ଜୁନ୍ରୁ 12,800 ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ Hyundaiର ସମସ୍ତ ଗାଡ଼ି, ଜାଣନ୍ତୁ କାରଣ
କମ୍ପାନୀ ସୂଚନା ଦେଇଛିଯେ, ସବୁ ଗାଡ଼ିର ମୂଲ୍ୟ ସମାନ ଭାବେ ବଢ଼ିବ ନାହିଁ,କାର୍ର ନିର୍ଦ୍ଦିଷ୍ଟ ମଡେଲ୍, ଭେରିଏଣ୍ଟ୍ ଅନୁସାରେ ଏହି ନୂଆ ମୂଲ୍ୟ ନିର୍ଧାରଣ କରାଯାଇଛି, ଯାହା 12,800 ଟଙ୍କା ପର୍ଯ୍ୟନ୍ତ ରହିବ ।

Published : May 27, 2026 at 6:39 PM IST
ହାଇଦ୍ରାବାଦ: ଭାରତୀୟ ବଜାରରେ କାର କିଣୁଥିବା ଆଶା ରଖିଥିବା ଗ୍ରାହକମାନଙ୍କୁ ପୁଣି ଏକ ଝଟ୍କା ଲାଗିଛି । ଦେଶର ଦ୍ୱିତୀୟ ବଡ଼ କାର ନିର୍ମାତା କମ୍ପାନୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ନିଜର ସମସ୍ତ ଗାଡ଼ିର ମୂଲ୍ୟ ବୃଦ୍ଧି କରିବାକୁ ନେଇ ଅଫିସିଆଲି ଘୋଷଣା କରିଛି । କମ୍ପାନୀ ପକ୍ଷରୁ ଜାରି ହୋଇଥିବା ସୂଚ଼ନା ଅନୂଯାୟୀ, ଆସନ୍ତା ଜୁନ୍ 2026ରୁ କମ୍ପୀନୀର ପୋର୍ଟଫୋଲିଓରେ ଥିବା ସମସ୍ତ ମଡ଼େଲର ମୂଲ୍ୟରେ ପାଖାପାଖି 12,800 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିବ । ତେବେ ଏହାର କାରଣ କଣ ? କଣ ପାଇଁ ଭାରତରେ କାର କମ୍ପାନୀ ଗୁଡିକ ମୂଲ୍ୟରେ ଏମିତି ଅଚ଼ାନକ ବୃଦ୍ଧି କରୁଛନ୍ତି ଆସନ୍ତୁ ଜାଣିବାକୁ ଚେଷ୍ଟା କରିବା ।
ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ସ୍ପଷ୍ଟତା:
ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ପକ୍ଷରୁ ଏହି ବଡ଼ ନିଷ୍ପତିର ପଛର କାରଣ ସ୍ପଷ୍ଟ କରାଯାଇଛି । କମ୍ପାନୀ କହିଛି ଯେ, ବର୍ତ୍ତମାନ ବଜାରରେ ଗାଡ଼ି ତିଆରି ପାଇଁ ବ୍ୟବହାର ହେଉଥିବା କଞ୍ଚାମାଲ ଏବଂ ଅନ୍ୟାନ ଜରୁରୀ ପାର୍ଟସ୍ର ଇନ୍ପୁଟ୍ ଖର୍ଚ୍ଚ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ଗ୍ଲୋବାଲ ସପ୍ଲାଇ ଚେନ୍ରେ ସମସ୍ୟା ଏବଂ ପରିବହନ ଖର୍ଚ୍ଚ ମଧ୍ୟ ବଢିଯାଇଛି କମ୍ପାନୀ ବହୁ ସମୟ ଧରି ଏହି ବର୍ଦ୍ଧିତ ଖର୍ଚ୍ଚର ବୋଝ ନିଜ ଉପରେ ରଖି ଗ୍ରାହକଙ୍କୁ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରିଥିଲା, କିନ୍ତୁ ବର୍ତ୍ତମାନ ବାହ୍ୟ ବଜାରର ଚାପ ଅଧିକ ହେବାରୁ ବାଧ୍ୟ ହୋଇ ଏହି ବର୍ଦ୍ଧିତ ଖର୍ଚ୍ଚର କିଛି ଅଶଂ ଗ୍ରାହକମାନଙ୍କ ଉପରକୁ ହସ୍ତାନ୍ତର କରିବାକୁ ପଡୁଛି ।
ମାରୁତି ସୁଜୁକିର ସମାନ୍ତରାଳ ମୂଲ୍ୟ ବୃଦ୍ଧି:
ହୁଣ୍ଡାଇର ନିଷ୍ପତ୍ତିର କିଛି ଦିନ ପୂର୍ବରୁ, ମାରୁତି ସୁଜୁକି ଇଣ୍ଡିଆ ମଧ୍ୟ ଏହାର ସମଗ୍ର ଯାନବାହନ ପୋର୍ଟଫୋଲିଓରେ 30,000 ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲା । ମାରୁତି ଇନପୁଟ୍ ଖର୍ଚ୍ଚ, ମୁଦ୍ରାସ୍ଫୀତି ଏବଂ ସାମଗ୍ରୀ ମୂଲ୍ୟ ବୃଦ୍ଧିକୁ ମଧ୍ୟ ଉଲ୍ଲେଖ କରିଥିଲା । ଉଭୟ କମ୍ପାନୀ କହିଛନ୍ତି ଯେ ସେମାନେ ଗତ କିଛି ମାସରେ ଖର୍ଚ୍ଚ ହ୍ରାସ କରିବା ପାଇଁ ନିରନ୍ତର ପ୍ରୟାସ କରିଛନ୍ତି, କିନ୍ତୁ ଏହାର କିଛି ବୋଝ ଗ୍ରାହକଙ୍କ ଉପରେ ଲଦି ଦିଆଯାଇଛି । ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ କଞ୍ଚାମାଲ, ଷ୍ଟିଲ୍, ଆଲୁମିନିୟମ୍, ପ୍ଲାଷ୍ଟିକ୍ ଏବଂ ଲଜିଷ୍ଟିକ୍ସର ବର୍ଦ୍ଧିତ ମୂଲ୍ୟର ସମ୍ମୁଖୀନ ହେଉଛି । ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଅସ୍ଥିରତା, ଟଙ୍କା ଦୁର୍ବଳ ହେବା ଏବଂ ଘରୋଇ ଚାହିଦାରେ ଚ୍ୟାଲେଞ୍ଜ ଯୋଗୁଁ, ମୂଲ୍ୟକୁ ସୁରକ୍ଷା ଦେବା ପାଇଁ ନିର୍ମାତାମାନଙ୍କୁ ଏହି ପଦକ୍ଷେପ ନେବାକୁ ପଡୁଛି ।
ହ୍ୟୁଣ୍ଡାଇର ପୋର୍ଟଫୋଲିଓରେ ଗ୍ରାଣ୍ଡ୍ ଆଇ10 ନିଓସ୍ ଏବଂ ଆଇ20 ହ୍ୟାଚବ୍ୟାକ୍ ଠାରୁ ଆରମ୍ଭ କରି କ୍ରେଟା, ଭେନ୍ୟୁ ଏବଂ ଆଲକାଜାର୍ ଭଳି ଦମଦାର୍ ସେଲିଂ ଏସୟୁଭି ସାମିଲ ରହିଛନ୍ତି । କମ୍ପାନୀ ସୂଚନା ଦେଇଛି ଯେ, ସବୁ ଗାଡ଼ିର ମୂଲ୍ୟ ସମାନ ଭାବେ ବଢ଼ିବ ନାହିଁ । କାର୍ର ନିର୍ଦ୍ଦିଷ୍ଟ ମଡେଲ୍, ଭେରିଏଣ୍ଟ୍(ପେଟ୍ରୋଲ୍ କିମ୍ବା ଡିଜେଲ୍) ଅନୁସାରେ ଏହି ନୂଆ ମୂଲ୍ୟ ନିର୍ଧାରଣ କରାଯାଇଛି, ଯାହାର ସର୍ବାଧିକ ସୀମା 12,800 ଟଙ୍କା ପର୍ଯ୍ୟନ୍ତ ରହିବ। ଯେଉଁ ଗ୍ରାହକମାନେ ନୂଆ କାର୍ ବୁକିଂ କରିସାରିଛନ୍ତି କିମ୍ବା କିଣିବାକୁ ଚାହୁଁଛନ୍ତି, ସେମାନଙ୍କୁ ଚଳିତ ମେ ମାସ ମଧ୍ୟରେ ଗାଡ଼ିର ଡେଲିଭରି ନେଲେ ହିଁ ପୁରୁଣା ଦାମ୍ର ଫାଇଦା ମିଳିପାରିବ ।
ଏହା ମଧ୍ୟ ପଢନ୍ତୁ :

