ETV Bharat / technology

India AI Summit 2026: ଭାରତ ପ୍ରସ୍ତୁତ କଲା ନିଜର ଏଆଇ ମଡେଲ

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ଏଆଇ ଶିଖର ସମ୍ମଳନୀରେ ଭାରତ ନିଜର ଦୁଇଟି ପାୱାରଫୁଲ LLM ମଡ଼େଲ Sarvam Ai ଓ param2 ଲଞ୍ଚ କରିଛି ।

BharatGen Ai Model
Sarvam Ai Model (Image Credit: Sarvam Ai)
author img

By ETV Bharat Odisha Team

Published : February 21, 2026 at 10:57 PM IST

2 Min Read
Choose ETV Bharat

AI SUMMIT 2026 ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଏବେ ଦୁଇ ପାଦ ଆଗକୁ ବଢ଼େଇଛି ଭାରତ । ଏଆଇ ଶିଖର ସମ୍ମିଳନୀରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଏପରି କିଛି ଘୋଷଣା କରିଛି ଭାରତ । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ଏଆଇ ଶିଖର ସମ୍ମଳନୀରେ ଭାରତ ନିଜର ଦୁଇଟି ପାୱାରଫୁଲ LLM ମଡ଼େଲ ଲଞ୍ଚ କରିଛି । ଏହାର ନାମ Sarvam AI ଏବଂ Param2 । ଏଥିରୁ ଜଣା ପଡ଼ୁଛିଯେ ଭାରତ ଏବେ କେବଳ ଏଆଇ ୟୁଜର ନୁହେଁ ବରଂ ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଯୋଡ଼ିବାକୁ ଯାଉଛି । ଆସନ୍ତୁ ଏହି ଦୁଇଟି ଏଆଇ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଜାଣିବାକୁ ଚେଷ୍ଟା କରିବା ।

Sarvam AI LLM ମଡ଼େଲ

Sarvam AI ନିଜର ଦୁଇଟି ମଡ଼େଲକୁ ଉପସ୍ଥାପନା କରଛି । ଏହାର ନାମ Sarvam-30B ଏବଂ Sarvam-105B । ଇଣ୍ଡିଆ ଏଆଇ ଶିଖର ସମ୍ମଳନୀକୁ ଆଖିରେ ରଖି 2025ରେ ଏହାର ପ୍ରସ୍ତୁତ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ସରକାର, ଏଣ୍ଟରପ୍ରାଇଜେସ, ଓ ଡ଼େଭଲପରମାନଙ୍କ ପାଇଁ ମଲ୍ଟିଲିଙ୍ଗୁଆଲ ଏଆଇ ସଲ୍ୟୁସନ ଉପଲବ୍ଧ କରିବା । ସମ୍ବେଦନଶୀଳ ଡ଼ାଟା ସହିତ ଡ଼ାଟାର ସାର୍ବଭୌମତକୁ ମଜବୁତ କରିବା ଏହି କମ୍ପାନୀର ମୂଳ ଲକ୍ଷ୍ୟ ।

Sarvamର 30B ମଡ଼େଲ, ରିୟଲ ଟାଇମ କଥାବାର୍ତ୍ତା ପାଇଁ ଡ଼ିଜାଇନ କରାଯାଇଛି । କମ୍ ସମୟ ଏବଂ କମ୍ ମୂଲ୍ୟରେ କିପରି ଅଧିକ ପରଫମାନସ୍ କରିପାରିବ ସେ ଉପରେ ଧ୍ୟାନ ଦେଇଛି କମ୍ପାନୀ । ଏହି ମଡ଼େଲ Mixture-of-Experts ଆର୍କିଟେକଚର ଉପରେ ଆଧାରିତ ଏବଂ ଏହାକୁ 16 ଟ୍ରିଲିୟନସ୍ ଟୋକନ ଉପରେ ପ୍ରି-ଟ୍ରେନ କରାଯାଇଛି । ଏହା 32,000 ଟୋକନର କଣ୍ଟେକ୍ସଟ୍ ୱିଣ୍ଡୋକୁ ସପୋର୍ଟ କରେ, ଯାହା ବିଶ୍ୱର ଅନେକ ଏଆଇ ମଡେଲ ସହିତ ଏକ କଠିନ ପ୍ରତିଯୋଗିତା କରିଥାଏ ।

ସେହିପରି Sarvamର 105B ମଡ଼େଲ ଅଧକ କଠିନ କାମ ପାଇ ଡ଼ିଜାଇନ କରାଯାଇଛି । ଏହି ମଡ଼େଲ ରିଜୋନିଙ୍ଗ୍, ଲଙ୍ଗଫ୍ରମ୍ କଣ୍ଟେଟ, କୋଡ଼ିଙ୍ଗ ଓ ଇଣ୍ଡିଆନ୍ ଭାଷା ପାଇଁ ବହୁତ ଭଲ କାଯ୍ୟଦକ୍ଷତା ପ୍ରଦାନ କରିବ ବୋଲି ଆଶା ରଖିଛି କମ୍ପାନୀ । ଏହା 1,28,000 ଟୋକନର କଣ୍ଟେକ୍ସଟ୍ ୱିଣ୍ଡୋକୁ ସପୋର୍ଟ କରେ ଯାହା ସଫ୍ଟୱେୟାର, ଇଞ୍ଜିନିୟରିଂ ଓ ଏଣ୍ଟରପ୍ରାଇଜେସମାନଙ୍କ ପାଇଁ ଭଲ ସହାୟକ ହୋଇପାରିବ ।

BharatGen AI LLM ମଡ଼େଲ:

ଦ୍ୱିତୀୟ ଏଆଇ ଭାବେ BharatGen କମ୍ପାନୀ ନିଜର AI ମଡ଼େଲ ଲଞ୍ଚ କରିଛି । ଏହାର ନାମ Param2 17B MoE । ଏହି ଏଆଇ NVIDIA ସହ ମିଶି ଡ଼େଭଲପ କରିଛି କମ୍ପାନୀ । Param2କୁ ବିଶେଷ ଭାବରେ ଭାରତୀୟ ଭାଷା କ୍ଷେତ୍ରରେ ଉନ୍ନତି ପାଇଁ ଡ଼େଭଲପ କରାଯାଇଛି । ଗଭର୍ନାସ୍, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଏଣ୍ଟରପ୍ରାଇଜେସ କ୍ଷେତ୍ରରେ ବ୍ୟବହାର କରାଯିବା ପାଇଁ ପ୍ରସ୍ତୁତ କରାଯାଇଛି । ଏହା ସହିତ BharatGen କହିଛିଯେ ସେ ଏହି ଏଆଇ ମଡ଼େଲ କୁ ଓପନ-ସୋର୍ସ ରଖିବ ଯାହା ଦ୍ୱାରା ଡ଼େଭଲରପରମାନେ ଭାରତ କେନ୍ଦ୍ରିତ ଏଆଇ ସଲ୍ୟୁସନ ପ୍ରସ୍ତୁତ କରିପାରିବ ।

ଶିଖର ସମ୍ମିଳନୀ ସମୟରେ, Sarvam AIର ସହ-ପ୍ରତିଷ୍ଠାତା ଏବଂ ସିଇଓ ପ୍ରତ୍ୟୁଷ କୁମାର ଦାବି କରିଥିଲେ ଯେ ସେମାନଙ୍କର 105B ମଡେଲ ବିଶ୍ୱର ଅନେକ ବଡ଼ ଏବଂ ମହଙ୍ଗା ଏଆଇ ମଡେଲକୁ ପଛରେ ପକାଇବ । ଭାରତଜେନର ସିଇଓ ରିଷି ବଳ ଏହାକୁ ଭାରତର ଏଆଇ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି କହିଥିଲେ ।

ଅଧିକ ପଢ଼ନ୍ତୁ : 'ପାକ୍ସ ସିଲିକା' ସ୍ୱାକ୍ଷରନାମା ଚୁକ୍ତିରେ ଯୋଗଦେଲା ଭାରତ

ଅଧିକ ପଢ଼ନ୍ତୁ : ଆଉ ରହିବନି ସପିଂ ମଲର ଟ୍ରାଏଲ ରୁମ ! AI ସ୍ମାର୍ଟ ମିରର ଦେଖାଇଦେବ କେମିତି ମାନୁଛି ନୂଆ ପୋଷାକ

ଅଧିକ ପଢ଼ନ୍ତୁ : Meta ଚଷମାକୁ ଟକ୍କର ଦେବ କି Sarvam AI ସ୍ମାଟ ଗ୍ଲାସ୍ ?