ETV Bharat / technology

Grokରେ ଆସୁଛି ଅଶ୍ଳୀଳ କଣ୍ଟେଣ୍ଟ; ତୁରନ୍ତ ହଟାଇବାକୁ Xକୁ ନୋଟିସ ଜାରି କଲା ଭାରତ

ଏଲନ ମସ୍କଙ୍କ ଏକ୍ସକୁ ନୋଟିସ ଜାରି କଲେ ଭାରତ ସରକାର । ଗ୍ରୋକ୍‌ରେ ଆସୁଛି ମହିଳା ବିରୋଧୀ ଅଶ୍ଳୀଳ କଣ୍ଟେଣ୍ଟ । ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

India Govt issues notice to X
Grokରେ ଆସୁଛି ଅଶ୍ଳୀଳ କଣ୍ଟେଣ୍ଟ; ତୁରନ୍ତ ହଟାଇବାକୁ Xକୁ ନୋଟିସ ଜାରି କଲା ଭାରତ (Image Credit: xAI)
author img

By ETV Bharat Tech Team

Published : January 3, 2026 at 12:15 PM IST

1 Min Read
Choose ETV Bharat

ହାଇଦ୍ରାବାଦ: ବିଶିଷ୍ଟ ଆମେରିକୀୟ ଶିଳ୍ପପତି ଏଲନ ମସ୍କଙ୍କ ସାମାଜିକ ଗଣମାଧ୍ୟମ 'X'କୁ ନୋଟିସ ଜାରି କଲେ କେନ୍ଦ୍ର ସରକାର । ଏକ୍ସର ଏଆଇ ଟୁଲ୍‌ ଗ୍ରୋକ୍‌ (Grok)ରେ ଅଶ୍ଳୀଳ କଣ୍ଟେଣ୍ଟ ଦେଖାଯିବା ପରେ ଏହି ନୋଟିସ ଜାରି କରିଛନ୍ତି ଭାରତ ସରକାର । ତୁରନ୍ତ ସେହି ଆପତ୍ତିଜନକ କଣ୍ଟେଣ୍ଟ ହଟାଅ ନଚେତ୍‌ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଧାସଳଖ କହିଛି ଭାରତ । ଅଶ୍ଳୀଳ ବିଷୟବସ୍ତୁ ସୃଷ୍ଟି ଏବଂ ସେୟାର କରିବା ପାଇଁ Grok AIର ଅପବ୍ୟବହାର ଉପରେ ସରକାର ଚିନ୍ତା ପ୍ରକାଶ କରି ଏହି ପଦକ୍ଷେପ ନେଇଛନ୍ତି।

ଏକ୍ସ ଇଣ୍ଡିଆର ମୁଖ୍ୟ ଅନୁପାଳନ ଅଧିକାରୀଙ୍କୁ ଲେଖିଥିବା ଚିଠିରେ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କହିଛି ଯେ Grok AIର ସେବାର ବ୍ୟବହାର ୟୁଜରମାନେ ନକଲି ଆକାଉଣ୍ଟ ତିଆରି କରି ମହିଳାଙ୍କ ଅଶ୍ଳୀଳ ଫଟୋ କିମ୍ବା ଭିଡିଓକୁ ଅପମାନଜନକ କିମ୍ବା ଅଶ୍ଳୀଳ ଭାବରେ ହୋଷ୍ଟ, ଜେନେରେଟ୍, ପ୍ରକାଶ କିମ୍ବା ସେୟାର କରୁଛନ୍ତି । ଏତଦ ଦ୍ବାରା ଏକ୍ସ ଭାରତର ସୂଚନା ପ୍ରଯୁକ୍ତି ଆଇନ, 2000 ଏବଂ IT ନିୟମ, 2021 ଅନ୍ତର୍ଗତ ନିୟାମକ ବ୍ୟବସ୍ଥାଗୁଡ଼ିକୁ ଉଲ୍ଲଙ୍ଘନ କରିଛି ।

India Govt issues notice to X
Xକୁ ନୋଟିସ ଜାରି କଲା ଭାରତ (Image Credit: ETV Bharat Via MeitY)

ହଟାଅ, ନଚେତ କାର୍ଯ୍ୟାନୁଷ୍ଠାନ

ମନ୍ତ୍ରଣାଳୟ ଗୁରୁତ୍ବାରୋପ କରିଛି ଯେ ଆଇଟି ଆଇନ ଏବଂ ଆଇଟି ନିୟମ, 2021 ପାଳନ କରିବା ଇଚ୍ଛାଧୀନ ନୁହେଁ । ମନ୍ତ୍ରଣାଳୟ ଏକ୍ସକୁ AI-ଆଧାରିତ ସେବାର ଅପବ୍ୟବହାର ମାଧ୍ୟମରେ ଅଶ୍ଳୀଳ, ନଗ୍ନ, ଅଶାଳୀନ ଏବଂ ସ୍ପଷ୍ଟ ବିଷୟବସ୍ତୁ ହୋଷ୍ଟିଂ, ସୃଷ୍ଟି ଏବଂ ସେୟାରିଂକୁ ରୋକିବା ପାଇଁ ତୁରନ୍ତ ଅନୁପାଳନ ପାଇଁ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛି । ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ସତର୍କ କରାଇ ଦେଇଛି ଯେ ଆବଶ୍ୟକତାଗୁଡ଼ିକର ପାଳନ ନ କରିବା ଗମ୍ଭୀରତାର ସହିତ ଦେଖାଯିବ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ।

MeitY ପ୍ଲାଟଫର୍ମକୁ ଏହାର AI ଟୁଲ୍ Grokର ବୈଷୟିକ ଏବଂ ଶାସନ ଢାଞ୍ଚା ତୁରନ୍ତ ସମୀକ୍ଷା କରିବାକୁ ଏବଂ ସମସ୍ତ ବେଆଇନ ବିଷୟବସ୍ତୁକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛି । ଏହା ପ୍ଲାଟଫର୍ମକୁ ଆପତ୍ତିଜନକ ବ୍ୟବହାରକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ 72 ଘଣ୍ଟା ମଧ୍ୟରେ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କହିଛି ।

ଏହା ବି ପଢନ୍ତୁ: X ଆରମ୍ଭ କଲା 'About This Account' ଫିଚର; କଣ ଏହା ଜାଣନ୍ତୁ