍ତର୍ଜାତୀୟ ସ୍ତରରେ ଲଞ୍ଚ କରିଦେଇଛି । ଏହାର ଅର୍ଥ ହେଉଛି, ଯଦି ଆପଣ ଏହି ଆପ୍ସ ଗୁଡ଼ିକରେ କିଛି ଅତିରିକ୍ତ କିମ୍ବା ଆଡଭାନ୍ସଡ୍ ଫିଚର୍ସର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ପ୍ରତି ମାସରେ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । କମ୍ପାନୀ ପକ୍ଷରୁ Instagram Plus ଏବଂ Facebook Plusର ମୂଲ୍ୟ 3.99 Dollar ପ୍ରତି ମାସ ଏବଂ WhatsApp Plusର ମୂଲ୍ୟ 2.99 Dollar ପ୍ରତି ମାସ ରଖାଯାଇଛି । ମେଟାର ପ୍ରୋଡକ୍ଟ ହେଡ୍ ନାଓମି ଗ୍ଲେଟ୍ (Naomi Gleit) ସୂଚନା ଦେଇଛନ୍ତିଯେ, ଆଗାମୀ ଦିନରେ ଏହି ପ୍ଲାନ୍ସରେ ଆହୁରି ଅନେକ ନୂଆ ଫିଚର୍ସ ମଧ୍ୟ ଯୋଡ଼ାଯିବ ।
ଇନଷ୍ଟାଗ୍ରାମ ଏବଂ ଫେସବୁକ୍ର ଏହି ନୂଆ 'ପ୍ଲସ୍' (Plus) ସବ୍ସ୍କ୍ରିପସନ୍ ନେଉଥିବା ୟୁଜର୍ସମାନଙ୍କୁ ଅନେକ ଆକର୍ଷଣୀୟ ଏବଂ ପ୍ରିମିୟମ୍ ସୁବିଧା ମିଳିବ, ଯାହାର ବିବରଣୀ ନିମ୍ନରେ ଦିଆଗଲା:
ଷ୍ଟୋରୀ ଟ୍ରାକିଂ: ୟୁଜର୍ସମାନେ ନିଜର Storyକୁ ଦେଖୁଥିବା ଦର୍ଶକମାନଙ୍କ ସଂଖ୍ୟା ଟ୍ରାକ୍ କରିବା ସହ ଅନଲିମିଟେଡ୍ ଅଡିଏନ୍ସ ଲିଷ୍ଟ ପ୍ରସ୍ତୁତ କରିପାରିବେ ।
ସ୍ପଟ୍ଲାଇଟ୍ ଫିଚର୍: ସପ୍ତାହରେ ଗୋଟିଏ ଦିନ ନିଜ Storyକୁ ସ୍ପଟ୍ଲାଇଟ୍ (Spotlight) କରି ଅଧିକ ଭ୍ୟୁଜ୍ ପାଇପାରିବେ ଏବଂ Storyର ସମୟ ସୀମାକୁ 24 ଘଣ୍ଟାରୁ ଅଧିକ ବଢ଼ାଇ ପାରିବେ ।
ସିକ୍ରେଟ୍ ପ୍ରିଭ୍ୟୁ: ନିଜ ନାମ 'Viewer List'ରେ ନଦେଖାଇ ମଧ୍ୟ ଅନ୍ୟ କାହାର Storyର ପ୍ରିଭ୍ୟୁ ସହଜରେ ଦେଖିପାରିବେ ଏବଂ Story Viewer ଲିଷ୍ଟ ମଧ୍ୟରେ ସର୍ଚ୍ଚ କରିପାରିବେ ।
କଷ୍ଟମାଇଜେସନ୍: ଏହା ସହିତ ୟୁଜର୍ସଙ୍କୁ Super Heart ଆନିମେଟେଡ୍ ରିଆକ୍ସନ, କଷ୍ଟମ୍ ଆପ୍ ଆଇକନ୍, ପ୍ରୋଫାଇଲ୍ ବାୟୋ ପାଇଁ ଷ୍ଟାଇଲିଶ୍ ଫଣ୍ଟ ଏବଂ ପ୍ରୋଫାଇଲ୍ରେ ଅତିରିକ୍ତ ପୋଷ୍ଟ ପିନ୍ (Extra Pin) କରିବାର ସୁବିଧା ମିଳିବ ।
ହ୍ୱାଟ୍ସଆପ୍ ପ୍ଲସରେ କଣ ମିଳିବ ?
ହ୍ୱାଟ୍ସଆପ୍ ପ୍ଲସ୍ (WhatsApp Plus) ବିଶେଷ ଭାବେ ବାର୍ତ୍ତାଳାପ ବା ମେସେଜିଂକୁ ଆହୁରି ପର୍ସନାଲ୍ ଏବଂ ଉନ୍ନତ କରିବା ଉପରେ ଫୋକସ୍ କରିଛି । ଏହି ପ୍ଲାନ୍ରେ ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ଆପ୍ ଥିମ୍ସ, କଷ୍ଟମ୍ ରିଙ୍ଗଟୋନ୍, ଅଧିକ ସଂଖ୍ୟକ ପିନ୍ଡ ଚାଟ୍ , ଲିଷ୍ଟ କଷ୍ଟମାଇଜେସନ୍ ଏବଂ ପ୍ରିମିୟମ୍ ଷ୍ଟିକର୍ସ ଭଳି ଫିଚର୍ସ ଦିଆଯାଇଛି । ଏହା ବ୍ୟତୀତ ମେଟା ପକ୍ଷରୁ 'Meta One' ନାମକ ଏକ ନୂଆ ସବ୍ସ୍କ୍ରିପସନ୍ ହବ୍ ମଧ୍ୟ ପେଶ୍ କରାଯାଇଛି, ଯାହା ଆଗାମୀ ସମୟରେ ସମସ୍ତ ପେଡ୍ ପ୍ଲାନ୍ସର ମୁଖ୍ୟ କେନ୍ଦ୍ର ସାଜିବ । ଏହି ହବ୍ ଅଧୀନରେ AI ୟୁଜର୍ସଙ୍କ ପାଇଁ ଦୁଇଟି ପ୍ଲାନ୍ ଟେଷ୍ଟ କରାଯିବ, ଯେଉଁଥିରେ 7.99 Dollar ମୂଲ୍ୟର Meta One Plus ଏବଂ 19.99 Dollar ମୂଲ୍ୟର Meta One Premium ପ୍ଲାନ୍ ସାମିଲ ଅଛି । ଏହି ପ୍ରିମିୟମ୍ ପ୍ଲାନ୍ରେ ଜଟିଳ କାର୍ଯ୍ୟ ପାଇଁ ଡିପ୍ ରିଜନିଂ (Deep Reasoning) ଏବଂ ଅଧିକ ଭିଡିଓ ଓ ଇମେଜ୍ ଜେନେରେସନ୍ କ୍ଷମତା ମିଳିବ, ଯାହା ଆସନ୍ତା ମାସରୁ ସିଙ୍ଗାପୁର, ଗ୍ଲାଟେମାଲା ଏବଂ ବୋଲିଭିଆରେ ପ୍ରଥମେ ପରୀକ୍ଷା କରାଯିବ ।
କ୍ରିଏଟର୍ସ ଏବଂ ବିଜ୍ନେସ ପାଇଁ ଅଲଗା ପ୍ଲାନ:
କ୍ରିଏଟର୍ସ ଏବଂ ବ୍ୟବସାୟୀ ବା ବିଜନେସ୍ ଆକାଉଣ୍ଟଗୁଡ଼ିକ ପାଇଁ ମଧ୍ୟ ମେଟା ୱାନ ଅଧୀନରେ ଦୁଇଟି ପ୍ରଫେସନାଲ୍ ପ୍ଲାନ୍ ଟେଷ୍ଟ କରାଯାଉଛି, ଯାହାର ବିବରଣୀ ନିମ୍ନରେ ଦିଆଗଲା:
Meta One Essential: ଏହି ପ୍ଲାନ୍ର ମୂଲ୍ୟ 14.99 Dollar ପ୍ରତି ମାସ ରଖାଯାଇଛି, ଯେଉଁଥିରେ ୟୁଜର୍ସଙ୍କୁ Verified ବ୍ୟାଜ୍, ଇମ୍ପର୍ସୋନେସନ୍ ପ୍ରୋଟେକ୍ସନ୍ (ନକଲି ଆକାଉଣ୍ଟ ସୁରକ୍ଷା) ଏବଂ ଏନହାନ୍ସଡ୍ ଲିଙ୍କ୍ସିଟର ସୁବିଧା ମିଳିବ ।
Meta One Advanced: ଏହି ଟପ୍ ପ୍ଲାନ୍ର ମୂଲ୍ୟ 49.99 Dollar ପ୍ରତି ମାସ ରଖାଯାଇଛି । ଏଥିରେ ଫେସବୁକ୍ ଫିଡ୍ରେ ଫିଚର୍ ହେବାର ସୁଯୋଗ, ସର୍ଚ୍ଚ ରେଜଲ୍ଟରେ ସବୁଠାରୁ ଉପରକୁ ଆସିବା, Reels ଉପରେ ବୋଲ୍ଡ Follow ବଟନ୍, କଣ୍ଟେଣ୍ଟ୍ କପି ହେଲେ ଆଲର୍ଟ, ଉନ୍ନତ ଆନାଲିଟିକ୍ସ ଏବଂ ଇନଷ୍ଟାଗ୍ରାମ ପୋଷ୍ଟ ବା ରିଲ୍ସ ମାଧ୍ୟମରେ ସିଧାସଳଖ ନିଜ ୱେବସାଇଟ୍ କିମ୍ବା ଶପ୍ (Shop) କୁ ଟ୍ରାଫିକ୍ ପଠାଇବା ଭଳି ଅତି ପ୍ରିମିୟମ୍ ଆଡଭାନ୍ସଡ୍ ଫିଚର୍ସ ପ୍ରଦାନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:

