ଏବେ କାରରେ ଚଲାଇ ପାରିବେ Apple TV
iPhone ବ୍ୟବହାରକାରୀମାନେ ସେମାନଙ୍କର ସମର୍ଥିତ କାର୍ ସ୍କ୍ରିନରେ ସିଧାସଳଖ Apple TV ଚଲାଇ ପାରିବେ । AirPlay ମାଧ୍ୟମରେ ଷ୍ଟିମ ଦେଖିପାରିବେ,ଫିଲ୍ମ ସହିତ ଆପଲ TVର ଶୋକୁ ଷ୍ଟ୍ରିମ୍ କରିପାରିବେ ।

Published : February 21, 2026 at 10:58 PM IST
ହାଇଦ୍ରାବାଦ: ବିଶ୍ୱର କେତକ ପ୍ରମୁଖ ଟେକ୍ କମ୍ପାନୀ ମଧ୍ୟରେ ଅନ୍ୟତମ Apple । ନୂତନ ଫିଚର୍ସ ଆଣିବାରେ ଏହି କମ୍ପାନୀ ବେଶ୍ ପରିଚିତ । ପୁଣିଥରେ ଆଉ ଏକ ନୂଆ ଫିଚର୍ସ ଆଣି ଚର୍ଚ୍ଚା ବିଷୟ ପାଲିଟିଛ ଏହି କମ୍ପାନୀ । Apple ଏବେ କାରରେ Apple TV ଆଣିବାକୁ ଯାଉଛି । iPhone ବ୍ୟବହାରକାରୀମାନେ ସେମାନଙ୍କର ସମର୍ଥିତ କାର୍ ସ୍କ୍ରିନରେ ସିଧାସଳଖ Apple TV ଷ୍ଟ୍ରିମ୍ କରିପାରିବେ । ଏହି ଫିଚର୍ସ ନାମ 'AirPlay Video in the Car' । ତେବେ ଆସନ୍ତୁ ଏହି ଖବର ଉପରେ ଅଧିକ ନଜର ପକାଇବା ।
'AirPlay Video in the Car' କଣ ?
ଆପଲର ଡ଼େଭଲପର ଡ଼କ୍ୟୁମେଣ୍ଟସନ ଅନୁସାରେ ଆଇଫୋନ ବ୍ୟବହାରକାରୀମାନେ ସିଧାସଳଖ ଭାବେ CarPlay ଡିସପ୍ଲେରେ କନକ୍ଟେ କରି AirPlay Video ଏନାବୁଲ କରିପାରିବେ । କିନ୍ତୁ ଏହି କାରପ୍ଲେ ଫିଚର AirPlay ମାଧ୍ୟମରେ ଆଇଫୋନ ବ୍ୟବହାରକାରୀମାନେ ଷ୍ଟିମ ଦେଖିପାରିବେ, ଫିଲ୍ମ ସହିତ ଆପଲ TVର ଶୋକୁ ଷ୍ଟ୍ରିମ୍ କରିପାରିବେ ।
ଅନ୍ୟ ଫିଚର ମାନଙ୍କ ମଧ୍ୟରେ
- ଆଇଫୋନରେ ରହିଯାଇଥିବା ରିଜ୍ୟୁମ ଶୋ ଗୁଡ଼ିକୁ ଦେଖିପାରିବେ ।
- ନୂଆ ଏପିସୋଡ଼୍ ଗୁଡ଼ିକୁ କାର ସ୍କ୍ରିନରେ ସଧାସଳଖ ଭାବେ ଆରମ୍ଭ କରିପାରିବେ ।
- ଅଧିକ ଆପର ଅଭିଜ୍ଞତା ନେଇପାରିବେ ।
ସତର୍କତା:
ରାସ୍ତା ସୁରକ୍ଷା ଏବଂ ନିୟମ ଦୃଷ୍ଟିକୁ ଆଖିରେ ରଖି , ଆପଲର ଏହି ନୂତନ ଫିଚରକୁ ସେତେବେଳେ ବ୍ୟବହାର କରିପାରିବା ସମ୍ଭବ ଯେତେବେଳେ ଆପଣ କାର ପାର୍କିଂ କରିଥିବେ । ଏହାର ଅର୍ଥ ଗାଡ଼ି ଚଳାଉଥିବା ସମୟରେ ଆପଣ ଭିଡ଼ିଓ ଚଳାଇ ପାରିବେ ନାହି କି ଦେଖି ମଧ୍ୟ ପାରିବେ ନାହିଁ । କାରଣ ଏହା ଆପଣଙ୍କୁ ଯେକୌଣସି ପ୍ରକାରର ଅନିବାର୍ଯ୍ୟ ପରିସ୍ଥିତି ଯେପରିକି ଅନ୍ୟମନସ୍କତା ଓ ଦୁର୍ଘଟଣାରୁ ରକ୍ଷା କରେ ।
ଏହା ବ୍ୟତୀତ ଏହି ଫିଚର ସମସ୍ତ କାର ସହିତ କାମ କରିବ ନାହିଁ । କାର୍ ନିର୍ମାତାମାନଙ୍କୁ CarPlay ଏବଂ AirPlay ଭିଡିଓ ଇଣ୍ଟିଗ୍ରେସନ୍ ଉଭୟକୁ ସମର୍ଥନ କରିବା ପାଇଁ ପୂର୍ବରୁ ସେମାନଙ୍କର ଇନଫୋଟେନମେଣ୍ଟ ସିଷ୍ଟମକୁ ଅପଡେଟ୍ କରିବାକୁ ପଡିବ । ଭାରତୀୟ ଉପଭୋକ୍ତାଙ୍କ ପାଇଁ, ନୂତନ CarPlay ସମର୍ଥିତ ଫିଚର ଉପଲବ୍ଧତା ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ କାରର ବ୍ରାଣ୍ଡ ଉପରେ ଏବଂ ଏହା ସଫ୍ଟୱେର୍ ଅପଡେଟ୍ ପ୍ରଦାନ କରେ କି ନାହିଁ ତାହା ଉପରେ ନିର୍ଭର କରିପାରେ ।
କେବେ ହେବ ଲଞ୍ଚ ?
ଆପଲ୍ ଏପର୍ଯ୍ୟନ୍ତ ନୂତନ ଫିଚର ପାଇଁ ଏକ ଆନୁଷ୍ଠାନିକ ତାରିଖ ନିଶ୍ଚିତ କରିନାହିଁ । କିନ୍ତୁ ଆମେ ଭାବୁଛୁ ଯେ iOS 26.4 ବିଟା ଆରମ୍ଭ ହେବା ସହିତ, ଏହା ଆଗାମୀ ମାସଗୁଡ଼ିକରେ ଆରମ୍ଭ ହୋଇପାରେ ।
ଯଦି ଆପଲ୍ ପକ୍ଷରୁ CarPlay ପାଇଁ ଏହି ଫିଚର ଲଞ୍ଚ କରାଯାଏ, ତେବେ ଏହା ଭାରତରେ iPhone ବ୍ୟବହାରକାରୀଙ୍କ ପାଇଁ କାର ମଧ୍ୟରେ ମନୋରଞ୍ଜନକୁ ଉନ୍ନତ କରିପାରିବ ବିଶେଷକରି ଯେଉଁମାନେ ଯାତ୍ରା କରିବା ସମୟରେ ପାର୍କିଂ କାରରେ ଦୀର୍ଘ ସମୟ ଧରି ଡ୍ରାଇଭ୍ କରିବାକୁ ପସନ୍ଦ କରନ୍ତି।
ଏହା ବ୍ୟତୀତ, ଏହା ମଧ୍ୟ ଉଲ୍ଲେଖ କରିବା ଗୁରୁତ୍ୱପୂର୍ଣ୍ଣ ଯେ ଏହି ବୈଶିଷ୍ଟ୍ୟ ସମସ୍ତ କାର ସହିତ କାମ କରିବ ନାହିଁ। କାର୍ ନିର୍ମାତାମାନଙ୍କୁ CarPlay ଏବଂ AirPlay ଭିଡିଓ ଇଣ୍ଟିଗ୍ରେସନ୍ ଉଭୟକୁ ସମର୍ଥନ କରିବା ପାଇଁ ପୂର୍ବରୁ ସେମାନଙ୍କର ଇନଫୋଟେନମେଣ୍ଟ ସିଷ୍ଟମକୁ ଅପଡେଟ୍ କରିବାକୁ ପଡିବ ।
ଅଧିକ ପଢ଼ନ୍ତୁ : ଲଞ୍ଚ ହେବା ପୂର୍ବରୁ ଖୁଲାସା ହେଲା iPhone 18 Proର ଫିଚର ଅଧିକ ପଢ଼ନ୍ତୁ : ବଜାରକୁ ଆସିଲା Nissanର ସବୁଠୁ ଶସ୍ତା କାର ଅଧିକ ପଢ଼ନ୍ତୁ : ଭାରତରେ ଲଞ୍ଚ ହେଲା Infinix Note Edge 5G ଫୋନ, ଜାଣନ୍ତୁ ଦାମ୍ |

