Google Pixel 11ରେ ଆସୁଛି 'Pixel Glow' ଫିଚର୍, ଫୋନ୍ ପଛପଟୁ ମିଳିବ ଲାଇଟ୍ ନୋଟିଫିକେସନ୍
ପିକ୍ସେଲ ଗ୍ଲୋ ହେଉଛି ପ୍ରକୃତରେ ଏକ ହାର୍ଡୱେର ଆଧାରିତ ଏଲିଇଡି (LED) ନୋଟିଫିକେସନ ସିଷ୍ଟମ, ଯାହା ଫୋନ ପଛରେ ଥିବା କ୍ୟାମେରା ବାର୍ ଚାରିପାଖେ କିମ୍ବା ବ୍ୟାକ୍ ପ୍ୟାନେଲ ସେଟ୍ କରାଯାଇଛି

Published : May 23, 2026 at 8:23 PM IST
ହାଇଦ୍ରାବାଦ: ବିଶ୍ୱ ଟେକ୍ନୋଲୋଜିର ମହାରଥୀ ଗୁଗଲ୍ (Google) ନିଜର ଆଗାମୀ ଫ୍ଲାଗସିପ୍ ସ୍ମାର୍ଟଫୋନ ସିରିଜ୍ Google Pixel 11 ପାଇଁ ଏକ ଆକର୍ଷଣୀୟ ଫିଚ଼ର ଆଣିବାକୁ ଯାଉଛି । ଯାହାର ନାମ 'Pixel Glow' ରଖାଯାଇଛି । ନିକଟରେ ଅନୁଷ୍ଠିତ ହୋଇଥିବା ଗୁଗୁଲ ଆଇଓ ଇଭେଣ୍ଟରେ ଏକ ପ୍ରମୋସନାଲ୍ ଭିଡିଓରେ କମ୍ପାନୀ ଭୁଲ୍ ବଶତଃ ଏହି ଫିଚ଼ର୍ର ପ୍ରଥମ ଝଲକ ଦେଖାଇ ଦେଇଛି । ଏହି ଖୁଲସା ପରେ ବିଶ୍ୱର ଟେକ୍ ପ୍ରମୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି, କାରଣ ଏହା ଗୁଗଲ ଫୋନର ପୁରୁଣା ଡିଜାଇନ୍କୁ ସମ୍ପୂର୍ଣ୍ଣ ଭାବରେ ବଦଳାଇବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଏହି ପିକ୍ସଲେ ଗ୍ଲୋ କଣ?
ପିକ୍ସଲେ ଗ୍ଲୋ(Pixel Glow) କଣ?
ପିକ୍ସେଲ ଗ୍ଲୋ ହେଉଛି ପ୍ରକୃତରେ ଏକ ହାର୍ଡୱେର ଆଧାରିତ ଏଲିଇଡି (LED) ନୋଟିଫିକେସନ ସିଷ୍ଟମ, ଯାହା ଫୋନ ପଛରେ ଥିବା କ୍ୟାମେରା ବାର୍(Camera Bar) ଚାରିପାଖେ କିମ୍ବା ବ୍ୟାକ୍ ପ୍ୟାନେଲ ସେଟ୍ କରାଯାଇଛି । ଯେତେବେଳେ ଆପଣ ନିଜ ଫୋନକୁ ଟେବୁଲ ଉପରେ ଓଲଟା କରି ବା ଫେସ୍ ଡାଉନ୍ ରଖିବେ, ସେତେବେଳେ କୌଣସି କଲ, ମେସେଜ କିମ୍ବା ଆଲର୍ଟ ଆସିଲେ ଫୋନର ସ୍କ୍ରିନ୍ ଅନ୍ ନହୋଇ ପଛପଟୁ ଏକ କୋମଳ ରଙ୍ଗୀନ ଆଲୋକ ଜଳିଉଠିବ । ଆଣ୍ଡ୍ରଏଡ୍ 17 ବିଟା 4ର କୋଡ୍ରୁ ଜଣା ପଡିଛି ଯେ, ଏହି ସିଷ୍ଟମରେ 8ଟି ଅଲଗା ଅଲଗା RGB LED କର୍ଲସ ମିଳିବ, ଯାହାକୁ ୟୁଜର୍ସ ନିଜ ପସନ୍ଦ ଆପ୍ସ କିମ୍ବା କଣ୍ଟାକ୍ଟସ୍ ପାଇଁ କଷ୍ଟମାଇଜ୍ କରିପାରିବେ ।
Nothing Glyph କୁ ଗୁଗଲର କଡ଼ା ଟକ୍କର ଓ Gemini AI ର ସପୋର୍ଟ
ଏହି ନୂଆ ଲାଇଟ୍ ଫିଚର୍ ବର୍ତ୍ତମାନ ବଜାରରେ ଥିବା ନଥିଙ୍ଗ୍ ଫୋନର ପ୍ରସିଦ୍ଧ 'Glyph Interface' ଭଳି ମନେହେଉଛି, କିନ୍ତୁ ଗୁଗଲ ଏହାକୁ ନିଜ ଶୈଳୀରେ ଆହୁରି ଅଧିକ ଆଡଭାନ୍ସଡ୍ କରିଛି । ଲିକ୍ ହୋଇଥିବା ତଥ୍ୟ ଅନୁଯାୟୀ, ଗୁଗଲର କୃତ୍ରିମ ବୁଦ୍ଧିମତା 'Gemini AI' ମଧ୍ୟ ଏହି Pixel Glow ସହିତ କାମ କରିବ । ଯେତେବେଳେ ଆପଣ ଜେମିନିର ଭଏସ୍ ଆସିଷ୍ଟାଣ୍ଟ ବ୍ୟବହାର କରିବେ ବା ଗୁଗଲ ଆପଣଙ୍କ ସ୍ୱର ଚିହ୍ନିବ, ସେତେବେଳେ ଗୁଗଲ ଲୋଗୋର ସିଗ୍ନେଚର୍ ରଙ୍ଗଗୁଡ଼ିକ ଫୋନ୍ ପଛପଟେ ଆନିମେସନ୍ ଭଳି ଗ୍ଲୋ (ଆଲୋକିତ) କରିବ, ଯାହା ଦେଖିବାକୁ ବେଶ୍ ପ୍ରିମିୟମ୍ ଲାଗିବ ।
କମ୍ପାନୀର ପୂର୍ବ ଟ୍ରାକ୍ ରେକର୍ଡ ଅନୁଯାୟୀ, Google Pixel 11 ସିରିଜ୍କୁ ଆସନ୍ତା ଅଗଷ୍ଟ 2026 ସୁଦ୍ଧା ବିଶ୍ୱ ବଜାରରେ ଅଫିସିଆଲି ଲଞ୍ଚ କରାଯାଇପାରେ । ରିପୋର୍ଟରୁ ଏହା ମଧ୍ୟ ସଂକେତ ମିଳିଛି ଯେ, ଗୁଗଲ କେବଳ ସ୍ମାର୍ଟଫୋନ୍ ନୁହେଁ, ବରଂ ଆଗାମୀ ଦିନରେ ଆସିବାକୁ ଥିବା ନୂଆ ପିକ୍ସେଲ ଲାପଟପ୍ରେ ମଧ୍ୟ ଏହି ଗ୍ଲୋଇଙ୍ଗ୍ ଲୋଗୋ ବା ଲାଇଟ୍ ଡିଜାଇନ୍ ବ୍ୟବହାର କରିପାରେ । ସ୍ମାର୍ଟଫୋନ୍ ବଜାରରେ ସବୁ ଫୋନ୍ ଏକାଭଳି ଦେଖାଯାଉଥିବା ବେଳେ ଗୁଗଲର ଏହି ପଦକ୍ଷେପ ପିକ୍ସେଲ ଫୋନ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ ।

