ETV Bharat / technology

ଗୁଗଲ୍ ଲଞ୍ଚ କଲା Gemini Omni 1.1 Flash, ମିଳିବ 4K ସ୍କେଲିଂ ସୁବିଧା!

ଗୁଗଲ ନିଜର ଶକ୍ତିଶାଳୀ ଏଆଇ ମଡେଲ୍ Gemini Omni 1.1 Flash ଲଞ୍ଚ୍ କରିଛି, ଯାହା ୟୁଜର୍ସଙ୍କଉ ଉନ୍ନତ ଜେନେରେଟିଭ୍ ଭିଡିଓ କଣ୍ଟ୍ରୋଲ୍ ଏବଂ ସିନ୍ ଏକ୍ସଟେନସନ୍ ସୁବିଧା ପ୍ରଦାନ କରିବ ।

Google launches Gemini Omni 1.1 Flash.
ଗୁଗଲ୍ ଲଞ୍ଚ କଲା Gemini Omni 1.1 Flash । (Image Credit: Google Blog)
author img

By ETV Bharat Tech Team

Published : August 29, 2026 at 3:47 PM IST

|

Updated : August 29, 2026 at 3:52 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରକୁ ଆହୁରି ଅଧିକ ବିକଶିତ କରି ଗୁଗଲ ନିଜର ସମ୍ପୂର୍ଣ୍ଣ ନୂତନ 'Gemini Omni 1.1 Flash' ମଡେଲ୍ ଲଞ୍ଚ କରିଛି । ଏହି ନୂଆ ଏଆଇ ଟୁଲ୍ସ ବିଶେଷ ଭାବରେ ୟୁଜର୍ସଙ୍କୁ ଜେନେରେଟିଭ୍ ଭଡିଓ ତିଆରି ଉପରେ ଅଧିକ ନିୟନ୍ତ୍ରଣ ଓ କଣ୍ଟ୍ରୋଲ୍ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି । ଏହି ଅପଡେଟ୍ ପୂର୍ବର ଜେମିନି API ମାଧ୍ୟମରେ ପ୍ରଫେସନାଲ୍ ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଯେଉଁମାନେ ଜେନେରେଟିଭ୍ ଭିଡିଓ ଟୁଲ୍ସ କ୍ରିଏଟିଭ୍ ସଫ୍ଟୱେର କିମ୍ବା ମିଡିଆ ଏଡିଟିଂ ପ୍ଲାର୍ଟଫର୍ମ ତିଆରି କରୁଛନ୍ତି, ସେମାନଙ୍କ ପାଇଁ ଏହି ଫିଚର୍ ବହୁତ ଉପଯୋଗୀ ହେବ । କମ୍ପାନୀ ଅନୁସାରେ ଏହି ଅପଡେଟ୍ ଭିଡିଓ ଜେନେରେସନ୍ ପ୍ରକ୍ରିୟାକୁ ଅଧିକ ଦ୍ରୁତ, ସହଜ ଏବଂ ବାସ୍ତବ ଜୀବନର କାର୍ଯ୍ୟ ପାଇଁ ଅନୁକୂଳ କରିଥାଏ ।

Gemini Omni 1.1 Flash ଉପଲବ୍ଧତା :

ଏହି ନୂତନ Gemini Omni 1.1 Flash ମଡେଲ୍ ବର୍ତ୍ତମାନ ଗୁଗଲର ସମସ୍ତ ଡେଭଲପର୍ ଟୁଲ୍ସରେ ଉପଲବ୍ଧ ହୋଇସାରିଛି । ଗ୍ରାହକ କିମ୍ବା ବ୍ୟବସାୟିକ ସଂସ୍ଥାଗୁଡିକ ଏହାକୁ Gemini Enterprises Agent Platform API ମାଧ୍ୟମରେ ଆକ୍ସେସ୍ କରିପାରିବ । ବିଶ୍ୱ ସ୍ତରରେ ଥିବା ସମସ୍ତ Google AI Plus , Pro ଏବଂ Ultra ସବସ୍କ୍ରାଇବରମାନଙ୍କ ପାଇଁ ଏହି ମଡେଲ୍ 'Google Flow' ମାଧ୍ୟମରେ ଉପଲବ୍ଧ କରାଯାଇଛି । ଏହା ବ୍ୟତୀତ ସିନ୍ ଏକ୍ସଟେନସନ୍‌ ଫିଚର୍‌କୁ ମଧ୍ୟ ଏହି ସବସ୍କ୍ରାଇବର ଗ୍ରୁପ୍ ପାଇଁ ଜେମିନି ଆପ୍ ଭିତରେ ରୋଲଆଉଟ୍ କରାଯାଉଛି । ଏହାକୁ ବ୍ୟବହାର କରିବା ପାଇଁ ଟୁଲ୍ସ ମେନୁରୁ "Create video" ସିଲେକ୍ଟ କରିବାକୁ ହେବ ଏବଂ ଭିଡିଓ ଅପଲୋଡ୍‌ କରି ଜେମିନିକୁ "extend the scene" ବୋଲି ପ୍ରମ୍ପଟ୍‌ ଦେବାକୁ ପଡିବ ।

ଦୀର୍ଘ ଏବଂ ସ୍ଥିର ଭିଡିଓ ଜେନେରେସନ୍:

ଏହି ଅପଡେଟ୍‌ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର 'ସିନ୍‌ ଏକ୍ସଟେନସନ' କ୍ଷମତା, ଯାହା ଦ୍ୱାରା ୟୁଜର୍ସ ଏକ ପୁରୁଣା କିମ୍ବା ବର୍ତ୍ତମାନ ଭିଡିଓକୁ ବ୍ୟବହାର କରି ସେହି ସ୍ଥାନରୁ ଆଗକୁ ନୂଆ ଫୁଟେଜ ତିଆରି କରିପାରିବେ । Gemini Omni 1.1 Flash ମଡେଲ୍ ପୂର୍ବ ଭିଡିଓର ସଠିକ୍ ସନ୍ଦର୍ଭ ବା କଣ୍ଟେକ୍ସଟ୍‌ ବୁଝିବା ପାଇଁ ପୂର୍ବର 10 ସେକେଣ୍ଡ ପର୍ଯ୍ୟନ୍ତ ଫୁଟେଜ୍‌କୁ ବିଶ୍ଲେଷଣ କରିପାରେ । ଏହା ପୂର୍ବ ମଡେଲ୍‌ ତୁଳନାରେ ଏକ ବଡ଼ ସଫଳତା କାରଣ ପୂର୍ବ ସଂସ୍କରଣରେ କେବଳ ଧାର୍ଯ୍ୟ ଶେଷ 1 ସେକେଣ୍ଡର ଫୁଟେଜ୍‌କୁ ବିଚ଼ାରକୁ ନିଆଯାଉଥିଲା । ଏହା ଭିଡିଓର ଭିଜୁଆଲ୍ ଏବଂ କାହାଣୀର ନିରନ୍ତରତାକୁ ବଜାୟ ରଖିବାରେ ସାହାଯ୍ୟ କରେ । ୟୁଜର୍ସ ପ୍ରତିଥର 10 ସେକେଣ୍ଡ ଲେଖାଏଁ ବଢାଇ ସର୍ବାଧିକ 40 ସେକେଣ୍ଡ ପର୍ଯ୍ୟନ୍ତ ଲମ୍ବା ଭିଡିଓ ପ୍ରସ୍ତୁତ କରିପାରିବେ । ଏଥିସହ ଭିଡିଓ କ୍ଲିପ୍‌ର ଷ୍ଚାର୍ଟିଂ ଓ ଏଣ୍ଡିଂ ଫ୍ରେମ୍‌ ସେଟ୍ କରି ସ୍ମୁଥ୍ କ୍ୟାମେରା ମୁଭମେଣ୍ଟ, ଜୁମ୍ ଇଫେକ୍ଟ ଏବଂ ସିମଲେସ୍ ଲୁପିଂ ଭିଡିଓ ମଧ୍ୟ ତିଆରି କରାଯାଇପାରିବ ।

ଆରମ୍ଭରୁ ଟେଷ୍ଟିଂ ଏବଂ ପ୍ରୋଟୋଟାଇପିଂ ପ୍ରକ୍ରିୟାକୁ ସହଜ କରିବା ପାଇଁ ଗୁଗଲ ଏଥିରେ 360p ରେଜୋଲ୍ୟୁସନର ଲାଇଟୱେଟ୍ ଭିଡିଓ ପ୍ରିଭ୍ୟୁ ସୁବିଧା ଦେଇଛି । ଏହା ଷ୍ଟାଣ୍ଡାର୍ଡ 720p ଅପ୍ସନ ତୁଳନାରେ 60 ପ୍ରତିଶତ ଅଧିକ ଦ୍ରୁତ ଏବଂ ଏହାର ଖର୍ଚ୍ଚ ମଧ୍ୟ ମାତ୍ର ଏକ ତୃତୀୟାଂଶ ରହିଛି । ଏହା ଦ୍ୱାରା କ୍ରିଏଟର୍ସମାନେ ସେମାନଙ୍କର ଷ୍ଟୋରିବୋର୍ଡ ଏବଂ ଆଇଡିଆକୁ ଶୀଘ୍ର ଟେଷ୍ଟ କରିପାରିବେ । ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ପରେ ଏହାକୁ 1080p କିମ୍ବା ଫୁଲ୍ 4K ରେଜୋଲ୍ୟୁସନ ପର୍ଯ୍ୟନ୍ତ ସ୍କେଲ୍ ବା ବୃଦ୍ଧି କରାଯାଇପାରିବ, ଯାହା ଏକ ପ୍ରଫେସନାଲ୍ ଏବଂ ପ୍ରଡକ୍ସନ-ରେଡି ଆଉଟପୁଟ୍ ପ୍ରଦାନ କରିଥାଏ । ଭିଜୁଆଲ୍ ସ୍ଥିରତା ଏବଂ କ୍ୟାରେକ୍ଟରର ଚେହେରାକୁ ସମାନ ରଖିବା ପାଇଁ ୟୁଜର୍ସ 3 ସେକେଣ୍ଡ ପର୍ଯ୍ୟନ୍ତ ଛୋଟ ଭିଡିଓ କ୍ଲିପ୍‌କୁ ରେଫରେନ୍ସ ମ୍ୟାଟେରିଆଲ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ ।

ଏହା ମଧ୍ୟ ପଢନ୍ତୁ:

ଆପଲ୍ ୟୁଜର୍ସଙ୍କ ପାଇଁ ବଡ଼ ଝଟକା: ଏବେ Apple Mapsରେ ଦେଖାଯିବ ବିଜ୍ଞାପନ, ପଇସା ଦେଲେ ବି ହେବନି ବନ୍ଦ!

ନେପାଳ ଓ ତିବ୍ଦତ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ବଡ଼ ଘୋଷଣା: ଆର୍ଥିକ ସହାୟତା ଯୋଗାଇ ଦେବ ଆପଲ୍!

ଓଦା ହାତରେ ବି ଚାଲିବ ଫୋନ୍: ଭାରତରେ ଲଞ୍ଚ୍ ହେଲା Tecno Spark Go 3 Pro, ଜାଣନ୍ତୁ ଏହାର ଦାମ୍!

ଗ୍ଲୋବାଲ୍ ବଜାରରେ ଆସିଲା Samsung Galaxy S26 FE: 50MP କ୍ୟାମେରା ସହ ଏହି ଦିନଠାରୁ ମିଳିବ!

Last Updated : August 29, 2026 at 3:52 PM IST