ETV Bharat / technology

ଇଭି ବିକ୍ରିରେ ରେକର୍ଡ: ସେପ୍ଟେମ୍ବରରେ 95% ବଢ଼ିଲା ଇଲେକ୍ଟ୍ରିକ୍ କାର୍ ସେଲ୍‌ସ, ଦେଖନ୍ତୁ ତଥ୍ୟ

ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ (FADA)ର ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର 2026 ରେ ଇଲେକ୍ଟ୍ରିକ୍ ପାସେଞ୍ଜର ଗାଡ଼ି ବିକ୍ରିରେ 94.56 ପ୍ରତିଶତ ବୃଦ୍ଧି ଘଟିଛି ।

ELECTRIC VEHICLE SALES  କାର୍‌ ସେଲ୍ସ ରିପୋର୍ଟ  ଇଲେକ୍ଟ୍ରିକ୍ କାର୍ ବିକ୍ରି  FADA RETAIL DATA  SEPTEMBER 2026 AUTO SALES
Tata Tiago.EV (ଫଟୋ: Tata Motors)
author img

By ETV Bharat Tech Team

Published : October 11, 2026 at 9:00 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଭାରତୀୟ ଅଟୋମୋବାଇଲ୍ ବଜାରରେ ଇଲେକ୍ଟ୍ରିକ୍ ଗାଡ଼ି (EV) ର ଚାହିଦା ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ପାର୍ବଣ ଋତୁର ଆରମ୍ଭରେ ଗ୍ରାହକମାନେ ଇଲେକ୍ଟ୍ରିକ୍ କାର୍ କିଣିବାକୁ ଅଧିକ ପ୍ରାଥମିକତା ଦେଉଛନ୍ତି । ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ୍ (FADA) ପକ୍ଷରୁ ଜାରି ହୋଇଥିବା ସେପ୍ଟେମ୍ବର 2026ର ରିଟେଲ ବିକ୍ରି ତଥ୍ୟ ଅନୁଯାୟୀ, ଦେଶରେ ଇଲେକ୍ଟ୍ରିକ୍ ପାସେଞ୍ଜର ଗାଡ଼ି ସେଗମେଣ୍ଟରେ ଏକ ବଡ଼ ସଫଳତା ଦେଖିବାକୁ ମିଳିଛି । ପାର୍ବଣ ଋତୁର ଶୀଘ୍ର ଆରମ୍ଭ ଏବଂ କମ୍ପାନୀଗୁଡ଼ିକର ନୂଆ ନୂଆ ମଡେଲ୍ ଯୋଗୁଁ ଗ୍ରାହକମାନେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି, ଯାହାଫଳରେ ବଜାରରେ ଇଭି କାର୍‌ର ସେୟାର ବଢ଼ିବାରେ ଲାଗିଛି ।

ସେପ୍ଟେମ୍ବର ମାସର ବିକ୍ରି ଆକଳନ:

FADAର ଆଧିକାରିକ ତଥ୍ୟ ଅନୁସାରେ, ସେପ୍ଟେମ୍ବର 2026ରେ ଭାରତରେ ସମୁଦାୟ 36,108 ୟୁନିଟ୍ ଇଲେକ୍ଟ୍ରିକ୍ ପାସେଞ୍ଜର ଗାଡ଼ି ବିକ୍ରି ହୋଇଛି, ଯାହା ଗତ ବର୍ଷ ସେପ୍ଟେମ୍ବର 2025ର 18,559 ୟୁନିଟ୍ ତୁଳନାରେ ବାର୍ଷିକ ଆଧାରରେ 94.56 ପ୍ରତିଶତ ଅର୍ଥାତ୍ ପ୍ରାୟ 95 ପ୍ରତିଶତ ଅଧିକ ଅଟେ । ସେହିପରି ଅଗଷ୍ଟ 2026ରେ ହୋଇଥିବା 30,696 ୟୁନିଟ୍ ବିକ୍ରି ତୁଳନାରେ ମାସିକ ଆଧାରରେ ମଧ୍ୟ ଏଥିରେ 17.63 ପ୍ରତିଶତର ବୃଦ୍ଧି ରେକର୍ଡ କରାଯାଇଛି । ଏହି ଦମଦାର୍ ବିକ୍ରି କାରଣରୁ ମୋଟ ପାସେଞ୍ଜର ଗାଡ଼ି ବଜାରରେ ଇଭି ସେଗମେଣ୍ଟର ମାର୍କେଟ୍ ସେୟାର ବଢ଼ି 8.5 ପ୍ରତିଶତ ହୋଇଯାଇଛି, ଯାହା ଅଗଷ୍ଟ 2026ରେ 7.6 ପ୍ରତିଶତ ଏବଂ ସେପ୍ଟେମ୍ବର 2025ରେ ମାତ୍ର 5.7 ପ୍ରତିଶତ ରହିଥିଲା ।

ଫେଷ୍ଟିଭାଲ ସେଲ୍‌ରେ ବମ୍ପର ରିହାତି ସହ ମିଳୁଛି ଏହି 5ଟି ଦମଦାର୍ 5G ଫୋନ୍, ଦେଖନ୍ତୁ ଲିଷ୍ଟ୍

ଟାଟା ମୋଟର୍ସ ଏବଂ ମହିନ୍ଦ୍ରାର ଏକଚଟିଆ ପ୍ରଭାବ:

ଘରୋଇ ବଜାରରେ ସବୁଥର ଭଳି ଏଥର ମଧ୍ୟ ଟାଟା ମୋଟର୍ସ ନିଜର ଦେଶୀ ଦବ୍‌ଦବା ବଜାୟ ରଖି ମାର୍କେଟ୍ ଲିଡର୍ ସାଜିଛି । କମ୍ପାନୀ ସେପ୍ଟେମ୍ବର 2026ରେ ସମୁଦାୟ 14,791 ୟୁନିଟ୍ ଇଲେକ୍ଟ୍ରିକ୍ କାର୍ ବିକ୍ରି କରି ପ୍ରଥମ ସ୍ଥାନରେ ରହିଛି । ଏହା ସେପ୍ଟେମ୍ବର 2025ର 7,369 ୟୁନିଟ୍ ତୁଳନାରେ ବାର୍ଷିକ ଆଧାରରେ 100.72 ପ୍ରତିଶତର ବୃଦ୍ଧି ଏବଂ ଅଗଷ୍ଟ 2026ର 13,158 ୟୁନିଟ୍ ତୁଳନାରେ ମାସିକ ଆଧାରରେ 12.41 ପ୍ରତିଶତର ବୃଦ୍ଧି ଅଟେ ଏହି ଦୌଡ଼ରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା 7,780 ୟୁନିଟ୍ ଗାଡ଼ି ବିକ୍ରି କରି ଦ୍ୱିତୀୟ ସ୍ଥାନ ବଜାୟ ରଖି । ଏହା ଗତ ବର୍ଷ ସମାନ ଅବଧିର 3,973 ୟୁନିଟ୍ ତୁଳନାରେ 95.82 ପ୍ରତିଶତର ବାର୍ଷିକ ବୃଦ୍ଧି ଏବଂ ଅଗଷ୍ଟ 2026ର 6,464 ୟୁନିଟ୍ ତୁଳନାରେ ମାସିକ ଆଧାରରେ 20.36 ପ୍ରତିଶତର ବୃଦ୍ଧି ଦର୍ଶାଉଛି ଅନ୍ୟପଟେ JSW MG Motor India Pvt Ltd ସମୁଦାୟ 5,242 ୟୁନିଟ୍ ରିଟେଲ ବିକ୍ରି ସହିତ ତୃତୀୟ ସ୍ଥାନ ହାସଲ କରିଛି, ଯାହା ବାର୍ଷିକ ଆଧାରରେ 9.14 ପ୍ରତିଶତ ଏବଂ ମାସିକ ଆଧାରରେ 13.41 ପ୍ରତିଶତ ଅଧିକ ଅଟେ ।

ଅନ୍ୟାନ୍ୟ ପ୍ରମୁଖ କମ୍ପାନୀଗୁଡ଼ିକର ପ୍ରଦର୍ଶନ:

ଭାରତୀୟ ବଜାରରେ ନୂଆ କରି ପ୍ରବେଶ କରିଥିବା ଭିଏତନାମର ଇଲେକ୍ଟ୍ରିକ୍ କାର୍ ନିର୍ମାତା କମ୍ପାନୀ ବିନଫାଷ୍ଟ ଅଟୋ ଇଣ୍ଡିଆ (VinFast Auto India) ମଧ୍ୟ ନିଜର ବିକ୍ରି ବେଶ୍ ବଢ଼ାଇଛି କମ୍ପାନୀ ସେପ୍ଟେମ୍ବର ମାସରେ 2,964 ୟୁନିଟ୍ ବିକ୍ରି କରିଛି, ଯାହା ଅଗଷ୍ଟ 2026ର 2,199 ୟୁନିଟ୍ ତୁଳନାରେ ମାସିକ ଆଧାରରେ 34.79 ପ୍ରତିଶତର ବୃଦ୍ଧି ଦେଖାଇଛି, ଯେଉଁଠି ସେପ୍ଟେମ୍ବର 2025ରେ କମ୍ପାନୀ ମାତ୍ର 6 ୟୁନିଟ୍ ଗାଡ଼ି ବିକ୍ରି କରିଥିଲା ସେହିପରି Kia India ମଧ୍ୟ 1,262 ୟୁନିଟ୍ ଇଭି ବିକ୍ରି କରିବାରେ ସଫଳ ହୋଇଛି, ଯାହା ବାର୍ଷିକ ଆଧାରରେ 111.04 ପ୍ରତିଶତ ଏବଂ ମାସିକ ଆଧାରରେ 95.66 ପ୍ରତିଶତର ବୃଦ୍ଧି ଅଟେ ଅନ୍ୟପଟେ ଦେଶର ସବୁଠାରୁ ବଡ଼ କାର୍ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ସେପ୍ଟେମ୍ବର ମାସରେ 1,104 ୟୁନିଟ୍ ଇଭି ବିକ୍ରି କରିଛି, ଯାହା ଅଗଷ୍ଟ 2026ର 1,412 ୟୁନିଟ୍ ତୁଳନାରେ ପ୍ରାୟ 21.81 ପ୍ରତିଶତର ହ୍ରାସକୁ ଦର୍ଶାଉଛି । ପାର୍ବଣ ଋତୁ ଯୋଗୁଁ ଆଗକୁ ଇଭି ବଜାରର ସାମଗ୍ରିକ ବିକ୍ରି ଆହୁରି ବଢ଼ିବ ବୋଲି ଆଶା କରାଯାଉଛି ।

Kawasaki Z300ରୁ ହଟିଲା ପରଦା, ଜାଣନ୍ତୁ କେବେ ପ୍ରକାଶ ପାଇବ ମୂଲ୍ୟ