ଏବେ Gemini କରିବ ଫୁଡ୍ ଡେଲିଭରି
କଣ ଆପଣ ପିଜା ଖାଇବାକୁ ଚାହୁଁଛନ୍ତି ? ବାସ୍; ଜେମିନିକୁ କହି ଦିଅନ୍ତୁ । ଫୁଡ୍ ଡେଲିଭରୀ ଆପ୍ ଖୋଲି, ସେ ଆପଣଙ୍କ ଅର୍ଡର ଦେଇଦେବ

Published : February 26, 2026 at 3:49 PM IST
ହାଇଦ୍ରାବାଦ: ଏକବିଶଂ ଶତାଦ୍ଦୀର ଯୁଗକୁ AIର ଯୁଗ ବୋଲି ଅନେକ ବିଶେଷଜ୍ଞମାନେ ମାନି ନେଲେଣି । ଅର୍ଥାତ ଏଆଇର ଯୁଗ ମାନେ ଟେକ୍ନୋଲୋଜିର ଯୁଗ । ଏବେ ଆପଣଙ୍କ ବରାଦ ମୁତାବକ କାମ କରିବ ଏଆଇ । ଏନେଇ ସୂଚନା ଦେଇଛି ବିଶ୍ୱର ଏକ ଅଗ୍ରଣୀ ଏଆଇ କମ୍ପାନୀ ଗୁଗୁଲ ଜେମିନି । ଗୁଗୁଲ୍ ଏବେ ଘୋଷଣା କରିଛି ଯେ ଜେମିନି ଖୁବ୍ ଶୀଘ୍ର ଆପଣଙ୍କ ଫୋନରେ କିଛି ବହୁସ୍ତରୀୟ କାର୍ଯ୍ୟ କରିପାରିବ, ଯେପରିକି ଖାଦ୍ୟ ଅର୍ଡର କରିବା କିମ୍ବା ଗାଡ଼ି ଡାକିବା ଇତ୍ୟାଦି । ଆସନ୍ତୁ ଏ ବିଷୟ ଉପରେ ଅଧିକ ଆଲୋଚ଼ନା କରିବା ।
ଟେକ୍ନୋଲୋଜିର ଦୁନିଆ ପ୍ରତିଦିନ ଅପଡେଟ୍ ହେବାରେ ଲାଗିଛି । ଗୁଗୁଲ୍ ନିକଟରେ ଏହାର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ "ଜେମିନି"ର ଏକ ନୂତନ ଏବଂ ଉନ୍ନତ ଫିଚର୍ ଘୋଷଣା କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆମେ କେବଳ ତଥ୍ୟ ଖୋଜିବା କିମ୍ବା ପ୍ରଶ୍ନର ଉତ୍ତର ପାଇବା ପାଇଁ AI ବ୍ୟବହାର କରୁଥିଲୁ, କିନ୍ତୁ ବର୍ତ୍ତମାନ ଜେମିନି ଏକ 'ଏଜେଣ୍ଟ' ଭଳି କାମ କରିବ । ଏହାର ଅର୍ଥ ହେଉଛି ଏହା ଆପଣଙ୍କ ଫୋନରେ ଥିବା ଆପ୍ ଗୁଡ଼ିକୁ ସେ ନିଜେ ଚଲାଇ ପାରିବ । ଯଦି ଆପଣ ପିଜା ଖାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ କେବଳ ଜେମିନିକୁ କହିବାକୁ ପଡିବ, ଏବଂ ସେ ନିଜେ ଫୁଡ୍ ଡେଲିଭରୀ ଆପ୍ ଖୋଲି ଆପଣଙ୍କ ଅର୍ଡର ଦେଇଦେବ ।
ଆପଲର ବିଫଳତା:
ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ 2024 ମସିହାରେ ପ୍ରଥମେ ଆପଲ୍ କମ୍ପାନୀ ଏହାକୁ ଘୋଷଣା କରିଥିଲା । 2024 ୱାଲ୍ଡୱାଇଡ୍ ଡେଭଲପର୍ କନଫରେନ୍ସରେ ଆପଲ୍ ନିଜର ଏଆଇ ପ୍ଲାଟର୍ଫମ SIRI ଦ୍ୱାରା ମାର୍ଚ୍ଚ 2025 ସୁଦ୍ଧା ଏହି କାମ ଆରମ୍ଭ କରିଦେବ ବୋଲି ଆନାଉନ୍ସ କରିଥିଲା । ମାତ୍ର କୋଣସି କାରଣରୁ କମ୍ପାନୀ ଏହାକୁ ଲାଗୁ କରିବାରେ ବିଳମ୍ବ କରିଥିଲା ଏବଂ ଏବେ ମଧ୍ଯ ସେଥିରେ କମ୍ପାନୀ କୌଣସି ଅଗ୍ରଗତି ଆଣିନାହିଁ ।
ଗୁଗୁଲର ଆଣ୍ଡ୍ରଏଡ୍ ସଭାପତିଙ୍କ ପ୍ରତିକ୍ରିୟା:
ଗୁଗୁଲର ଆଣ୍ଡ୍ରଏଡ୍ ସଭାପତି ସମୀର ସାମତ, ଜେମିନିର ନୂଆ ଏଜେଣ୍ଟିକ୍ ଫିଚ଼ର ସାହାଯ୍ୟରେ ପିଜା କିପରି ଅର୍ଡର ହେବ ତାହାର ଏକ ଡେମୋ ଦେଖାଇଥିଲେ । ପ୍ରଥମେ ସାମତ ଜେମିନିକୁ କଣ ଅର୍ଡର କରାଯିବ ବୋଲି ପଚ଼ାରିଥିଲେ, ଏବଂ ତା'ପରେ ଏକ ଡେଲିଭରି ଆପ୍ ସାହାଯ୍ୟରେ ଅର୍ଡର କରିବାକୁ ନିର୍ଦେଶ ଦେଇଥିଲେ । ଜେମିନି ଫ୍ୟାମେଲି ଗ୍ରୁପ୍ ଚାଟ୍ ରୁ ସମସ୍ତେ କ'ଣ ଚାହାଁନ୍ତି ତାହା ପ୍ରଥମେ ବୁଝିଥିଲା ଏବଂ ତାହା ଫିଗର ଆଉଟ୍ କରି ସ୍କ୍ରିନରେ ଦେଖାଇଥିଲା । ପରେ ୟୁଜର ଭଏସ୍ ମାଧ୍ୟମରେ ଅର୍ଡ଼ର କମ୍ପଲ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯେତେବେଳେ ଅର୍ଡ଼ର ରେଡ଼ି ହୋଇ ଯାଇଥିଲା ଜେମିନି ଏକ ଆଲର୍ଟ ପଠାଇ ଅର୍ଡ଼ରକୁ ରିଭ୍ୟୁ କରିବା ଏବଂ ପରେ ସବମିଟ୍ ବଟନ୍ ପ୍ରେସ କରିବା ପାଇଁ କହିଥିଲା ।
ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ; ଏହା ଲାଇଭ୍ ନଥିଲା କେବଳ ସ୍କ୍ରିନ୍ ରେକଡିଙ୍ଗ୍ କରାଯାଇଥିବା ଓ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଦର୍ଶକ ବନ୍ଧୁ, ଏହି ଚମତ୍କାର ଫିଚର୍ ଏବେ ସାମସଙ୍ଗ ଗାଲାକ୍ସି S26 ଏବଂ ପିକ୍ସେଲ୍ 10 ଭଳି କିଛି ନୂଆ ସ୍ମାର୍ଟଫୋନରେ ଟେଷ୍ଟ କରାଯାଉଛି । ଏବଂ ଏହା ଶୀଘ୍ର ଗ୍ରାହକଙ୍କ ପାଇଁ ଏହିୃ ସୁବିଧା ଉପଲବ୍ଧ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ : ଭାରତର ନୂଆ ଏଆଇ ନିୟମ ପରେ X ଆଣୁଛି 'Made With AI' ଅଧିକ ପଢ଼ନ୍ତୁ : ଏବେ କାରରେ ଚଲାଇ ପାରିବେ Apple TV ଅଧିକ ପଢ଼ନ୍ତୁ : ଟେକ୍ସଟ୍ ଓ ଫଟୋରୁ ହୋଇପାରିବ ମ୍ୟୁଜିକ୍, Gemini ଆପ୍ ଲଞ୍ଚ କଲା Lyria 3 AI |

