Ampereର ଶସ୍ତା ଇଲେକ୍ଟ୍ରିକ ସ୍କୁଟର Reo VYB ଲଞ୍ଚ, ଜାଣନ୍ତୁ କେତେ ରହିଛି ପ୍ରାଇସ ଏବଂ ରେଞ୍ଚ
ଆମ୍ପିୟର ଭାରତରେ ନିଜର ନୂଆ Ampere Reo VYB ଇଲେକ୍ଟ୍ରିକ ସ୍କୁଟର ଲଞ୍ଚ କରିଛି, ଯାହାର ପ୍ରାଇସ 69,499 ଟଙ୍କା ରଖାଯାଇଛି ।

Published : June 22, 2026 at 4:02 PM IST
ହାଇଦ୍ରାବାଦ: ଇଲେକ୍ଟ୍ରିକ ଦୁଇଚକିଆ ଯାନ ପ୍ରସ୍ତୁତ କରୁଥିବା କମ୍ପାନୀ ଆମ୍ପିୟର(Ampere) ଭାରତୀୟ ବଜାରରେ ନିଜର ଏଣ୍ଟ୍ରି-ଲେଭଲ୍ ପ୍ରଡକ୍ଟ ପୋର୍ଟଫୋଲିଓକୁ ବୃଦ୍ଧି କରିଛି । କମ୍ପାନୀ ଭାରତରେ ତାର ନୂଆ Ampere Reo VYB ଇଲେକ୍ଟ୍ରିକ ସ୍କୁଟରକୁ ଅଫିସିଆଲି ଲଞ୍ଚ କରିଦେଇଛି । କମ୍ପାନୀ ପକ୍ଷରୁ ଏହି ନୂଆ ସ୍କୁଟରର ଦାମ୍ 69,499 ଟଙ୍କା (ଏକ୍ସ-ଶୋରୁମ୍) ରଖାଯାଇଛି । ଏହି ସ୍କୁଟରଟି ସେହି ଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁମାନେ ପ୍ରଥମ ଥର ପାଇଁ ଇଭି (EV) କିଣୁଛନ୍ତି ଏବଂ ସହର ଭିତରେ ଯାତାୟାତ ପାଇଁ ଏକ ଶସ୍ତା ମୋବିଲିଟି ସଲ୍ୟୁସନ ଖୋଜୁଛନ୍ତି । ଏହା କମ୍ପାନୀର ଫ୍ୟାମିଲି ସ୍କୁଟର ଲାଇନଅପ୍ରେ ସାମିଲ ହୋଇଛି ।
ଦମଦାର୍ ବ୍ୟାଟେରୀ ଏବଂ ରାଇଡିଂ ରେଞ୍ଚ:
ନୂଆ Ampere Reo VYB ଇଲେକ୍ଟ୍ରିକ ସ୍କୁଟରରେ ଲିଥିୟମ ଫେରୋ ଫସଫେଟ୍ (LFP) ବ୍ୟାଟେରୀ ବ୍ୟହାର କରାଯାଇଛି । ଏହି LFP ବ୍ୟାଟେରୀ ପ୍ୟାକ୍ ପାରମ୍ପରିକ ଲିଥିୟମ-ଆୟନ ବ୍ୟାଟେରୀ ତୁଳନାରେ ଅଧିକ ଥର୍ମାଲ ଷ୍ଟେବିଲିଟି ଏବଂ ଡ୍ୟୁରେବିଲିଟି ପ୍ରଦାନ କରିଥାଏ । କମ୍ପାନୀର ସୂଚନା ଅନୁଯାୟୀ, ଏହି ବ୍ୟାଟେରୀକୁ ବିଶେଷ ଭାବରେ 1,00,000 କିଲୋମିଟର (km) ପର୍ଯ୍ୟନ୍ତ ଚାଲିବା ପାଇଁ ଡିଜାଇନ୍ କରାଯାଇଛି । ଏହି ସ୍କୁଟରଟି ସିଙ୍ଗଲ ଫୁଲ୍ ଚାର୍ଜରେ 80 କିଲୋମିଟର ପର୍ଯ୍ୟନ୍ତ ଟ୍ରୁ ରାଇଡିଂ ରେଞ୍ଚ ପ୍ରଦାନ କରିଥାଏ । ଯାହା ଦୈନନ୍ଦିନ କମ୍ ଦୂରତାର ସଫର ଏବଂ ଲାଷ୍ଟ-ମାଇଲ ମୋବିଲିଟି ଆବଶ୍ୟକତା ପାଇଁ ସମ୍ପୂର୍ଣ୍ଣ ସଠିକ୍ ଅଟେ ।
ସ୍ପିଡ୍ ଏବଂ ଇଞ୍ଜିନ ପାୱାର:
ଏହି ସ୍କୁଟରର ସର୍ବାଧିକ ଗତି ବା ଟପ୍ ସ୍ପିଡ୍ 25 kmph ପର୍ଯ୍ୟନ୍ତ ସୀମିତ ରଖାଯାଇଛି, ଯାହାଫଳରେ ଏହା ଲୋ-ସ୍ପିଡ୍ ଇଲେକ୍ଟ୍ରିକ ସ୍କୁଟର କ୍ୟାଟେଗୋରୀରେ ଆସୁଛି । କମ୍ପାନୀ ଏହି ସ୍କୁଟରକୁ ପାୱାର ଦେବା ପାଇଁ ଏକ ଦମଦାର୍ ହବ୍ ମୋଟର (Hub motor)ର ବ୍ୟବହାର କରିଛି, ଯାହା ସହରର ରାସ୍ତାରେ ସୁଗମ ରାଇଡିଂ ଏକ୍ସପିରିଏନ୍ସ ଦେଇଥାଏ ।
Ampere Reo VYB ଇଲେକ୍ଟ୍ରିକ୍ ସ୍କୁଟର୍ର ଫିଚ଼ର୍ସ:
ଏକ ଏଣ୍ଟ୍ରି-ଲେଭଲ୍ ସ୍କୁଟର ହୋଇଥିଲେ ମଧ୍ୟ କମ୍ପାନୀ ଏଥିରେ ଅନେକ ଆଧୁନିକ ଫିଚର୍ସ ଏବଂ ସେଫ୍ଟି ଫିଚର୍ସ ପ୍ରଦାନ କରିଛି। ଏଥିରେ ଏକ କଲର LCD ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, କି-ଲେସ୍ ଷ୍ଟାର୍ଟ ସୁବିଧା ଥିବା ଏକ କି ଫବ୍, ଫ୍ରଣ୍ଟ ଡିସ୍କ ବ୍ରେକ୍, ପ୍ରିମିୟମ LED ହେଡଲାଇଟ ଏବଂ LED ଟେଲ ଲ୍ୟାମ୍ପ ଦିଆଯାଇଛି । ଏହା ବ୍ୟତୀତ ସ୍କୁଟରରେ 24 ଲିଟରର ଏକ ବଡ଼ ଅଣ୍ଡର-ସିଟ୍ ଷ୍ଟୋରେଜ୍ ସ୍ପେସ୍ ମିଳୁଛି, ଯେଉଁଥିରେ ରାଇଡର ନିଜର ଦୈନନ୍ଦିନ ଜରୁରୀ ସାମାନ ସହଜରେ ରଖିପାରିବେ । ସସପେନସନ ପାଇଁ ଏଥିରେ ଟେଲିସ୍କୋପିକ ଫ୍ରଣ୍ଟ ଫୋର୍କ୍ସ ଏବଂ ରିୟର ଡ୍ୟାମ୍ପର ସେଟଅପ୍ ରହିଛି । ଅଧିକ କମ୍ଫର୍ଟ ପାଇଁ କମ୍ପାନୀ ଆକ୍ସେସରୀ ଭାବରେ ରାଇଡର ଫୁଟରେଷ୍ଟ ମଧ୍ୟ ଉପଲବ୍ଧ କରାଉଛି ।
କଲର୍ ଅପସନ୍:
ଗ୍ରାହକମାନେ ନୂଆ Ampere Reo VYBକୁ 4ଟି ଆକର୍ଷଣୀୟ ପେଣ୍ଟ ସ୍କିମ୍ ବା କଲର ଅପ୍ସନରେ କିଣିପାରିବେ, ଯାହା ହେଉଛି— ୱାର୍ମ ହ୍ୱାଇଟ୍, ପେଷ୍ଟଲ ପର୍ପଲ, ଡାର୍କ ପର୍ପଲ ଏବଂ ଆକ୍ୱା ମେଟାଲିକ । କମ୍ପାନୀ ଏହି ସ୍କୁଟର ଉପରେ 3 ବର୍ଷ କିମ୍ବା 30,000 କିଲୋମିଟର (km)ର ୱାର୍ଣ୍ଣଟି ପ୍ରଦାନ କରୁଛି । ଏହାସହିତ ଗ୍ରାହକଙ୍କୁ ସାରା ଭାରତରେ 400ରୁ ଅଧିକ ସର୍ଭିସ ଟଚ୍ପଏଣ୍ଟ ଏବଂ ଆମ୍ପିୟର କେୟାର ନେଟୱାର୍କ ଜରିଆରେ 12x7 କଷ୍ଟମର ସପୋର୍ଟ ସୁବିଧା ମଧ୍ୟ ମିଳିବ ।

