ETV Bharat / technology

YouTube କୁ ବଡ଼ ଟକ୍କର: ଗ୍ଲୋବାଲ୍ ଲଞ୍ଚ ହେବାକୁ ଯାଉଛି Bilibili, କ୍ରିଏଟର୍ସଙ୍କୁ ମୋଟା ଅଙ୍କର ପଇସା

ୟୁଟ୍ୟୁବ୍‌କୁ କଡ଼ା ଟକ୍କର ଦେବା ପାଇଁ ବଜାରକୁ ଆସୁଛି ଚୀନ୍‌ର ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ବିଲିବିଲି, ଯାହା ବିଶ୍ୱ ସ୍ତରରେ ତାର ସେବା ପ୍ରସାର କରୁଛି ।

Chinese platform Bilibili
ଚାଇନିଜ୍‌ ପ୍ଲାର୍ଟଫର୍ମ ବିଲିବିଲି (Bilibili) (Image Credit: PlayStore)
author img

By ETV Bharat Tech Team

Published : August 24, 2026 at 6:47 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ୟୁଟ୍ୟୁବ୍‌ (Youtube)କୁ କଡ଼ା ଟକ୍କର ଦେବା ବଜାରରେ ଏକ ନୂଆ ଭିଡିଓ ଷ୍ଚ୍ରିମିଂ ପ୍ଲାର୍ଟଫର୍ମ ଆସୁଛି । ଏହି ଚାଇନିଜ୍‌ ପ୍ଲାର୍ଟଫର୍ମ ନାମ ହେଉଛି ବିଲିବିଲି (Bilibili) । କମ୍ପାନୀ ନିଜ ପ୍ଲାର୍ଟଫର୍ମକୁ ଇଂରାଜୀ ଭାଷାରେ ରୂପାନ୍ତରିତ କରିବା ପକ୍ରିୟା ପୂର୍ବରୁ ହିଁ ଆରମ୍ଭ କରିଦେଇଛି । ବିଲିବିଲି ଏକ ଚାଇନିଜ୍‌ ଭିଡିଓ ଷ୍ଟ୍ରିମିଂ ପ୍ଲାର୍ଟଫର୍ମ ଅଟେ, ଯାର ଏକ ୱେବସାଇଟ୍ ଏବଂ ଏକ ଆପ୍‌ ଭେରିଏଣ୍ଟ ହେବାକୁ ଯାଉଛି ।

ଟେକ୍ନୋଲୋଜି ଦୃଷ୍ଟିକୋଣରୁ ଦେଖିଲେ ୟୁଟ୍ୟୁବ୍‌ ଏବଂ ବିଲିବିଲି ମଧ୍ୟରେ ସେଭଳି କୌଣସି ବିଶେଷ ତଫାତ୍ ନାହିଁ । କିନ୍ତୁ ବ୍ୟବସାୟିକ ପୋଜିସନିଂ ମାମଲାରେ ଏହି ପ୍ଲାର୍ଟଫର୍ମଟି ୟୁଟ୍ୟୁବ୍‌ ଠାରୁ ସାମାନ୍ୟ ଅଲଗା ଅଟେ । ବିଲିବିଲି ମୁଖ୍ୟତଃ ଜେନ୍ ଜି (Gen Z) କୁ ଟାର୍ଗଟେ କରିଥାଏ । ଧ୍ୟାନଦେବା ଭଳି କଥା ହେଉଛି ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବ୍ୟବସାୟ କେବଳ ଚୀନ୍ ଭିତରେ ସିମୀତ ଥିଲା, କିନ୍ତୁ ଏବେ ଏହା ଗ୍ଲୋବାଲ ହେବାକୁ ଯାଉଛି । ଏହି କାରଣରୁ କମ୍ପାନୀ ସବୁଠାରୁ ପ୍ରଥମେ ଲସ୍‌ ଆଞ୍ଜେଲସ୍‌, ଲଣ୍ଡନ, ମେକ୍ସିକୋ ସିଟି, ସାଓ ପାଓଲୋ, ଇସ୍ତାନବୁଲ୍‌ ଏବଂ ଟୋକିଓରେ ନିଯୁକ୍ତ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି ।

UGC ଉପରେ ଫୋକସ୍ :

ୟୁଟ୍ୟୁବ୍‌ ଭଳି ଏଠାରେ ମଧ୍ୟ ୟୁଜର୍ସ ମାନେ ଅନେକ ପ୍ରକାରର କଣ୍ଟେଟ ଦେଖିବାକୁ ପାଇବେ । ଏହା ମଧ୍ୟରେ ଆନିମେସନ୍ କଣ୍ଟେଟ୍ ସହିତ ମନୋରଞ୍ଜନ, ଗେମିଂ ଏବଂ ଅନେକ ପ୍ରକାର ପସନ୍ଦଯୋଗ୍ୟ ଭିଡିଓ ସାମିଲ ରହିବ । ଏହି ସବୁ UGC ଅର୍ଥାତ ୟୁଜର ଜେନେରେଟେଡ୍‌ କଣ୍ଟେଟ୍‌ ହେବ । ବିଲିବିଲି ପକ୍ଷରୁ ନିଜ ଆଡୁ କୌଣସି କଣ୍ଟେଟ୍‌ ପ୍ରସ୍ତୁତ କରାଯିବ ନାହିଁ ।

ଏହି ସୂଚନା ମଧ୍ୟ ସାମ୍ନାକୁ ଆସିଛି ଯେ କମ୍ପାନୀ ୟୁଟ୍ୟୁବ୍ ସହିତ ମୁକାବିଲା କରିବା ପାଇଁ ଏକ ଆକ୍ରମଣାତ୍ମକ ରଣନୀତି ଆପଣେଇବ । ଏଥିପାଇଁ କମ୍ପାନୀ ସାରା ବିଶ୍ୱର ପ୍ରସିଦ୍ଧ କଣ୍ଟେଟ୍‌ କ୍ରିଏଟର୍ସମାନଙ୍କୁ ନିଜ ସହିତ ଯୋଡିବା ଏବଂ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ପ୍ରଦାନ କରିବାରେ କୌଣସି ଦ୍ୱିଧା ପ୍ରଦାନ କରିବ ନାହିଁ । ସୁତ୍ର ଅନୁଯାୟୀ କମ୍ପାନୀ ଅତି ଶୀଘ୍ର ୟୁଟ୍ୟୁବ୍‌ର ଗ୍ଲୋବାଲ ଇନଫ୍ଲୁଏନ୍ସରମାନଙ୍କୁ ନିଜ ସହିତ ଯୋଡ଼ିବା ଉପରେ ବିଚାର କରିପାରେ ।

ଭାରତରେ ବିଲିବିଲି ଲଞ୍ଚକୁ ସମ୍ଭାବନା କଣ ରହିଛି ?

ଯଦିଓ ଏହାକୁ ଗ୍ଲୋବାଲ୍‌ ଲେଭଲ୍‌ରେ ଲଞ୍ଚ କରାଯାଏ, ତେବେ ଏହି ପ୍ଲାର୍ଟଫର୍ମକୁ ଭାରତରେ ମଧ୍ୟ ଲଞ୍ଚ କରାଯାଇପାରେ । କିନ୍ତୁ ଏହାକୁ ନେଇ ଏକ ସମସ୍ୟା ରହିଛି । କାରଣ ଭାରତ ସରକାର ପୂର୍ବରୁ ଟିକ୍‌ଟକ୍‌ (TikTok) ସମେତ ଅନେକ ଚାଇନିଜ୍ ଆପ୍ ଭାରତରେ ବ୍ୟବସାୟ କରିପାରିବ ନାହିଁ । ତେଣୁ ଏହି ପ୍ରଶ୍ନ ଉଠୁଛି ଯେ କଣ ଏହି ପ୍ଲାର୍ଟଫର୍ମ ଭାରତରେ କାରବାର କରିବ ?

ଏହି ରିପୋର୍ଟ ପ୍ରକାଶ କରିବା ସମୟରେ (24 ଅଗଷ୍ଟ 2026, ସନ୍ଧ୍ୟା 3:46), ଇଟିଭି ଭାରତର ପ୍ରତିନିଧି ନିଜ କମ୍ପୁଟରରୁ ଏହି ପ୍ଲାର୍ଟଫର୍ମକୁ ଆକ୍ସେସ କରିବା ପାଇଁ ଚେଷ୍ଟା କରିଥିଲେ । ଏବଂ ତାଙ୍କ କମ୍ପୁଟରରୁ ଏହି ପ୍ଲାର୍ଟଫର୍ମ ଖୋଲିଗଲା । ସାଙ୍ଗେ ସାଙ୍ଗେ ସେଠାରେ ଅନେକ ଭିଡିଓ ମଧ୍ୟ ପ୍ଲେ କରାଯାଇ ପାରିଲା ।

ଯଦିଓ ବର୍ତ୍ତମାନ ଏହି ସମସ୍ତ ଭିଡିଓ ଚାଇନିଜ୍‌ ଭାଷାରେ ଥିଲା, ତେଣୁ ଗ୍ଲୋବାଲ ଲଞ୍ଚ ପରେ କଣ ସ୍ଥିତି ହେବ, ଏହି ବିଷୟରେ କୌଣସି ସୂଚ଼ନା ବୁଝିବା ସମ୍ଭବ ନଥିଲା । ସମ୍ପୂର୍ଣ୍ଣ ପ୍ଲାର୍ଟଫର୍ମ ଟେକ୍ସଟ୍‌ ଚାଇନିଜ୍‌ ଭାଷାରେ ଅଛି, କିନ୍ତୁ ଏହାର ଇଂରାଜୀ ଅନୁବାଦ ଉପଲବ୍ଧ ରହିଛି ଏବଂ ଦେଖିବାକୁ ଏହାର ୟୁଜର ଇଣ୍ଟରଫେସ୍ ବହୁତ ମାତ୍ରାରେ ୟୁଟ୍ୟୁବ୍ ଭଳି ହିଁ ଦେଖାଯାଉଛି ।

ଏହା ମଧ୍ୟ ପଢନ୍ତୁ:

Lava ଆଣିଲା 6000mAh ବ୍ୟାଟେରୀ ବାଲା ଦମଦାର୍ ଫୋନ୍ Virat V1 Pro 5G, ମୂଲ୍ୟ 15000 ଟଙ୍କାରୁ ବି କମ୍