ଫେଷ୍ଟିଭାଲ ସେଲ୍ରେ ବମ୍ପର ରିହାତି ସହ ମିଳୁଛି ଏହି 5ଟି ଦମଦାର୍ 5G ଫୋନ୍, ଦେଖନ୍ତୁ ଲିଷ୍ଟ୍
ଫେଷ୍ଟିଭାଲ ସେଲ୍ରେ 25,000 ଟଙ୍କାରୁ କମ୍ ଦାମ୍ରେ Samsung, iQOO, OnePlus ଭଳି ବ୍ରାଣ୍ଡର 5ଟି ଶକ୍ତିଶାଳୀ 5G ସ୍ମାର୍ଟଫୋନ୍ ଆକର୍ଷଣୀୟ ବ୍ୟାଙ୍କ ଅଫର ସହ ମିଳୁଛି ।

Published : October 11, 2026 at 3:33 PM IST
ହାଇଦ୍ରାବାଦ: ଗ୍ଲୋବାଲ ମାର୍କେଟ୍ରେ ମେମୋରୀ ଏବଂ ପ୍ରୋସେସରର ବଦଳୁଥିବା ମୂଲ୍ୟ ଯୋଗୁଁ ଗତ କିଛି ମାସ ହେବ ସ୍ମାର୍ଟଫୋନ ଦାମ୍ରେ ବଡ଼ ବୃଦ୍ଧି ଘଟିଛି । ଏଭଳି ପରିସ୍ଥିତିରେ ବଜେଟ୍ ସେଗମେଣ୍ଟର ଫୋନ ଗୁଡିକ ଏବେ ମିଡ୍-ରେଞ୍ଜ ବଜେଟ୍ ଭିତରକୁ ଚାଲିଆସିଛନ୍ତି । କିନ୍ତୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣ ଋତୁ ଅବସରରେ ପ୍ରମୁଖ ଇ-କମର୍ସ ୱେବସାଇଟ୍ ଗୁଡିକରେ ଫେଷ୍ଟିଭାଲ ସେଲ୍ ଆରମ୍ଭ ହୋଇସାରିଛି । ଏହି ସେଲ୍ ସମୟରେ ଅନେକ ପପୁଲାର ସ୍ମାର୍ଟଫୋନ୍ର ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି । ଯଦି ଆପଣ 25,000 ଟଙ୍କା ବଜେଟ୍ ମଧ୍ୟରେ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି 5ଟି ବେଷ୍ଟ ଅପ୍ସନ ଉପରେ ନଜର ପକାନ୍ତୁ ।
1. Samsung Galaxy M17 5G:

ସାମସଙ୍ଗର ଏହି ନୂଆ ସ୍ମାର୍ଟଫୋନ୍ 25,000 ଟଙ୍କାରୁ କମ୍ ବଜେଟ୍ରେ ଏକ ସୁନ୍ଦର ବିକଳ୍ପ । ଫେଷ୍ଟିଭାଲ ସେଲ୍ ପୂର୍ବରୁ ଏହାର ମୂଲ୍ୟ 24,999 ଟଙ୍କା ରହିଥିବା ବେଳେ ବର୍ତ୍ତମାନ ସେଲ୍ରେ ଏହାର ଦାମ୍ ହ୍ରାସ ପାଇ 21,999 ଟଙ୍କା ହୋଇଯାଇଛି । ଏହା ସହିତ Amazonରେ ଏହି ଫୋନ୍ ଉପରେ 1,250 ଟଙ୍କାର ବ୍ୟାଙ୍କ ଅଫର ମଧ୍ୟ ଉପଲବ୍ଧ ହେଉଛି ।
ଯଦି ଏହାର ସ୍ପେସିଫିକେସନ୍ କଥା କହିବା ଏଥିରେ 6.7 ଇଞ୍ଚର ସୁପର୍ ଆମୋଲେଡ୍ FHD+ ଡିସପ୍ଲେ ସହ ଅକ୍ଟା-କୋର୍ Samsung Exynos 1330 ପ୍ରୋସେସର ଦିଆଯାଇଛି । କାର୍ଯ୍ୟକ୍ଷମତା ପାଇଁ ଏଥିରେ 4GB, 6GB ଏବଂ 8GB RAM ବିକଳ୍ପ ସହ 128GB ଇଣ୍ଟରନାଲ ଷ୍ଟୋରେଜ୍ ମିଳୁଛି । ଫୋନ୍ଟି ଆଣ୍ଡ୍ରଏଡ୍ 15 ଓସିଡିଂ ସିଷ୍ଟମରେ ଚାଲେ, ଯେଉଁଥିରେ 6 ଜେନେରେସନ୍ OS ଅପଗ୍ରେଡ୍ ଏବଂ 6 ବର୍ଷର ସିକ୍ୟୁରିଟି ଅପଡେଟ୍ ପ୍ରତିଶ୍ରୁତି ରହିଛି । ଏହାର ପଛରେ ଓଆଇଏସ୍ (OIS) ସହ 50MP ମେନ୍ କ୍ୟାମେରା, ଅଲ୍ଟ୍ରା-ୱାଇଡ୍ ଓ 2MP ମ୍ୟାକ୍ରୋ ଲେନ୍ସ ରହିଛି ଏବଂ ସେଲଫି ପାଇଁ 13MP କ୍ୟାମେରା ଅଛି । ପାୱାର ପାଇଁ ଏଥିରେ 5,000mAh ବ୍ୟାଟେରୀ ଏବଂ ଧୂଳି ଓ ପାଣିରୁ ସୁରକ୍ଷା ପାଇଁ IP54 ରେଟିଂ ଦିଆଯାଇଛି । ଏହାର ଓଜନ 192 ଗ୍ରାମ ଏବଂ ଡାଇମେନସନ୍ 164.4 x 77.9 x 7.5 ମିଲିମିଟର ଅଟେ ।
2. iQOO Z11 Lite 5G:

ଆଇକ୍ୟୁର Z11 Lite 5G ସ୍ମାର୍ଟଫୋନ୍ ବର୍ତ୍ତମାନ 22,499 ଟଙ୍କା ମୂଲ୍ୟରେ ତାଲିକାଭୁକ୍ତ ହୋଇଛି । ଚିପ୍ ଏବଂ ମେମୋରୀ ସଙ୍କଟ ଯୋଗୁଁ ଏହାର ଦାମ୍ ବୃଦ୍ଧି ପାଇଥିଲେ ମଧ୍ୟ Amazon ଫେଷ୍ଟିଭାଲ ସେଲ୍ରେ 674 ଟଙ୍କାର କ୍ୟାଶବ୍ୟାକ୍ ଅଫର ମିଳୁଛି, ଯାହାଦ୍ୱାରା ଏହାକୁ 21,824 ଟଙ୍କାରେ କିଣାଯାଇପାରିବ । ଏହା ସହିତ କମ୍ପାନୀ ଏହା ଉପରେ 21,374 ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ୍ ଅଫର ମଧ୍ୟ ପ୍ରଦାନ କରୁଛି ।
ଫିଚର୍ସ ବିଷୟରେ କହିଲେ, ଏଥିରେ 6.74 ଇଞ୍ଚର IPS LCD HD+ ଡିସପ୍ଲେ ରହିଛି, ଯାହା 120Hz ରିଫ୍ରେଶ୍ ରେଟ୍ ଏବଂ 1200 ନିଟ୍ସ ବ୍ରାଇଟନେସ୍ ସପୋର୍ଟ କରେ । ଏଥିରେ ମିଡିଆଟେକ୍ ଡାଇମେନସିଟି 6300 (6nm) ପ୍ରୋସେସର ଏବଂ Mali-G57 MC2 GPU ରହିଛି । ଏହି ଫୋନ୍ 4GB ଓ 6GB ଲିଙ୍କ୍ ହୋଇଥିବା RAM ଏବଂ 128GB ଓ 256GB ଷ୍ଟୋରେଜ୍ ବିକଳ୍ପରେ ଆସେ, ଯାହାକୁ ମାଇକ୍ରୋ ଏସଡି କାର୍ଡ ସାହାଯ୍ୟରେ ବଢ଼ାଯାଇପାରିବ । ଏହା ଆଣ୍ଡ୍ରଏଡ୍ 16 ଆଧାରିତ OriginOS 6 ଏବଂ AI ଫିଚର୍ସ ସହ କାର୍ଯ୍ୟ କରେ । କ୍ୟାମେରା ସେଟଅପ୍ରେ 50MP ମେନ୍ କ୍ୟାମେରା ସହ ଡେପଥ୍ AI ଲେନ୍ସ ଏବଂ ସାମ୍ନାରେ 5MP ସେଲଫି କ୍ୟାମେରା ମିଳୁଛି । ଏଥିରେ 6,500 mAhର ବୃହତ ବ୍ୟାଟେରୀ ଏବଂ IP65 ମିଲିଟାରୀ-ଗ୍ରେଡ୍ ଡ୍ରପ୍ ରେଜିଷ୍ଟାନ୍ସ (MIL-STD-810H) ସୁରକ୍ଷା ରହିଛି । ଏହାର ଓଜନ 209 ଗ୍ରାମ ଅଟେ ।
3. OnePlus N6:

ୱାନପ୍ଲସର N6 5G ସ୍ମାର୍ଟଫୋନ୍ ମଧ୍ୟ ଏହି ପ୍ରାଇସ୍ ରେଞ୍ଜ୍ରେ ଏକ ଶକ୍ତିଶାଳୀ ବିକଳ୍ପ । ପୂର୍ବରୁ ଏହାର ଦାମ୍ 24,999 ଟଙ୍କା ଥିବା ବେଳେ ବର୍ତ୍ତମାନ ଫେଷ୍ଟିଭାଲ ସେଲ୍ରେ ଫ୍ଲିପକାର୍ଟ ଏହାକୁ 22,780 ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ କିଣିହେବ । ଗ୍ରାହକମାନେ ଏହା ଉପରେ 1,650 ଟଙ୍କାର ବ୍ୟାଙ୍କ ଡିସକାଉଣ୍ଟର ଫାଇଦା ମଧ୍ୟ ଉଠାଇପାରିବେ । ଏହି ଫୋନ୍ରେ 6.8 ଇଞ୍ଚର HD+ IPS LCD ଡିସପ୍ଲେ ରହିଛି, ଯାହା 120Hz ରିଫ୍ରେଶ୍ ରେଟ୍ ଏବଂ 1,200 ନିଟ୍ସ ପିକ୍ ବ୍ରାଇଟନେସ୍ ଯୋଗାଇଥାଏ । ଏଥିରେ ମିଡିଆଟେକ୍ ଡାଇମେନସିଟି 6360 Apex (4nm/6nm) ପ୍ରୋସେସର ସହ 4GB ଓ 6GB RAM ଏବଂ 128GB ଷ୍ଟୋରେଜ୍ ମିଳୁଛି । ଫୋନ୍ଟି OxygenOS 16 (ଆଣ୍ଡ୍ରଏଡ୍ 16) ଉପରେ ଆଧାରିତ । ଏହାର ପଛରେ AI ଏଡିଟିଂ ଟୁଲ୍ସ ସହିତ 50MP ପ୍ରାଇମେରୀ କ୍ୟାମେରା ଏବଂ ସାମ୍ନାରେ 8MP ସେଲଫି କ୍ୟାମେରା ରହିଛି । ସବୁଠାରୁ ଖାସ୍ କଥା ହେଉଛି, ଏଥିରେ 8,000 mAhର ଏକ ଶକ୍ତିଶାଳୀ ବ୍ୟାଟେରୀ ପ୍ରଦାନ କରାଯାଇଛି ।
4. Infinix Note Edge:

ଇନଫିନିକ୍ସ ନିଜର ଏହି ପ୍ରିମିୟମ ଡିଜାଇନ୍ ଫୋନ୍ ଫ୍ଲିପକାର୍ଟ ମାଧ୍ୟମରେ ବିକ୍ରି କରୁଛି । ଯେଉଁ ଫୋନ୍ର ପ୍ରକୃତ ମୂଲ୍ୟ 28,999 ଟଙ୍କା ରହିଥିଲା, ତାହା ଚଳିତ ଫେଷ୍ଟିଭାଲ ସେଲ୍ରେ ହ୍ରାସ ପାଇ ମାତ୍ର 22,999 ଟଙ୍କା ହୋଇଯାଇଛି । ଏହା ଉପରେ ମଧ୍ୟ ଗ୍ରାହକମାନଙ୍କୁ 1,150 ଟଙ୍କାର ବ୍ୟାଙ୍କ ଅଫର ମିଳୁଛି, ଯାହାଫଳରେ ଏହାର ପ୍ରଭାବୀ ମୂଲ୍ୟ ପ୍ରାୟ 21,987 ଟଙ୍କାକୁ ଚାଲିଆସୁଛି । ଏହି ଫୋନ୍ରେ 6.78 ଇଞ୍ଚର 3D କର୍ଭଡ୍ LTPS ଆମୋଲେଡ୍ ପଞ୍ଚ-ହୋଲ୍ ଡିସପ୍ଲେ ରହିଛି । ଏଥିରେ ମିଡିଆଟେକ୍ ଡାଇମେନସିଟି 7100 ଅକ୍ଟା-କୋର ପ୍ରୋସେସର ବ୍ୟବହାର କରାଯାଇଛି । ଏହା 6GB ଓ 8GB RAM (MemFusion ଭର୍ଚ୍ଚୁଆଲ RAM ସହ) ଏବଂ 128GB ଓ 256GBର ଭିନ୍ନ ଭିନ୍ନ ଷ୍ଟୋରେଜ୍ ଭାରିଆଣ୍ଟରେ ଆସିଥାଏ । ଏହା ଆଣ୍ଡ୍ରଏଡ୍ 16 ଆଧାରିତ XOS 16ରେ ଚାଲେ । କ୍ୟାମେରା ବିଷୟରେ କହିଲେ, ଏହାର ପଛରେ 2K ଭିଡିଓ ସପୋର୍ଟ ସହ 50MP ମେନ୍ କ୍ୟାମେରା ଏବଂ ସାମ୍ନାରେ 13MPର ୱାଇଡ୍-ଆଙ୍ଗେଲ ସେଲଫି କ୍ୟାମେରା ଅଛି । ଏଥିରେ 6,500 mAhର ସିଲିକନ୍-କାର୍ବନ ବ୍ୟାଟେରୀ ଦିଆଯାଇଛି ।
5. Realme Narzo 100x 5G:

ରିଅଲମି Narzo 100x 5Gକୁ ଏହି ସେଲ୍ରେ ବିଶେଷ ରିହାତି ସହ ମାତ୍ର 22,741 ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଛି, ଯେଉଁଠି ପୂର୍ବରୁ ଏହାର ଦାମ୍ 263,995 ଟଙ୍କା ଥିଲା । ଏହା ବ୍ୟତୀତ ଫୋନ୍ ଉପରେ 1,613 ଟଙ୍କାର ବ୍ୟାଙ୍କ ଅଫର ମଧ୍ୟ ମିଳୁଛି, ଯାହା ଏହାର ଦାମକୁ ଆହୁରି କମ୍ କରିଦିଏ । ଏହି ସ୍ମାର୍ଟଫୋନ୍ରେ 6.81 ଇଞ୍ଚର HD+ IPS LCD ଡିସପ୍ଲେ ମିଳୁଛି । ପ୍ରୋସେସର ଭାବେ ଏଥିରେ ମିଡିଆଟେକ ଡାଇମେନସିଟି 6300 (6nm) ଚିପସେଟ୍ ରହିଛି । ଏହା 4GB ଓ 6GB RAM ଏବଂ 128GB ଓ 256GB UFS 2.2 ଷ୍ଟୋରେଜ୍ ସହ ଆସେ, ଯାହାକୁ ହାଇବ୍ରିଡ୍ ସ୍ଲଟ୍ ଜରିଆରେ ବଢ଼ାଯାଇପାରିବ । ଫୋନ୍ଟି Realme UI 7.0 (ଆଣ୍ଡ୍ରଏଡ୍ 16) ଏବଂ Gemini Live ସପୋର୍ଟ ସହ କାର୍ଯ୍ୟକ୍ଷମ ଅଟେ । ଏଥିରେ 50MP ପ୍ରାଇମେରୀ AI କ୍ୟାମେରା ଏବଂ 8MPର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଏହି ହ୍ୟାଣ୍ଡସେଟ୍ରେ 8,000 mAhର ଶକ୍ତିଶାଳୀ Titan ବ୍ୟାଟେରୀ ପ୍ରଦାନ କରାଯାଇଛି ।

