ETV Bharat / technology

ଗଗନଯାନକୁ ନେଇ ବଡ ଅପଡେଟ, 3 ମାନବରହିତ ମିଶନ ପରୀକ୍ଷଣ କରିବ ଇସ୍ରୋ

ଭାରତୀୟ ମହାକାଶ ଇତିହାସରେ ନୂଆ ଦିଗ ନିର୍ଣ୍ଣୟ କରିବ ଇସ୍ରୋର ମିଶନ ଗଗନଯାନ । ଅନୁଭା ଜୈନଙ୍କ ରିପୋର୍ଟ ।

Collaboration and Innovation Key to India’s Future in Human Spaceflight
Collaboration and Innovation Key to India’s Future in Human Spaceflight ((Credit: ISRO))
author img

By Anubha Jain

Published : April 9, 2026 at 11:07 AM IST

|

Updated : April 9, 2026 at 11:45 AM IST

2 Min Read
Choose ETV Bharat

GAGANAYAN , ବେଙ୍ଗାଲୁରୁ(କର୍ଣ୍ଣାଟକ): ଭାରତୀୟ ମହାକାଶ ଅନୁସନ୍ଧାନ ପ୍ରତିଷ୍ଠାନ(ଇସ୍ରୋ) ଚେୟାରମ୍ୟାନ ଭି ନାରାୟଣନ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ଯେ, ମହାକାଶକୁ ମାନବଙ୍କୁ ପଠାଇବା ପୂର୍ବରୁ ଇସ୍ରୋ ସତର୍କତା ଅବଲମ୍ବନ କରୁଛି । ପ୍ରକୃତ ମିଶନ ପୂର୍ବରୁ ପ୍ରଥମେ ତିନି ମାନବରହିତ ମିଶନ ପରୀକ୍ଷଣ କରିବ ଇସ୍ରୋ ।

ବେଙ୍ଗାଲୁରୁରେ ଆୟୋଜିତ ଇଣ୍ଟରନ୍ୟାସନାଲ କନଫରେନ୍ସ ଅନ ସ୍ପେଶକ୍ରାଫ୍ଟ ମିଶନ ଅପରେସନ୍ ଉଦଘାଟନ ଅବସରରେ, ଇସ୍ରୋ ମୁଖ୍ୟ ବି ନାରାୟଣନ କହିଛନ୍ତି ଯେ ‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ଆଧାରରେ ଆମେ ମିଶନ ଗଗନଯାନ ଉପରେ ଦ୍ରୁତ ଗତିରେ କାମ କରୁଛୁ । ମାନବଙ୍କୁ ମହାକାଶ ପଠାଇବା ପୂର୍ବରୁ ମାନବରହିତ ମିଶନକୁ ସଫଳ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ’’ । ସେ କହିଛନ୍ତି ଏବେ ମାନବରହିତ ମିଶନରେ କାମ ଚାଲୁଛି । ବର୍ତ୍ତମାନ ସୁଦ୍ଧା ସମସ୍ତ ଗତିବିଧି ଯୋଜନା ମୁତାବକ ସଠିକ ଦିଗରେ ଚାଲିଛି ।

ଗଗନଯାନକୁ ନେଇ ସେ ଏକ ଜାତୀୟ କାର୍ଯ୍ୟକ୍ରମରେ ସମ୍ବୋଧନ କରି କହିଛନ୍ତି ଯେ, ଏଥିରେ ଅନେକ ଏଜେନ୍ସୀ ଓ ପ୍ରୟୋଗଶାଳା ସାମିଲ ଅଛି । ମିଶନ ଗଗନଯାନ ପାଇଁ IADT-02 ଟେଷ୍ଟ ଓ ଆବଶ୍ୟକୀୟ କାମ ଦ୍ରୁତଗତିରେ ଚାଲୁଛି । ଏହା ଛଡା କ୍ରୁ ସଦସ୍ୟଙ୍କ ସାହାଯ୍ୟ ପାଇଁ ସଖୀ ନାମକ ଏକ ଡିଜିଟାଲ ଆସିଷ୍ଟାଣ୍ଟ ବିକଶିତ କରାଯାଇଛି । ଯାହାକି ସ୍ବାସ୍ଥ୍ୟ ସମ୍ବନ୍ଧିତ ରକ୍ଷଣାବେକ୍ଷଣ କରିବା ସହ ରିଅଲ ଟାଇମ ଟେକ୍ନିକାଲ ସାହାଯ୍ୟ କରିବ ।

Collaboration and Innovation Key to India’s Future in Human Spaceflight
Collaboration and Innovation Key to India’s Future in Human Spaceflight ((Credit: ISRO))

କଣ ରହିବ ଚ୍ୟାଲେଞ୍ଜ ?

ଇସ୍ରୋ ମୁଖ୍ୟ ମହାକାଶ ମିଶନରେ ‘ମିଶନ ଅପରେସନ’କୁ ନେଇ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି ଯେ ଲଞ୍ଚ୍‌ ଭେହିକଲ୍ ଅର୍ଥାତ ରକେଟର କାମ ମାତ୍ର 20ରୁ 25 ମିନିଟର ହୋଇଥାଏ। କିନ୍ତୁ ଏହା ପରବର୍ତ୍ତୀ କାମ ଚ୍ୟାଲେଞ୍ଜଦାୟକ ହୋଇଥାଏ । ଯଦି କୌଣସି ସଂଚାର ଉପଗ୍ରହ 15 ବର୍ଷ ପର୍ଯ୍ୟନ୍ତ ପଠାଯାଇଥାଏ ତେବେ ମିଶନ ଅପରେସନ ଟିମକୁ 15 ବର୍ଷ ପର୍ଯ୍ୟନ୍ତ ନଜର ରଖିବାକୁ ପଡିଥାଏ ।

Kiran Kumar, Padma Shri awardee, former Chairman of ISRO and Chairman of the APEX Science Board
Kiran Kumar, Padma Shri awardee, former Chairman of ISRO and Chairman of the APEX Science Board (ETV Bharat)

ଇଟିଭି ଭାରତ ସହ କଥା ହୋଇ ପଦ୍ମଶ୍ରୀ ବିଜେତା ତଥା ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କିରଣ କୁମାର କହିଛନ୍ତି ଯେ ‘‘ମିଶନ ମଙ୍ଗଳଯାନର ସଫଳତା ପାଇଁ ଟିମକୁ ଲଗାତାର 300 ଦିନ ପର୍ଯ୍ୟନ୍ତ ମିଶନ ଅପରେସନରେ କାମ କରିବାକୁ ପଡିଥିଲା । ମାନବଙ୍କୁ ମହାକାଶ ପଠାଇବା ବେଶୀ ଜଟିଳ ହୋଇପଡେ କାରଣ ଏଠାରେ ମେସିନ ଓ ସଫ୍ଟୱେୟାର ସହ ମାନବ ସୁରକ୍ଷାର ତାଳମେଳ ଦେଖିବାକୁ ପଡେ’’ ।

V Narayan, ISRO Chairman and Department of Space Secretary
V Narayan, ISRO Chairman and Department of Space Secretary ((ETV Bharat))

ପ୍ରଥମ ଥର ବଡ ପରିବର୍ତ୍ତନ

ଚେୟାରମ୍ୟାନ ନାରାୟଣନ କହିଛନ୍ତି ଯେ ‘‘ରକେଟର ମାନବ ରେଟିଂକୁ ସୁରକ୍ଷିତ କରାୟାଉଛି । ଏହା ଛଡା କ୍ରୁ ଏସକେପ ସିଷ୍ଟମ ଓ ପରିବେଶ ନିୟନ୍ତ୍ରଣ ସୁରକ୍ଷା ବ୍ୟବସ୍ଥା ଭଳି ନୂଆ ଟେକନିକକୁ ବିକଶିତ କରାଯାଉଛି । ଯାହା ଦ୍ବାରା ମହାକାଶଯାତ୍ରୀଙ୍କ ସୁରକ୍ଷା ନିର୍ଣ୍ଣୟ କରିହେବ ’’।

L-R: MR Raghavendra; AK Anil Kumar, V Narayanan, Kiran Kumar, Jean Michel Contant, and M Sankaran
L-R: MR Raghavendra; AK Anil Kumar, V Narayanan, Kiran Kumar, Jean Michel Contant, and M Sankaran (ETV Bharat)

ଏହା ମଧ୍ୟ ପଢନ୍ତୁ ଗଗନଯାନ ମିଶନ; ଆଉ ପାଦେ ନିକଟତର ISRO, ସଫଳ ହେଲା ଡ୍ରୋଗ୍‌ ପାରାସୁଟ୍‌ ଟେଷ୍ଟ

ଏହା ମଧ୍ୟ ପଢନ୍ତୁ ଗଗନଯାନ ମିଶନର ପ୍ରସ୍ତୁତି ଜୋରଦାର; ପ୍ରଥମ ପାରାଚୁଟ୍ ସିଷ୍ଟମର ସଫଳ ପରୀକ୍ଷଣ କଲା ଇସ୍ରୋ

Last Updated : April 9, 2026 at 11:45 AM IST